OR/Prabhupada 0461 -ମୁଁ ଗୁରୁଙ୍କ ବିନା କାମ କରିପାରିବି - ତାହା ନିରର୍ଥକ



Lecture on SB 7.9.7 -- Mayapur, February 27, 1977

ଠିକ୍ ଯେପରି ଆମ ଦେଶରେ, ସମ୍ଭବତଃ ତୁମେ ଜାଣିଛ, ଏକ କବି ଥିଲେ, ରବିନ୍ଦ୍ରନାଥ ଟେଗୋର । ତାଙ୍କୁ ଅମ୍ସଫୋଡ ବିଶ୍ଵବିଦ୍ୟାଳୟରୁ ଅନେକ ଗୁଡିଏ ବିଶେଷ ସମ୍ନାନ ମିଳିଛି । ତାଙ୍କୁ ମିଳିଛି... ସେ କେବେ ମଧ୍ୟ ବିଦ୍ୟାଳୟକୁ ଯାଇ ନାହାଁନ୍ତି, କିନ୍ତୁ ତାଙ୍କୁ, ଡ଼ାକ୍ତର, ଉପାଧି ମିଳିଛି, "ଡ଼ା. ରବିନ୍ଦ୍ରନାଥ ଟେଗୋର ।" ଏବଂ ଯଦି ତୁମେ ଭାବିବ ଯେ "ମୁଁ ମଧ୍ୟ ସ୍କୁଲ ନ ଯାଇ ଡ଼ାକ୍ତର ଉପାଧି ପାଇବି," ତାହ ହେଉଛି ବୋକାମି । ତାହା ହେଉଛି ବିଶେଷ । ସେହିପରି, ନକଲ କରିବାକୁ ଚେଷ୍ଟା କର ନାହିଁ । ସାଧନା - ସିଦ୍ଧିର ସାଧାରଣ କାର୍ଯ୍ୟପ୍ରଣାଳୀକୁ ଅନୁସରଣ କର । ତୁମେମାନେ ନିୟାମକ ସିଦ୍ଧାନ୍ତଗୁଡିକୁ ଶାସ୍ତ୍ରଗୁଡିକର ଉପଦେଶ ଅନୁସାରେ ଅନୁସରଣ କରିବା ଉଚିତ୍ । ସେଥିପାଇଁ ବହୁତ ସାରା ଶାସ୍ତ୍ର ଅଛି । ଏବଂ ଗୁରୁ ହେଉଛନ୍ତି ପଥ ପ୍ରଦର୍ଶକ । ଆମେମାନେ ସବୁବେଳେ... ଏପରିକି ଯଦିଓ ତୁମେ ନିତ୍ୟ - ସିଦ୍ଧ କିମ୍ଵା କୃପା - ସିଦ୍ଧ, ତୁମେ କଦାପି ସାଧାରଣ ନିୟାମକ ସିଦ୍ଧାନ୍ତଗୁଡିକୁ ଅବହେଳା କରିବା ଉଚିତ୍ ନୁହେଁ । ତାହା ଅତ୍ୟନ୍ତ ବିପଦପୂର୍ଣ୍ଣ । ତାହା କରିବାକୁ ଚେଷ୍ଟା କର ନାହିଁ । ଆମକୁ ଅନୁସରଣ କରିବାକୁ ହେବ । ନିତ୍ୟ... ଠିକ୍ ଯେପରି ଚୈତନ୍ୟ ମାହାପ୍ରଭୁ । ଚୈତନ୍ୟ ମାହାପ୍ରଭୁ ହେଉଛନ୍ତି ନିଜେ କୃଷ୍ଣ, ଭଗବାନ, କିନ୍ତୁ ସେ ଗୁରୁଙ୍କୁ ସ୍ଵୀକାର କରିଥିଲେ । ତାଙ୍କର ଗୁରୁ କିଏ? ସେ ହେଉଛନ୍ତି ସମସ୍ତଙ୍କର ଗୁରୁ, କିନ୍ତୁ ସେ ମଧ୍ୟ ଈଶ୍ଵର ପୁରୀଙ୍କୁ ତାଙ୍କ ଗୁରୁ ରୂପେ ସ୍ଵୀକାର କରିଥିଲେ । କୃଷ୍ଣ ନିଜେ, ସେ ଗରୁଙ୍କୁ ସ୍ଵୀକାର କରିଥିଲେ, ସନ୍ଦିପନୀ ମୁନୀଙ୍କୁ, ଆମକୁ ଶିକ୍ଷା ଦେଉଛନ୍ତି ଯେ ଗୁରୁଙ୍କ ବିନା ତୁମେ କୌଣସି ଉନ୍ନତି କରି ପାରିବ ନାହିଁ । ଆଦୌ ଗୁରୁବାସ୍ରୟମ୍ । ପ୍ରଥମ କାମ ହେଉଛି ଗୁରୁଙ୍କୁ ସ୍ଵୀକାର କରିବା । ତଦ ବିଜ୍ଞାନାର୍ଥଂ ସା ଗୁରୁମ ଏବଭିଗଛେତ୍ (MU 1.2.12) । ଭାବ ନାହିଁ ଯେ "ମୁଁ ବହୁତ ଉନ୍ନତ । ମୋତେ ଗୁରୁଙ୍କର ଆବଶ୍ୟକତା ନାହିଁ । ମୁଁ ଗୁରୁଙ୍କ ବିନା କାମ କରିପାରିବି । ତାହା ନିରର୍ଥକ । ତାହା ସମ୍ଭବ ନୁହେଁ । "ଆବଶ୍ୟକ ।" ତଦ ବିଜ୍ଞାନାର୍ଥଂ । ତଦ ବିଜ୍ଞାନାର୍ଥଂ ହେଉଛି ଆଧ୍ୟାତ୍ମିକ ବିଜ୍ଞାନ । "ନିକଟକୁ ଯିବା ଉଚିତ୍ ।" ଗୁରୁମ ଏବଭିଗଛେତ୍ ସମିତ - ପାଣିଃ ଶ୍ରୋତ୍ରିୟଂ ବ୍ରହ୍ମନିଷ୍ଠମ । ତସ୍ମାଦ - ଗୁରୁମ ପ୍ରପଦ୍ୟତେ ଜିଜ୍ଞାସୁଃ ଶ୍ରେୟ ଉତ୍ତମ (SB 11.3.21) । ଯଦି ତୁମେ ବାସ୍ତବରେ ଦିବ୍ୟ ବିଜ୍ଞାନକୁ ବୁଝିବାକୁ ଗମ୍ଭୀର ଅଛ, ଆଧ୍ୟାତ୍ମିକ ଜ୍ଞାନ, ଓ, ତୁମର ଗୁରୁ ରହିବା ଆବଶ୍ୟକ । ତସ୍ମାଦ - ଗୁରୁମ ପ୍ରପଦ୍ୟତେ ଜିଜ୍ଞାସୁଃ ଶ୍ରେୟ ଉତ୍ତମ । ଏବଂ ଠିକ୍ ଯେପର ଚୈତନ୍ୟ ମାହାପ୍ରଭୁ କୁହଁନ୍ତି, ଆମାର ଆଜ୍ଞାୟ ଗୁରୁ ହୟ ତାର ଏଇ ଦେଶ (CC Madhya 7.128) । କେହି ବି ସ୍ଵୟଂ ଗୁରୁ ହୋଇ ପାରିବେ ନାହିଁ । ନା । ସମସ୍ତ ବୈଦିକ ଶାସ୍ତ୍ରରେ ଥରେ ମଧ୍ୟ ସେହିପରି ଉଦାହରଣ ଆସିନାହିଁ । ଏବଂ ଆଜିକାଲି ଅନେକଗୁଡିଏ ଦୁଷ୍ଟ ଲୋକ, ବିନା କୌଣସି ଅଧିକାରରେ ଗୁରୁ ହୋଇ ଯାଉଛନ୍ତି । ତାହା ଗୁରୁ ନୁହେଁ । ତୁମକୁ ଅଧିକୃତ ହେବାକୁ ପଡିବ ।ଏବଂ ପରମ୍ପରାପ୍ରାପ୍ତମିମଂ ରା...(BG 4.2) । ଯେଉଁ କ୍ଷଣରେ ପରମ୍ପରା ନଷ୍ଟ ହୋଇଗଲା, ସ କାଳେନ ଯୋଗୋ ନଷ୍ଟଃ ପରନ୍ତପ, ତୁରନ୍ତ ସମାପ୍ତ । ଆଧ୍ୟାତ୍ମିକ ଶକ୍ତି ନଷ୍ଟ ହୋଇଗଲା । ତୁମେ ଏକ ଗୁରୁଙ୍କ ପରି ପୋଷାକ ପିନ୍ଧି ପାର, ତୁେ ବଡ ବଡ କଥା କହିପାର, କିନ୍ତୁ ଏହା କଦାପି ଫଳପ୍ରଦ ହୋଇ ପାରିବ ନାହିଁ ।

