OR/Prabhupada 0991 - ଯୁଗଳ-ପ୍ରୀତି: ରାଧା ଏବଂ କୃଷ୍ଣଙ୍କ ମଧ୍ୟରେ ପ୍ରେମର ଆଦାନ-ପ୍ରଦାନ



740724 - Lecture SB 01.02.20 - New York

ଠିକ୍ ଗୋପୀଙ୍କ ପରି, ସର୍ବୋଚ୍ଚ ଭକ୍ତ, ସେମାନଙ୍କର ଏକମାତ୍ର ବ୍ୟବସାୟ ହେଉଛି କୃଷ୍ଣଙ୍କୁ ଖୁସି କରିବା । ଖାଲି ଏତିକି। ତେଣୁ ଚୈତନ୍ୟ ମହାପ୍ରଭୁ ସୁପାରିଶ କରିଛନ୍ତି, ରମ୍ୟା କାଚିଦ ଉପାସନା ବ୍ରଜ-ବଧୂ-ବର୍ଗେନ ୟା କଳ୍ପିତା (ଚୈତନ୍ୟ-ମଞ୍ଜୁଷା) । ଗୋପୀମାନେ ଗ୍ରହଣ କରିଥିବା ପ୍ରକ୍ରିୟା ଅପେକ୍ଷା ଉପାସନର ଉତ୍ତମ ପଦ୍ଧତି ହୋଇପାରିବ ନାହିଁ । ସେମାନେ କୌଣସି ଜିନିଷର ଚିନ୍ତା କଲେ ନାହିଁ । ଗୋପୀ, ସେମାନଙ୍କ ମଧ୍ୟରୁ କେତେକ ଘର କାର୍ଯ୍ୟରେ ନିୟୋଜିତ ଥିଲେ, କେହି କେହି ସ୍ୱାମୀଙ୍କ ସହ କଥାବାର୍ତ୍ତା ହେଉଥିଲେ, ସେମାନଙ୍କ ମଧ୍ୟରୁ କେତେକ ପିଲାମାନଙ୍କର ଯତ୍ନ ନେଉଥିଲେ, କେହି କେହି କ୍ଷୀର ଫୁଟାଉଥିଲେ । କୃଷ୍ଣଙ୍କର ବଂଶୀ ଧ୍ୱନୀ ଆସିବା ମାତ୍ରେ ସବୁକିଛି ବନ୍ଦ ହୋଇଗଲା । "ତୁମେ କେଉଁଠାକୁ ଯାଉଛ?" ସ୍ୱାମୀ, ଭାଇ, ବାପା: "ତୁମେ କେଉଁଠାକୁ ଯାଉଛ?" "ନା, ଚିନ୍ତା ନାହିଁ। କୃଷ୍ଣଙ୍କର ବଂଶୀ ବାଜିଲାଣି; ଆମେ କିଛି ଜାଣି ନାହୁଁ।" ଏହା ହେଉଛି ଭକ୍ତି, ସର୍ବୋଚ୍ଚ, ସର୍ବୋଚ୍ଚ । ଚୈତନ୍ୟ ମହାପ୍ରଭୁ… ଚୈତନ୍ୟ ମହାପ୍ରଭୁ କଠୋର ଥିଲେ ଯେ ଜଣେ ମହିଳା ତାଙ୍କୁ ପ୍ରଣାମ କରିବା ପାଇଁ ଅତି ନିକଟତର ହୋଇପାରିବେ ନାହିଁ । ଅଳ୍ପ ଦୂରରୁ । ଚୈତନ୍ୟ ମହାପ୍ରଭୁ, ସନ୍ୟାସୀ ଭାବରେ, ସେ ଏତେ କଠୋର ଥିଲେ । ଅବଶ୍ୟ, ତାହା ନୀତି ହେବା ଉଚିତ୍, କିନ୍ତୁ ବିଶେଷକରି ଆପଣଙ୍କ ଦେଶରେ, ଏହାକୁ ଅତି କଠୋର ଭାବରେ ପାଳନ କରାଯାଇପାରିବ ନାହିଁ । କିନ୍ତୁ ଅନ୍ତତଃ ପକ୍ଷେ ଜଣେ ଅତି ସତର୍କ ହେବା ଉଚିତ୍ । ତେଣୁ ଚୈତନ୍ୟ ମହାପ୍ରଭୁ ଏତେ କଠୋର ଥିଲେ - ସେ ଗୋପୀଙ୍କ କୃଷ୍ଣଙ୍କ ପ୍ରତି ପ୍ରେମକୁ ପ୍ରଶଂସା କରୁଛନ୍ତି ।


