OR/Prabhupada 0486 - ଭୌତିକ ଜଗତରେ ଶକ୍ତି ହେଉଛି ଯୌନ, ଏବଂ ଆଧ୍ୟାତ୍ମିକ ଜଗତରେ ଏହା ହେଉଛି ପ୍ରେମ



Lecture -- Seattle, October 18, 1968

ଅତିଥି: ଆମେ ଯୋଗାମାୟାଙ୍କୁ କିପରି ଚିହ୍ନି ପାରିବା?

ପ୍ରଭୁପାଦ: ତୁମର ପ୍ରଶ୍ନ କ'ଣ ମୁଁ ଜାଣେ ନାହିଁ ।

ତମାଳ କୃଷ୍ଣ: ସେ ଜାଣିବାକୁ ଚାହାଁନ୍ତି ଯେ ଆମେ କିପରି ଯୋଗମାୟାଙ୍କୁ ଚିହ୍ନି ପାରିବା, ଆମେ କିପରି ଜାଣିବା ।

ପ୍ରଭୁପାଦ: ଯୋଗମାୟା? ଯୋଗମାୟା ଅର୍ଥାତ୍ ଯାହା ଆପଣଙ୍କୁ ସଂଯୋଗ କରେ । ଯୋଗର ଅର୍ଥ ହେଉଛି ସଂଯୋଗ । ଯେତେବେଳେ ତୁମେ ଧୀରେ ଧୀରେ କୃଷ୍ଣ ଚେତନାରେ ଅଗ୍ରଗତି କରୁଛ, ତାହା ହେଉଛି ଯୋଗମାୟାର କାର୍ଯ୍ୟ । ଏବଂ ଯେତେବେଳେ ତୁମେ ଧୀରେ ଧୀରେ କୃଷ୍ଣଙ୍କୁ ଭୁଲିଯାଉଛ, ତାହା ହେଉଛି ମହାମାୟାର କାର୍ଯ୍ୟ ।

ମାୟା ତୁମ ଉପରେ କାର୍ଯ୍ୟ କରୁଛି । ଜଣେ ତୁମକୁ ଟାଣି ନେଉଛି ଏବଂ ଜଣେ ତୁମକୁ ବିପରୀତ ଦିଗକୁ ଠେଲି ଦେଉଛି । ଯୋଗମାୟା । ତେଣୁ, ଉଦାହରଣ ପରି, ଯେ ଆପଣ ସର୍ବଦା ସରକାରଙ୍କ ନିୟମ ଅଧୀନରେ ଅଛନ୍ତି। ଆପଣ ଅସ୍ୱୀକାର କରିପାରିବେ ନାହିଁ । ଯଦି ଆପଣ କୁହନ୍ତି, "ମୁଁ ସରକାରଙ୍କ ନିୟମ ମାନିବାକୁ ରାଜି ନୁହେଁ," ଏହା ସମ୍ଭବ ନୁହେଁ। କିନ୍ତୁ ଯେତେବେଳେ ତୁମେ ଅପରାଧୀ, ତୁମେ ପୋଲିସର ନିୟମ ଅଧୀନରେ, ଏବଂ ଯେତେବେଳେ ତୁମେ ଭଦ୍ରଲୋକ, ତୁମେ ନାଗରିକ ନିୟମ ଅଧୀନରେ ଅଛ । ନିୟମ ସେଠାରେ ଅଛି । ଯେକୌଣସି ପରିସ୍ଥିତିରେ ଆପଣଙ୍କୁ ସରକାରଙ୍କ ନିୟମ ମାନିବାକୁ ପଡିବ । ଯଦି ଆପଣ ଜଣେ ସଭ୍ୟ ନାଗରିକ ଭାବରେ ରୁହନ୍ତି, ତେବେ ଆପଣ ସର୍ବଦା ନାଗରିକ ଆଇନ ଦ୍ୱାରା ସୁରକ୍ଷିତ ଅଟନ୍ତି । କିନ୍ତୁ ଆପଣ ରାଜ୍ୟ ବିରୁଦ୍ଧରେ ଯିବା ମାତ୍ରେ, ଅପରାଧିଙ୍କ ଆଇନ ଆପଣଙ୍କ ଉପରେ କାର୍ଯ୍ୟ କରିବ। ତେଣୁ ଅପରାଧିଙ୍କ ଆଇନର କାର୍ଯ୍ୟକଳାପ ହେଉଛି ମହାମାୟା, ତିନିଗୁଣର ଦୁଃଖ, ସବୁବେଳେ । ସବୁବେଳେ କୌଣସି ପ୍ରକାରର ଦୁଃଖରେ ଲଗାଇବ । ଏବଂ କୃଷ୍ଣଙ୍କର ନାଗରିକ ବିଭାଗ, ଆନନ୍ଦଂବୁଦ୍ଧି-ବର୍ଦ୍ଧନଂ । ତୁମେ କେବଳ ବୃଦ୍ଧି କର, ମୁଁ କହିବାକୁ ଚାହେଁ, ଆନନ୍ଦ ସମୁଦ୍ରର ଗଭୀରତା । ଆନନ୍ଦଂବୁଦ୍ଧି-ବର୍ଦ୍ଧନଂ । ତାହା ହେଉଛି ପାର୍ଥକ୍ୟ, ଯୋଗମାୟା ଏବଂ ମହାମାୟା ।

