OR/Prabhupada 0664 - ଶୂନ୍ୟର ତତ୍ତ୍ଵଜ୍ଞାନ ଆଉ ଏକ ଭ୍ରମ । ଶୂନ୍ୟ ହୋଇପାରିବ ନାହିଁ



Lecture on BG 6.13-15 -- Los Angeles, February 16, 1969

ତମାଳ କୃଷ୍ଣ: ଭଗବଦ... ଭୌତିକ ଅସ୍ତିତ୍ଵକୁ ବନ୍ଦ କରିବାର ଅର୍ଥ ନୁହେଁ ଶୂନ୍ୟର ଅସ୍ତୁତ୍ଵ ମଧ୍ୟରେ ପ୍ରବେଶ କରିବା, ଯାହା କେବଳ ଏକ କଳ୍ପନା ।"

ପ୍ରଭୁପାଦ: ହଁ । ଭୌତିକ ଅସ୍ତିତ୍ଵକୁ ବନ୍ଦ କରିବା ମାନେ ଶୂନ୍ୟ ନୁହେଁ । କାରଣ ମୁଁ ଶୂନ୍ୟ ନୁହେଁ । ମୁଁ ହୋଉଛି ଜୀବାତ୍ମା । ଯଦି ମୁଁ ଶୂନ୍ୟ, ତ କିପରି ମୋର ଏହି ଶରୀରର ବିକାଶ ହୋଉଛି? ମୁଁ ଶୂନ୍ୟ ନୁହେଁ । ମୁଁ ହେଉଛି ବୀଜ । ଠିକ ଯେପରି ତୁମେ ଏକ ବୀଜ ମାଟିରେ ଲଗାଉଛ, ଏହା ବଡ ବୃକ୍ଷ ବା ଗଛରେ ପରିଣତ ହୁଏ । ପିତାଙ୍କ ଦ୍ଵାରା ବୀଜ ମାଙ୍କ ଗର୍ଭ ମଧ୍ୟକୁ ଯାଏ ଏବଂ ଏହା ଏକ ବୃକ୍ଷ ଭଳିଆ ବଢେ । ଏବଂ ଏହି ଶରୀର ଆସେ । ଶୂନ୍ୟତା କାହିଁ? ଅହଂ ବୀଜପ୍ରଦଃ ପିତା (BG 14.4) ଚତୂର୍ଦଶ ଅଧ୍ୟାୟରେ ତୁମେ ପାଇବ, ଯେ ମୂଳ ବୀଜ କୃଷ୍ଣଙ୍କଦ୍ଵାରା ଦିଆଯାଇଛି ଏହି ଭୌତିକ ପ୍ରକୃତିର ଗର୍ଭରେ, ଏବଂ ଏତେସାରା ଜୀବ ବାହାରକୁ ଆସନ୍ତି । ତୁମେ ଏହା ବିରୁଦ୍ଧରେ ଯୁକ୍ତି କରିପାରିବ ନାହିଁ, କାରଣ ଜନ୍ମ କରିବା ପ୍ରକ୍ରିୟା ତାହା ହିଁ ଯାହା ଆମେ ଆମର ବ୍ୟବହାରୀକ ଜୀବନରେ ଦେଖୁ । ଆମେ ଦେଖୁ ଯେ ପିତା ମାତୃଙ୍କ ଗର୍ଭରେ ବୀଜ ଦିଅନ୍ତି, ଏବଂ ମା, ମୁଁ କହିବାକୁ ଚାହୁଁଛି, ଶରୀରକୁ ବିକସିତ କରିବା ପାଇଁ ଛୁଆର ପୋଷଣ କରନ୍ତି । ତେଣୁ ଶୂନ୍ୟର କୌଣସି ପ୍ରଶ୍ନ ହିଁ ନାହିଁ । ଯଦି ବୀଜଟି ଶୂନ୍ୟ ହୋଇଥାନ୍ତା, ତେବେ କିପରି ଏହି ସୁନ୍ଦର ଶରୀରଟି ବିକସିତ ହେଲା?

ତେଣୁ ନିର୍ବାଣ ମାନେ ଅନ୍ୟ କୌଣସି ଭୌତିକ ଶରୀରକୁ ଗ୍ରହଣ ନ କରିବା । ତୁମେ ଏହାକୁ ଶୂନ୍ୟ କରିବାକୁ ଚେଷ୍ଟା କର ନାହିଁ । ତାହା ଅନ୍ୟ ଏକ ବକବାସ ଅଟେ । ଶୂନ୍ୟ, ତୁମେ ଶୂନ୍ୟ ନୁହଁ । ଶୂନ୍ୟ ମାନେ ଏହି ଭୌତିକ ଶରୀରକୁ ଶୂନ୍ୟ କରିବା । ଏହି ଦୟନୀୟରେ ପୂର୍ଣ୍ଣ ଶରୀର । କେବଳ ଆଧ୍ୟାତ୍ମିକ ଶରୀରକୁ ବୃଦ୍ଧିକରିବାରେ ଚେଷ୍ଟା କର । ତାହା ସମ୍ଭବ । ଯଦ୍ ଗତ୍ଵା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ (BG 15.6) । ଏହି ସବୁ ଜିନିଷ ଆଗରୁ ଅଛି । ତ ଆମକୁ ଅତ୍ୟଧିକ ବୁଦ୍ଧିମାନ ହେବାକୁ ପଡିବ ଏହାକୁ ବୁଝିବା ପାଇଁ, ଜୀବନର ଅସୁବିଧା କ'ଣ, କ'ଣ, କିପରି ଆମେ ମୂଲ୍ୟବାନ ମନୁଷ୍ୟ ଜୀବନକୁ କାମରେ ଲଗାଇବା । ଦୁର୍ଭାଗ୍ୟବଶତଃ ଏହି ଶିକ୍ଷା ବ୍ୟବହାରିକ ରୂପରେ ସମଗ୍ର ବିଶ୍ଵରେ ନଥିବା ଭଳି । ବୋଧେ ଏହା ଏକମାତ୍ର ସଂସ୍ଥା ଯାହା ଜୀବନର ବାସ୍ତବିକ ସମସ୍ୟାକୁ ପ୍ରସ୍ତୁତ କରୁଛି, ଏବଂ ଜୀବନର ବାସ୍ତବିକ ମୂଲ୍ୟ । ଏହି କୃଷ୍ଣ ଚେତନା ଅନ୍ଦୋଳନ । ଆଗକୁ ବଢୁ ।

ତମାଳକୃଷ୍ଣ: ଭଗବାନଙ୍କ ସୃଷ୍ଟିରେ କୌଣସି ଶୂନ୍ୟ ନାହିଁ । ଓଲଟା ଭୌତିକ ଅସ୍ତୁତ୍ଵର ସମାପ୍ତି ।

ପ୍ରଭୁପାଦ: ଶୂନ୍ୟ, ତୁମେ କେଉଁଠି ଦେଖିଛ କି, ପୃଥିବୀରେ ମଧ୍ୟ, ମାଟିରେ ମଧ୍ୟ, ତୁମେ ଶୂନ୍ୟ କିଛି ଦେଖାଯିବ ନାହିଁ । ପୃଥିବୀରେ, ଶୂନ୍ୟ ନାହିଁ, ଆକାଶରେ, ଶୂନ୍ୟ ନାହିଁ; ବାୟୁରେ, ଶୂନ୍ୟ ନାହିଁ, ଜଳରେ, ଶୂନ୍ୟ ନାହିଁ; ଅଗ୍ନିରେ, ଶୂନ୍ୟ ନାହିଁ- ତେବେ ତୁମେ ଶୂନ୍ୟ କେଉଁଠି ପାଇବ? ତୁମେ ଶୂନ୍ୟ କେଉଁଠି ପାଇବ? ଏହି ଶୂନ୍ୟର ତତ୍ତ୍ଵଜ୍ଞାନ ଆଉ ଏକ ଭ୍ରମ । ଶୂନ୍ୟ ହୋଇପାରିବ ନାହିଁ ।