OR/Prabhupada 0990 - ପ୍ରେମର ଅର୍ଥ ନୁହେଁ ଯେ 'ମୁଁ ନିଜକୁ ଭଲ ପାଏ' ଏବଂ ପ୍ରେମ ଉପରେ ଧ୍ୟାନ କରେ । ନା



740724 - Lecture SB 01.02.20 - New York

ଭଗବଦ୍-ଭକ୍ତି - ଯୋଗ ଏହା ଏକ ପ୍ରକାର ଯୋଗ, କିମ୍ବା ପ୍ରକୃତ ଯୋଗ । ସର୍ବୋଚ୍ଚ ଯୋଗ ପ୍ରଣାଳୀ ହେଉଛି ଭଗବଦ୍-ଭକ୍ତି, ଏବଂ, ଭଗବଦ୍-ଭକ୍ତି-ଯୋଗ ଆରମ୍ଭ ହୁଏ, ଆଦୌ ଗୁରୁବ-ଆଶ୍ରୟଃ । ସର୍ବପ୍ରଥମେ ଗୁରୁଙ୍କ ନିକଟରେ ଆତ୍ମସମର୍ପଣ କର ।

ତଦ୍ ବିଦ୍ଧି ପ୍ରଣିପାତେନ
ପରିପ୍ରଶ୍ନେନ ସେବୟା
(ଭ.ଗୀ. ୪.୩୪)

ରୀତିନୀତି ଦୀକ୍ଷାର କୌଣସି ଅର୍ଥ ନାହିଁ । ଯେପର୍ଯ୍ୟନ୍ତ ଗୁରୁଙ୍କ ନିକଟରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ ନକରନ୍ତି, ତେବେ ଦୀକ୍ଷା ନେବାର ପ୍ରଶ୍ନ ନାହିଁ । ଦିବ୍ୟ ଜ୍ଞାନ ହୃଦେ ପ୍ରକାଶିତୋ । ଦିବ୍ୟ ଜ୍ଞାନ ର ଅର୍ଥ ହେଉଛି "ଦିବ୍ୟ ଜ୍ଞାନ" । ତେଣୁ ଗୁରୁଙ୍କ ସହିତ କୌଶଳ ଖେଳିବା, କୂଟନୀତିଜ୍ଞ ଏବଂ ଷଡଯନ୍ତ୍ରକାରୀ ହେବା, ଏହି ଧୂର୍ତ୍ତତା ଭଗବଦ୍-ଭକ୍ତି-ଯୋଗରେ ସାହାଯ୍ୟ କରିବ ନାହିଁ । ଆପଣ ଅନ୍ୟ କିଛି ଜିନିଷ ପାଇପାରିବେ, କିଛି ଭୌତିକ ଲାଭ, କିନ୍ତୁ ଆଧ୍ୟାତ୍ମିକ ଜୀବନ ନଷ୍ଟ ହୋଇଯିବ ।

ତେଣୁ ଏହି କୃଷ୍ଣ ଭାବନାମୃତ ଆନ୍ଦୋଳନ ଆଧ୍ୟାତ୍ମିକ ଜ୍ଞାନ ପାଇଁ, ଟଙ୍କା କିପରି ପାଇବେ, କିପରି ରୋଜଗାର କରିବେ ତାହା ପାଇଁ ନୁହେଁ । ଏହା କୃଷ୍ଣ ଭାବନାମୃତ ନୁହେଁ । ଚୈତନ୍ୟ ମହାପ୍ରଭୁ ଶିକ୍ଷାଦାନ କରିଛନ୍ତି,

ନ ଧନଂ ନ ଜନଂ ନ ସୁନ୍ଦରୀ
କବିତା ବା ଜଗଦୀଶ-କାମୟେ
(ଚ.ଚ. ଅନ୍ତ୍ୟ ୨୦.୨୯, ଶିକ୍ଷାଷ୍ଟକ ୪)

