OR/Prabhupada 0994 - ଭଗବାନ ଏବଂ ଆମ ମଧ୍ୟରେ ପାର୍ଥକ୍ୟ କ'ଣ?



730407 - Lecture SB 01.14.43 - New York

ତେଣୁ ଯେତେବେଳେ ଆମେ କମ୍ୟୁନିଷ୍ଟ ଦେଶ ମସ୍କୋକୁ ଗଲୁ, ମୁଁ ଭାବୁଛି ସମସ୍ତେ ଅଭାବରେ ଅଛନ୍ତି, ଏବଂ ସେମାନେ ନିଜ ପସନ୍ଦର ଖାଦ୍ୟ ସାମଗ୍ରୀ ମଧ୍ୟ ପାଉ ନଥିଲେ । ଯାହା ସରକାରୀ ନିୟମ, ଅଳିଆ ଜିନିଷ ଯୋଗାଇବ, ସେମାନଙ୍କୁ ଗ୍ରହଣ କରିବାକୁ ପଡିବ । ଏବଂ ବାସ୍ତବରେ ଆମ ପାଇଁ ଭଲ ଖାଦ୍ୟ ସାମଗ୍ରୀ ନଥିଲା । ଆମେ ସେହି ନ୍ୟାସନାଲ ହୋଟେଲରେ ରହିଥିଲୁ, ଏବଂ ଶ୍ୟାମସୁନ୍ଦରକୁ ଜିନିଷ ପାଇବା ପାଇଁ ଅତି କମରେ ଦୁଇ ଘଣ୍ଟା ବିତାଇବାକୁ ପଡିଲା । ତାହା ମଧ୍ୟ, ବହୁତ ଭଲ ଜିନିଷ ନୁହେଁ । ଚାଉଳ ମିଳିପାରିଲା ନାହିଁ । ଜଣେ ମାଡ୍ରାସୀ ଭଦ୍ରଲୋକ, ସେ ଆମକୁ କିଛି ଚାଉଳ, ସୁନ୍ଦର ଅଟା ଯୋଗାଇଲେ; ନଚେତ୍ କେବଳ କ୍ଷୀର ଏବଂ ବଟର ଉପଲବ୍ଧ, ଏବଂ ମାଂସ, ତାହା ହିଁ । କୌଣସି ଫଳ ନାହିଁ, ପନିପରିବା ନାହିଁ, ଭଲ ଚାଉଳ ନାହିଁ, ଏବଂ ଏହି ଜିନିଷଗୁଡ଼ିକ ଉପଲବ୍ଧ ନାହିଁ । ଏହା ହେଉଛି କଳି-ଯୁଗ । ଏପରି ହେବ, ଯୋଗାଣ ହ୍ରାସ ପାଇବ । ପ୍ରକୃତରେ ଯୋଗାଣ କୃଷ୍ଣଙ୍କ ଦ୍ୱାରା ହୋଇଥାଏ ।

