OR/Prabhupada 0500 - ତୁମେ ଭୌତିକ ଦୁନିଆରେ ସ୍ଥାୟୀ ଭାବରେ ଖୁସି ରହି ପାରିବ ନାହିଁ



Lecture on BG 2.15 -- Hyderabad, November 21, 1972

ପ୍ରଭୁପାଦ: ତୁମେ ଯଦି ପ୍ରକୃତରେ ଖୁସି ଚାଁହ, ଆନନ୍ଦ, ତୁମେ ଯଦି ପ୍ରକୃତ ଭଲ ଚାହଁ, ତେବେ ତୁମେ କୃଷ୍ଣ ଭାବନା ଭାବିତ ହେବାକୁ ଚେଷ୍ଟା କର | ତାହା ତୁମକୁ ପ୍ରକୃତ ଖୁସି ଦେବ | ଅନ୍ୟଥା, ତୁମେ ଯଦି ଏଇ ଭୌତିକ ଅବସ୍ଥା ନେଇ ବତିବ୍ୟସ୍ତ ହେଉଥିବ,

ନାସତୋ ବିଦ୍ୟତେ ଭାବୋ
ନାଭାବୋ ବିଦ୍ୟତେ ସତଃ
ଉଭୟୋର୍ ଆପି ଦୃଷ୍ଟୋ ଽନ୍ତସ୍
ତ୍ବ ଅନୟୋସ୍ ତତ୍ତ୍ଵ-ଦର୍ଶୀଭିଃ
(ଭ.ଗୀ. ୨.୧୬)

ତତ୍ତ୍ଵ-ଦର୍ଶୀଭିଃ: ସେମାନେ ଯିଏ, ପରମ ସତ୍ୟକୁ ଦେଖିଛନ୍ତି, ଅଥବା ଯେଉଁମାନେ ପରମ ସତ୍ୟକୁ ଅନୁଭବ କରିଛନ୍ତି, ସେମାନେ ଏହି ନିଷ୍କର୍ଷ ଦେଇଛନ୍ତି ଯେ ବସ୍ତୁର ସ୍ଥାୟୀ ଅସ୍ଥିତ୍ୱ ନାହିଁ, ଆଉ ଆତ୍ମାର ବିନାଶ ନାହିଁ | ଏଇ ଦୁଇଟି ଜିନିଷ ବୁଝିବାକୁ ହେବ | ଅସତଃ | ଅସତଃ ଅର୍ଥ ଭୌତିକ | ନାସତୋ ବିଦ୍ୟତେ ଭାବୋ | ଅସତଃ, କିଛି ଭି ଅସତ... କିଛି ଭି ଏଇ ଭୌତିକ ସଂସାରରେ, ତାହା ଅସତ | ଅସତ ର ଅର୍ଥ ହେଲା ନ ରହିବା, ଅସ୍ଥାୟୀ | ତ ତୁମେ ସ୍ଥାୟୀ ଖୁସି ଏଇ ଅସ୍ଥାୟୀ ଦୁନିଆରେ କରି ପାରିବ ନାହିଁ | ଏହା ସମ୍ଭବ ନୁହଁ | କିନ୍ତୁ ସେମାନେ ଖୁସି ହେବାକୁ ଚେଷ୍ଟା କରୁଛନ୍ତି | କେତେ ଯୋଜନା, ଆୟୋଗ, ସବୁ କାଳ୍ପନିକ | କିନ୍ତୁ ପ୍ରକୃତରେ ଏଠି ଖୁସି ନାହିଁ | କେତେ ଆୟୋଗ | କିନ୍ତୁ ସେଠାରେ... ତତ୍ତ୍ଵ-ଦର୍ଶୀ, ସେମାନେ ଜାଣିଛନ୍ତି... ତତ୍ତ୍ଵ-ଦର୍ଶୀ, ଯିଏ ପରମ ସତ୍ୟକୁ ଦେଖିଛି ବା ଅନୁଭବ କରିଛି, ସିଏ ଜାଣିଛି ଯେ ଏଇ ଭୌତିକ ଦୁନିଆରେ ଖୁସି ମିଳି ପାରିବ ନାହିଁ | ଏହି ନିଷ୍କର୍ସ ନେବା ଦରକାର | ଏହା କେବଳ ମରୀଚିକା, ଯଦି ତୁମେ ଏଇ ଭୌତିକ ଦୁନିଆରେ ଖୁସି ହେବାକୁ ଚାଁହୁଛ | କିନ୍ତୁ ଲୋକ ମାନେ ଏତେ ମୂର୍ଖ ହୋଇ ଯାଇଛନ୍ତି, ବିଶେଷ କରି ଆଜି କାଲି , ସେମାନେ କେବଳ ଏଇ ଭୌତିକ ଦୁନିଆ ଉପରେ ଯୋଜନା କରୁଛନ୍ତି, ସେମାନେ କିପରି ଖୁସି ରହି ପାରିବେ | ମୁଁ ବ୍ୟବହାରିକ ରୂପରେ ଦେଖିଛି | ଆମ ଦେଶରେ କଣ? ଏହା ଭୌତିକ ସଭ୍ୟତାରୁ ବହୁତ ବହୁତ ଦୂରରେ | ଆମେରିକାରେ ଏତେ ଗୁଡିଏ ମୋଟର ଗାଡି ଅଛି | ପ୍ରତେକ ତୃତୀୟ ବା ଦ୍ଵିତୀୟ ବ୍ୟକ୍ତି ପାଖରେ ଗାଡି ଅଛି | ଆମେ ଗରିବ ଲୋକ, ଆମେ ସନ୍ୟାସୀ, ବ୍ରହ୍ମଚାରୀ | ତଥାପି, ପ୍ରତ୍ୟେକ ମନ୍ଦିରରେ ଅନ୍ତତଃ ଚାରୋଟି, ପାଞ୍ଚଟି ଗାଡି ଆମର ଅଛି | ପ୍ରତ୍ୟେକ ମନ୍ଦିରରେ | ବହୁତ ବଢିଆ ଗାଡି | ଏମିତିଆ ଗାଡି ଭାରତରେ ମନ୍ତ୍ରୀ ମାନେ ମଧ୍ୟ କଳ୍ପନା କରି ପାରିବେ ନାହିଁ | ତୁମେ ଦେଖି ପାରୁଛ? ସୁନ୍ଦର ସୁନ୍ଦର ଗାଡି | ତ ତାଙ୍କ ପାଖରେ ବହୁତ ଗାଡି ଅଛି | କିନ୍ତୁ ସମସ୍ୟା ଏହା ଯେ, ସେମାନେ ସବୁ ବେଳେ ରାସ୍ତା ତିଆରି କରିବାରେ ଲାଗିଛନ୍ତି, ଫ୍ଲାଏ-ବେ, ଗୋଟିଏ ପରେ ଗୋଟିଏ, ଗୋଟିଏ ପରେ ଗୋଟିଏ, ଗୋଟିଏ ପରେ... ଏହା ଏଇ ସ୍ଥରକୁ ଆସି ପହଞ୍ଚିଲାଣି, ଚାରି, ପାଞ୍ଚ | ଚାରି, ପାଞ୍ଚ ମହଲା ରାସ୍ତା | ତ ତୁମେ କିପରି ଖୁସି ରହି ପାରିବ? ତେଣୁ, ତତ୍ତ୍ଵ-ଦର୍ଶୀଭିଃ ନ ଅସତଃ | ତୁମେ ଭୌତିକ ଦୁନିଆରେ ସ୍ଥାୟୀ ଭାବରେ ଖୁସି ରହି ପାରିବ ନାହିଁ | ତାହା ସମ୍ଭବ ନୁହଁ | ତ ଏଠି ଖୁସି ରହିବା ପାଇଁ ନିଜର ସମୟ ଅପଚୟ କର ନାହିଁ | ଅନ୍ୟ ଏକ ଜାଗାରେ, ଏହା କୁହା ଯାଇଛି, ପଦଂ ପଦଂ ଯଦ ବିପଦଂ ନ ତେସାଂ (ଭା. ୧୦.୧୪.୫୮) | ସେଇ ସମାନ ଉଦାହରଣ ଦିଆ ଯାଇ ପାରିବ | ଆମେରିକାରେ କେତେ ଲକ୍ଷ ଲୋକ ଗାଡି ଦୁର୍ଘଟଣାରେ ମରୁଛନ୍ତି | କେତେ ଜଣ? ସଂଖ୍ୟା କେତେ? ତୁମେ ମନେ ରଖିନ?

