OR/Prabhupada 0508 - ଯେଉଁମାନେ ପଶୁ ହତ୍ୟାକାରୀ, ସେମାନଙ୍କର ମସ୍ତିଷ୍କ ପଥର ପରି



Lecture on BG 2.18 -- London, August 24, 1973

ବର୍ତ୍ତମାନ, ଏହି ଆତ୍ମା, ପୂର୍ବ ଶ୍ଳୋକରେ ଯେପରି ଆମେ ବୁଝିଲେ, ଅବିନାଶି ତୁ ତଦ୍ ବିଦ୍ଧି ଯେନ ସର୍ବମିଦଂ ତତମ୍ (Vanisource:BG 2.17 (1972)।ଭ.ଗୀ. ୨.୧୭) ଏହା ଆତ୍ମାର ମାପ ନୁହେଁ, କିନ୍ତୁ ପ୍ରାଣର ଶକ୍ତି ଯାହାକୁ ଆପଣ ମାପ କରିପାରିବେ । କିନ୍ତୁ ଆତ୍ମା ​​ନୁହେଁ । ଏହା ସମ୍ଭବ ନୁହେଁ । ଆତ୍ମା ​​ଏତେ ଛୋଟ ଯେ ଏହା ସମ୍ଭବ ନୁହେଁ । ତୁମର ମାପ କରିବାର କୌଣସି ମାଧ୍ୟମ ନାହିଁ, ଏବଂ ଯେହେତୁ ବର୍ତ୍ତମାନ ଆମର ଭୌତିକ ଇନ୍ଦ୍ରିୟ, ଏହା ସମ୍ଭବ ନୁହେଁ । ଆପଣ କେବଳ ଚେତନା ଦ୍ୱାରା ବୁଝି ପାରିବେ । ଠିକ୍ ଯେପରି ଯେତେବେଳେ ଚୈତନ୍ୟ ମହାପ୍ରଭୂ ଜଗନ୍ନାଥ ମନ୍ଦିରରେ ଚେତାଶୂନ୍ୟ ହୋଇଥିଲେ, ସର୍ବଭୌମ ଭଟ୍ଟାଚାର୍ଯ୍ୟ କୌଣସି ଚେତନା ନାହିଁ ବୋଲି ପରୀକ୍ଷା କରିଥିଲେ। ଏପରିକି ପେଟ ମଧ୍ୟ ଗତି କରୁନଥିଲା। ଯେତେବେଳେ ତୁମର ପ୍ରକୃତରେ ଚେତନା ଅଛି ଏବଂ ତୁମେ ନିଶ୍ୱାସ ନେଉଛ, ପେଟ ଗତି କରେ । କିନ୍ତୁ ଚୈତନ୍ୟ ମହାପ୍ରଭୂଙ୍କ ପେଟକୁ ସର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା। ଏହା ମଧ୍ୟ ଗତି କରୁନଥିଲା । ତେଣୁ ସେ ଭାବିଲେ ଯେ "ଏହି ସାନ୍ୟାସୀଙ୍କର ମୃତ୍ୟୁ ହୋଇଥାଇପାରେ।" କିନ୍ତୁ ସେ ପୁଣି ଚେଷ୍ଟା କଲେ। ସେ ଟିକିଏ ତୁଳା ଆଣି ତାଙ୍କ ନାକ ଆଗରେ ରଖିଲେ, ଏବଂ ଯେତେବେଳେ ସେ ଦେଖିଲେ ତୁଳା, ତନ୍ତୁଗୁଡ଼ିକ ଟିକିଏ ହଲିଲା, ସେତେବେଳେ ସେ ଆଶାବାଦୀ ହୋଇଗଲେ, ହଁ । ତେଣୁ ସବୁକିଛି ଏକ ଭିନ୍ନ ପ୍ରକାରର ଗଣନା, ମାପ ଅଛି । କିନ୍ତୁ ଏପର୍ଯ୍ୟନ୍ତ ଆତ୍ମା ​​ବିଷୟରେ, ଏଠାରେ କୁହାଯାଇଛି, ଅପ୍ରମେୟସ୍ୟ, ମାପର କୌଣସି ସାଧନ ନାହିଁ । କୌଣସି ସାଧନ ନାହିଁ । ତେଣୁ ତଥାକଥିତ ଭୌତିକବାଦୀ ବିଜ୍ଞାନ, ସେମାନେ କୁହନ୍ତି ଆତ୍ମା ​​ନାହିଁ । ନା, ଆତ୍ମା ​​ଅଛି । ଏହା ହେଉଛି ପ୍ରମାଣ ଯେ ଆତ୍ମା ​​ଅଛି । ଏହା ହେଉଛି ପ୍ରମାଣ । ସେହି ପ୍ରମାଣ କ'ଣ? ସର୍ବପ୍ରଥମେ ଚେତନା ଅଛି । ଏହା ହେଉଛି ପ୍ରମାଣ । କିନ୍ତୁ ତୁମେ ମାପ କରିପାରିବ ନାହିଁ । ସ୍ଥାନଟି ମଧ୍ୟ ନିରୁପିତ । ଆତ୍ମା ​​ହୃଦୟରେ ଅଛି । ଈଶ୍ୱରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି (ଭ.ଗୀ. ୧୮.୬୧)

