OR/Prabhupada 0982 - ଆମେ ଗାଡ଼ିଟିଏ ପାଇବା ମାତ୍ରେ, ଏହା ଯେତେ ଖରାପ ହୋଇଥାଉ, ଆମେ ଭାବୁ ଯେ ଏହା ବହୁତ ସୁନ୍ଦର ଅଟେ



720905 - Lecture SB 01.02.06 - New Vrindaban, USA

ତେଣୁ ଭଗବତା କୁହନ୍ତି ୟସ୍ୟାତ୍ମା-ବୁଦ୍ଧିଃ କୁଣପେ ତ୍ରି-ଧାତୁକେ, ମୁଁ ଏହି ଶରୀର ନୁହେଁ ଏହା ଏକ ଯାନ । ଯେପରି ଆମେ ଏକ ଗାଡ଼ିରେ ଯାତ୍ରା କରୁଛେ, କାର୍ ଚଲାଉଛେ । ମୁଁ ଏହି କାର ନୁହେଁ । ସେହିଭଳି, ଏହା ଏକ ଯନ୍ତ୍ର, କାର, ଯାନ୍ତ୍ରିକ କାର । କୃଷ୍ଣ ବା ଭଗବାନ ମୋତେ ଏହି କାର ଦେଇଛନ୍ତି, ମୁଁ ଏହା ଚାହୁଁଥିଲି । ଭଗବଦ୍-ଗୀତାରେ ଏହା ଦର୍ଶାଯାଇଅଛି ଈଶ୍ୱରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି । (ଭ.ଗୀ. ୧୮.୬୧) । "ମୋର ପ୍ରିୟ ଅର୍ଜୁନ, ଭଗବାନ ପରମାତ୍ମା ରୂପରେ ସମସ୍ତଙ୍କ ହୃଦୟରେ ବସିଛନ୍ତି।" ଭ୍ରାମୟନ୍ ସର୍ବ-ଭୂତାନି ଯନ୍ତ୍ରାରୂଢାନି ମାୟୟା (ଭ.ଗୀ. ୧୮.୬୧): "ଏବଂ ସେ ଜୀବଜନ୍ତୁଙ୍କୁ ଭ୍ରମଣ, ବୁଲିବା ପାଇଁ ସୁଯୋଗ ଦେଉଛନ୍ତି।" ସର୍ବ-ଭୂତାନି, "ସମଗ୍ର ବ୍ରହ୍ମାଣ୍ଡରେ" । ଯନ୍ତ୍ରାରୂଢାନି ମାୟୟା, ଏକ କାରରେ ଚଢି, ଭୌତିକ ପ୍ରକୃତି ଦ୍ୱାରା ଦିଆଯାଇଥିବା କାର ଚଳାଇ । ଆମର ପ୍ରକୃତ ସ୍ଥିତି ହେଉଛି ଯେ ମୁଁ ଆତ୍ମା, ମୋତେ ଏକ ସୁନ୍ଦର କାର ଦିଆଯାଇଛି - ଏହା ଏକ ସୁନ୍ଦର କାର ନୁହେଁ, ଆମେ ଗାଡ଼ିଟିଏ ପାଇବା ପରେ, ଏହା ଯେତେ ଖରାପ ହୋଇଥାଉ, ଆମେ ଭାବୁ ଯେ ଏହା ବହୁତ ସୁନ୍ଦର ଅଟେ, (ହସ) ଏବଂ ସେହି କାର ସହିତ ନିଜକୁ ଚିହ୍ନଟ କରୁ । "ମୁଁ ଏହି କାର ପାଇଛି, ମୋର ସେହି କାର ଅଛି" । ଜଣେ ଭୁଲିଯାଏ ... ଯଦି ଜଣେ ଅତ୍ୟଧିକ ବ୍ୟୟବହୁଳ କାର ଚଳାନ୍ତି, ତେବେ ସେ ନିଜକୁ ଭୁଲିଯାଆନ୍ତି ଯେ ସେ ଜଣେ ଗରିବ ଲୋକ । ସେ ଭାବନ୍ତି ଯେ "ମୁଁ ଏହି କାର ଅଟେ"। ଏହା ହେଉଛି ପରିଚୟ ।

