OR/Prabhupada 0983 - ଭୌତିକବାଦୀ ବ୍ୟକ୍ତି, ସେମାନେ ସେମାନଙ୍କର ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିପାରିବେ ନାହିଁ



720905 - Lecture SB 01.02.06 - New Vrindaban, USA

ତେଷାଂ ସତତୟୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକମ୍, ଦଦାମି ବୁଦ୍ଧିୟୋଗଂ ତଂ (ଭ.ଗୀ. ୧୦.୧୦) କୃଷ୍ଣ କହିଛନ୍ତି ଯେ "ମୁଁ ତାଙ୍କୁ ବୁଦ୍ଧି ଦିଏ"। କାହାକୁ? ସତତ-ୟୁକ୍ତାନାଂ , ଯେଉଁମାନେ ଚବିଶ ଘଣ୍ଟା ନିୟୋଜିତ । ସେ କେଉଁ ଉପାୟରେ ନିୟୋଜିତ? ଭଜତାଂ, ଭଜନ, ଯେଉଁମାନେ ଭକ୍ତି ସେବାରେ ନିୟୋଜିତ ଅଟନ୍ତି । କେଉଁ ପ୍ରକାର ଭକ୍ତି ସେବା? ପ୍ରେମ ଏବଂ ସ୍ନେହ ସହିତ ପ୍ରୀତି-ପୂର୍ବକମ୍ । ଯିଏ ପ୍ରେମ ଏବଂ ଭକ୍ତି ସହ ପ୍ରଭୁଙ୍କ ଭକ୍ତି ସେବାରେ ନିୟୋଜିତ । ପ୍ରେମର ଲକ୍ଷଣ କ’ଣ? ଲକ୍ଷଣ, ମୁଖ୍ୟ ଲକ୍ଷଣ, ପ୍ରେମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ, ଏହା ହେଉଛି ଯେ ଭକ୍ତ ଦେଖିବାକୁ ଚାହାଁନ୍ତି ଯେ ଭଗବାନଙ୍କ ନାମ, ଖ୍ୟାତି ଇତ୍ୟାଦି ବ୍ୟାପକ ହୋଇଛି । ସେ ଦେଖିବାକୁ ଚାହାଁନ୍ତି ଯେ "ମୋର ଭଗବାନଙ୍କ ନାମ ସର୍ବତ୍ର ଜଣାଶୁଣା ।" ଏହା ହିଁ ପ୍ରେମ। ଯଦି ମୁଁ କାହାକୁ ଭଲ ପାଏ, ମୁଁ ଦେଖିବାକୁ ଚାହେଁ ଯେ ତାଙ୍କର ଗୌରବ ସମଗ୍ର ବିଶ୍ୱରେ ବ୍ୟାପିଛି । ଏବଂ କୃଷ୍ଣ ଭଗବଦ୍-ଗୀତାରେ ମଧ୍ୟ କହିଛନ୍ତି, ନ ଚ ତସ୍ମାତ ମନୁଷ୍ୟେଷୁ କଶ୍ଚିତ ମେ ପ୍ରିୟ-କୃତ୍ତମଃ । (ଭ.ଗୀ. ୧୮.୬୯), ଯିଏ ତାଙ୍କ ଗୌରବ ପ୍ରଚାର କରେ, ସେହି ବ୍ୟକ୍ତିଙ୍କ ଅପେକ୍ଷା ତାଙ୍କ ପାଇଁ କେହି ପ୍ରିୟ ନୁହଁନ୍ତି ।