ତେଣୁ ଗୋପୀଙ୍କ ପ୍ରେମ ସାଧାରଣ କଥା ନୁହେଁ, ଏହା। ଏହା ଦିବ୍ୟ । ଅନ୍ୟଥା, ଚୈତନ୍ୟ ମହାପ୍ରଭୁ କିପରି ପ୍ରଶଂସା କରନ୍ତେ? ଶୁକଦେବ ଗୋସ୍ୱାମୀ କୃଷ୍ଣ-ଲୀଳାକୁ କିପରି ପ୍ରଶଂସା କଲେ? ଏହି କୃଷ୍ଣ-ଲୀଳା ସାଧାରଣ କଥା ନୁହେଁ । ଏହା ଆଧ୍ୟାତ୍ମିକ ଅଟେ । ତେଣୁ ଯେପର୍ଯ୍ୟନ୍ତ ଭକ୍ତି-ଯୋଗରେ ଦୃଢ ଭାବରେ ଅବସ୍ଥାନ ନହୁଏ, ସେମାନେ ବୁଝିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ ଯେ କୃଷ୍ଣ ସହିତ ଗୋପୀଙ୍କର ଲୀଳା କ’ଣ? ତାହା ବିପଜ୍ଜନକ ହେବ । ନରୋତ୍ତମ ଦାସ ଠାକୁର, ସେ କୁହନ୍ତି,

ରୂପ-ରଘୁନାଥ-ପଦେ ହୋଇବେ ଆକୁତି
କବେ ହାମ ବୁଝାବୋ ସେ ଯୁଗଳ ପୀରିତି ।
(ଲାଳସାମୟୀ ପ୍ରାର୍ଥନା ୪)


ଯୁଗଳ ପୀରିତି : ରାଧା ଏବଂ କୃଷ୍ଣ ମଧ୍ୟରେ ସ୍ନେହପୂର୍ଣ୍ଣ ବ୍ୟବହାର । ଜୁଗଳ, ଜୁଗଳର ଅର୍ଥ ହେଉଛି "ଦମ୍ପତି"; ପୀରିତି ର ଅର୍ଥ ହେଉଛି "ପ୍ରେମ" । ତେଣୁ ନରୋତ୍ତମା ଦାସ ଠାକୁର, ମହାନ ଆଚାର୍ଯ୍ୟ, ସେ କହିଛନ୍ତି, "ମୁଁ କେତେବେଳେ ବୁଝିବାକୁ ସମର୍ଥ ହେବି?" ତାହା ନୁହେଁ ଯେ "ମୁଁ ସବୁକିଛି ବୁଝିଛି।" ଏହା ନୁହଁ, "ମୁଁ ସବୁକିଛି ବୁଝିଛି।" ଏହା ଭଲ ଅଟେ । ଏହା ହେଉଛି ବିଜ୍ଞାନଂ, ଭଗବତ୍-ତତ୍ତ୍ୱ-ବିଜ୍ଞାନଂ। ତେଣୁ ବିଜ୍ଞାନକୁ ବୁଝିବା ପାଇଁ ଆମେ ବହୁତ ଯତ୍ନବାନ ହେବା ଉଚିତ୍ । ଏବଂ ଆଧ୍ୟାତ୍ମିକ ଗୁରୁଙ୍କ ଦୟା ଦ୍ୱାରା ବିଜ୍ଞାନ ବୁଝିହେବ । ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କୁହନ୍ତି, ୟସ୍ୟ ପ୍ରସାଦାଦ୍: ସର୍ବପ୍ରଥମେ ତୁମର ଆଧ୍ୟାତ୍ମିକ ଗୁରୁଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କର । ତା’ପରେ ବୁଝିବାକୁ ଚେଷ୍ଟା କର ।


ତେଣୁ ଏହା ଏକ ମହାନ ବିଜ୍ଞାନ ।

ତଦ ବିଦ୍ଧି ପ୍ରଣିପାତେନ
ପରିପ୍ରଶ୍ନେନ ସେବୟା ।
ଉପଦେକ୍ଷ୍ୟନ୍ତି ତେ ଜ୍ଞାନଂ
ଜ୍ଞାନିନସ୍ତତ୍ତ୍ୱଦର୍ଶିନଃ ॥
(ଭ.ଗୀ. ୪.୩୪)