ତେଣୁ ୟସ୍ୟାତ୍ମା-ବୁଦ୍ଧିଃ କୁଣପେ ତ୍ରି-ଧାତୁକେ ସ୍ଵ-ଧିଃ କଳତ୍ରାଦିଷୁ ଭୌମ ଇଯ୍ୟ-ଧିଃ (ଭା. ୧୦.୮୪.୧୩) । ଯିଏ ଏହି ଶରୀରକୁ, ଆତ୍ମ ବୋଲି ଭାବନ୍ତି, ଏବଂ ଶାରୀରିକ ସମ୍ପର୍କ, ସ୍ଵ-ଧିଃ, "ସେମାନେ ମୋର ନିଜର। ମୋର ଭାଇ, ମୋ ପରିବାର, ମୋ ଜାତି, ମୋର ସମ୍ପ୍ରଦାୟ, ମୋ ସମାଜ।" ଅନେକ ଜିନିଷ, ମୋର, ମୁଁ ଏବଂ ମୋର । "ମୁଁ" ର ଭୁଲ ଧାରଣା ଏହି ଶରୀର ଭାବରେ ଏବଂ "ମୋର" ର ଭୁଲ ଧାରଣା ଶରୀର ସହିତ । ୟସ୍ୟାତ୍ମା-ବୁଦ୍ଧିଃ କୁଣପେ ତ୍ରି-ଧାତୁକେ ସ୍ଵ-ଧିଃ କଳତ୍ରାଦିଷୁ ଭୌମ ଇଯ୍ୟ-ଧିଃ (ଭା. ୧୦.୮୪.୧୩) । ଭୌମ ଇଯ୍ୟ-ଧିଃ, ଭୂମୀ ଅର୍ଥ ଜମି । ଇଯ୍ୟ-ଧିଃ, ଇଯ୍ୟ ଅର୍ଥ ଉପାସକ । ତେଣୁ ବର୍ତ୍ତମାନ ମୁହୂର୍ତ୍ତରେ ଏହା ଅତ୍ୟନ୍ତ ଦୃଢ ଭାବରେ ବିଶ୍ୱାସ କରାଯାଉଛି ଯେ "ମୁଁ ଏହି ଶରୀର ଅଟେ" ଏବଂ "ମୁଁ ଆମେରିକୀୟ," ଏବଂ "ମୁଁ ଭାରତୀୟ," "ମୁଁ ୟୁରୋପୀୟ," ମୁଁ ହିନ୍ଦୁ, "ମୁଁ ମୁସଲମାନ" "ମୁଁ ବ୍ରାହ୍ମଣ," "ମୁଁ କ୍ଷତ୍ରିୟ," "ମୁଁ ଶୁଦ୍ର," "ମୁଁ ଏହା, ସେୟା...," ଅନେକ । ଏହା ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଭୌମ ଇଯ୍ୟ-ଧିଃ, କାରଣ ମୁଁ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଶରୀରକୁ ଚିହ୍ନଟ କରୁଛି, ଏବଂ ଯେଉଁଠାରୁ ଶରୀର ବାହାରିଛି, ସେହି ଦେଶ ଉପାସନା ଯୋଗ୍ୟ। ତାହା ହେଉଛି ଜାତୀୟତା। ତେଣୁ ୟସ୍ୟାତ୍ମା-ବୁଦ୍ଧିଃ କୁଣପେ ତ୍ରି-ଧାତୁକେ ସ୍ଵ-ଧିଃ କଳତ୍ରାଦିଷୁ ଭୌମ ଇଯ୍ୟ-ଧିଃ (ଭା. ୧୦.୮୪.୧୩), ୟତ-ତୀର୍ଥ-ବୁଦ୍ଧିଃ ସଲିଳେ, ଏବଂ ତୀର୍ଥ, ତୀର୍ଥସ୍ଥାନ।

ଆମେ ଯିବା, ଖ୍ରୀଷ୍ଟିଆନମାନଙ୍କ ପରି ନଦୀରେ ଗାଧୋଇବା, ସେମାନେ ଜୋର୍ଡାନ ନଦୀରେ ସ୍ନାନ କରନ୍ତି, କିମ୍ବା ହିନ୍ଦୁମାନେ, ସେମାନେ ହରିଦ୍ୱାରକୁ ଯାଆନ୍ତି, ଗଙ୍ଗାରେ ଗାଧୋଇଥାନ୍ତି, କିମ୍ବା ବୃନ୍ଦାବନ, ସେମାନେ ଗାଧୋଇଥାନ୍ତି । କିନ୍ତୁ ସେମାନେ ଭାବନ୍ତି ସେହି ଜଳରେ ସ୍ନାନ କରି, ତାଙ୍କର କାମ... ତାଙ୍କର କାମ ସମାପ୍ତ ହୋଇଛି । ନା। ପ୍ରକୃତରେ କାମ ହେଉଛି ଏହିପରି ତୀର୍ଥସ୍ଥାନ, ପବିତ୍ର ସ୍ଥାନ, ଯାଇ ଖୋଜିବା, ଅଭିଜ୍ଞତା, ଆଧ୍ୟାତ୍ମିକ ଅଗ୍ରଗତି । କାରଣ ଅନେକ ଆଧ୍ୟାତ୍ମିକ ଉନ୍ନତ ପୁରୁଷ, ସେମାନେ ସେଠାରେ ରୁହନ୍ତି । ତେଣୁ ଜଣେ ଏପରି ସ୍ଥାନକୁ ଯାଇ ଅଭିଜ୍ଞ ଦିବ୍ୟତ୍ମାଙ୍କୁ ଖୋଜିବା ଉଚିତ୍, ଏବଂ ତାଙ୍କଠାରୁ ଶିକ୍ଷା ଗ୍ରହଣ କରିବା ଉଚିତ । ତାହା ପ୍ରକୃତରେ ତୀର୍ଥଯାତ୍ରା ଯିବାର ଉଦ୍ଦେଶ୍ୟ । ତାହା ନୁହେଁ କେବଳ ଯାଇ ଗାଧୋଇବା ଦ୍ୱାରା ଏବଂ କାମ ହୋଇଗଲା । ନା। ତେଣୁ

