OR/Prabhupada 1019 - ଯଦି ତୁମେ କୃଷ୍ଣଙ୍କ ପାଇଁ କିଛି ସେବା କର, କୃଷ୍ଣ ତୁମକୁ ଶହେ ଗୁଣ ପୁରସ୍କାର ଦେବେ
730408 - Lecture SB 01.14.44 - New York
ଯଦି ତୁମେ କୃଷ୍ଣଙ୍କ ପାଇଁ କିଛି ସେବା କର, କୃଷ୍ଣ ତୁମକୁ ଶହେ ଗୁଣ ପୁରସ୍କାର ଦେବେ । ତେଣୁ ଯୁଧିଷ୍ଠିର ମହାରାଜ ବୁଝିପାରିଲେ ଯେ କୃଷ୍ଣ ଆଉ ଏହି ପୃଥିବୀରେ ନାହାଁନ୍ତି; ତେଣୁ ସେ ଏତେଗୁଡ଼ିଏ ଉଦ୍ବେଗଜନକ ଲକ୍ଷଣ ଦେଖିଲେ । ବର୍ତ୍ତମାନ, ଯେତେବେଳେ ଅର୍ଜୁନ ଫେରି ଆସିଲେ, ସେ ପଚାରୁଥିଲେ, "ତୁମେ କାହିଁକି ଏତେ ମର୍ମାହତ? ତୁମେ ଏହା କରିଛ କି? ତୁମେ ତାହା କରିଛ କି?" ସବୁକିଛି । ବର୍ତ୍ତମାନ ସେ ସିଦ୍ଧାନ୍ତ ଦେଉଛନ୍ତି, "ମୁଁ ଭାବୁଛି ତୁମର ଏତେ ମହାନ ମର୍ମାହତ ମନୋଭାବ କୃଷ୍ଣଙ୍କ ଠାରୁ ବିରହ ହେତୁ ହୋଇଛି, ଯେପରି ମୁଁ ଅନୁଭବ କରୁଥିଲି । କଚ୍ଛିତ ପ୍ରେଷ୍ଟତମେନାଥ । ପ୍ରେଷ୍ଟତମେନାଥ, ଏହା ଅତ୍ୟନ୍ତ ଶ୍ରେଷ୍ଟତା-ସୂଚକ । ଯେପରି ଇଂରାଜୀ ଭାଷାରେ ସକାରାତ୍ମକ, ତୁଳନାତ୍ମକ ଏବଂ ଶ୍ରେଷ୍ଟତା-ସୂଚକ ଅଛି, ସେପରି ସଂସ୍କୃତରେ ଅଛି । ପ୍ରେଷ୍ଟ ସକରାତ୍ମକ, ପ୍ରେଷ୍ଟ ପରା ତୁଳନାତ୍ମକ, ଏବଂ ପ୍ରେଷ୍ଟତମ ହେଉଛି ଶ୍ରେଷ୍ଟତା-ସୂଚକ । କୃଷ୍ଣ ହେଉଛନ୍ତି ପ୍ରେଷ୍ଟତମ, ପ୍ରିୟତମ, ସର୍ବୋଚ୍ଚ ଡିଗ୍ରୀରେ । କଚ୍ଛିତ ପ୍ରେଷ୍ଟତମେନ ଅଥ । ପ୍ରେଷ୍ଟତମେନାଥ ହୃଦୟେନାତ୍ମ-ବନ୍ଧୁନା । ଆତ୍ମ-ବନ୍ଧୁ, ସୁହୃତ । ସଂସ୍କୃତରେ ବିଭିନ୍ନ ଶବ୍ଦ ଅଛି, ଆତ୍ମ-ବନ୍ଧୁ, ସୁହୃତ, ବନ୍ଧୁ, ମିତ୍ର - ସେମାନେ ସମସ୍ତେ ବନ୍ଧୁ, କିନ୍ତୁ ବିଭିନ୍ନ ଡିଗ୍ରୀର । ମିତ୍ର ଅର୍ଥ ସାଧାରଣ ବନ୍ଧୁ । ଯେପରି ତୁମେ କୁହ "ସେ ମୋର ବନ୍ଧୁ," ଏହାର ଅର୍ଥ ନୁହେଁ ଯେ ସେ ମୋର ଅନ୍ତରଙ୍ଗ ବନ୍ଧୁ । ତେଣୁ ସର୍ବୋତ୍ତମ ବନ୍ଧୁ ହେଉଛି ସୁହୃତ । ସୁହୃତର ଅର୍ଥ ହେଉଛି "କୌଣସି ଫେରସ୍ତ ଆଶା ବିନା |" ଯଦି ତୁମେ କାହା ବିଷୟରେ ଭାବୁଛ, ସେ କିପରି ଖୁସି ହେବ, ଯାହାକୁ ସୁହୃତ କୁହାଯାଏ ।
ତେଣୁ ହୃଦୟେନାତ୍ମ-ବନ୍ଧୁନା । କୃଷ୍ଣ ସର୍ବଦା ଅର୍ଜୁନ ବିଷୟରେ ଚିନ୍ତା କରୁଥିଲେ ଏବଂ ତାହା ହେଉଛି ସମ୍ପର୍କ । କୃଷ୍ଣ କୁହନ୍ତି, ସାଧବୋ ହୃଦୟଂ ମହ୍ୟଂ (ଭା. ୯.୪.୬୮) । ଯେହେତୁ ଭକ୍ତ ସର୍ବଦା କୃଷ୍ଣଙ୍କ ବିଷୟରେ ଭାବନ୍ତି, ସେହିପରି କୃଷ୍ଣ ମଧ୍ୟ ଭକ୍ତଙ୍କ ବିଷୟରେ ଭାବନ୍ତି । ସେ ଅଧିକ ଭାବନ୍ତି । ତାହା ହେଉଛି ପ୍ରତିକ୍ରିୟା ।
