OR/Prabhupada 0542 - ଗୁରୁଙ୍କର ସେହି ଯୋଗ୍ୟତା କ’ଣ? ସମସ୍ତେ କିପରି ଗୁରୁ ହୋଇପାରିବେ?



Janmastami Lord Sri Krsna's Appearance Day Lecture -- London, August 21, 1973

ତେଣୁ କୃଷ୍ଣ କୁହଁନ୍ତି ଯେ ଆଚାର୍ଯ୍ୟଂ ମାମଂ ବୀଜାନିୟାନ: (SB 11.17.27) "ତୁମେ ଆଚାର୍ଯ୍ୟଙ୍କୁ ମୋ ଭଳି ଗ୍ରହଣ କର |" କାହିଁକି? ମୁଁ ଦେଖୁଛି ସେ ଜଣେ ପୁରୁଷ | ତାଙ୍କ ପୁଅମାନେ ତାଙ୍କୁ ପିତା ବୋଲି ଡାକନ୍ତି, କିମ୍ବା ସେ ଜଣେ ପୁରୁଷ ପରି ଦେଖାଯାଉଛନ୍ତି, ତେବେ ସେ କାହିଁକି ଭଗବାନଙ୍କ ପରି ଭଲ ହେବା ଉଚିତ୍? କାରଣ ଯେପରି ଭଗବାନ କୁହନ୍ତି ସେ ସେପରି କୁହନ୍ତି, ବାସ୍ | ତେଣୁ | ସେ କୌଣସି ପରିବର୍ତ୍ତନ କରନ୍ତି ନାହିଁ | ଯେପରି ଭଗବାନ କୁହନ୍ତି, କୃଷ୍ଣ କୁହନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66) | ଗୁରୁ କୁହନ୍ତି ଯେ ତୁମେ କୃଷ୍ଣ ବା ଭଗବାନଙ୍କ ନିକଟରେ ଆତ୍ମସମର୍ପଣ କର | ସମାନ ଶବ୍ଦ | ଭଗବାନ କୁହନ୍ତି ମନ୍ମନା ଭବ ମଦଭକ୍ତୋ ମଦ୍ ଯାଜୀ ମାଂ ନମସ୍କୁରୁ (BG 18.65) | ଗୁରୁ କହିଛନ୍ତି ଯେ ତୁମେ ସର୍ବଦା କୃଷ୍ଣଙ୍କ ବିଷୟରେ ଭାବ, ତୁମେ ତାଙ୍କ ନିକଟରେ ସମର୍ପଣ କର, ତୁମେ ତାଙ୍କୁ ପ୍ରାର୍ଥନା କର, ତୁମେ ତାଙ୍କର ଭକ୍ତ ହୁଅ | କୌଣସି ପରିବର୍ତ୍ତନ ନାହିଁ | କାରଣ ସେ କୁହନ୍ତି ସର୍ବୋଚ୍ଚ ବ୍ୟକ୍ତିତ୍ୱ ଯେପରି କୁହନ୍ତି, ତେଣୁ ସେ ଗୁରୁ ଅଟନ୍ତି | ଯଦିଓ ତୁମେ ଦେଖ ଯେ ତାଙ୍କର ଭୌତିକ ଜନ୍ମ ହୋଇଛି, ତାଙ୍କର ଆଚରଣ ଅନ୍ୟ ପୁରୁଷମାନଙ୍କ ପରି | କିନ୍ତୁ ଯେହେତୁ ସେ ବେଦରେ କଥିତ ସମାନ ସତ୍ୟ କୁହନ୍ତି, କିମ୍ଵା ପରମ ଭଗବାନଙ୍କ ଦ୍ଵାରା, ତେଣୁ ସେ ଗୁରୁ ଅଟନ୍ତି | କାରଣ ସେ ମନଇଛା କୌଣସି ପରିବର୍ତ୍ତନ କରନ୍ତି ନାହିଁ, ତେଣୁ ସେ ଗୁରୁ ଅଟନ୍ତି | ତାହା ହେଉଛି ପରିଭାଷା | ଏହା ବହୁତ ସରଳ | ଚୈତନ୍ୟ ମାହାପ୍ରଭୁ କହିଛନ୍ତି ସମସ୍ତେ ଗୁରୁ ହୁଅନ୍ତୁ | ସମସ୍ତେ | କାରଣ ଗୁରୁଙ୍କର ଆବଶ୍ୟକତା ଅଛି | ଦୁନିଆ ଦୁଷ୍ଟ ବ୍ୟକ୍ତିମାନଙ୍କ ଦ୍ଵାରା ପରିପୂର୍ଣ୍ଣ, ତେଣୁ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଏତେ ସଂଖ୍ୟକ ଗୁରୁଙ୍କର ଆବଶ୍ୟକତା ଅଛି | କିନ୍ତୁ ଗୁରୁଙ୍କର ସେହି ଯୋଗ୍ୟତା କ’ଣ? ସମସ୍ତେ କିପରି ଗୁରୁ ହୋଇପାରିବେ? ଏହା ହୁଏତ ପ୍ରଶ୍ନ, ପରବର୍ତ୍ତୀ ପ୍ରଶ୍ନ | କାରଣ ଚୈତନ୍ୟ ମାହାପ୍ରଭୁ କୁହନ୍ତି, ଆମାର ଅଜ୍ଞାୟ ଗୁରୁ ହୟା ତାର ଏଇ ଦେଶ (CC Madhya 7.128) | ଏଇ ଦେଶ ଅର୍ଥାତ୍ ତୁମେ ଯେଉଁଠାରେ ରୁହ, ତୁମେ ଜଣେ ଗୁରୁ ହୋଇ ସେମାନଙ୍କୁ ଉଦ୍ଧାର କର | ମନେକର ତୁମେ ଏକ ଛୋଟ ଜାଗାରେ ରହୁଛ, ତୁମେ ସେହି ଜାଗାର ଗୁରୁ ହୋଇ ସେମାନଙ୍କୁ ଉଦ୍ଧାର କରିପାରିବ | "ଏହା କିପରି ସମ୍ଭବ? ମୋର କୌଣସି ଶିକ୍ଷା ନାହିଁ, ମୋର କୌଣସି ଜ୍ଞାନ ନାହିଁ। ମୁଁ କିପରି ଗୁରୁ ହୋଇ ସେମାନଙ୍କୁ ଉଦ୍ଧାର କରିପାରିବି?" ଚୈତନ୍ୟ ମାହାପ୍ରଭୁ କହିଛନ୍ତି ଯେ ଏହା ଅଦୌ କଷ୍ଟକର ନୁହେଁ | ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ (CC Madhya 7.128) | ଏହା ହେଉଛି ତୁମର ଯୋଗ୍ୟତା | ଯଦି ତୁମେ କେବଳ କୃଷ୍ଣଙ୍କ ଦ୍ଵାରା ଦିଆଯାଇଥିବା ବାର୍ତ୍ତା ବିତରଣ କର, ତୁମେ ଗୁରୁ ହୋଇଯିବ | କୃଷ୍ଣ କହିଛନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66) | ତୁମେ ପ୍ରଚାର କର, ତୁମେ ସମସ୍ତଙ୍କୁ ଅନୁରୋଧ କର, "ମହାଶୟ, ତୁମେ କୃଷ୍ଣଙ୍କୁ ଆତ୍ମସମର୍ପଣ କର |" ତୁମେ ଗୁରୁ ହୋଇଯିବ | ବହୁତ ସରଳ ଜିନିଷ | କୃଷ୍ଣ କହିଛନ୍ତି, ମନ୍ମନା ଭବ ମଦଭକ୍ତୋ ମଦ୍ ଯାଜୀ ମାଂ ନମସ୍କୁରୁ (BG 18.65) | ତୁମେ କହୁଛ ଯେ "ତୁମେ କୃଷ୍ଣଙ୍କର ଭକ୍ତ ହୁଅ, ତୁମେ ପ୍ରଣାମ କର | ଏଠାରେ ଏକ ମନ୍ଦିର ଅଛି; ଏଠାରେ କୃଷ୍ଣ ଅଛନ୍ତି | ଦୟାକରି ଏଠାକୁ ଆସ | ତୁମେ ଦଣ୍ଡବତ ପ୍ରଣାମ କର, ଏବଂ ଯଦି ତୁମେ ଅର୍ପଣ କରିପାରିବ ପତ୍ରଂ ପୁଷ୍ପଂ ଫଳଂ ତୋୟଂ (BG 9.26) । ତୁମେ ଅର୍ପଣ କର ନାହିଁ... କିନ୍ତୁ ଏହା ବହୁତ ସରଳ କଥା। ଯେକେହି ଟିକିଏ ଫୁଲ, ଟିକିଏ ଫଳ, ଟିକିଏ ପାଣି ଦେଇ ପାରିବେ ।ଏହା ଅଦୌ କଷ୍ଟକର ନୁହେଁ |"

ତେଣୁ ଏହା ହେଉଛି ଗୁରୁଙ୍କର ଯୋଗ୍ୟତା | ଗୁରୁ କୌଣସି ଯାଦୁ ଦେଖାନ୍ତି ନାହିଁ କିମ୍ବା କିଛି ଅଦ୍ଭୁତ ଜିନିଷ ଉତ୍ପାଦନ କରନ୍ତି ନାହିଁ ତାପରେ ସେ ଗୁରୁ ହୁଅନ୍ତି | ତେବେ ପ୍ରକୃତରେ ମୁଁ ଏହା କରିସାରିଛି | ଲୋକମାନେ ମୋତେ ଶ୍ରେୟ ଦେଉଛନ୍ତି ଯେ ମୁଁ ଚମତ୍କାର କରିଛି, କିନ୍ତୁ ମୋର ଚମତ୍କାର ହେଉଛି ଯେ ମୁଁ ଚୈତନ୍ୟ ମାହାପ୍ରଭୁଙ୍କର ବାର୍ତ୍ତା ବହନ କରିଥିଲି: ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ (CC Madhya 7.128) | ତେଣୁ ଏହା ହେଉଛି ରହସ୍ୟ | ତେଣୁ ତୁମ ମଧ୍ୟରୁ କେହି, ତୁମେ ଗୁରୁ ହୋଇପାରିବ | ଏହା ନୁହେଁ ଯେ ମୁଁ ଜଣେ ଅସାଧାରଣ ବ୍ୟକ୍ତି, ଅସାଧାରଣ ଭଗବାନ, କିଛି ରହସ୍ୟମୟ ସ୍ଥାନରୁ ଆସିଛି | ତାହା ନୁହେଁ - ଏହା ବହୁତ ସରଳ କଥା |