OR/Prabhupada 0452 - କୃଷ୍ଣ ବ୍ରହ୍ମାଙ୍କର ଏକ ଦିନରେ ଥରେ ପୃଥିବୀକୁ ଆସନ୍ତି



Lecture on SB 7.9.5 -- Mayapur, February 25, 1977

ପ୍ରଦ୍ୟୁମ୍ନ: ଅନୁବାଦ - "ଯେତେବେଳେ ଭଗବାନ ନୃସିଂହ ଦେବ ଛୋଟ ବାଳକ ପ୍ରହଲ୍ଲାଦଙ୍କୁ ଦେଖିଲେ ତାଙ୍କର ପାଦପଦ୍ମରେ ଦଣ୍ଡବତ କରୁଛନ୍ତି, ସେ ବହୁତ ପ୍ରସନ୍ନ ହେଲେ ତାଙ୍କର ଭକ୍ତର ସ୍ନେହରେ । ପ୍ରହଲ୍ଲାଦଙ୍କୁ ଉଠେଇ, ଭଗବାନ ତାଙ୍କର କର କମଳ ବାଳକର ମସ୍ତକରେ ରଖିଲେ କାରଣ ତାଙ୍କର ହାତ ସର୍ବଦା ତାଙ୍କର ଭକ୍ତମାନଙ୍କୁ ନିର୍ଭୟଶୀଳ କରିବା ପାଇଁ ପ୍ରସ୍ତୁତ ଥାଏ ।"

ପ୍ରଭୁପାଦ:

ସ୍ଵ-ପାଦ-ମୂଳେ ପତିତମ୍ ତମ ଅର୍ଭକମ
ବିଲୋକ୍ୟ ଦେବଃ କୃପୟା ପରିପ୍ଲୁତଃ
ଉତ୍ଥପ୍ୟ ତଚ-ଛିଶୀର୍ଣ ଅଦଧାତ କରାମଭୁଜମ
କାଳହି-ବିତ୍ରସ୍ତା-ଧିୟାମ କୃତଭୟମ
(SB 7.9.5)

ତେଣୁ ଭକ୍ତ ହେବା କିମ୍ଵା ପରମ ପୁରୁଷ ଭଗବାନଙ୍କର ପ୍ରିୟ ହେବା ବହୁତ ସହଜ । ଏହା କଦାପି କଷ୍ଟ ନୁହେଁ । ଏଠାରେ ଆମେ ଉଦାହରଣ ଦେଖୁଛୁ, ପ୍ରହଲ୍ଲାଦ ମହାରାଜ, ଏକ ପାଞ୍ଚ ବର୍ଷର ବାଳକ...(ଅନ୍ତର) ଏକ ଭକ୍ତ ହୋଇଥିବାରୁ, ସେ କେବଳ ପରମ ପୁରୁଷ ଭଗବାନଙ୍କୁ ଜାଣନ୍ତି, ଏବଂ ସେ ଦଣ୍ଡବତ ପ୍ରଣାମ କରିଲେ । ତାହା ହେଉଛି ତାଙ୍କର ଯୋଗ୍ୟତା । କେହି ବି ତାହା କରିପାରିବେ । ଯେ କେହି ମନ୍ଦିରକୁ ଆସିପାରିବେ ଏବଂ ଦଣ୍ଡବତ ପ୍ରଣାମ କରିପାରିବେ । ଅସୁବୁଧା କେଉଁଠାରେ ଅଛି? କେବଳ ଆମର ଭାବନା ହେବ‍ା ଉଚିତ ଯେ "ଏଠାରେ ପରମ ପୁରୁଷ ଭଗବାନ ଅଛନ୍ତି, କୃଷ୍ଣ କିମ୍ଵା ନୃସିଂହ-ଦେବ କିମ୍ଵା ତାଙ୍କର ଅନେକ ଅବତାର ମଧ୍ୟରୁ ଜଣେ ।

