OR/Prabhupada 0661 - ଏହି ବାଳକମାନଙ୍କ ଠାରୁ କେହି ଭଲ ଧ୍ୟାନୀ ନାହାଁନ୍ତି । ସେମାନେ କେବଳ କୃଷ୍ଣଙ୍କ ଉପରେ ଧ୍ୟାନ କରନ୍ତି



Lecture on BG 6.13-15 -- Los Angeles, February 16, 1969

ଜଣେ ମୋ ଉପରେ ଧ୍ୟାନ କରିବା ଉଚିତ୍ । ଏବଂ ପରିଶେଷରେ, ଧ୍ୟାନ କେଉଁଠାରେ ଅଛି । ଶୂନ୍ୟରେ ନାହିଁ । କେବଳ ବିଷ୍ଣୁଙ୍କ ଉପରେ, ଏହି ବିଷ୍ଣୁ ରୂପ । ତାହାକୁ ସାଂଖ୍ୟ ଯୋଗ କୁହାଯାଏ ।

ଏହି ସାଂଖ୍ୟ ଯୋଗ ପ୍ରଥମେ କପିଳଦେବଙ୍କ ଦ୍ଵାରା ଅଭ୍ୟାସ କରାଯାଇଥିଲି । ସେ ହେଉଛନ୍ତି ଭଗବାନ, କୃଷ୍ଣଙ୍କର ଅବତାର । ତେବେ ଏହା ହେଉଛି ଯୋଗର ରହସ୍ୟ । ଯେ ଏହି, ମୋ କହିବାର ଅର୍ଥ ହେଲା, ବସିବାର ପ୍ରକ୍ରିୟା, ଏବଂ ନାକର ଅଗ୍ର ଭାଗକୁ ଦେଖିବା ଏବଂ ସିଧା ବସିବା, ଏହିସବୁ, ମୋର କହିବାର ଅର୍ଥ ହେଲା, ଅର୍ଥାତ୍, ତୁମକୁ ବିଷ୍ଣୁଙ୍କର ରୂପ ଉପରେ ଧ୍ୟାନ କେନ୍ଦ୍ରିଭୂତ କରିବା ପାଇଁ ସାହାର୍ଯ୍ୟ କରିବ, କିମ୍ଵା କୃଷ୍ଣ । ଜଣେ ମୋ ଉପରେ ଧ୍ୟାନ କରିବା ଉଚିତ୍ । ଏହି ଧ୍ୟାନ ଅର୍ଥାତ୍ କୃଷ୍ଣଙ୍କ ଉପରେ ଧ୍ୟାନ କରିବା । ତେଣୁ ଏହି କୃଷ୍ଣ ଚେତନା ଅନ୍ଦୋଳନରେ, ଏହା ପ୍ରତ୍ୟକ୍ଷ ଭାବରେ କେବଳ କୃଷ୍ଣ, ଆଉ କିଛି ନାହିଁ... ସେଥିପାଇଁ ଏହି ବାଳକମାନଙ୍କ ଠାରୁ ଆଉ କେହି ଭଲ ଧ୍ୟାନୀ ନାହାଁନ୍ତି । ସେମାନେ କେବଳ କୃଷ୍ଣଙ୍କ ଉପରେ ଧ୍ୟାନ କରନ୍ତି । ସେମାନଙ୍କର ସମ୍ପୂର୍ଣ୍ଣ କାମ ହେଉଛି କୃଷ୍ଣ । ସେମାନେ ବଗିଚାରେ କାମ କରୁଛନ୍ତି, ମାଟି ଖୋଳୁଛନ୍ତି, "ଓ, ସେଠାରେ ଭଲ ଗୋଲାପ ହେବ, ଆମେ କୃଷ୍ଣଙ୍କୁ ଅର୍ପଣ କରିବା ।" ଧ୍ୟାନ । ବ୍ୟବହାରିକ ଧ୍ୟାନ । ମୁଁ ଗୋଲାପ ଚାଷ କରିବି ଏବଂ ଏହା କୃଷ୍ଣଙ୍କୁ ଅର୍ପଣ କରାଯିବ । ଏପରିକି ଖୋଳିବାରେ ମଧ୍ୟ ଧ୍ୟାନ ଅଛି । ତୁମେ ଦେଖ? ସେମାନେ ଭଲ ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି, "ଓ, ଏହା କୃଷ୍ଣଙ୍କ ଦ୍ଵାରା ଖିଆଯିବ ।" ତେବେ ରୋଷେଇରେ ଧ୍ୟାନ ଅଛି । ତୁମେ ଦେଖିବ? ଏବଂ ନୃତ୍ୟ ଏବଂ ଜପ କରିବା ବିଷୟରେ କ'ଣ କହିବା । ତେଣୁ ଏହି...ସେମାନେ ଚବିଶ ଘଣ୍ଟା କୃଷ୍ଣଙ୍କ ଉପରେ ଧ୍ୟାନ କରନ୍ତି । ପୂର୍ଣ୍ଣ ଯୋଗୀ । କାହାକୁ ବି ଆସିବାକୁ ଦିଅ ଏବଂ ଅହ୍ଵାନ ଦେବାକୁ ଦିଅ । ଏହି ବାଳକମାନେ ହେଉଛନ୍ତି ପୂର୍ଣ୍ଣ ଯୋଗୀ ।

ଆମେମାନେ ଠିକ୍ ଯୋଗ ପ୍ରଣାଳୀ ଶିକ୍ଷା ଦେଉଛୁ । କାଳ୍ପନିକ ନୁହେଁ । ଭଗବଦ୍ ଗୀତର ପ୍ରମାଣ ଉପରେ । ଆମେ ମନଗଢ଼ଣ କାହାଣୀ ଦ୍ଵାରା କିଛି ନିର୍ମାଣ କରିନାହୁଁ, କିନ୍ତୁ ଏଠାରେ ବକ୍ତବ୍ୟ ଅଛି, ତୁମେ ଦେଖୁଛ? କେବଳ କୃଷ୍ଣଙ୍କ ଉପରେ ଧ୍ୟାନ କରିବା, କିମ୍ଵା ବିଷ୍ଣୁ । ଏବଂ ସେମାନଙ୍କର କାର୍ଯ୍ୟକଳାପ ଏପରି ଗଢ଼ା ହୋଇଛି ଯେ ସେମାନେ କୃଷ୍ଣଙ୍କ ବିଷୟରେ ଭାବି ପାରିବେ ନାହିଁ, ଭାବି ପାରିବେ ନାହିଁ କିନ୍ତୁ କୃଷ୍ଣ, କୃଷ୍ଣ, କୃଷ୍ଣ । ସେମାନେ ହେଉଛନ୍ତି ଉଚ୍ଚତମ ସାଧକ । "ତୁମ ହୃଦୟ ଭିତରେ ମୋ ବିଷୟରେ ଭାବ ଏବଂ ମୋତେ ଜୀବନର ଆନ୍ତିମ ଲକ୍ଷ୍ୟ ବନା‍ଅ ।" ତେବେ କୃଷ୍ଣ ହେଉଛନ୍ତି ଜୀବନରେ ଶେଷ ଲକ୍ଷ୍ୟ । ସେମାନେ କୃଷ୍ଣ ଲୋକକୁ ସ୍ଥାନାନ୍ତରିତ ହେବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ତେବେ ଏଠାରେ ପୂର୍ଣ୍ଣ ଯୋଗ ଅଛି । ସେମାନେ ପୂର୍ଣ୍ଣ ଯୋଗ ଅଭ୍ୟାସ କରୁଛନ୍ତି । ଆଗକୁ ପଢ଼ ।