OR/Prabhupada 1017 - ବ୍ରହ୍ମା ମୂଳ ସୃଷ୍ଟିକର୍ତ୍ତା ନୁହଁନ୍ତି । ମୂଳ ସୃଷ୍ଟିକର୍ତ୍ତା ହେଉଛନ୍ତି କୃଷ୍ଣ



720200 - Lecture SB 01.01.01 - Los Angeles

ବର୍ତ୍ତମାନ ପ୍ରକ୍ରିୟା ହେଉଛି, ଯେପରି ଆମେ ଜଣେ ଶିକ୍ଷକ, ଆଧ୍ୟାତ୍ମିକ ଗୁରୁଙ୍କ ନିକଟକୁ ଜ୍ଞାନ ଆହରଣ ପାଇଁ ଯାଉ | ତେଣୁ ବ୍ରହ୍ମାଙ୍କ ଆଗରେ କୌଣସି ଦୃଶ୍ୟମାନ ଜୀବ ନଥିଲା | ତେବେ ସେ କିପରି ଜ୍ଞାନ ପାଇଲେ? ଉତ୍ତର ହେଉଛି "ତେନେ ବ୍ରହ୍ମ ହୃଦା ୟ ଆଦି-କବଏ" | "ଆଦି-କବଏ" | ପ୍ରଥମ ସୃଷ୍ଟି ଜୀବ, ବ୍ରହ୍ମା, ହୃଦୟରୁ ଶିକ୍ଷିତ ହୋଇଥିଲେ | ଏହାର ଅର୍ଥ କୃଷ୍ଣ, ବାସୁଦେବ, କିମ୍ବା ପରମପୁରୁଷ ଭଗବାନ, ସମସ୍ତଙ୍କ ହୃଦୟରେ ଅବସ୍ଥିତ | ସେ ବ୍ରହ୍ମାଙ୍କ ହୃଦୟରେ ମଧ୍ୟ ଅବସ୍ଥିତ | ସେ ତୁମର ହୃଦୟରେ, ମୋର ହୃଦୟରେ ଅବସ୍ଥିତ | ଏବଂ 'ହୃଦା' ଏହି ଶବ୍ଦଟି ବ୍ୟବହୃତ ହୋଇଛି | 'ହୃଦା' ଅର୍ଥ ହୃଦୟ | ତେଣୁ ସେ ହୃଦୟରୁ କାହାକୁ ଶିକ୍ଷା ଦେଇ ପାରିବେ | କିନ୍ତୁ ଆମେ କାହିଁକି ତାଙ୍କ ବିଷୟରେ ଅବଗତ ନାହୁଁ? ଭୌତିକଶାସ୍ତ୍ର ଅନୁସାରେ ଆମେ ଜାଣୁ, କିନ୍ତୁ ପ୍ରକୃତରେ ଆମର ବଦ୍ଧ ଅବସ୍ଥାରେ ଆମେ ବୁଝିପାରୁ ନାହୁଁ ସେ କିପରି ଆମକୁ ନିର୍ଦ୍ଦେଶ ଦେଉଛନ୍ତି | କିନ୍ତୁ ସେ ନିର୍ଦ୍ଦେଶନା ଦେଉଛନ୍ତି। ତାହା ଏକ ସତ୍ୟ | ବ୍ରହ୍ମା ସାଧାରଣ ଜୀବ ନୁହଁନ୍ତି, ତେଣୁ ସେ ହୃଦୟରେ ପରମପୁରୁଷ ଭଗବାନଙ୍କଠାରୁ ନିର୍ଦ୍ଦେଶ ନେଇପାରନ୍ତି | ଆମେ ମଧ୍ୟ ନେଇପାରିବା ଯେତେବେଳେ ଆମେ ଯୋଗ୍ୟ ହେବା, ବ୍ରହ୍ମାଙ୍କ ପରି |