ନ ଧନଂ। ଭୌତିକବାଦୀମାନେ, ସେମାନେ, ସେମାନେ କଣ ଚାହାଁନ୍ତି? ସେମାନେ ଟଙ୍କା ଚାହୁଁଛନ୍ତି । ସେମାନେ ଅନେକ ଅନୁଗାମୀ ଏବଂ ଅନେକ ଅଧସ୍ତନ, କିମ୍ବା ସୁନ୍ଦର, ସୁନ୍ଦର ପତ୍ନୀ ଚାହାଁନ୍ତି । ଏହା ଭୌତିକବାଦୀ । କିନ୍ତୁ ଚୈତନ୍ୟ ମହାପ୍ରଭୂ ମନା କରିଦେଇଛନ୍ତି। ନ ଧନଂ: "ନା, ନା। ମୁଁ ଟଙ୍କା ଚାହେଁ ନାହିଁ।" ଏହା ଶିକ୍ଷାଦାନ କରୁଛି । ନ ଧନଂ ନ ଜନଂ: "ମୁଁ କାହା ଉପରେ ଶାସନ କରିବାକୁ ଚାହେଁ ନାହିଁ ।" ନା। ନ… ନ ଧନଂ ନ ଜନଂ ନ ସୁନ୍ଦରୀଂ କବିତାଂ; ଏକ କବିତା ମାଧ୍ୟମରେ କଳ୍ପନା ଭଲ, ସୁନ୍ଦର ପତ୍ନୀର । "ମୁଁ ଏହି ଜିନିଷଗୁଡିକ ଚାହେଁ ନାହିଁ।" କଣ? ତା’ପରେ, ଭଗବଦ୍-ଭକ୍ତି-ଯୋଗ,

ମମ ଜନ୍ମାନି ଜନ୍ମାନୀଶ୍ୱରେ
ଭବତାଦ ଭକ୍ତିର ଅହୈତୁକି ତ୍ଵୟି
(ଚ.ଚ. ଅନ୍ତ୍ୟ ୨୦.୨୯, ଶିକ୍ଷାଷ୍ଟକ ୪)

ତା’ପରେ ଭଗବଦ୍-ଭକ୍ତ ମୁକ୍ତି ମଧ୍ୟ ଚାହାଁନ୍ତି ନାହିଁ । କୃଷ୍ଣ, ଚୈତନ୍ୟ ମହାପ୍ରଭୁ କାହିଁକି କହୁଛନ୍ତି ଜନ୍ମାନି ଜନ୍ମାନି, "ଜନ୍ମ ପରେ..."? ଯିଏ ମୁକ୍ତ, ସେ ଏହି ଭୌତିକ ଜଗତରେ ଆଉ ଜନ୍ମ ଗ୍ରହଣ କରେ ନାହିଁ । ଯେଉଁମାନେ ନିରାକାରବାଦୀ, ସେମାନେ କୃଷ୍ଣଙ୍କ ଜ୍ୟୋତି, ଶାରୀରିକ କିରଣରେ ମିଶିଯାନ୍ତି, ଏବଂ ଯେଉଁମାନେ ଭକ୍ତ, ସେମାନେ ବୈକୁଣ୍ଠ, କିମ୍ବା ଗୋଲୋକ ବୃନ୍ଦାବନରେ ପ୍ରବେଶ କରିବାକୁ ଅନୁମତି ପାଆନ୍ତି । (ପାର୍ଶ୍ୱରେ :) ପାଟି କର ନାହିଁ ।

ତେଣୁ ଯଦି ଆମେ ଚାହୁଁ ପ୍ରସନ୍ନ ମନ, ସର୍ବଦା ଆନନ୍ଦ - ତାହା ହେଉଛି ଆଧ୍ୟାତ୍ମିକ ଜୀବନ । ଏହା ନୁହେଁ ସବୁବେଳେ ଉଦାସ, କିଛି ଯୋଜନା ପ୍ରସ୍ତୁତ କରି । ତାହା ଆଧ୍ୟାତ୍ମିକ ଜୀବନ ନୁହେଁ । ଆପଣ କୌଣସି ଭୌତିକବାଦୀ ବ୍ୟକ୍ତିଙ୍କୁ ଆନନ୍ଦିତ ପାଇବେ ନାହିଁ । ସେ ମର୍ମାହତ, ଏବଂ ଚିନ୍ତା କରୁଛନ୍ତି, ଏବଂ ସିଗାରେଟ୍ ଟାଣୁଛନ୍ତି ଏବଂ ପିଉଛନ୍ତି, କିଛି ବଡ, ବଡ ଯୋଜନା ପ୍ରସ୍ତୁତ କରୁଛନ୍ତି । ତାହା ହେଉଛି ଭୌତିକବାଦୀ । ଏବଂ ଭଗବଦ୍-ଭକ୍ତି-ୟୋଗତଃ ପ୍ରସନ୍ନ-ମନସୋ । ଭଗବଦ୍-ଗୀତାରେ,

