OR/Prabhupada 0497 - ସମସ୍ତେ ନ ମରିବାକୁ ଚେଷ୍ଟା କରୁଛନ୍ତି



Lecture on BG 2.15 -- Hyderabad, November 21, 1972

ଏଠାରେ, ଏହି ଭୌତିକ ଜଗତରେ, ଆମକୁ ମୃତତ୍ୱରେ ରଖାଯାଇଛି, ଜନ୍ମ, ମୃତ୍ୟୁ, ବୃଦ୍ଧାବସ୍ଥା ଏବଂ ରୋଗରେ ପୀଡିତ । କିନ୍ତୁ ଅନ୍ୟ ଏକ ସ୍ଥିତି ଅଛି ଯେଉଁଠାରେ ଜନ୍ମ, ମୃତ୍ୟୁ, ବୃଦ୍ଧାବସ୍ଥା ଏବଂ ରୋଗ ନାହିଁ । ତେବେ କେଉଁ ସ୍ଥିତିକୁ ଆମେ ପସନ୍ଦ କରିବା ଉଚିତ - ଜନ୍ମ, ମୃତ୍ୟୁ, ବୃଦ୍ଧାବସ୍ଥା ଏବଂ ରୋଗ, ଜନ୍ମ ନାହିଁ, ମୃତ୍ୟୁ ନାହିଁ, ବୃଦ୍ଧାବସ୍ଥା ନାହିଁ, ରୋଗ ନାହିଁ? କେଉଁଟି ଆମକୁ ପସନ୍ଦ କରିବା ଉଚିତ୍? ହୁଁ...? ମୁଁ ଭାବୁଛି ଆମକୁ ଜନ୍ମ, ମୃତ୍ୟୁ, ବୃଦ୍ଧାବସ୍ଥା, ରୋଗ ପସନ୍ଦ କରିବା ଉଚିତ୍ ନୁହେଁ । ତେଣୁ ଏହାକୁ ଅମୃତତ୍ୱ କୁହାଯାଏ । ତେଣୁ ଅମୃତତ୍ଵାୟ କଳ୍ପତେ (ଭ.ଗୀ. ୨.୧୫)। ଅମୃତ... ଯେପରି ଆମେ, ଆମର ମୂଳ, ସାମ୍ବିଧାନିକ ସ୍ଥିତିରେ, ଆମେ ଜନ୍ମ, ମୃତ୍ୟୁ, ବୃଦ୍ଧାବସ୍ଥା ଏବଂ ରୋଗର ଶିକାର ହେବା ଉଚିତନୁହଁ । ଯେପରି କୃଷ୍ଣ ହେଉଛନ୍ତି ସତ-ଚିତ-ଆନନ୍ଦ-ବିଗ୍ରହ(ବ୍ର.ସଂ. ୫.୧), ଅନନ୍ତ, ସୁଖୀ, ଜ୍ଞାନବାନ, ସମାନ ଭାବରେ, ଆମେ, କୃଷ୍ଣଙ୍କର ଅଂଶବିଶେଷ ହୋଇଥିବା ଯୋଗୁଁ, ଆମେ ମଧ୍ୟ ସମାନ ଗୁଣର । ... ଆମେ ଜନ୍ମ, ମୃତ୍ୟୁ, ବୃଦ୍ଧାବସ୍ଥା ଏବଂ ରୋଗର ଏହି ସ୍ଥିତିକୁ ଗ୍ରହଣ କରିଛୁ, ଏହି ଭୌତିକ ଜଗତ ସହିତ ଆମର ସହଭାଗିତା ଯୋଗୁଁ । ବର୍ତ୍ତମାନ, ସମସ୍ତେ ନ ମରିବାକୁ ଚେଷ୍ଟା କରୁଛନ୍ତି, ସମସ୍ତେ ବୃଦ୍ଧ ନହେବାକୁ ଚେଷ୍ଟା କରୁଛନ୍ତି, ସମସ୍ତେ ମୃତ୍ୟୁକୁ ନ ଭେଟିବାକୁ ଚେଷ୍ଟା କରୁଛନ୍ତି । ଏହା