OR/Prabhupada 0764 - କର୍ମଚାରୀମାନେ ଭାବିଲେ, 'ଜୀଶୁଖ୍ରୀଷ୍ଟ ହେଉଛନ୍ତି ତାଙ୍କ ମଧ୍ୟରୁ ଜଣେ କର୍ମଚାରୀ'



Lecture on SB 2.3.14-15 -- Los Angeles, May 31, 1972

ତେଣୁ ସହରରୁ ସହରକୁ ଯାଅ, ଗାଁରୁ ଗାଁକୁ ଯାଅ । ଏହି କୃଷ୍ଣ ଚେତନାକୁ ପ୍ରଚାର କର । ସେମାନଙ୍କୁ ଜୀବିତ କର, ତେବେ ଏହି ହତାଶ ବନ୍ଦ ହୋଇଯିବ । ସମାଜର ନେତା, ରାଜନିତୀଜ୍ଞମାନେ, ସେମାନଙ୍କୁ ଧ୍ୟାନ ରଖିବାକୁ ହେବ ଯେ ସେମାନେ କେଉଁ ଦିଗରେ ଯାଉଛନ୍ତି । ତେଣୁ ଏହା କୁହାଯାଇଛି, "କଥା ହରିକଥୋଦର୍କା: ସତାମ୍ ସ୍ୟୁ: ସଦସି ଧ୍ରୁବମ୍"(SB 2.3.14) । ସେଥିପାଇଁ ଯଦି ଆମେ ହରି-କଥା ଚର୍ଚ୍ଚା କରିବା... ଆମେ ଶ୍ରୀମଦ୍ ଭାଗବତ ଉପରେ ଚର୍ଚ୍ଚା କରୁଛୁ, ହରି-କଥା । ତେଣୁ କଥା ହରିକଥା, ଉଦର୍କା: ସତାମ୍ ସ୍ୟୁ: ସଦସି ଧ୍ରୁବମ୍ । ଯଦି ଏହା ଭକ୍ତମାନଙ୍କ ମଧ୍ୟରେ ଚର୍ଚ୍ଚା କରାଯାଏ, ତେବେ ଜଣେ ବୁଝିପାରିବ । ଏହି ବହି, ଶ୍ରୀମଦ୍ ଭାଗବତ, ଭକ୍ତଙ୍କ ପାଇଁ ଅତି ମୂଲ୍ୟବାନ । ଏବଂ ଅନ୍ୟ ପାଇଁ, ସେମାନେ କିଣି ପାରିବେ । ସେମାନେ ଦେଖନ୍ତି, "ଏହା କ'ଣ? ସଂସ୍କୃତ ଶ୍ଲୋକ, କିଛି ଲେଖା ହୋଇଛି । କାଗଜର ଖଣ୍ଡ ।" ତୁମେ ଦେଖ । ଯେପରି ଏହି ଖବରକାଗଜ, ଆମ ପାଇଁ ଏହା କାଗଜର ଅନାବଶ୍ୟକ ଖଣ୍ଡ । ଆମେ ଏହାର ଖାତିର କରୁନାହୁଁ । କିନ୍ତୁ ସେମାନେ ଅତି ଯତ୍ନର ସହ ନିଜ ଛାତିରେ ଲଗାଉଛନ୍ତି, "ଓଃ, ଏହା ଭାରି ଭଲ ।" (ହାସ୍ୟ)