ତେଣୁ ଆତ୍ମା ​​ହୃଦୟରେ ଏବଂ କୃଷ୍ଣ ମଧ୍ୟ ହୃଦୟରେ ଅଛନ୍ତି । କାରଣ ସେମାନେ ଦୁହେଁ ଏକାଠି ରୁହନ୍ତି । ତେଣୁ ସ୍ଥାନ ମଧ୍ୟ ନିରୁପିତ । ଆପଣ ଚେତନା ଦ୍ୱାରା ମଧ୍ୟ ଅନୁଭବ କରିପାରିବେ ଯେଉଁଠାରେ ଆତ୍ମାର ଅପସ୍ଥିତି, କିନ୍ତୁ ଯଦି ଆପଣ ପରୀକ୍ଷଣ ଦ୍ୱାରା ମାପିବାକୁ ଚାହାଁନ୍ତି, ତାହା ସମ୍ଭବ ନୁହେଁ । ତେଣୁ ଏହାକୁ ଅପ୍ରମେୟ କୁହାଯାଏ । ପ୍ରମେୟ ଅର୍ଥ ହେଉଛି ପ୍ରତ୍ୟକ୍ଷ ଧାରଣା । ମୁଁ ଦେଖିପାରୁଛି କିମ୍ବା ସ୍ପର୍ଶ କରିପାରିବି, ମୁଁ ସମ୍ଭାଳି ପାରିବି । ତେଣୁ ତାହା ହେଉଛି ... କୃଷ୍ଣ କହୁଛନ୍ତି, ଏହା ସମ୍ଭବ ନୁହେଁ । ଅପ୍ରମେୟ । ତା'ହେଲେ, ମୁଁ କିପରି ଗ୍ରହଣ କରିବି? ବର୍ତ୍ତମାନ କୃଷ୍ଣ କହୁଛନ୍ତି । ତେବେ ମୁଁ କିପରି କୃଷ୍ଣଙ୍କୁ ବିଶ୍ୱାସ କରିପାରିବି? କୃଷ୍ଣ କହୁଛନ୍ତି, ଉକ୍ତ୍ୱା ଏହା ପୂର୍ବରୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମାଧାନ ହୋଇସାରିଛି । ଉକ୍ତ୍ୱା । ଏହା ହେଉଛି ପରମ୍ପରା ସିଷ୍ଟମ୍ / ପ୍ରଣାଳୀ । କୃଷ୍ଣ ମଧ୍ୟ ଉକ୍ତ୍ୱା କହୁଛନ୍ତି । କୃଷ୍ଣ କୁହନ୍ତି ନାହିଁ ଯେ ମୁଁ କହୁଛି, ନା। ଉକ୍ତ୍ୱା, ବୈଦିକ ପ୍ରମାଣ ଅଛି । ଏହା କେଉଁଠାରେ ଅଛି? ଉପନିଷଦରେ ଅଛି । ଯେପରି,

ଵାଲାଗ୍ର-ଶତ-ଭାଗସ୍ୟ
ଶତଧା କଳ୍ପିତସ୍ୟ ଚ
ଭାଗୋ ଜୀଵଃ ସ ବିଜ୍ଞେୟଃ
ସ ଚାନନ୍ତ୍ୟାୟ କଳ୍ପତେ

ଏହା ଉପନିଷଦ, ଶ୍ଵେତାସ୍ୱତର ଉପନିଷଦରେ ଅଛି । ଏହାକୁ ବୈଦିକ ପ୍ରମାଣ କୁହାଯାଏ । ଅନ୍ୟଟିରେ, ଶ୍ରୀମଦ୍-ଭାଗବତମ୍ ରେ ଏହାର ପ୍ରମାଣ ଅଛି । ସେଇଟା କଣ? କେଶାଗ୍ର-ଶତ-ଭାଗସ୍ୟ ଶତଧା, ସଦୃଶଂ ଜୀଵଃ ସୁକ୍ଷ୍ମ (ଚ.ଚ. ମଧ୍ୟ ୧୯.୧୪୦) ସୁକ୍ଷ୍ମ, ବହୁତ ପତଳା । ଜୀଵଃ ସୁକ୍ଷ୍ମ-ସ୍ବରୂପ ଅୟଂ ସଂଖ୍ୟାତୀତଃ କଳ୍ପତେ। ଏହି ଜୀବ, ଗୋଟିଏ, ଦୁଇ, ତିନି, ଚାରି ନୁହେଁ - ଆପଣ ଗଣନା କରିପାରିବେ ନାହିଁ । ଅସଂଖ୍ୟ । ତେଣୁ ଏଗୁଡ଼ିକ ବୈଦିକ ସାହିତ୍ୟର ପ୍ରମାଣ । ତେଣୁ ଆମକୁ ଏହାକୁ ଗ୍ରହଣ କରିବାକୁ ପଡିବ । କୃଷ୍ଣ ଏହାକୁ ସମର୍ଥନ କରିଛନ୍ତି ଏବଂ ପ୍ରକୃତରେ ଆପଣ ମଧ୍ୟ ମାପ କରିପାରିବେ ନାହିଁ । କିନ୍ତୁ ଆମେ ପ୍ରମାଣ, ଆତ୍ମାର ଉପସ୍ଥିତି, ଆତ୍ମାର ଉପସ୍ଥିତି ପାଇଥାଉ । ତଥାପି, ଆମେ କିପରି କହିପାରିବା ଯେ ଆତ୍ମା ​​ନାହିଁ? ନା। ଏହା ମୂର୍ଖତା । ଏହି ମୂର୍ଖତାରେ ସମଗ୍ର ବିଶ୍ୱ ଚାଲିଛି । କେବଳ ବର୍ତ୍ତମାନ ନୁହେଁ, ପୂର୍ବରୁ ମଧ୍ୟ । ଯେମିତ ଚାରବାକ ମୁନିଙ୍କ ପରି ସେ ମଧ୍ୟ ନାସ୍ତିକ ଥିଲେ, ସେ ବିଶ୍ୱାସ କରିନଥିଲେ। ଭଗବାନ ବୁଦ୍ଧ ମଧ୍ୟ ସେପରି କହିଥିଲେ, କିନ୍ତୁ ସେ ପ୍ରତାରଣା କରିଥିଲେ। ସେ ସବୁକିଛି ଜାଣିଥିଲେ କାରଣ ସେ ଭଗବାନଙ୍କ ଅବତାର ଅଟନ୍ତି । କିନ୍ତୁ ତାଙ୍କୁ ଲୋକମାନଙ୍କୁ ସେହିଭଳି ପ୍ରତାରଣା କରିବାକୁ ପଡିଲା, କାରଣ ସେମାନେ ଯଥେଷ୍ଟ ବୁଦ୍ଧିମାନ ନୁହଁନ୍ତି । କାହିଁକି ବୁଦ୍ଧିମାନ ନୁହନ୍ତି? ସେମାନେ ପଶୁମାନଙ୍କର ହତ୍ୟାକାରୀ ହୋଇଥିବାରୁ ସେମାନେ ବୁଦ୍ଧି ହରାଇଲେ । କେଶବ ଧୃତ ବୁଦ୍ଧ-ଶରୀର ଜୟ ଜଗଦୀଶ ହରେ । ଯେଉଁମାନେ ପଶୁ ହତ୍ୟାକାରୀ, ସେମାନଙ୍କର ମସ୍ତିଷ୍କ ପଥର ପରି ନିର୍ବୋଧ । ସେମାନେ କୌଣସି ଜିନିଷ ବୁଝିପାରନ୍ତି ନାହିଁ । ତେଣୁ ମାଂସ ଖାଇବା ବନ୍ଦ କରାଯିବା ଉଚିତ୍ । ମସ୍ତିଷ୍କର ସୂକ୍ଷ୍ମ ଟିସୁକୁ ପୁନର୍ଜୀବିତ କରିବାକୁ, ସୂକ୍ଷ୍ମ ଜିନିଷ ବୁଝିବାକୁ, ଜଣେ ମାଂସ ଖାଇବା ତ୍ୟାଗ କରିବା ଦରକାର ।