ବ୍ରହ୍ମଭୂତଃ ପ୍ରସନ୍ନାତ୍ମା
ନ ଶୋଚତି ନ କାଂକ୍ଷତି।
(ଭ.ଗୀ. ୧୮.୫୪)

ପ୍ରସନ୍ନାତ୍ମା । ଏହା ହେଉଛି ଆଧ୍ୟାତ୍ମିକ ଜୀବନ । ତୁମେ ପ୍ରକୃତରେ ଆଧ୍ୟାତ୍ମିକ ଜୀବନରେ ପରିଣତ ହେବା ମାତ୍ରେ, ତେଣିକି ତୁମେ ନିରାକାର ଦର୍ଶନ କିମ୍ବା ସାକାର ଦର୍ଶନରେ ଥାଅ, ସେ ଦୁହେଁ ଆଧ୍ୟାତ୍ମିକବାଦୀ; କେବଳ ପାର୍ଥକ୍ୟ ହେଉଛି ନିରାକାରବାଦୀ ଭାବନ୍ତି, "ମୁଁ ଆତ୍ମା; ପରମେଶ୍ୱର ଆତ୍ମା। ତେଣୁ ଆମ୍ଭେମାନେ ଏକ। ଆମ୍ଭେମାନେ ଏଥିରେ ମିଶିବା।" ସାଯୁଯ୍ୟ-ମୁକ୍ତି । କୃଷ୍ଣ ସେମାନଙ୍କୁ ସାଯୁଯ୍ୟ-ମୁକ୍ତି ଦେଇଥାନ୍ତି । କିନ୍ତୁ ତାହା ଅତ୍ୟନ୍ତ ନିରାପଦ ନୁହେଁ, କାରଣ ଆନନ୍ଦମୟୋ ଽଭ୍ୟାସାତ (ବେଦାନ୍ତ-ସୂତ୍ର ୧.୧.୧୨) । ଆନନ୍ଦ, ପ୍ରକୃତ ଆନନ୍ଦ, ଜଣେ ଏକା ହୃଦୟଙ୍ଗମ କରିପାରିବ ନାହିଁ । ଦୁଇଜଣ ରହିବା ଜରୁରୀ । ପ୍ରେମର ଅର୍ଥ ନୁହେଁ ଯେ "ମୁଁ ନିଜକୁ ଭଲ ପାଏ" ଏବଂ ପ୍ରେମ ଉପରେ ଧ୍ୟାନ କରେ । ନା। ନିଶ୍ଚୟ, ଅନ୍ୟ ଜଣେ ବ୍ୟକ୍ତି, ପ୍ରେମିକ ହେବା ଆବଶ୍ୟକ । ତେଣୁ ଦୈତବାଦ । ତୁମେ ଭକ୍ତି ଶାଖାକୁ ଆସିବା ମାତ୍ରେ ନିଶ୍ଚୟ ଦୈତବାଦ: ଦୁଇଜଣ - କୃଷ୍ଣ ଏବଂ କୃଷ୍ଣଙ୍କର ଭକ୍ତ । ଏବଂ କୃଷ୍ଣଏବଂ କୃଷ୍ଣଙ୍କର ସେବକଙ୍କ ବିନିମୟକୁ ଭକ୍ତି କୁହାଯାଏ । ସେଇ ବ୍ୟବହାର, ତାହାକୁ ଭକ୍ତି କୁହାଯାଏ । ତେଣୁ କୁହାଯାଏ, ଭଗବଦ୍-ଭକ୍ତି-ୟୋଗତଃ । ଅଦ୍ୱୈତବାଦ ନୁହେଁ, ଏକତ୍ୱ । ସବୁବେଳେ ଭକ୍ତ... ଭକ୍ତ କୃଷ୍ଣଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି ।