OR/Prabhupada 0507 - ତୁମ ନିଜର ପ୍ରତ୍ୟକ୍ଷ ଅନୁଭୂତି ଦ୍ୱାରା ତୁମେ ଗଣନା କରିପାରିବ ନାହିଁ



Lecture on BG 2.18 -- London, August 24, 1973

ବର୍ତ୍ତମାନ ତୁମେ ଗୋଟିଏ ଦିନର ଗଣନା କରି ବ୍ରହ୍ମାଙ୍କ ଆୟୁ କେତେ ବୁଝିବାକୁ ଚେଷ୍ଟା କର | ତମର ସହସ୍ର-ଯୁଗ, ଆମର ଚାରିଟା ଯୁଗ ଅଛି, ସତ୍ୟ, ତ୍ରେତା, ଦ୍ୱାପର, କଳି - ଏହି ଚାରିଟା କୁହାଯାଏ ... ଏହି ଗଣନା ହେଉଛି ୪୩ ଲକ୍ଷ ବର୍ଷ | ତାହା ଚାରି ଯୁଗର ସମିଶ୍ରଣ | ଅଠର, ବାର, ଆଠ ଆଉ ଚାରି | କେତେ ଏହା ଆସୁଛି? ଅଠର ଆଉ ବାର? ତିରିଶ, ଆଉ ତାପରେ ଆଠ, ଅଠତିରିଶ ତାପରେ ଚାରି | ଏହା ମୋଟାମୋଟି ହିସାବ | ବୟାଳିଶ, ତେୟାଳିଶ | ସହସ୍ର ୟୁଗ-ପର୍ୟନ୍ତମ୍ | ତ ଏତେ ଗୁଡ଼ାଏ ବର୍ଷ | ସହସ୍ର ୟୁଗ-ପର୍ୟନ୍ତମ୍ ଅହଃ | ଅହଃ ଅର୍ଥ ଦିନ | ସହସ୍ର ୟୁଗ-ପର୍ୟନ୍ତମ୍ ଅହର ୟଦ ବ୍ରହ୍ମାଣୋ ବିଦୁଃ (ଭ.ଗୀ. ୮.୧୭)| ଏହା ବ୍ରହ୍ମାଙ୍କ ଗୋଟିଏ ଦିନ | ଗୋଟିଏ ଦିନ ଅର୍ଥ ସକାଳୁ ସନ୍ଧ୍ୟା ଯାଏଁ | ୪୩ ଲକ୍ଷ ବର୍ଷ ତୁମ ଗଣନା ଅନୁସାରେ | ସେଥିପାଇଁ ଏଇ ସବୁ କଥା ଶାସ୍ତ୍ର ମାଧ୍ୟମରେ ବଝିବା ଦରକାର | ଅନ୍ୟଥା, ତୁମର ଜ୍ଞାନ ନାହିଁ | ତୁମେ ଗଣନା କରି ପାରିବ ନାହିଁ | ତୁମେ ବ୍ରହ୍ମାଙ୍କ ପାଖକୁ ଯାଇ ପାରିବ ନାହିଁ, ତୁମେ ତ ଚନ୍ଦ୍ର ଗ୍ରହକୁ ମଧ୍ୟ ଯାଇ ପାରିବ ନାହିଁ | ଆଉ ବ୍ରହ୍ମଲୋକ କଥା କଣ କହିବା ତାହା ଚରମ, ଏହି ବ୍ରହ୍ମାଣ୍ଡର ସବୁଠାରୁ ଦୂରତମ ଭାଗ | ତ ତୁମର ପ୍ରତ୍ୟକ୍ଷ ଅନୁଭବରେ, ତୁମେ ଗଣନା କରି ପାରିବ ନାହିଁ, ଆଉ ନା ତୁମେ ଯାଇ ପାରିବ | ସେମାନେ ଗଣନା କରନ୍ତି, ଆଧୁନିକ ବୈମାନିକ, ସେମାନେ ଗଣନା କରନ୍ତି, କି ସର୍ବୋଚ୍ଚ ଗ୍ରହକୁ ଯିବା ପାଇଁ, ଚାଳିଶି ହଜାର ବର୍ଷ ଲାଗିବ | ପ୍ରକାଶ ବର୍ଷ ହିସାବରେ ଗଲେ | ପ୍ରକାଶ ବର୍ଷ ପରି, ଆମ ପାଖରେ ଗଣନା ଅଛି |

ତ ଆମର ପ୍ରତ୍ୟେକ୍ଷ ଉପଲବ୍ଧି ଦ୍ୱାରା ଆମେ ଗଣନା କରିପାରିବା ନାହିଁ, ଏପରିକି ଏହି ଭୌତିକ ସଂସାରରେ, ଆଉ ଆଧ୍ୟାତ୍ମିକ ଦୁନିଆ କଥା କଣ କହିବା | ନା... ପନ୍ଥାସ୍‌ ତୁ କୋଟି-ଶତ-ବତ୍ସର-ସମ୍ପ୍ରଗମ୍ୟୋ ବୟୋର ଅଥାପି ମନସୋ ମୁନି-ପୁଙ୍ଗବାନଂ (ବ୍ର.ସଂ ୫.୩୪) ମାନସିକ ଭାବରେ, ମୁନି-ପୁଙ୍ଗ ଅର୍ଥ ମାନସିକ ଅନୁମାନ | ତୁମେ ମାନସିକ ଅନୁମାନ କରି ଚାଲ, କିନ୍ତୁ ତୁମେ ଯଦିଓ ଅନେକ ଶହ ଆଉ ହଜାର ବର୍ଷଯାଏଁ କର, ଏହି ଗଣନା କରିବା ସମ୍ଭବ ନୁହଁ | ତୁମକୁ ଶାସ୍ତ୍ର ମାଧ୍ୟମରେ ଏହି ସତ୍ୟକୁ ଗ୍ରହଣ କରିବାକୁ ହେବ. ଅନ୍ୟଥା ଏହା ସମ୍ଭବ ନୁହଁ | ସେଥିପାଇଁ କୃଷ୍ଣ କହିଛନ୍ତି, ନିତ୍ୟସ୍ୟୋକ୍ତଃ ଶରୀର-ଉକ୍ତ| ଉକ୍ତ ଅର୍ଥ ଏହା କୁହାଯାଇ ଅଛି | ଏମିତି ନୁହଁ କି "ମୁଁ କୌଣସି ହଟ ଧର୍ମ ଉପସ୍ଥାପନା କରୁଛି", ଯଦିଓ ସେ ତାହା କରିପାରନ୍ତି | ସେ ପୂର୍ଣ୍ଣ ପୁରୁଷୋତ୍ତମ ଭଗବାନ ଅଟନ୍ତି | ଏହା ବିଧି ଅଟେ | ଯେଉଁ ପର୍ୟନ୍ତ ଉକ୍ତ ହୋଇନି, ଅଧିକାରୀ ଦ୍ୱାରା କୁହାଯାଇଛି, ପୂର୍ବ ଅଧିକାରୀ, ଆଚାର୍ଯ୍ୟ, ତୁମେ କିଛି କହିପାରିବ ନାହିଁ | ଏହାକୁ ପରମ୍ପରା କୁହାଯାଏ | ତୁମେ ତୁମ ବୁଦ୍ଧି ଦ୍ୱାରା ବୁଝିବାକୁ ଚେଷ୍ଟା କର, କିନ୍ତୁ ତୁମେ କିଛି ଯୋଡି ପାରିବ ନାହିଁ କିମ୍ବା ବଦଳାଇ ପାରିବ ନାହିଁ | ତାହା ସମ୍ଭବ ନୁହଁ | ସେଥିପାଇଁ ଏହାକୁ ନିତ୍ୟସ୍ୟୋକ୍ତ କୁହାଯାଏ | ଏହା କୁହା ଯାଇଅଛି, ନିଷ୍ପତି ନିଆ ସରିଛି, ତୁମେ ତର୍କ କରି ପାରିବ ନାହିଁ | ନିତ୍ୟଶ୍ୟୋକ୍ତାଃ ଶରିରୀଣଃ ଅନାସିନୋ ଽପ୍ରମେୟସ୍ୟ (ଭା.ଗୀ. ୨.୧୮), ଅକଳନୀୟ |