ଶାସ୍ତ୍ରରେ ଏହା କୁହାଯାଇଛି, ଅଦ୍ଵୈତମ ଅଚ୍ୟୁତମ ଅନାଦିମ ଅନନ୍ତମ-ରୂପମ (Bs. 5.33) । କୃଷ୍ଣଙ୍କର ଅନନ୍ତ-ରୂପମ ଅଛି । ସେଥିପାଇଁ ସମସ୍ତ ରୂପ କୃଷ୍ଣଙ୍କର ମୂଳ ରୂପର ବିସ୍ତାର । କୃଷ୍ଣ ହେଉଛନ୍ତି ମୂଳ ରୂପ । କୃଷ୍ଣସ ତୁ ଭଗବାନ ସ୍ଵୟଂ (SB 1.3.28) । ତେବେ ଅନେକ ରୂପ ଅଛି: ରାମ, ନୃସିଂହ, ବରାହ, ବଳରାମ, ପର୍ଶୁରାମ, ମୀନ, କୁର୍ମ, ନୃସିଂହ-ଦେବ । ରାମାଦି-ମୂର୍ତ୍ତୀଷୁ କଳା-ନିୟମେନ ତିଷ୍ଠନ (Bs. 5.39) । ସେ ସର୍ବଦା ବିଭିନ୍ନ ରୂପରେ ବିଦ୍ୟମାନ, ଏହା ନୁହେଁ ଯେ ସେ କେବଳ କୃଷ୍ଣଙ୍କ ରୂପରେ ବିଦ୍ୟମାନ ଅଛନ୍ତି । ସମସ୍ତ ରୂପ, ରାମାଦି-ମୂର୍ତ୍ତୀଷୁ । ସମାନ ଉଦାହରଣ, ଯାହା ଆମେ ଅନେକ ଥର ଦେଇଛୁ: ଠିକ୍ ଯେପରି ସୂର୍ଯ୍ୟ, ସୂର୍ଯ୍ୟଙ୍କର ସମୟ, ଚବିଶ ଘଣ୍ଟା, ତେବେ ଚବିଶ ଘଣ୍ଟା କିମ୍ଵା ଚବିଶଟି ଅବତାର ମଧ୍ୟରୁ, ଯେ କୌଣସି ସମୟ ଉପସ୍ଥିତ ଅଛି । ଏହା ନୁହେଁ ଯେ ବର୍ତ୍ତମାନ ଏହା, ମନେକର, ଆଠଟା, ସାତ ସମାପ୍ତ ହୋଇଯାଇଛି । ନା । ଦୁନିଆର ଅନ୍ୟ କୌଣସି ଭାଗରେ ସାତଟା ହୋଇଥିବ । କିମ୍ଵା ନଅଟା । ନଅଟା ମଧ୍ୟ ଉପସ୍ଥିତ ଅଛି । ବାରଟା ମଧ୍ୟ ଉପସ୍ଥିତ ଅଛି । ଆମ ପାଖରେ ଗୁରୁ କୃପା ମାହାରାଜ ଦେଇଥିବା ଏକ ଘଣ୍ଟା ଅଛି । (ହାସ୍ୟ) ସେ ଜାପାନରୁ ଆଣିଥିଲେ । ଏହା ବହୁତ ଭଲ । ତୁରନ୍ତ ତୁମେ ବିଭିନ୍ନ ସ୍ଥାନରେ ବର୍ତ୍ତମାନ କ'ଣ ସମୟ ହୋଇଛି ଦେଖିପାରିବ - ତୁରନ୍ତ । ତେବେ ସେମାନେ ସମସ୍ତେ ଉପସ୍ଥିତ । ସେଥିପାଇଁ କୃଷ୍ଣଙ୍କ ଲୀଳାକୁ ନିତ୍ୟ ଲୀଳା କୁହାଯାଏ, ଏହା ନୁହେଁ ଯେ ଗୋଟିଏ ଲୀଳା ଚାଲିଛି, ଅନ୍ୟ ଲୀଳା ସମାପ୍ତ ହୋଇ ଯାଇଛି, ନା । ସବୁକିଛି ଏକା ସାଙ୍ଗରେ ବିଦ୍ୟମାନ ଅଛି । ସେଥିପାଇଁ ଏହି ଶଦ୍ଦ ବ୍ୟବହାର କରାଯାଇଛି, ରାମାଦି-ମୂର୍ତ୍ତୀଷୁ । ରାମାଦି-ମୂର୍ତ୍ତୀଷୁ କଳା-ନିୟମେନ ତିଶ... ନିୟମେନ । ଠିକ୍ ସେହି ସମୟରେ । ଠିକ୍ ଯେପରି ସୂର୍ଯ୍ୟ । ଠିକ୍ ସେପରି । ପୂର୍ବେ କୌଣସି ଘଣ୍ଟା ନ ଥିଲା, କିନ୍ତୁ ଛାଇ ଦ୍ଵାରା ଜଣେ ଅଧ୍ଯୟନ କରିପାରୁଥିଲେ । ତୁମେ ବର୍ତ୍ତମାନ ମଧ୍ୟ ଅଧ୍ୟୟନ କରିପାରିବ । ବର୍ତ୍ତମାନ ମଧ୍ୟ । ଆମର ପିଲା ଦିନେ ଆମେ ଛାଇ ଦେଖି ଅଧ୍ୟୟନ କରୁଥିଲୁ: "ବର୍ତ୍ତମାନ ସମୟ ଏହା ହୋଇଛି" - ଏବଂ ଠିକ୍ ସେହି ସମୟ । ତେବେ କାଳ-ନିୟମେନ ତିଶ୍ଠନ, ସଂଯୋଗ ନୁହେଁ - ବର୍ତ୍ତମାନ ଏହି ଛାଇ ଏଠାରେ ଗୋଟାଏ ବାଜିଛି, ଏବଂ ପରଦିନ, ସେଠାରେ ଗୋଟେ ବାଜିଛି । ନା । ସମାନ ସ୍ଥାନରେ, ତୁମେ ପାଇବ । କାଳ-ନିୟମେନ ତିଶ୍ଠନ ।