ପାଶ୍ଚାତ୍ୟ ଦେଶରେ ଖବରକାଗଜ ଅତ୍ୟନ୍ତ ଲୋକପ୍ରିୟ । ଏକ ଭଦ୍ର ବ୍ୟକ୍ତି ମୋତେ ଏକ କାହାଣୀ ଶୁଣାଇଥିଲେ, ଯେ ଜଣେ ଖ୍ରୀଷ୍ଟିୟାନ ପାଦ୍ରୀ ଶେଫିଲ୍ଡକୁ ଯାଇଥିଲେ ଖ୍ରୀଷ୍ଟିୟାନ ଧର୍ମକୁ ପ୍ରଚାର କରିବା ପାଇଁ । ଶେଫିଲ୍ଡ, କେଉଠି ଅଛି? ଇଂଲଣ୍ଡରେ? ତ ସେ ସେଠାରେ କର୍ମଚାରୀ, ମଜଦୁରମାନଙ୍କୁ ପ୍ରଚାର କରୁଥିଲେ ଯେ "ପ୍ରଭୁ ଜୀଶୁଖ୍ରୀଷ୍ଟ ତୁମକୁ ବଞ୍ଚାଇନେବେ । ଯଦି ତୁମେ ପ୍ରଭୁ ଜୀଶୁଖ୍ରୀଷ୍ଟଙ୍କ ଶରଣ ନ ନିଅ ତେବେ ତୁମେ ସମସ୍ତେ ନର୍କକୁ ଯିବ ।" ତ ସର୍ବ ପ୍ରଥମେ ସେ କହିଲା, "ଜୀଶୁଖ୍ରୀଷ୍ଟ କିଏ? ତାଙ୍କ ନମ୍ବର କେତେ?" ତାହା ମାନେ ସେ, ସେମାନେ ଭାବିଲେ, "ଜୀଶୁଖ୍ରୀଷ୍ଟ ହେଉଛନ୍ତି ତାଙ୍କ ମଧ୍ୟରୁ ଜଣେ କର୍ମଚାରୀ, ଏବଂ ପ୍ରତ୍ୟେକ କର୍ମଚାରୀଙ୍କ ପାଖରେ ଏକ ନମ୍ଵର ଥାଏ, (ହାସ୍ୟ) ତେଣୁ ତାଙ୍କ ନମ୍ଵର କେତେ?" ତ "ନାଁ, ଜୀଶୁ ଖ୍ରୀଷ୍ଟ, ସେ ହେଉଛନ୍ତି ଭଗବାଙ୍କର ପୁତ୍ର । ତେଣୁ ତାଙ୍କର ନମ୍ଵର ନାହିଁ । ସେ କର୍ମଚାରୀ ନୁହଁନ୍ତି ।" ତେବେ "ନର୍କ କ'ଣ?" ସେ କହିଥିଲେ, ନର୍କ ହେଉଛି ଅତି ଆଦ୍ର, ଅତି ଅନ୍ଧକାର," ଏବଂ କହି ଚାଲିଲା । ତେବେ ସେମାନେ ଚୁପ ଥିଲେ । କାରଣ ସେମାନେ ଖଣିରେ କାମ କରୁଥିଲେ। ଏହା ସବୁବେଳେ ଆଦ୍ର ଏବଂ ଅନ୍ଧକାର । (ହାସ୍ୟ) (ପ୍ରଭୁପାଦ ହସୁଛନ୍ତି) ତେଣୁ ନର୍କ ଏବଂ ଖଣି ମଧ୍ୟରେ ତଫାତ କ'ଣ? ସେମାନେ ଚୁପ ଥିଲେ । କିନ୍ତୁ ଯେତେବେଳେ ସେ ପାଦ୍ରୀ ପଚାରିଥିଲେ, "ଖବରକାଗଜ ନାହିଁକି,"ଓଃ,ଓଃ, ଅତି ଭୟଙ୍କର ! (ହାସ୍ୟ) ଖବରକାଗଜ ନାହିଁ । (ପ୍ରଭୁପାଦ ହସୁଛନ୍ତି) ସେଥିପାଇଁ ତୁମ ଦେଶରେ ଏତେ ବଡ, ବଡ, ମୁଁ କହିବାକୁ ଚାହୁଁଛି, ଖବରକାଗଜର ଗୁଛ, ତାହା ବିତରଣ କରାଯାଉଛି ।