ବ୍ରହ୍ମା ଭଗବାନଙ୍କର ସେବା କରିବାକୁ ପ୍ରକଟ ହେଲେ । ପ୍ରଭୁଙ୍କର ଇଚ୍ଛା ପୂରଣ କରିବା ପାଇଁ | ଯେପରି ଆମେ ଜଣେ ବଢ଼େଇ ନିୟୋଜିତ କରୁ, ଏବଂ ମୁଁ ତାଙ୍କୁ ମୋ ପାଇଁ କ୍ୟାବିନେଟ୍ ତିଆରି କରିବାକୁ କୁହେ | ମୁଁ ତାଙ୍କୁ ଉପାଦାନ, ଉପକରଣ, କିମ୍ବା ମଜୁରୀ ଦେଇଥାଏ, ଏବଂ ସେ ଏକ କ୍ୟାବିନେଟ୍ ତିଆରି କରନ୍ତି | ସେହିପରି ଭାବରେ, ଭଗବାନ ଉପାଦାନଗୁଡିକ ସୃଷ୍ଟି କଲେ, ଏବଂ ଉତ୍ପାଦକ ମଧ୍ୟ, ଏବଂ ବ୍ରହ୍ମା ଏହି ବ୍ରହ୍ମାଣ୍ଡ ସୃଷ୍ଟି କଲେ | କିନ୍ତୁ ସେ ମୂଳ ସୃଷ୍ଟିକର୍ତ୍ତା ନୁହଁନ୍ତି | ମୂଳ ସୃଷ୍ଟିକର୍ତ୍ତା ହେଉଛନ୍ତି କୃଷ୍ଣ | ଏହିପରି, ମୂଳ ମାଲିକ ମଧ୍ୟ କୃଷ୍ଣ କାରଣ ସେ ଉପାଦାନଗୁଡିକ ସୃଷ୍ଟି କରିଛନ୍ତି | ବାସ୍ତବରେ ଯେତେବେଳେ ଆମେ ବ୍ୟବହାରିକ କ୍ଷେତ୍ରରେ କାର୍ଯ୍ୟ କରୁ, ଉପାଦାନଗୁଡିକ ଆମେ ସୃଷ୍ଟି କରିପାରିବୁ ନାହିଁ | ଧରାଯାଉ ଆମେ ଏକ ବହୁତ ଉଚ୍ଚ ଆକାଶ ଛୁଆ ଘର ନିର୍ମାଣ କରୁ, କିନ୍ତୁ ଉପାଦାନଗୁଡ଼ିକ ଯଥା ପୃଥିବୀ, ପଥର, କାଠ, ଲୁହା, ଯାହା ଘରର ଉପାଦାନ, ତାହା ଆମେ ସୃଷ୍ଟି କରିପାରିବୁ ନାହିଁ | ତାହା ଭଗବାନଙ୍କ ଦ୍ୱାରା ସୃଷ୍ଟି | ଆମେ କେବଳ ରୂପାନ୍ତର କରୁ | ଆମେ ପୃଥିବୀ, ପୃଥିବୀରୁ ମଇଳା ନେଇ ଜଳ ସହିତ ମିଶାଇଥାଉ | ଜଳ ଭଗବାନଙ୍କ ଦ୍ୱାରା ସୃଷ୍ଟି | ପୃଥିବୀ ଭଗବାନଙ୍କ ଦ୍ୱାରା ସୃଷ୍ଟି | ତା’ପରେ ଆମେ ଏହାକୁ ମିଶାଇ ଇଟା ପରି ଏକ ଗୁଳ ତିଆରି କରି ନିଆଁରେ ରଖିଥାଉ | ଅଗ୍ନି ମଧ୍ୟ ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଛି | ଏହି ଉପାୟରେ, ଯଦି ଆମେ ଅନୁସନ୍ଧାନ କରି ଅଧ୍ୟୟନ କରୁ, ଉପାଦାନ ଏବଂ ସାମଗ୍ରୀ ଯାହାକୁ ଆମେ ପରିଚାଳନା କରୁଛୁ, ସେଗୁଡ଼ିକ ଆମର ସୃଷ୍ଟି ନୁହେଁ | ସେମାନେ ଭଗବାନଙ୍କ ସୃଷ୍ଟି | ଆମେ କେବଳ ସେଗୁଡିକୁ ପରିଚାଳନା କରୁ | ଏବଂ ଯେହେତୁ ଆମେ ସେଗୁଡିକୁ ପରିଚାଳନା କରୁ ଏହା ଆମର ସମ୍ପତ୍ତି ହୋଇନଥାଏ | ଏହା ହେଉଛି ଅର୍ଥ |

ମନେକର ମୁଁ ଶ୍ରମିକ, ମୁଁ ଅନ୍ୟ କିଛି ଜିନିଷ, ସାମଗ୍ରୀ ଉପଯୋଗ କରୁଛି ଏବଂ କିଛି ପ୍ରସ୍ତୁତ କରୁଛି, ଏହାର ଅର୍ଥ ନୁହେଁ ଯେତେବେଳେ ଜିନିଷଟି ଉତ୍ପାଦିତ ହୁଏ, ସଂପୂର୍ଣ୍ଣ ହୁଏ, ଏହା ମୋର ସମ୍ପତ୍ତି ହୋଇଯାଏ | ନା। ଏହା କିପରି ହୋଇପାରେ? ତେଣୁ ଦର୍ଶନ ହେଉଛି ଯେ ସବୁକିଛି କୃଷ୍ଣଙ୍କର, ଭଗବାନଙ୍କର ଅଟେ | ମୁଁ ମଧ୍ୟ ତାଙ୍କର ଅଟେ। ଏବଂ ମୁଁ ଯାହା ବି କରେ, ଉତ୍ପାଦନ କରେ, ତାହା ମଧ୍ୟ ତାଙ୍କର ଅଟେ | ଅର୍ଥ ବୁଝିବା ଏହା ଯେ ସବୁକିଛି ଭଗବାନଙ୍କର ଅଟେ | ମୁଁ ମଧ୍ୟ ଭଗବାନଙ୍କର ଅଟେ | ମୋର ବୁଦ୍ଧି ଭଗବାନଙ୍କର ଅଟେ | ଉପାଦାନ ବା ଶାରୀରିକ ଉପାଦାନ ଯାହା ସହିତ ଆମେ କାମ କରୁ, ତାହା ମଧ୍ୟ ଭଗବାନଙ୍କର ଅଟେ | ତା’ହେଲେ ମୁଁ ମାଲିକ ବୋଲି ଦାବି କରିବାର ପରିସର କେଉଁଠାରେ ଅଛି? ଏହାକୁ ଭ୍ରମ ବୋଲି କୁହାଯାଏ | ତେଣୁ ଏହି କୃଷ୍ଣ ଭାବନାମୃତ ଆନ୍ଦୋଳନ ପୁନର୍ଜୀବିତ ପାଇଁ ଉଦ୍ଦିଷ୍ଟ | ମାନବ ସମାଜର ମୂଳ ଚେତନା, କାରଣ ବିଲେଇ, କୁକୁର କିମ୍ବା ପଶୁମାନଙ୍କରେ, ଏପରି ଚେତନାକୁ ଜାଗୃତ କରାଯାଇପାରିବ ନାହିଁ | ସେମାନେ ଏତେ ନିର୍ବୋଧ ଏବଂ ଚେତନାର ନିମ୍ନ ପର୍ଯ୍ୟାୟରେ, ସେମାନଙ୍କ ବୁଝାଇବା ସମ୍ଭବ ନୁହେଁ...