ସେହିପରି, କୃଷ୍ଣ ଲୀଳା, ନିୟମେନ ତିଶ୍ଠନ - ଠିକ୍ ସେହିପରି । ଅସଂଖ୍ୟ ବ୍ରହ୍ମାଣ୍ଡ ଅଛି । ଏଠାରେ କୃଷ୍ଣ ଜନ୍ମ ହୋଇଛନ୍ତି । ବର୍ତ୍ତମାନ କୃଷ୍ଣ ବାସୁଦେବଙ୍କ ଦ୍ଵାରା ବୃନ୍ଦାବନକୁ ନିଆଯାଉଛନ୍ତି । ଏକା କଥା - ତୁରନ୍ତ ଏଠାରେ ଜନ୍ମ ହେଲେ, କୃଷ୍ଣ ବୃନ୍ଦାବନକୁ ଗଲେ - ଅନ୍ୟ ଏକ ବ୍ରହ୍ମାଣ୍ଡରେ କୃଷ୍ଣ ଜନ୍ମ ହେଲେ, କୃଷ୍ଣ ପୁଣି ଥରେ ଜନ୍ମ ହେଲେ । ଏହିପରି ଭାବରେ ତାଙ୍କର ଲୀଳା ଚାଲିଛି । କୌଣସି ଅନ୍ତ ନାହିଁ, ନା କୌଣସି ବିସଂଗତି ଅଛି । ଠିକ୍ ସେହିପରି । ଯେପରି କୃଷ୍ଣ ବ୍ରହ୍ମାଙ୍କର ଏକ ଦିନରେ ଥରେ ପୃଥିବୀକୁ ଆସନ୍ତି । ତେବେ, ଅନେକ ଲକ୍ଷ ବର୍ଷ ପରେ କୃଷ୍ଣ ଫେରେ ଆସିବେ । ଯଦ୍ୟ ବ୍ୟକ୍ତିଗତ ଭାବରେ ନୁହେଁ, ତାଙ୍କର ବିସ୍ତାର ଦ୍ଵାରା, ଅଂଶେନ । ଚୈତନ୍ୟ ମାହାପ୍ରଭୁ ତାଙ୍କର ନିର୍ଧାରିତ ସମୟରେ ଆସିବେ । ଭଗବାନ ର‍ାମଚନ୍ଦ୍ର ଆସିବେ । ତେବେ ରାମାଦି ମୂର୍ତ୍ତୀଷୁ କାଳ-ନିୟମେନ ତିଶ୍ଠନ (Bs. 5.39) । ତେବେ ଏହି ଲୀଳା, ନୃସିଂହ-ଦେବ, ତାହା ମଧ୍ୟ ଠିକ୍ ସମୟରେ ଅଛି ।