ଶ୍ୟାମସୁନ୍ଦର: ମୋତେ ଲାଗୁଛି ଷାଠିଏ ହଜାର...

ଶ୍ୟାମସୁନ୍ଦର: ମୋତେ ଲାଗୁଛି ଷାଠିଏ ହଜାର... ପ୍ରଭୁପାଦ: ଷାଠିଏ ହଜାର? ନାଁ, ନାଁ | ଷାଠିଏ ରୁ ଅଧିକ... କେତେ ଯେ ଲୋକ ଗାଡି ଦୁର୍ଘଟଣାରେ ମରି ଯାଉଛନ୍ତି | ତ ଆମର କିଛି ଛାତ୍ର, କିଛି ମାସ ତଳେ, ଗାଡି ଦୁର୍ଘଟଣାରେ ସେମାନେ ମରିଗଲେ | ଆମେରିକାରେ ଗାଡି ଦୁର୍ଘଟଣାରେ ମାରିବା କିଛି ଆଶ୍ଚର୍ଯ୍ୟର କଥା ନୁହଁ | କାରଣ ଗାଡି ସବୁ, ମୋ କହିବାର ଅର୍ଥ ହେଲା, ସତୁରି ମାଇଲ, ଅଶି ମାଇଲ, ନବେ ମାଇଲ ଗତିରେ ଚାଲୁଛି, ଆଉ ନା କେବଳ ଗୋଟିଏ ମୋଟର ଗାଡି, ଗୋଟିଏ ପରେ ଗୋଟିଏ, ଶହ ଶହ | ଆଉ ଯଦି ଗୋଟିଏ ଟିକେ ଧୀର ହୋଇ ଗଲା, ସାଙ୍ଗେ ସାଙ୍ଗେ, "ଟକର ଟକ" | (ହସ)