OR/Prabhupada 0538 - ଆଇନର ଅର୍ଥ ହେଉଛି ରାଜ୍ୟ ଦେଇଥିବା ଶବ୍ଦ। ଆପଣ ଘରେ ଆଇନ ବନେଇ ପାରିବେ ନାହିଁ



Janmastami Lord Sri Krsna's Appearance Day Lecture -- London, August 21, 1973

ତେଣୁ କୃଷ୍ଣ ଆମକୁ ଶିକ୍ଷା ଦେବା ପାଇଁ ଅବତରିତ ହୁ଼ଅନ୍ତି | ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ (BG 4.7) | କୃଷ୍ଣ କୁହନ୍ତି, "ମୋର ପ୍ରିୟ ଅର୍ଜୁନ, ମୁଁ ଆସେ, ଯେତେବେଳେ ଧାର୍ମିକ ଜୀବନ ପ୍ରକ୍ରିୟାରେ ଅସଙ୍ଗତି ଦେଖା ଦିଏ । ଧର୍ମସ୍ୟ ଗ୍ଲାନିର୍ଭବତି | ଏବଂ ଧର୍ମ କ’ଣ? ଧର୍ମର ସରଳ ପରିଭାଷା ହେଉଛି ଧର୍ମଂ ତୁ ସାକ୍ଷାତ୍ ଭଗବଦ୍-ପ୍ରଣିତମ (SB 6.3.19) | ଏହା ହେଉଛି ଧର୍ମ। ଧର୍ମଂ ତୁ ସାକ୍ଷାତ୍ ଭଗବଦ୍-ପ୍ରଣିତମ (SB 6.3.19) | ଠିକ୍ ଯେପରି ଆଇନ ଅର୍ଥ କ’ଣ ? ଆଇନର ଅର୍ଥ ହେଉଛି ରାଜ୍ୟ ଦେଇଥିବା ଶବ୍ଦ। ଆପଣ ଘରେ ଆଇନ ବନେଇ ପାରିବେ ନାହିଁ | ତାହା ସମ୍ଭବ ନୁହେଁ | ସରକାର ଯାହା ବି ଦିଅନ୍ତି,ଯେ "ତୁମେ ଏହିପରି କାର୍ଯ୍ୟ କରିବା ଉଚିତ୍", ତାହା ହେଉଛି ଆଇନ। ସେହିଭଳି ଧର୍ମର ଅର୍ଥ ହେଉଛି ଭଗବାନ ଦେଇଥିବା ଦିଗ | ତାହା ହେଉଛି ଧର୍ମ। ସରଳ ପରିଭାଷା | ତୁମେ ଧର୍ମ ସୃଷ୍ଟି କର | ମୁଁ ଏହି ଧର୍ମ ସୃଷ୍ଟି କରିଛି, ଅନ୍ୟ ଜଣେ ଧର୍ମ ସୃଷ୍ଟି କରେ; ଏଗୁଡ଼ିକ ଧର୍ମ ନୁହେଁ | ତେଣୁ, ଯେଉଁଠାରେ ଭଗବଦ୍-ଗୀତା ଶେଷ ହୁଏ, ସେହି ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66), ଏହା ଧର୍ମ ଅଟେ - କୃଷ୍ଣଙ୍କୁ ଆତ୍ମସମର୍ପଣ କରିବା | ଅନ୍ୟ ଧର୍ମ, ସେମାନେ ଧର୍ମ ନୁହଁନ୍ତି | ଅନ୍ୟଥା, କୃଷ୍ଣ କାହିଁକି କୁହଁନ୍ତି ସର୍ବଧର୍ମାନ୍ ପରିତ୍ୟଜ୍ୟ: "ତ୍ୟାଗ କର"? ସେ କୁହଁନ୍ତି ଯେ ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ: "ମୁଁ ଧର୍ମର ନୀତି ପ୍ରତିଷ୍ଠା କରିବାକୁ ଅବତରିତ ହୋଇଛି।" ଏବଂ ଶେଷରେ ସେ କୁହନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ | ଏହାର ଅର୍ଥ ହେଉଛି ତଥାକଥିତ ଧର୍ମ ଯାହାକୁ ଆମେ ଉତ୍ପାଦନ କରିଛୁ, ମନୁଷ୍ୟକୃତ ଧର୍ମ, ସେମାନେ ଧର୍ମ ନୁହଁନ୍ତି | ଧର୍ମର ଅର୍ଥ ହେଉଛି ଭଗବାନ ଯାହା ଦେଇଛନ୍ତି | କିନ୍ତୁ ଭଗବାନ କ’ଣ ଏବଂ ତାଙ୍କ ଶଦ୍ଦ କ’ଣ ଆମେ ବୁଝି ପାରୁ ନାହିଁ | ତାହା ହେଉଛି ଆଧୁନିକ ସଭ୍ୟତାର ତ୍ରୁଟି | କିନ୍ତୁ ଆଦେଶ ଅଛି, ଭଗବାନ ଅଛନ୍ତି - ଆମେ ଗ୍ରହଣ କରିବୁ ନାହିଁ | ଶାନ୍ତିର ସମ୍ଭାବନା କେଉଁଠାରେ ଅଛି? ଆଦେଶ ଅଛି | କୃଷ୍ଣ କୁହଁନ୍ତି, ସର୍ବୋଚ୍ଚ, ଭଗବାନ ଉବାଚ | ବ୍ୟାସ ଦେବ ଲେଖିଛନ୍ତି ଭଗବାନ ଉବାଚ | ଜଣେ ଜାଣିବା ଉଚିତ୍ ଭଗବାନ କ'ଣ | ବ୍ୟାସଦେବ କୃଷ୍ଣ ଉବାଚ ଲେଖି ପାରିଥାନ୍ତେ | ନା। ସେ କୁହନ୍ତି ... ଯଦି ଆମେ କୃଷ୍ଣଙ୍କୁ ଭୂଲ ବୁଝୁ, ତେଣୁ ସେ ପ୍ରତ୍ୟେକ ଛନ୍ଦ, ପ୍ରତ୍ୟେକ ଶ୍ଳୋକରେ, ଶ୍ରୀ ଭଗବାନ ଉବାଚ ଲେଖିଛନ୍ତି | ତେଣୁ ଭଗବାନ ଅଛନ୍ତି | ଭଗବାନ କହୁଛନ୍ତି। ଭଗବାନ ସମସ୍ତ ଆଚାର୍ଯ୍ୟଙ୍କ ଦ୍ୱାରା ଗ୍ରହଣୀୟ | ରାମାନୁଜାଚାର୍ଯ୍ୟ, ମାଧବାଚାର୍ଯ୍ୟ, ବିଷ୍ଣୁ ସ୍ଵାମୀ | ସର୍ବଶେଷ, ଚୈତନ୍ୟ ମାହାପ୍ରଭୁ, ଶଙ୍କରାଚାର୍ଯ୍ୟ, ସେ ମଧ୍ୟ ସ୍ଵୀକାର କରନ୍ତି କୃଷ୍ଣ-ସ ଭଗବାନ ସ୍ଵୟଂ କୃଷ୍ଣ | ତେଣୁ ଆଧୁନିକ ଆଚାର୍ଯ୍ୟମାନଙ୍କର ରାୟ, ଏବଂ ଅତୀତରେ, ବ୍ୟାସଦେବ, ନାରଦ, ଅସିତ, ସମସ୍ତେ କୃଷ୍ଣଙ୍କୁ, ପରମ ପୁରୁଷ ଭଗବାନ ରୂପେ ଗ୍ରହଣ କରିଛନ୍ତି | ଅର୍ଜୁନ ଯିଏ କୃଷ୍ଣଙ୍କ ଠାରୁ ଶୁଣିଲେ, ଭଗବଦ୍ ଗୀତା ବୁଝିଲା ପରେ, ସେ କହିଲେ, ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ୍ ପୁରୁଷଂ ଆଧମ ଶାଶ୍ଵତଂ (BG 10.12) |

ତେଣୁ ସବୁକିଛି ଅଛି | ବିଶେଷକରି ଭାରତରେ, ଭଗବାନଙ୍କୁ ବୁଝିବା ପାଇଁ ଆମକୁ ଏତେ ସମ୍ପତ୍ତି ମିଳିଛି | ସରଳ ଜିନିଷ | ସବୁକିଛି ପ୍ରସ୍ତୁତ ଅଛି | କିନ୍ତୁ ଆମେ ଗ୍ରହଣ କରିବୁ ନାହିଁ | ତେବେ ଏପରି ରୋଗର ପ୍ରତିକାର କ’ଣ? ଆମେ ଶାନ୍ତି ଖୋଜୁଛୁ, କିନ୍ତୁ ପ୍ରକୃତରେ ଆମକୁ ଶାନ୍ତି ଦେଉଥିବା କିଛି ଗ୍ରହଣ କରିବୁ ନାହିଁ | ଏହା ଆମର ରୋଗ | ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ ଜାଗ୍ରତ କରିବାକୁ ଚେଷ୍ଟା କରୁଛି ସମସ୍ତଙ୍କ ହୃଦୟରେ ସୁପ୍ତ କୃଷ୍ଣ ଚେତନାକୁ | ଅନ୍ୟଥା, କିପରି ଏହି ଇଉରୋପୀୟ ଏବଂ ଆମେରିକୀୟ ଏବଂ ଅନ୍ୟ ଦେଶବାସୀ, ସେମାନେ ଚାରି କିମ୍ବା ପାଞ୍ଚ ବର୍ଷ ପୂର୍ବେ କୃଷ୍ଣଙ୍କ ବିଷୟରେ ଶୁଣି ନ ଥିଲେ, ସେମାନେ କିପରି କୃଷ୍ଣ ଚେତନାକୁ ଏତେ ଗମ୍ଭୀରତାର ସହ ନେଉଛନ୍ତି ? ସମସ୍ତଙ୍କ ହୃଦୟରେ କୃଷ୍ଣ ଚେତନା ଅଛି | ଏହାକୁ କେବଳ ଜାଗ୍ରତ କରିବାକୁ ପଡିବ | ତାହା ଚୈତନ୍ୟ-ଚରିତାମୃତରେ ବର୍ଣ୍ଣନା କରାଯାଇଛି:

ନିତ୍ୟ-ସିଦ୍ଧ କୃଷ୍ଣ-ଭକ୍ତି 'ସାଧ୍ୟ' କଭୁ ନୟ
ଶ୍ରବଣାଦି-ଶୁଦ୍ଧ-ଚିତ୍ତେ କରୟ ଉଦୟ
(CC Madhya 22.107)

ଏହା ଜାଗ୍ରତ ହୋଇଛି | କୃଷ୍ଣଙ୍କ ପାଇଁ ପ୍ରେମ, କୃଷ୍ଣଙ୍କ ପାଇଁ ଭକ୍ତି, ଅଛି, ସମସ୍ତଙ୍କ ହୃଦୟରେ ଅଛି, କିନ୍ତୁ ସେ ଭୁଲି ଯାଇଛନ୍ତି | ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ କେବଳ ସେହି କୃଷ୍ଣ ଚେତନାକୁ ଜାଗ୍ରତ କରିବା ପାଇଁ ଉଦ୍ଦିଷ୍ଟ | ଏହା ହେଉଛି ପ୍ରକ୍ରିୟା | ଯେପରି ତୁମେ ଶୋଇଛ, ତୁମର, ମୋତେ ଜୋରରେ ଡାକିବାକୁ ପଡିବ | "ଶ୍ରୀମାନ ଏପରି ଏବଂ ଏହିପରି, ଏହିପରି ଏବଂ ଏହିପରି, ଉଠ। ତୁମର ଏହି କାମ ଅଛି।" ଆପଣ ଶୋଇବା ସମୟରେ ଅନ୍ୟ କୌଣସି ଇନ୍ଦ୍ରିୟ କାର୍ଯ୍ୟ କରିବ ନାହିଁ | କିନ୍ତୁ କାନ କାର୍ଯ୍ୟ କରିବ | ସେଥିପାଇଁ, ଏହି ଯୁଗରେ, ଯେତେବେଳେ ଲୋକମାନେ ଏତେ ପତିତ ହୁଅନ୍ତି ସେମାନେ କିଛି ଶୁଣିବେ ନାହିଁ, ଯଦି ଆମେ ଏହି ହରେ କୃଷ୍ଣ ମାହା-ମନ୍ତ୍ର ଜପ କରୁ, ତେବେ ତାର କୃଷ୍ଣ ଚେତନାରେ ଜାଗ୍ରତ ହେବେ | ଏହା ବ୍ୟବହାରିକ ଅଟେ |