ସ୍ୱାଭାବିକ । କାରଣ, ପ୍ରକୃତି ଅନୁସାରେ, ଆମେ ଏହି ଜିନିଷଗୁଡ଼ିକର ଅଧୀନ ନୁହଁ, ତେଣୁ ଆମର ପ୍ରୟାସ, ଆମର କାର୍ଯ୍ୟକଳାପ, ସଂଘର୍ଷ କରୁଛି, କିପରି ମୃତ୍ୟୁହୀନ, ଜନ୍ମହୀନ, ରୋଗହୀନ ହୋଇଯିବେ । ତାହା ହେଉଛି ଅସ୍ତିତ୍ୱ ପାଇଁ ସଂଗ୍ରାମ ।

ତେଣୁ ଏଠାରେ, ଭଗବଦ୍-ଗୀତା ଆପଣଙ୍କୁ ଏକ ସୁନ୍ଦର ସୂତ୍ର ଦେଇଥାଏ । ଯଂ ହି ନ ବ୍ୟଥୟନ୍ତ୍ୟେତେ ପୁରୁଷଂ ପୁରୁଷର୍ଷଭ (ଭ.ଗୀ. ୨.୧୫)। ଆତ୍ମାର ଏହି ସ୍ଥାନାନ୍ତରଣ, ଯାହା ଦ୍ୱାରା ଏହା ପୀଡିତ ହୁଏ ନାହିଁ, ର୍ଧୀରସ୍ତତ୍ର ନ ମୁହ୍ୟତି (ଭ.ଗୀ. ୨.୧୩), ଯିଏ ବୁଝନ୍ତି... ଧରାଯାଉ ମୋ ବାପା ମରିଗଲେ, ଯଦି ମୁଁ ତାହା ସ୍ପଷ୍ଟ ବୁଝିପାରୁଛି । "ମୋ ବାପା ମରି ନାହାଁନ୍ତି। ସେ ଶରୀର ପରିବର୍ତ୍ତନ କରିଛନ୍ତି। ସେ ଅନ୍ୟ ଶରୀରକୁ ଗ୍ରହଣ କରିଛନ୍ତି।" ତାହା ହେଉଛି ସତ୍ୟ । ଯେପରି ଆମ ଶୋଇବା ଅବସ୍ଥାରେ, ସ୍ୱପ୍ନ ଦେଖୁଥିବା ଅବସ୍ଥାରେ, ମୋର ଶରୀର ବିଛଣା ଉପରେ ପଡ଼ିଛି, କିନ୍ତୁ ସ୍ୱପ୍ନରେ ମୁଁ ଅନ୍ୟ ଏକ ଶରୀର ସୃଷ୍ଟି କରେ । ଏବଂ ଯାଏ, କୁହ, ହଜାରେ ମାଇଲ ଦୂରରେ ଏକ ଭିନ୍ନ ସ୍ଥାନରେ । ଯେହେତୁ ତୁମେ ଦୈନନ୍ଦିନ ଅଭିଜ୍ଞତା ପାଇଛ, ସେଇ ସମାନ ଭାବରେ, ସ୍ଥୁଳ ଶରୀର ବନ୍ଦ ହୋଇଗଲା, ମୁଁ, ଆତ୍ମା ​​ଭାବରେ, ମୁଁ ବନ୍ଦ କରେ ନାହିଁ । ମୁ କମ କରେ। ମୋର ମନ ମୋତେ ବହନ କରେ । ମୋର ମନ ସକ୍ରିୟ, ମୋର ବୁଦ୍ଧି ସକ୍ରିୟ । ଲୋକମାନେ ଜାଣନ୍ତି ନାହିଁ ଯେ ମନ, ବୁଦ୍ଧି ଏବଂ ଅହଙ୍କାରରେ ନିର୍ମିତ ଆଉ ଏକ ସୂକ୍ଷ୍ମ ଶରୀର ଅଛି । ତାହା ମୋତେ ଅନ୍ୟ ଏକ ସ୍ଥୁଳ ଶରୀରକୁ ନେଇଯାଏ । ଏହାକୁ ପ୍ରାଣର ସ୍ଥାନାନ୍ତରଣ କୁହାଯାଏ ।