ଯୋଗମାୟା ହେଉଛି ... ଯୋଗମାୟା, ମୂଳ ଯୋଗମାୟା, କୃଷ୍ଣଙ୍କର ଆଭ୍ୟନ୍ତରୀଣ ଶକ୍ତି । ତାହା ହେଉଛନ୍ତି ରାଧାରାଣୀ । ଏବଂ ମହାମାୟା ହେଉଛନ୍ତି ବାହ୍ୟ ଶକ୍ତି, ଦୁର୍ଗା । ଏହି ଦୁର୍ଗାଙ୍କୁ ବ୍ରହ୍ମ-ସଂହିତାରେ ବ୍ୟାଖ୍ୟା କରାଯାଇଛି, ସୃଷ୍ଟି-ସ୍ଥିତି-ପ୍ରଳୟ-ସାଧନ-ଶକ୍ତିର ଏକା ଛାଏବ ୟସ୍ୟ ଭୁବନାନି ଵିଭର୍ତ୍ତି ଦୁର୍ଗା (ବ୍ର.ସଂ. ୫.୪୪) । ଦୁର୍ଗା ଏହି ସମଗ୍ର ଭୌତିକ ଜଗତର ଅଧୀକ୍ଷକ ଦେବୀ । ସବୁକିଛି ତାଙ୍କ ଅଧୀନରେ, ତାଙ୍କ ଅଧୀନରେ ଚାଲିଛି । ପ୍ରକୃତି, ପ୍ରକୃତି ହେଉଛି ଶକ୍ତି । ଶକ୍ତି ନାରୀ ଭାବରେ ଗ୍ରହଣ କରାଯାଏ । ଏହି ଭୌତିକବାଦୀ ବ୍ୟକ୍ତିବିଶେଷଙ୍କ ପରି ସେମାନେ ମଧ୍ୟ କିଛି ଶକ୍ତି ଅଧୀନରେ କାର୍ଯ୍ୟ କରୁଛନ୍ତି । ସେହି ଶକ୍ତି କ’ଣ? ଯୌନ ଜୀବନ । ଖାଲି ସେତିକି। ସେମାନେ ଏତେ କଷ୍ଟ ଦେଉଛନ୍ତି: "ଓଃ, ରାତିରେ ମୁଁ ଯୌନ ଜୀବନ ଯାପନ କରିବି ।" ଖାଲି ସେତିକି। ତାହା ହେଉଛି ଶକ୍ତି । ୟନ୍ ମୈଥୁନାଦି-ଗୃହମେଦି-ସୁଖଂ ହି ତୁଚ୍ଛଂ (ଭା. ୭.୯.୪୫)। ସେମାନଙ୍କର ଜୀବନ ଲିଙ୍ଗ ଉପରେ ଆଧାରିତ । ଖାଲି ସେତିକି। ସମସ୍ତେ ଏତେ ପରିଶ୍ରମ କରୁଛନ୍ତି, ଶେଷ ଯୌନ ସମ୍ବନ୍ଧରେ । ଖାଲି ଏତିକି। ଏହା ହେଉଛି ଭୌତିକ ଜୀବନ । ତେଣୁ ଶକ୍ତି । ଭୌତିକ ଶକ୍ତି ଅର୍ଥ ହେଉଛି ଯୌନ ସମ୍ପର୍କ । ତେଣୁ ତାହା ହେଉଛି ଶକ୍ତି । ଯଦି କାରଖାନାରେ କାମ କରୁଥିବା ଜଣେ ବ୍ୟକ୍ତି, ଯଦି ତୁମେ ଯୌନ ଜୀବନ ବନ୍ଦ କର, ସେ କାମ କରିପାରିବ ନାହିଁ । ଏବଂ ଯେତେବେଳେ ସେ ଯୌନ ଜୀବନକୁ ଉପଭୋଗ କରିବାକୁ ଅସମର୍ଥ, ସେତେବେଳେ ସେ ମଦ୍ୟପାନ କରନ୍ତି । ଏହା ହେଉଛି ଭୌତିକ ଜୀବନ । ତେଣୁ ଶକ୍ତି ସେଠାରେ ରହିବା ଆବଶ୍ୟକ । ଭୌତିକ ଜଗତରେ ଶକ୍ତି ହେଉଛି ଯୌନ ସମ୍ପର୍କ, ଏବଂ ଆଧ୍ୟାତ୍ମିକ ଜଗତରେ ଶକ୍ତି ହେଉଛି ପ୍ରେମ । ଏଠାରେ ପ୍ରେମ ଯୌନ ସମ୍ବନ୍ଧରେ ଭୁଲ ଭାବରେ ଉପସ୍ଥାପିତ ହୋଇଛି । ତାହା ପ୍ରେମ ନୁହେଁ; ତାହା ହେଉଛି କାମ-ବାସନା । ପ୍ରେମ କେବଳ କୃଷ୍ଣଙ୍କ ସହିତ ସମ୍ଭବ, ଅନ୍ୟ କେଉଁଠାରେ ନାହିଁ । ଅନ୍ୟ କେଉଁଠାରେ ପ୍ରେମ ସମ୍ଭବ ନୁହେଁ । ତାହା ହେଉଛି ପ୍ରେମର ଭୁଲ ଉପସ୍ଥାପନା । ତାହା ହେଉଛି କାମ-ବାସନା । ତେଣୁ ପ୍ରେମ ଏବଂ କାମ-ବାସନା । ପ୍ରେମ ହେଉଛି ଯୋଗମାୟା, ଏବଂ କାମ-ବାସନା ହେଉଛି ମହାମାୟା । ଖାଲି ଏତିକି। କଣ ଏହା ଠିକ୍ ଅଛି କି?