ନିତ୍ୟୋ ନିତ୍ୟାନାଂ ଚେତନଶ ଚେତନାନାଂ
ଏକୋ ୟୋ ବହୂନାଂ ବିଦଧାତି କାମାନ


ତାହା ହେଉଛି ଭଗବାନ ଏବଂ ଆମ ମଧ୍ୟରେ ପାର୍ଥକ୍ୟ । ଆମେ ମଧ୍ୟ ବ୍ୟକ୍ତି, ଭଗବାନ ମଧ୍ୟ ବ୍ୟକ୍ତି ଅଟନ୍ତି । ନିତ୍ୟୋ ନିତ୍ୟାନାଂ ଚେତନଶ ଚେତନାନାଂ । ସେ ମଧ୍ୟ ଜୀବ, ଆମେ ମଧ୍ୟ ଜୀବ । ତେବେ ଭଗବାନ ଏବଂ ଆମ ମଧ୍ୟରେ ପାର୍ଥକ୍ୟ କ’ଣ? ସେହି ଏକଃ, ସେହି ଏକ ଜୀବ, ନିତ୍ୟଃ, ଏକ ବଚନ । ତ, ବହୂନାଂ ବିଦଧାତି କାମାନ । ସେ ଜୀବନର ଆବଶ୍ୟକତା ଯୋଗାନ୍ତି ଏହି ସମସ୍ତ ବହୁବଚନକୁ, ବହୂନାଂ । ନିତ୍ୟୋ ନିତ୍ୟାନାଂ ଚେତନଶ ଚେତନାନାଂ । ଯେଉଁମାନେ ସଂସ୍କୃତ ଜାଣନ୍ତି, ଏହି ନିତ୍ୟଃ ଅର୍ଥ ହେଉଛି ଏକ ବଚନ ବ୍ୟକ୍ତି, ଏବଂ ନିତ୍ୟାନାଂ, ତାହା ହେଉଛି ବହୁବଚନ ସଂଖ୍ୟା । ସେ ଦୁହେଁ ବ୍ୟକ୍ତି, ଉଭୟେ ଜୀବ, କିନ୍ତୁ କାହିଁକି ସେହି ଏକ ବଚନ ସର୍ବୋଚ୍ଚ ବୋଲି ବିବେଚନା କରାଯାଏ? କାରଣ ସେ ସମସ୍ତ ବହୁବଚନକୁ ଖାଦ୍ୟ ସାମଗ୍ରୀ ଯୋଗାନ୍ତି । ତେଣୁ ପ୍ରକୃତରେ କୃଷ୍ଣ ସମସ୍ତ ଜୀବଜନ୍ତୁଙ୍କୁ ଯୋଗାଇବା ପାଇଁ ସବୁକିଛି ପ୍ରସ୍ତୁତ । କେହି ଭୋକିଲା ରହିବା ପାଇଁ ଉଦ୍ଦିଷ୍ଟ ନୁହଁନ୍ତି । ନା। ତାହା ନୁହେଁ । ଯେପରି ଜେଲ ଗୃହରେ, ଯଦିଓ ବନ୍ଦୀମାନେ ସେମାନେ ନିନ୍ଦନୀୟ, ତଥାପି ସରକାର ସେମାନଙ୍କର ଖାଦ୍ୟର ଯତ୍ନ ନେଉଛନ୍ତି, ଡାକ୍ତରଖାନାର ଯତ୍ନ ନେଉଛନ୍ତି, ତାହା ନୁହେଁ ଯେ ସେମାନେ ଭୋକରେ ରହିବା ଉଚିତ୍ । ନା। ସେହିଭଳି, ଯଦିଓ ଏହି ଭୌତିକ ଜଗତରେ ଆମେ ସମସ୍ତେ ନିନ୍ଦିତ, ଆମେ ବନ୍ଦୀ, ବନ୍ଦୀ । ଆମେ ଯାଇପାରିବା ନାହିଁ, ଆମେ ଗୋଟିଏ ଗ୍ରହରୁ ଅନ୍ୟ ଗ୍ରହକୁ ଯାଇପାରିବା ନାହିଁ । ସେମାନେ ବହୁତ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ସେମାନେ ବିଫଳ ହୋଇଛନ୍ତି । ସେମାନେ ବର୍ତ୍ତମାନ କଥାବାର୍ତ୍ତା କରନ୍ତି ନାହିଁ । (ହସ) ଏହା ସମ୍ଭବ ନୁହେଁ, କାରଣ ଆମେ ବନ୍ଦୀ ଅଟୁ । ବଦ୍ଧ । ଆପଣଙ୍କୁ ଏହି ଗ୍ରହରେ ରହିବାକୁ ପଡିବ । ଜଣଙ୍କୁ ସେମାନଙ୍କ ଗ୍ରହରେ ରହିବାକୁ ପଡିବ । ଏଥିରେ ଯେ ତୁମର ଇଚ୍ଛା ଏବଂ ସ୍ୱାଧୀନତା କୌଣସି ପ୍ରଶ୍ନ ନାହିଁ, କାରଣ ତୁମର କୌଣସି ସ୍ୱାଧୀନତା ନାହିଁ ।