ତେଣୁ ଯିଏ ଜାଣେ ଯେ ଆତ୍ମା ​​ଅନନ୍ତ, ମୃତ୍ୟୁହୀନ, ଜନ୍ମହୀନ, ସର୍ବଦା ନୂତନ, ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ । ନିତ୍ୟଃ ଶାଶ୍ୱତଃ ଅୟଂ ପୁରାଣ (ଭ.ଗୀ. ୨.୨୦) । ପୁରାଣ ର ଅର୍ଥ ବହୁତ ପୁରୁଣା । ଆମେ ଜାଣୁନାହୁଁ ଆମର ବୟସ କେତେ, କାରଣ ଆମେ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ସ୍ଥାନାନ୍ତର କରୁଛୁ । ଆମେ ଏହା କେବେ ଆରମ୍ଭ କରିଛୁ ଜାଣିନାହୁଁ । ତେଣୁ, ପ୍ରକୃତରେ ଆମେ ବହୁତ ପୁରୁଣା, କିନ୍ତୁ, ସେହି ଏକା ସମୟରେ, ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ। ଯଦିଓ ବହୁତ ପୁରୁଣା ... ଠିକ୍ ଯେପରି କୃଷ୍ଣ ଆଦି-ପୁରୁଷ, ମୂଳ ବ୍ୟକ୍ତି । ତଥାପି, କୃଷ୍ଣଙ୍କୁ ଆପଣ ସର୍ବଦା ଷୋହଳରୁ କୋଡ଼ିଏ ବର୍ଷ ବୟସର ଯୁବକ ପାଇବେ । ତୁମେ କଦାପି କୃଷ୍ଣଙ୍କର ଚିତ୍ରକୁ ପୁରୁଣା ପାଇବ ନାହିଁ । ନଵ-ଯୌବନ । କୃଷ୍ଣ ସର୍ବଦା ନବ-ଯୌବନ । ଅଦ୍ୱୈତଂ ଅଚ୍ୟୁତଂ ଅନାଦିଂ ଅନନ୍ତ-ରୂପଂ ଆଦ୍ୟଂ ପୁରାଣ-ପୁରୁଷଂ ନବ-ଯୌବନଂ (ବ୍ର.ସଂ. ୫.୩୩) । ଆଦ୍ୟଂ, ମୂଳ ବ୍ୟକ୍ତି, ଏବଂ ପୁରୁଣା; ସେହି ସମୟରେ, ସେ ସର୍ବଦା ଯୌବନ ଅବସ୍ଥାରେ ଥାଆନ୍ତି । ଆଦ୍ୟଂ ପୁରାଣ-ପୁରୁଷଂ ନବ-ଯୌବନଂ । ତେଣୁ ଯିଏ ଜାଣେ, ଆତ୍ମା ​​କିପରି ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ସ୍ଥାନାନ୍ତରିତ ହୁଏ, ର୍ଧୀରସ୍ତତ୍ର ନ ମୁହ୍ୟତି, ଯେଉଁମାନେ ଚତୁର, ଶିକ୍ଷିତ, ସେ ବିଚଳିତ ନୁହଁନ୍ତି ।