ତେବେ ସ୍ଵ-ପାଦ-ମୂଳେ ପତିତମ ତମ ଅର୍ଭକମ । ବହୁତ ନୀରିହ ବାଳକ । ଯଦି ପ୍ରହଲ୍ଲାଦ ମାହାରାଜଙ୍କ ପରି ଏକ ନୀରିହ ବାଳକ, ସେ ନୃସିଂହ-ଦେବଙ୍କର ଏତେ କୃପା ଲାଭ କରିପାରୁଛି, ଭଗବାନଙ୍କର ଏତେ ଭୟଙ୍କର ରୂପ ଯେ ଏପରିକି ଲକ୍ଷ୍ମୀ ମଧ୍ଯ ପାଖକୁ ଯାଇପାରିଲେ ନାହିଁ... ଅଶୃତ । ଅଦୃଷ୍ଟ ଅଶୃତ ପୂର୍ବ । ଭଗବାନଙ୍କର ଏପରି କୌଣସି ରୂପ ନ ଥିଲା । ଏପରିକି ଲକ୍ଷ୍ମୀ ମଧ୍ୟ ଜାଣି ନ ଥିଲେ । କିନ୍ତୁ ପ୍ରହଲ୍ଲାଦ ମାହାରାଜ, ସେ ଭୟ କରିଲେ ନାହିଁ । ସେ ଜାଣିଛନ୍ତି, "ଏଠାରେ ମୋର ପ୍ରଭୁ ଅଛନ୍ତି ।" ଠିକ୍ ଯେପରି ସିଂହର ଛୁଆ, ସେ ସିଂହକୁ ଭୟ କରେ ନାହିଁ । ସେ ତୁରନ୍ତ ସିଂହର ମୁଣ୍ଡ ଉପରକୁ ଡେଇଁଲା କାରଣ ସେ ଜାଣିଛି, "ସେ ହେଉଛନ୍ତି ମୋର ପିତା । ସେ ହେଉଛନ୍ତି ମୋର ମାତା ।" ସେହିପରି, ପ୍ରହଲ୍ଲାଦ ମାହାରାଜ ଭୟ କରିଲେ ନାହିଁ, ଯଦି‌‍ଓ ବ୍ରହ୍ମା ଏବଂ ଅନ୍ୟମାନେ, ସମସ୍ତ ଦେବତାମାନେ, ଭଗବାନଙ୍କ ପାଖକୁ ଯିବା ପାଇଁ ଭୟ କରୁଥିଲେ । ସେ କେବଳ ନୀରିହ ବାଳକ ପରି ଆସିଲେ, ଏବଂ ଦଣ୍ଡବତ ପ୍ରଣାମ କରିଲେ । ତମ ଅର୍ଭକମ ବିଲୋକ୍ୟ । ତେବେ ଭଗବାନ ଅବ୍ୟକ୍ତିକ ନୁହଁନ୍ତି । ତୁରନ୍ତ ସେ ବୁଝିପାରିଲେ, "ଓ, ଏଠାରେ ଏକ ନୀରିହ ବାଳକ ଅଛି । ସେ ତାର ପିତା ଦ୍ଵାରା ବହୁତ ହଇରାଣ ହୋଇଛି, ଏବଂ ସେ ମୋତେ ଦଣ୍ଡବତ ପ୍ରଣାମ କରୁଛି ।" ବିଲୋକ୍ୟ ଦେବଃ କୃପୟା ପରିପ୍ଲୁତଃ । ସେ ବହୁତ, ମୋର କହିବାର ଅର୍ଥ ହେଉଛି, କୃପାରେ ତରଳିଗଲେ । ତେଣୁ କଥା ହେଉଛି, ସବୁ, ସବୁକିଛି ଅଛି ।