ତେବେ ଏସବୁ ହେଉଛି ବିଜ୍ଞାନ । ତେଣୁ ପ୍ରହଲ୍ଲାଦ ମାହାରାଜ ହେଉଛନ୍ତି ଆମର ଗୁରୁ । ସେ ସାଧାରଣ ନୁହଁନ୍ତି । ଭାବ ନାହିଁ ଯେ " ସେ ହେଉଛନ୍ତି ପାଞ୍ଚ ବର୍ଷ ବୟସର ବାଳକ, ତାଙ୍କର କୌଣସି ଜ୍ଞାନ ନାହିଁ ।" ନା । ସେ ପୂର୍ଣ୍ଣ ନିତ୍ୟ - ସିଦ୍ଧ ଗୁରୁ ଅଟନ୍ତି, ଏବଂ ଆମେ ସର୍ବଦା ତାଙ୍କର କୃପା ପାଇଁ ପ୍ରାର୍ଥନା କରିବା ଉଚିତ୍ । ଏବଂ ସେ ହେଉଛନ୍ତି ବୈଷ୍ଣବ ଠାକୁର । ବୈଷ୍ଣବ ଠାକୁର ତୋମାର କୁକୁର ବୋଲିୟା ଜାନହ ମୋର । ଏହା ହେଉଛି ଏକ ବିନମ୍ର ରାସ୍ତା । "ଓ ବୈଷ୍ଣବ ଠାକୁର..." ସମସ୍ତ ବୈଷ୍ଣବମାନେ ଠାକୁର ଅଟନ୍ତି । ସେମାନେ ସାଧାରଣ ବ୍ୟକ୍ତି ନୁହଁନ୍ତି । ଠାକୁର... ସେଥିପାଇଁ ଆମେମାନେ ଭକ୍ତିବିନୋଦ ଠାକୁର, ଭକ୍ତିସିଦ୍ଧାନ୍ତ ସରସ୍ଵତୀ ଠାକୁର ବୋଲି ସମ୍ଵୋଧନ କରୁ । ତେବେ ବୈଷ୍ଣବ, ପ୍ରହଲ୍ଲାଦ ଠାକୁର । ତେଣୁ ଆମେ ସର୍ବଦା ପ୍ରାର୍ଥନା କରିବା ଉଚିତ୍, ବୈଷ୍ଣବ ଠାକୁର, ତୋମାର କୁକୁର ବୋଲିୟା ଜାନହ ମୋର । ଏହା ହେଉଛି... ଭକ୍ତିବିନୋଦ ଠାକୁରଙ୍କର ଏକ ଗୀତ ଅଛି: "ମୋର ପ୍ରିୟ ବୈଷ୍ଣବ ଠାକୁର, ଦୟାକରି ମୋତେ ତୁମର କୁକୁର ରୂପେ ଗ୍ରହଣ କର ।" ବୈଷ୍ଣବ ଠାକୁର । କୁକୁର ରୁପେ, ଗୁରୁଙ୍କର ସଂକେତରେ, ସବୁକିଛି ଆଜ୍ଞାକାରୀ ରୁପେ କରେ, ଆମକୁ କୁକୁର ଠାରୁ ଏହା ଶିଖିବାକୁ ହେବ, ମାଲିକ ପ୍ରତି କିପରି ବିଶ୍ଵସ୍ତ ହୋଇ ପାରିବ । ତାହା ହେଉଛି ନିର୍ଦ୍ଦେଶ । ସବୁଥିରୁ ତୁମେ କିଛି ଶିଖିପାରିବ । ସମସ୍ତେ । ସେଥିପାଇଁ ମାହାଭାଗବତ, ସେମାନେ ସମସ୍ତଙ୍କୁ ଗୁରୁ ରୁପେ ଗ୍ରହଣ କରନ୍ତି, କିଛି ଶିଖିବା ପାଇଁ । ବାସ୍ତବରେ, କୁକର ଠାରୁ ଏହି କଳା ଆମେ ଶିଖିପାରିବା, କିପରି ନିଜ ଜୀବନ ପ୍ରତି ବିପଦ ଥିଲେ ମଧ୍ୟ ବିଶ୍ଵାସନୀୟ ହୋଇ ରହିବା । ଅନେକ ଉଦାହରଣ ଅଛି, କୁକୁର ତାର ମାଲିକ ପାଇଁ ଜୀବନ ଦେଇଛି । ତେବେ... ଏବଂ ଆମେମାନେ ବୈଷ୍ଣବମାନଙ୍କର କୁକୁର ହେବା ଉଚିତ୍ । ଛାଡିୟା ବୈଷ୍ଣବ ସେବା, ନିସ୍ତାର ପାଇଛେ କେବା ।