ଭଗବଦ୍-ଗୀତାରେ ସବୁକିଛି ଅଛି, ତୁମେ କିପରି ଭଲପାଇ ପାରିବ, ପ୍ରେମର ଲକ୍ଷଣ କ’ଣ, ତୁମେ କିପରି ଭଗବାନଙ୍କୁ ସନ୍ତୁଷ୍ଟ କରିପାରିବ, ସେ ତୁମ ସହିତ କିପରି କଥାବାର୍ତ୍ତା କରିପାରିବ, ସବୁକିଛି ସେଠାରେ ଅଛି । କିନ୍ତୁ ଆପଣଙ୍କୁ ଏହାର ଫାଇଦା ନେବାକୁ ପଡିବ । ଆମେ ଭଗବଦ୍-ଗୀତା ପଢୁ, କିନ୍ତୁ ଭଗବଦ୍-ଗୀତା ପଢି ମୁଁ ଜଣେ ରାଜନେତା ହୋଇଯାଏ । ତେବେ ଭଗବଦ୍-ଗୀତା ପଢିବା କି ପ୍ରକାର ହେଲା? ଅବଶ୍ୟ ସେଠାରେ ରାଜନେତା ଅଛନ୍ତି, କିନ୍ତୁ ଭଗବଦ୍-ଗୀତା ପଢିବାର ପ୍ରକୃତ ଉଦ୍ଦେଶ୍ୟ ହେଉଛି କୃଷ୍ଣଙ୍କୁ ଜାଣିବା । ଯଦି ଜଣେ କୃଷ୍ଣଙ୍କୁ, ଯଦି କେହି କୃଷ୍ଣଙ୍କୁ ଜାଣନ୍ତି, ସେ ସବୁକିଛି ଜାଣନ୍ତି । ସେ ରାଜନୀତି ଜାଣନ୍ତି, ଅର୍ଥନୀତି ଜାଣନ୍ତି, ବିଜ୍ଞାନ ଜାଣନ୍ତି, ଦର୍ଶନ ଜାଣନ୍ତି, ସେ ଧର୍ମ ଜାଣନ୍ତି, ସମାଜବିଜ୍ଞାନ, ସବୁକିଛି ଜାଣନ୍ତି । ତସ୍ମିନ ଵିଜ୍ଞାତେ ସର୍ବମ ଏତଂ ଵିଜ୍ଞାତଂ ଭବନ୍ତି (ମୁଣ୍ଡକ ଉପନିଷଦ ୧.୩), ତାହା ହେଉଛି ବୈଦିକ ଆଦେଶ । ଯଦି ତୁମେ କେବଳ ଭଗବାନ, କୃଷ୍ଣଙ୍କୁ ବୁଝୁଛ, ତେବେ ସବୁକିଛି ତୁମ ନିକଟରେ ପ୍ରକାଶ ପାଇବ । କାରଣ କୃଷ୍ଣ କହୁଛନ୍ତି, ବୁଦ୍ଧିୟୋଗଂ ଦାଦାମି ତମ୍ । ଯଦି କୃଷ୍ଣ ଆପଣଙ୍କୁ ଭିତରୁ ବୁଦ୍ଧି ପ୍ରଦାନ କରେ, ତେବେ କିଏ ତାଙ୍କୁ ପାର କରିପାରିବ? କେହି ତାଙ୍କୁ ପାର କରିପାରିବେ ନାହିଁ । କିନ୍ତୁ କୃଷ୍ଣ ଆପଣଙ୍କୁ ବୁଦ୍ଧି ଦେବେ ଯଦି ଆପଣ ଜଣେ ଭକ୍ତ, କିମ୍ବା କୃଷ୍ଣଙ୍କର ପ୍ରେମିକ ହୁଅନ୍ତି । ତେଷାଂ ସତତୟୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକମ୍, ଦଦାମି ବୁଦ୍ଧିୟୋଗଂ ତଂ (ଭ.ଗୀ. ୧୦.୧୦) ଏବଂ ସେହି ବୁଦ୍ଧି-ୟୋଗ କ’ଣ, ବୁଦ୍ଧି-ୟୋଗର ମୂଲ୍ୟ କ’ଣ? ସେହି ବୁଦ୍ଧି-ଯୋଗ ବା ଭକ୍ତ-ଯୋଗ, ମୂଲ୍ୟ ହେଉଛି ୟେନ ମାଂ ଉପୟାନ୍ତି ତେ । ଏହିପରି ବୁଦ୍ଧି -ଯୋଗ, ଏହିପରି ବୁଦ୍ଧି ତାଙ୍କୁ ଘରକୁ, ଭାଗବାନଙ୍କ ପାଖକୁ ଫେରାଇ ଆଣିବ । ଏପରି ବୁଦ୍ଧି ଦ୍ୱାରା ସେ ନର୍କକୁ ଯିବେ ନାହିଁ । ତାହା ହେଉଛି ଭୌତିକ ବୁଦ୍ଧି।

ଅଦାନ୍ତ-ଗୋଭିର ବିଶତାଂ ତାମିଶ୍ରଂ (ଭା. ୭.୫.୩୦) । ଭଗବତମ୍ ରେ ସବୁକିଛି ଆଲୋଚନା ହୋଇଛି । ଭୌତିକବାଦୀ ବ୍ୟକ୍ତିଙ୍କ ପାଇଁ, ଅଦାନ୍ତ-ଗୋଭି । ଅଦାନ୍ତ ଅର୍ଥ ନିରଙ୍କୁଶ, ଅନିୟନ୍ତ୍ରିତ । ଗୋ ଅର୍ଥ ଇନ୍ଦ୍ରିୟ । ଭୌତିକବାଦୀ ବ୍ୟକ୍ତି, ସେମାନେ ସେମାନଙ୍କର ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିପାରିବେ ନାହିଁ । ସେମାନେ ଇନ୍ଦ୍ରିୟମାନଙ୍କର ସେବକ, ଗୋଦାସ । ଗୋ ଅର୍ଥ ଇନ୍ଦ୍ରିୟ, ଏବଂ ଦାସର ଅର୍ଥ ହେଉଛି ସେବକ । ତେଣୁ ଯେତେବେଳେ ତୁମେ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବାର ସ୍ଥିତିକୁ ଆସିବ, ସେତେବେଳେ ତୁମେ ଗୋସ୍ୱାମୀ ହେବ । ତାହା ହେଉଛି ଗୋସ୍ୱାମୀ । ଗୋସ୍ୱାମୀ ଅର୍ଥ ହେଉଛି ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବା, ଯିଏ ଇନ୍ଦ୍ରିୟଗୁଡ଼ିକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିଛି । ସ୍ଵାମୀ କିମ୍ବା ଗୋସ୍ୱାମୀ । ସ୍ଵାମୀର ଅର୍ଥ ମଧ୍ୟ ସେୟା, ଏବଂ ଗୋସ୍ୱାମୀ ମଧ୍ୟ ସମାନ କଥା । ସାଧାରଣତଃ ଅଦାନ୍ତ-ଗୋଭିର ବିଶତାଂ ତାମିଶ୍ରଂ (ଭା. ୭.୫.୩୦) । ଅନିୟନ୍ତ୍ରିତ ଇନ୍ଦ୍ରିୟଗୁଡିକ, ସେମାନେ ଯାଉଛନ୍ତି । ଏହା ନୁହେଁ ଯେ କୃଷ୍ଣ ସେମାନଙ୍କୁ ପଠାଉଛି । ସେ ନିଜ ରାସ୍ତା ସ୍ପଷ୍ଟ କରୁଛନ୍ତି ଘରକୁ, ଭଗବାନଙ୍କ ପାଖକୁ, କିମ୍ବା ନର୍କର ଅନ୍ଧକାର ଅଞ୍ଚଳକୁ ଖସି ଯାଆନ୍ତି । ଦୁଇଟି ଜିନିଷ ସେଠାରେ ଅଛି, ଏବଂ ସେହି ସୁଯୋଗ ମାନବ ଜୀବନରେ ଅଛି । ଆପଣ ଚୟନ କରିପାରିବେ । କୃଷ୍ଣ, ସେ ଅର୍ଜୁନଙ୍କୁ ପଚାରିଥିଲେ, "ତୁମର ଭ୍ରମ ନଷ୍ଟ ହୋଇଯାଇଛି କି?"