କୃଷ୍ଣଙ୍କର ଉଦ୍ଦେଶ୍ୟ, ଅର୍ଜୁନଙ୍କୁ ଏହି ସବୁ ଜିନିଷ ଶିଖାଇବା... କାରଣ ସେ ତାଙ୍କର ସମସ୍ତ ସମ୍ପର୍କୀୟ, ଭାଇମାନଙ୍କୁ ହତ୍ୟା କରି କିପରି ବଞ୍ଚିବେ ସେ ବିଷୟରେ ବହୁତ ବିବ୍ରତ ହୋଇଥିଲେ । ତେଣୁ କୃଷ୍ଣ ଦର୍ଶାଇବାକୁ ଚାହିଁଲେ ଯେ "ତୁମର ଭାଇ, ତୁମ ଦାଦା, ସେମାନେ ମରିବେ ନାହିଁ । ସେମାନେ କେବଳ ଶରୀରକୁ ସ୍ଥାନାନ୍ତର କରିବେ । ବାସାଂସି ଜୀର୍ଣାନି ଯଥା ବିହାୟ (ଭ.ଗୀ. ୨-୨୨) । ଯେପରି ଆମେ ଆମର ପୋଷାକ ବଦଳାଇଥାଉ, ସେହିପରି ଭାବରେ ଆମେ ମଧ୍ୟ ନିଜ ଶରୀରକୁ ପରିବର୍ତ୍ତନ କରୁ । ବିଳାପ କରିବାର କିଛି ନାହିଁ। " ଅନ୍ୟ ଏକ ସ୍ଥାନରେ, ଭଗବଦ୍-ଗୀତା, ତେଣୁ କୁହାଯାଏ, ବ୍ରହ୍ମ-ଭୁତା (ଭ.ଗୀ. ୧୮.୫୪) । ଯିଏ ବ୍ରହ୍ମଙ୍କୁ ବୁଝିଛି, "ପ୍ରସନ୍ନାତ୍ମା" ସେ ସର୍ବଦା ଆନନ୍ଦିତ । ସେ ଏହି ଭୌତିକ ଅବସ୍ଥା ଦ୍ୱାରା ବିଚଳିତ ନୁହଁନ୍ତି। " ତାହା ଏଠାରେ ଦର୍ଶାଯାଇଛି: ଯଂ ହି ନ ବ୍ୟଥୟନ୍ତ୍ୟେତେ । ଏହି ଭିନ୍ନ ପରିବର୍ତ୍ତନ, ପ୍ରକୃତି, ଶରୀର ଏବଂ ସବୁକିଛିର ଭିନ୍ନ ପରିବର୍ତ୍ତନ, ଏହି ସମସ୍ତ ଜିନିଷ ଦ୍ୱାରା ବ୍ୟଥିତ ହେବା ଉଚିତ୍ ନୁହେଁ । ଏଗୁଡ଼ିକ ବାହ୍ୟ । ଆମେ ଆତ୍ମା ​​​​। ଏହା ବାହ୍ୟ ଶରୀର, ବା ବାହ୍ୟ ପୋଷାକ । ତାହା ବଦଳୁଛି । ତେଣୁ ଯଦି ଆମେ ଭଲ ଭାବରେ ବୁଝିପାରୁ, ନ ବ୍ୟଥୟନ୍ତି, ଏବଂ ଆପଣ ଏହି ପରିବର୍ତ୍ତନଗୁଡିକ ଦ୍ୱାରା ବିଚଳିତ ନୁହଁନ୍ତି, ତାପରେ ସୋଽମୃତତ୍ୱାୟ କଲ୍ପତେ, ତା'ପରେ ସେ ଅଗ୍ରଗତି, ଆଧ୍ୟାତ୍ମିକ ପ୍ରଗତି କରୁଛନ୍ତି । ଏହାର ଅର୍ଥ ହେଉଛି, ଆଧ୍ୟାତ୍ମିକ ପ୍ରଗତିର ଅର୍ଥ ହେଉଛି, ସେ ଅବିନାଶୀ ଜୀବନ ଆଡ଼କୁ ଅଗ୍ରଗତି କରୁଛନ୍ତି । ଆଧ୍ୟାତ୍ମିକ ଜୀବନ ଅର୍ଥ ଅନନ୍ତ, ଜ୍ଞାନର ସୁଖମୟ ଜୀବନ । ତାହା ହେଉଛି ଆଧ୍ୟାତ୍ମିକ ଜୀବନ । "