କିନ୍ତୁ ନାରଦ ମୁନିଙ୍କର ସ୍ୱାଧୀନତା ଅଛି । ନାରଦ ମୁନି ଗୋଟିଏ ଗ୍ରହରୁ ଅନ୍ୟ ଗ୍ରହକୁ ଯାଉଛନ୍ତି । ସେ ଆଧ୍ୟାତ୍ମିକ ଆକାଶରୁ ଭୌତିକ ଆକାଶ ଦେଇ ଆସୁଛନ୍ତି, କାରଣ ସେ ଉତ୍ତମ ଭକ୍ତ । ତେଣୁ ତାହା ହେଉଛି ଏକ ଆଦର୍ଶ ଜୀବ । ଯେପରି କୃଷ୍ଣଙ୍କ ପୂର୍ଣ୍ଣ ସ୍ୱାଧୀନତା ଅଛି, ସେହିଭଳି ଯେତେବେଳେ ଆମେ ସିଦ୍ଧ ହୋଇଥାଉ, କୃଷ୍ଣ ଭାବନାମୃତ, ଆମେ ମଧ୍ୟ ମୁକ୍ତ ହୋଇଥାଉ । ଏହା ଆମର ସ୍ଥିତି । କିନ୍ତୁ ବଦ୍ଧ ସ୍ଥିତିରେ ନୁହେଁ ଯେ ଆମେ ଗତି କରିପାରିବା । ପାରିବ ନାହିଁ । ବଦ୍ଧ । ବ୍ରହ୍ମାଣ୍ଡ ଭ୍ରମିତେ କୋନ ଭାଗ୍ୟବାନ, ଆମେ ବଦ୍ଧ । କିନ୍ତୁ ବଦ୍ଧ ଅବସ୍ଥାରେ ମଧ୍ୟ, ଯଦି ଆମେ ବୈଦିକ ନୀତି ଅନୁସରଣ କରିବା ତେବେ ଆମେ ଖୁସି ହୋଇପାରିବା । ଖୁସି, ଏବଂ ମାନବ ଜୀବନ ଏହି ଉଦ୍ଦେଶ୍ୟ ପାଇଁ ଉଦ୍ଦିଷ୍ଟ, ଯେ ତୁମେ ଖୁସିରେ ବଞ୍ଚ, କୃଷ୍ଣ ଭାବନାମୃତ ବିକାଶ ପାଇଁ ସମୟ ଦିଅ । ଯାହା ଦ୍ଵାରା ପରବର୍ତ୍ତୀ ଜୀବନ ତୁମେ ଏହି ଭୌତିକ ଜଗତରେ ଆଉ ରହିବ ନାହିଁ । ତୁମେ ଆଧ୍ୟାତ୍ମିକ ଦୁନିଆକୁ ସ୍ଥାନାନ୍ତରିତ ହେବ । ଏହା ହେଉଛି ମାନବ ଜୀବନର ଉଦ୍ଦେଶ୍ୟ । କିନ୍ତୁ ଏହି ମୂର୍ଖମାନେ, ସେମାନେ ଜାଣନ୍ତି ନାହିଁ । ସେମାନେ ଭାବନ୍ତି ଯେ ଆମେ ଅଗ୍ରଗତି କରୁଥିବା ସଭ୍ୟତା, କାରଣ ବିଲେଇ ଏବଂ କୁକୁରମାନେ ତଳେ ଶୋଉଛନ୍ତି, ଆମ ପାଖରେ ୧୦୪ ମହଲା କୋଠା ଅଛି ଏବଂ ଆମେ ସେଠାରେ ଶୋଇଛୁ । ଏହା ହେଉଛି ସେମାନଙ୍କର ଉନ୍ନତି । କିନ୍ତୁ ସେମାନେ ବୁଝନ୍ତି ନାହିଁ ଯେ ଶୋଇବା, ଶୋଇବା ଦ୍ୱାରା ଉପଭୋଗ, କୁକୁର ଏବଂ ୧୦୪ ତମ ମହଲାରେ ଶୋଇଥିବା ବ୍ୟକ୍ତିଙ୍କ ପାଇଁ ସମାନ କାହାଣୀ । (ହସ) ଠିକ୍ ସେହିପରି, କୁକୁର ଏବଂ ମନୁଷ୍ୟ କିମ୍ବା ଦେବତନଙ୍କ ପାଇଁ ଯୌନ ଜୀବନ, ଆନନ୍ଦ ସମାନ ଅଟେ । କୌଣସି ପାର୍ଥକ୍ୟ ନାହିଁ ।