OR/Prabhupada 0462 - ବୈଷ୍ଣବ ଅପରାଧ ହେଉଛି ଏକ ମାହାନ ଅପରାଧ



Lecture on SB 7.9.7 -- Mayapur, February 27, 1977

ପ୍ରଭୁପାଦ: ବୈଷ୍ଣବ ଅପରାଧ ହେଉଛି ଏକ ମାହାନ ଅପରାଧ । ତୁମେ ଜାଣିଛ ଅମ୍ଵରୀଶ ମାହାରାଜା । ସେ ଭକ୍ତ ଥିଲେ, ଏବଂ ସେ... ଦୁର୍ବାସା, ସେ ତାଙ୍କର ଯୋଗ ଶକ୍ତିର ଭାରୀ ଗର୍ବ କରୁଥିଲେ, ଏବଂ ସେ ଅମ୍ଵରୀଶ ମାହାରାଜାଙ୍କର ଚରଣରେ ଅପରାଧ କରିଲେ, ଏବଂ ସେ କୃଷ୍ଣଙ୍କ ଦ୍ଵାରା ଦଣ୍ଡିତ ହେଲେ ସୁଦର୍ଶନ ଚକ୍ର ପଠେଇବା ଦ୍ଵାରା । ଏବଂ ସେ ଆନେକଙ୍କ ଠାରୁ ସାହାର୍ଯ୍ୟ ଚାହୁଁ ଥିଲେ - ବ୍ରହ୍ମା, ବିଷ୍ଣୁ । ସେ ପ୍ରତ୍ୟକ୍ଷ ଭାବରେ ବିଷ୍ଣୁ ଲୋକ ଯାଇ ପାରିବେ, କିନ୍ତୁ ତାଙ୍କୁ କ୍ଷମା କରା ଯାଇ ନ ଥିଲା । ତାଙ୍କୁ ଏକ ବୈଷ୍ଣବ ପାଖକୁ ଆସିବାକୁ ପଡ଼ିଲା, ଅମ୍ଵରୀଶା ମାହାରାଜା, ତାଙ୍କ ପାଦ ପଦ୍ମରେ ପଡ଼ିବାକୁ ପଡ଼ିଲା । ଏବଂ ସେ, ଅବଶ୍ୟ, ବୈଷ୍ଣବ, ତୂରନ୍ତ ତାଙ୍କୁ କ୍ଷମା କରିଦେଲେ । ତେଣୁ ବୈଷ୍ଣବ ଅପରାଧ ହେଉଛି ମାହାନ ଅପରାଧ, ହାତୀ-ମାତା । ତେବେ ଆମକୁ ବୈଷ୍ଣବ ଅପରାଧ ପ୍ରତି ସତର୍କ ରହିବାକୁ ହେବ । ଆମେ କରିବା ଉଚିତ୍ ନୁହେଁ... ଅର୍ଚୟେ ବିଷ୍ଣୁ ଶିଳା ଧିର ଗୁରୁଶୁ ନର ମତିର ବୈଷ୍ଣବ ଜାତି ବୁଦ୍ଧିଃ (Padma Purana) । ବୈଷ୍ଣବ ଜାତି ବୁଦ୍ଧିଃ ମଧ୍ୟ ହେଉଛି ଅନ୍ୟ ଏକ ଅପରାଧ, ମାହାନ ଅପରାଧ । ସେହିପରି, ଗୁରୁଙ୍କୁ ସାଧାରଣ ମନୁଷ୍ୟ ଭାବିବା, ତାହା ମଧ୍ୟ ଅପରାଧ । ଏହା ଭାବିବା ଯେ ବିଗ୍ରହ ଧାତୁରେ ନିର୍ମିତ, ପଥର, ତାହା ହେଉଛି...ଏଗୁଡ଼ିକ ହେଉଛି ଅପରାଧ । ସ ନାରକୀ ।

ତେବେ ଆମକୁ ନିୟନ୍ତ୍ରିତ ସିଦ୍ଧାନ୍ତ ବିଷୟରେ ଅତି ସତର୍କ ରହିବା ଉଚିତ୍ ଏବଂ ବୈଷ୍ଣବ ମାନଙ୍କର ପଦାନୁସରଣ କରିବା ଉଚିତ୍ । ମାହାଜନୋ ଯେନ ସ ଗତଃ । ଭାବ ନାହିଁ ଯେ ପ୍ରହଲ୍ଲାଦ ମାହାରାଜା ହେଉଛନ୍ତି ସାଧାରଣ ବାଳକ । ଭକ୍ତି ସେବାରେ କିପରି ଉନ୍ନତି କରିବା ତାହା ଆମେ ପ୍ରହଲ୍ଲାଦ ମାହାରଜାଙ୍କ ଠାରୁ ଶିଖିବା ଉଚିତ୍ ।

ବହୁତ ବହୁତ ଧନ୍ୟବାଦ ।

ଭକ୍ତ: ଜୟ!