ଏହା ହେଉଛି ପ୍ରକ୍ରିୟା । ସର୍ବପ୍ରଥମେ ନିଜକୁ ସମର୍ପଣ କର: "ମହାଶୟ, ମୁଁ ଆପଣଙ୍କୁ ସମର୍ପଣ କରିବି।" "ହଉ।" "ବର୍ତ୍ତମାନ ମୁଁ ଏହାକୁ ପସନ୍ଦ କରେ ନାହିଁ "। ଏହା କଣ ଅଟେ? ଏହି ଆତ୍ମସମର୍ପଣ କ’ଣ, "ବର୍ତ୍ତମାନ ମୁଁ ଏହାକୁ ପସନ୍ଦ କରେ ନାହିଁ"? ଏହାର ଅର୍ଥ କୌଣସି ଆତ୍ମସମର୍ପଣ ନଥିଲା । ଆତ୍ମସମର୍ପଣର ଅର୍ଥ ନୁହେଁ, "ବର୍ତ୍ତମାନ ମୁଁ ଆତ୍ମସମର୍ପଣ କରୁଛି, ଏବଂ ଯଦି ତୁମେ ମୋତେ ସନ୍ତୁଷ୍ଟ କରୁନାହଁ, ଯଦି ତୁମେ ମୋର ଇନ୍ଦ୍ରିୟକୁ ସନ୍ତୁଷ୍ଟ କରୁନାହଁ, ତେବେ ମୁଁ ପସନ୍ଦ କରେ ନାହିଁ । " ତାହା ଆତ୍ମସମର୍ପଣ ନୁହେଁ । ଆତ୍ମସମର୍ପଣ, ଉଦାହରଣ ଭକ୍ତି ବିନୋଦ ଠାକୁର ଦେଇଛନ୍ତି: କୁକୁର । ବହୁତ ଭଲ ଉଦାହରଣ । କୁକୁରଟି ସମ୍ପୂର୍ଣ୍ଣ ରୂପେ ମାଲିକଙ୍କ ନିକଟରେ ଆତ୍ମସମର୍ପଣ କରେ । ଏପରିକି ମାଲିକ ତାକୁ ହତ୍ୟା କରନ୍ତି, ସେ ବିରୋଧ କରେ ନାହିଁ । ଏହା ହେଉଛି ଏକ ଉଦାହରଣ ।

ବୈଷ୍ଣବ ଠାକୁର, ତୋମାର କୁକ୍କୁର ଭୂଲିୟା ଜାନହ ମୋରେ


"ବୈଷ୍ଣବ ଠାକୁର, ମୋର ପ୍ରିୟ, ମୋର ସମ୍ମାନିତ ଆଧ୍ୟାତ୍ମିକ ଗୁରୁ, ତୁମେ ବୈଷ୍ଣବଙ୍କ ମଧ୍ୟରେ ସର୍ବୋତ୍ତମ । ଦୟାକରି ମୋତେ ତୁମର କୁକୁର ଭାବରେ ଗ୍ରହଣ କର। "ଏହା ଆତ୍ମସମର୍ପଣ ।


ତେଣୁ ପ୍ରକୃତ ଆତ୍ମସମର୍ପଣ ଆରମ୍ଭ ହୁଏ,

ମୟ୍ୟାସକ୍ତମନାଃ ପାର୍ଥ
ଯୋଗଂ ଯୁଞ୍ଜନ୍ମଦାଶ୍ରୟଃ ।
(ଭ.ଗୀ. ୭.୧)

ଆଶ୍ରୟଃ ଆଶ୍ରୟ ଲୋଇୟା ଭଜେ କୃଷ୍ଣ ତାରେ ନାହିଁ ତ୍ୟାଜେ (ନରୋତ୍ତମ ଦାସ ଠାକୁର) । ଯିଏ ଭକ୍ତି ସେବା କାର୍ଯ୍ୟକାରୀ କରେ, ପ୍ରାମାଣିକ ଆଧ୍ୟାତ୍ମିକ ଗୁରୁଙ୍କ ଆଶ୍ରୟ ନେଇ, କୃଷ୍ଣ ତାଙ୍କୁ କେବେବି ଛାଡିବ ନାହିଁ । ସେ ତାଙ୍କୁ ଗ୍ରହଣ କରିବେ। ଆଶ୍ରୟ ଲୋଇୟା ଭଜେ କୃଷ୍ଣ ତାରେ ନାହିଁ ତ୍ୟାଜେ ଆର ସବ ମୋରେ ଅକାରଣ । ଅନ୍ୟମାନେ, ସେମାନେ କେବଳ ସେମାନଙ୍କର ସମୟ ନଷ୍ଟ କରିବେ, ତାହା କେବଳ । ତେଣୁ ଏହା ହେଉଛି ଭଗବଦ୍-ଭକ୍ତି-ଯୋଗ । ଆଦୌ ଗୁରୁବାଶ୍ରୟଂ ସଡ଼-ଧର୍ମ-ପୃଚ୍ଛା, ସାଧୁ-ମାର୍ଗ-ଅନୁଗମନଂ (ଭରସି ୧.୧.୭୪) ।