ୟସ୍ୟାତ୍ମା-ବୁଦ୍ଧିଃ କୁଣପେ ତ୍ରି-ଧାତୁକେ
ସ୍ଵ-ଧିଃ କଳତ୍ରାଦିଷୁ ଭୌମ ଇଯ୍ୟ-ଧିଃ
ୟତ-ତୀର୍ଥ-ବୁଦ୍ଧିଃ ସଲିଳେ ନ କରହିଚିଜ
ଜନେସ୍ୱ ଅଭିଜ୍ଞାନେସୁ...
(ଭା. ୧୦.୮୪.୧୩)

ଅଭିଜ୍ଞ, ଯିଏ ଜାଣନ୍ତି । (ଅସ୍ପଷ୍ଟ) ଆମେ ସେହି ବ୍ୟକ୍ତିଙ୍କ ନିକଟକୁ ଯିବା ଉଚିତ ଯିଏ ଜିନିଷଗୁଡିକ ବହୁତ ଭଲ ଭାବରେ ଜାଣନ୍ତି, ଅଭିଜ୍ଞଃ । କୃଷ୍ଣ ଅଭିଜ୍ଞଃ, ସ୍ଵରାଟ । ସେହିଭଳି କୃଷ୍ଣଙ୍କର ପ୍ରତିନିଧୀ ମଧ୍ୟ ସ୍ୱାଭାବିକ ଭାବରେ ଅଭିଜ୍ଞଃ । ଯଦି ଜଣେ କୃଷ୍ଣଙ୍କ ସହିତ ଜଡିତ ହୁଏ, ଯଦି ଜଣେ କୃଷ୍ଣଙ୍କ ସହିତ କଥା ହୁଏ, ସେ ନିଶ୍ଚୟ ଅତ୍ୟନ୍ତ ଅଭିଜ୍ଞଃ, ବହୁତ ଶିକ୍ଷିତ, କାରଣ ସେ କୃଷ୍ଣଙ୍କ ଠାରୁ ଶିକ୍ଷା ଗ୍ରହଣ କରନ୍ତି । ତେଣୁ ... କୃଷ୍ଣଙ୍କର ଜ୍ଞାନ ସଂପୂର୍ଣ୍ଣ, ତେଣୁ, ସେ କୃଷ୍ଣଙ୍କ ଠାରୁ ଜ୍ଞାନ ନିଅନ୍ତି, ତାଙ୍କର ଜ୍ଞାନ ମଧ୍ୟ ସିଦ୍ଧ ଅଟେ । ଅଭିଜ୍ଞଃ। ଏବଂ କୃଷ୍ଣ କଥାବାର୍ତ୍ତା । ଏହା ନୁହେଁ ଯେ ଏହା କାଳ୍ପନିକ, ନା। କୃଷ୍ଣ - ମୁଁ ପୂର୍ବରୁ କହିସାରିଛି - କୃଷ୍ଣ ସମସ୍ତଙ୍କ ହୃଦୟରେ ବସିଛନ୍ତି । ଏବଂ ସେ ପ୍ରାମାଣିକ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରନ୍ତି । ଠିକ୍ ଜଣେ ବଡ ବ୍ୟକ୍ତିଙ୍କ ପରି, ସେ ପ୍ରାମାଣିକ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରନ୍ତି, ସେ ମୁର୍ଖବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରିବାରେ ସମୟ ନଷ୍ଟ କରନ୍ତି ନାହିଁ । ସେ କଥାବାର୍ତ୍ତା କରନ୍ତି, ଏହା ଏକ ସତ୍ୟ, କିନ୍ତୁ ସେ ନିର୍ବୋଧତା ସହିତ କଥାବାର୍ତ୍ତା କରନ୍ତି ନାହିଁ, ସେ ପ୍ରାମାଣିକ ପ୍ରତିନିଧୀଙ୍କ ସହ କଥାବାର୍ତ୍ତା କରନ୍ତି । ଏହା କିପରି ଜଣାଯାଏ? ଏହା ଭଗବଦ୍-ଗୀତାରେ ଦର୍ଶାଯାଇଛି, ତେଷାଂ ସତତୟୁକ୍ତାନାଂ (ଭ.ଗୀ.୧୦.୧୦), ଯିଏ ଉତ୍ତମ ପ୍ରତିନିଧୀ ଅଟନ୍ତି ।