- ୟେ ୟଥା ମାଂ ପ୍ରପଦ୍ୟନ୍ତେ
- ତାଂସ୍ତଥୈବ ଭଜାମ୍ୟହମ୍
- (ଭ.ଗୀ. ୪.୧୧)
ଯଦି ତୁମେ କୃଷ୍ଣଙ୍କ ବିଷୟରେ ଚବିଶ ଘଣ୍ଟା ଭାବୁଛ, କୃଷ୍ଣ ତୁମ ବିଷୟରେ ଛବିଶ ଘଣ୍ଟା ଭାବିବେ । (ହସି) କୃଷ୍ଣ ଏତେ ଦୟାଳୁ ଅଟନ୍ତି। ଯଦି ତୁମେ କୃଷ୍ଣଙ୍କ ପାଇଁ କିଛି ସେବା କର, କୃଷ୍ଣ ତୁମକୁ ଶହେ ଗୁଣ ପୁରସ୍କାର ଦେବେ । କିନ୍ତୁ ଲୋକମାନେ, ସେମାନେ ଚାହାଁନ୍ତି ନାହିଁ । ସେମାନେ ଭାବନ୍ତି, "କୃଷ୍ଣଙ୍କର ସେବା କରି ଆମେ କ’ଣ ଲାଭ ପାଇବୁ? ଆସନ୍ତୁ ମୋର କୁକୁରର ସେବା କରିବା।" ଏହା ହେଉଛି ଭୁଲ ବୁଝାମଣା । ଏବଂ ଆମର ପ୍ରୟାସ ହେଉଛି କୃଷ୍ଣଙ୍କ ପ୍ରତି ସୁପ୍ତ ପ୍ରେମକୁ ଜାଗ୍ରତ କରିବା । ସମସ୍ତେ ପ୍ରେମ ପାଇଛନ୍ତି - ପ୍ରେମର ଭଣ୍ଡାର ଅଛି - କିନ୍ତୁ ଏହାର ଅପବ୍ୟବହାର କରାଯାଉଛି । ସେମାନେ ଜାଣନ୍ତି ନାହିଁ ସେହି ପ୍ରେମକୁ କେଉଁଠାରେ ରଖିବେ ତେଣୁ… କାରଣ ସେମାନେ ଜାଣନ୍ତି ନାହିଁ; ତେଣୁ ସେମାନେ ହତାଶ ହୁଅନ୍ତି । ତେଣୁ ସେମାନେ ନିରାଶ ହୋଇଛନ୍ତି ।
ତେଣୁ ଆମର କୃଷ୍ଣ ଭାବନାମୃତ ଆନ୍ଦୋଳନ କେବଳ ଲୋକଙ୍କୁ ଶିକ୍ଷା ଦେବା ଯେ “ତୁମେ ପ୍ରେମ କରୁଛ । ଜଣେ ଉପଯୁକ୍ତ ପ୍ରେମିକ ପାଇଁ ତୁମେ ପାଗଳ, ଯିଏ ତୁମକୁ ମଧ୍ୟ ଭଲ ପାଏ । କିନ୍ତୁ ତାହା ଆପଣ ଏହି ଭୌତିକ ଜଗତରେ ପାଇ ପାରିବେ ନାହିଁ । ଯେତେବେଳେ ତୁମେ କୃଷ୍ଣଙ୍କୁ ଭଲ ପାଇବ ତୁମେ ଜାଣିବ। " ତାହା ହେଉଛି ଆମର କୃଷ୍ଣ ଭାବନାମୃତ । ଏହା ଅତ୍ୟଧିକ ବା ମନଗଢ଼ଣ କିଛି ନୁହେଁ । ସମସ୍ତେ ବୁଝିପାରିବେ ଯେ ମୁଁ କାହାକୁ ଭଲ ପାଇବାକୁ ଚାହେଁ। ଆତୁର । କିନ୍ତୁ ସେ କୃଷ୍ଣଙ୍କୁ ଭଲ ପାଉ ନ ଥିବାରୁ ସେ ନିରାଶ ହେଉଛନ୍ତି । ଏହା ହେଉଛି (ଅସ୍ପଷ୍ଟ) । କେବଳ ଯଦି ତୁମେ ତୁମର ସ୍ନେହପୂର୍ଣ୍ଣ ଭାବକୁ କୃଷ୍ଣଙ୍କ ଆଡ଼କୁ ଫେରାଇଦିଅ, ତେବେ ତୁମେ ସମ୍ପୂର୍ଣ୍ଣ, ତୁମେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହେବ, ୟୟାତ୍ମା ସଂପ୍ରସି ସୁପ୍ରସୀଦତି (ଭା. ୧.୨.୬)| ଆମେ ମାନସିକ ଶାନ୍ତି, ମାନସିକ ଶାନ୍ତି, ପୂର୍ଣ୍ଣ ସନ୍ତୁଷ୍ଟ ହେବାକୁ ଚେଷ୍ଟା କରୁଛୁ । ଯେତେବେଳେ ତୁମେ କୃଷ୍ଣଙ୍କୁ ଭଲ ପାଇବା ଶିଖିବ ସେତେବେଳେ ସେହି ପୂର୍ଣ୍ଣ ତୃପ୍ତି ହାସଲ ହୋଇପାରିବ । ଏହା ହେଉଛି ରହସ୍ୟ । ଅନ୍ୟଥା ଆପଣ କରିପାରିବେ ନାହିଁ । କାରଣ ... କାରଣ ତୁମେ ଭଲ ପାଇବାକୁ ଏବଂ ସନ୍ତୁଷ୍ଟ ହେବାକୁ ଚାହୁଁଛ - ