OR/Prabhupada 0543 - ଏହା ନୁହେଁ ଯେ ତୁମେ ଗୁରୁ ହେବାର ଏକ ବିଶାଳ ପ୍ରଦର୍ଶନୀ କରିବାକୁ ପଡିବ



Janmastami Lord Sri Krsna's Appearance Day Lecture -- London, August 21, 1973

ଚୈତନ୍ୟ ମାହାପ୍ରଭୁ କୁହନ୍ତି ଯେ ଯାରେ ଦେଖେ ତାରେ କହ କୃଷ୍ଣ ଉପଦେଶ (CC Madhya 7.128) | ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି - ଦୟାକରି ଚୈତନ୍ୟ ମାହାପ୍ରଭୁଙ୍କର ନିର୍ଦ୍ଦେଶକୁ ଅନୁସରଣ କରନ୍ତୁ, ଯେ ଆପଣ ମଧ୍ୟ ନିଜ ଘରେ ଗୁରୁ ହୁଅନ୍ତୁ | ଏହା ନୁହେଁ ଯେ ତୁମେ ଗୁରୁ ହେବାର ଏକ ବିଶାଳ ପ୍ରଦର୍ଶନୀ କରିବାକୁ ପଡିବ | ପିତା ଗୁରୁ ହେବାକୁ ପଡିବ, ମାତା ଗୁରୁ ହେବାକୁ ପଡିବ | ବାସ୍ତବରେ, ଶାସ୍ତ୍ରରେ ଏହା କୁହାଯାଏ, ଜଣେ ପିତା ହେବା ଉଚିତ୍ ନୁହେଁ, ଜଣେ ମାତା ହେବା ଉଚିତ୍ ନୁହେଁ, ଯଦି ସେ ନିଜ ପିଲାମାନଙ୍କ ପାଇଁ ଗୁରୁ ନ ହୁଅନ୍ତି | ନ ମୋଚୟେଦ ଯଃ ସମୁପେତ-ମୃତ୍ୟମ | ଯଦି ଜଣେ ବ୍ୟକ୍ତି ନିଜ ସନ୍ତାନକୁ ଜନ୍ମ ଏବଂ ମୃତ୍ୟୁର କବଳରୁ ରକ୍ଷା କରିବାରେ ଅସମର୍ଥ, ତେବେ ସେ ପିତା ହେବା ଉଚିତ୍ ନୁହେଁ | ଏହା ପ୍ରକୃତ ଗର୍ଭନିରୋଧକ ପଦ୍ଧତି | ବିଲେଇ ଏବଂ କୁକୁର ପରି ଯୌନ ସମ୍ପର୍କ ନୁହେଁ, ଏବଂ ଯେତେବେଳେ ପିଲା ସେଠାରେ ଥାଆନ୍ତି ଏହାକୁ ହତ୍ୟା କରି ଗର୍ଭପାତ କରାନ୍ତି | ନା। ଏହା ହେଉଛି ସବୁଠାରୁ ବଡ ପାପପୂର୍ଣ୍ଣ କାର୍ଯ୍ୟକଳାପ | ପ୍ରକୃତ ଗର୍ଭନିରୋଧକ ପଦ୍ଧତି ହେଉଛି, ଯଦି ତୁମେ ତୁମର ପୁଅକୁ ଜନ୍ମ ଏବଂ ମୃତ୍ୟୁର କବଳରୁ ଉଦ୍ଧାର କରିବାରେ ଅସମର୍ଥ, ତେବେ ପିତା ହୁଅ ନାହିଁ | ତାହା ଆବଶ୍ୟକ | ପିତା ନ ସ ସ୍ୟାଜ ଜନନୀ ନ ସ୍ୟାତ ଗୁରୁ ନ ସ ସ୍ୟାତ ନ ମୋଚ୍ୟଦ୍ ଯଃ ସମୁପେତ-ମୃତ୍ୟମ | ଯଦି ତୁମେ ତୁମ ପିଲାମାନଙ୍କୁ ଜନ୍ମର କବଳରୁ ରକ୍ଷା କରିପାରିବ ନାହିଁ ...

ଏହା ସମ୍ପୂର୍ଣ୍ଣ ବୈଦିକ ସାହିତ୍ୟ | ପୁନର୍ଜନ୍ମ ଜୟାୟଃ | ପରବର୍ତ୍ତୀ ଜନ୍ମ, ପରବର୍ତ୍ତୀ ଭୌତକ ଜନ୍ମ ଉପରେ କିପରି ଜୟ କରିବେ, ସେମାନେ ଜାଣନ୍ତି ନାହିଁ | ମୂର୍ଖ ବ୍ୟକ୍ତିମାନେ ସେମାନେ ବୈଦିକ ସଂସ୍କୃତି ଭୁଲିଗଲେ, ବୈଦିକ ସଂସ୍କୃତି କ’ଣ | ପରବର୍ତ୍ତୀ ଜନ୍ମ ଉପରେ ବୈଦିକ ସଂସ୍କୃତି ଜିତିବା, ବାସ୍ | କିନ୍ତୁ ପରବର୍ତ୍ତୀ ଜନ୍ମରେ ସେମାନେ ବିଶ୍ୱାସ କରନ୍ତି ନାହିଁ | ଅନେଶ୍ଵତ ପ୍ରତିଶତ ଲୋକ, ସେମାନେ ବୈଦିକ ସଂସ୍କୃତିରୁ ଏତେ ତଳକୁ ଖସି ଆସିଛନ୍ତି। ଭଗବଦ୍-ଗୀତାରେ ମଧ୍ୟ ସମାନ ଦର୍ଶନ ଅଛି | ତ୍ୟକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି ମାମେତି କୌନ୍ତେୟ (BG 4.9) | ଏହା ହେଉଛି ବୈଦିକ ସଂସ୍କୃତି | ବୈଦିକ ସଂସ୍କୃତିର ଅର୍ଥ ହେଉଛି, ବିବର୍ତ୍ତନ ପ୍ରକ୍ରିୟା ଦ୍ୱାରା ଆମେ ଏହି ମାନବ ଜୀବନର ରୂପକୁ ଆସିବା | ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ପ୍ରାଣର ସ୍ଥାନାନ୍ତରଣ ବନ୍ଦ କରିବାର ସୁଯୋଗ ଏଠାରେ ଅଛି | ତଥା ଦେହାନ୍ତର ପ୍ରାପ୍ତିର୍, ଏବଂ ଆପଣ ଜାଣି ନାହାଁନ୍ତି ମୁଁ କେଉଁ ପ୍ରକାର ଶରୀର ପାଇବାକୁ ଯାଉଛି | ଏହି ଶରୀର ପ୍ରଧାନମନ୍ତ୍ରୀ ହୋଇପାରେ, କିମ୍ବା କିଛି, ଏବଂ ପରବର୍ତ୍ତୀ ଶରୀର ପ୍ରକୃତିର ନିୟମ ଅନୁଯାୟୀ କୁକୁର ହୋଇପାରେ |

ପ୍ରକୃତେଃ କ୍ରୟମାଣାନି
ଗୁଣୈଃ କର୍ମାଣି ସର୍ବଶଃ
ଅହଙ୍କାର ବିମୂଢ଼ାତ୍ମା
କର୍ତ୍ତାହମ (ଇତି ମନ୍ୟତେ)
(BG 3.27)

ସେମାନେ ଜାଣନ୍ତି ନାହିଁ | ସେମାନେ ଏହି ସଂସ୍କୃତିକୁ ଭୁଲି ଯାଇଛନ୍ତି | ପଶୁମାନଙ୍କ ପରି ଶରୀରର ଏହି ମାନବ ରୂପକୁ ଅପବ୍ୟବହାର କରିବା, ଖାଇବା, ଶୋଇବା, ମିଳନ ଏବଂ ରକ୍ଷା କରିବା | ଏହା ସଭ୍ୟତା ନୁହେଁ | ସଭ୍ୟତା ହେଉଛି ପୁନର୍ଜନ୍ମ ଜୟାୟଃ , ପରବର୍ତ୍ତୀ ଭୌତିକ ଜନ୍ମ ଉପରେ କିପରି ଜୟ କରିବେ | ତାହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ | ତେଣୁ ଆମେ ଅନେକ ସାହିତ୍ୟ ଉପସ୍ଥାପନ କରୁଛୁ | ଏହା ସମଗ୍ର ବିଶ୍ୱରେ ଗ୍ରହଣୀୟ, ଶିକ୍ଷିତମାନଙ୍କ ମଧ୍ୟରେ | ଏହି ଆନ୍ଦୋଳନର ଲାଭ ଉଠାନ୍ତୁ | ଆମେ ଖୋଲିବାକୁ ଚେଷ୍ଟା କରିଛୁ, ଏଠାରେ ଏକ କେନ୍ଦ୍ର ଖୋଲିବାକୁ ଆମର ନମ୍ର ପ୍ରୟାସ | ଆମ ପ୍ରତି ଈର୍ଷା କର ନାହିଁ। ଦୟାକରି ଆମ ଉପରେ ଦୟା କର। ଆମେ ..., ଆମର ନମ୍ର ପ୍ରୟାସ | ଏବଂ ଏହାର ଲାଭ ଉଠାନ୍ତୁ | ତାହା ହେଉଛି ଆମର ଅନୁରୋଧ |

ଆପଣଙ୍କୁ ଅନେକ ଧନ୍ୟବାଦ।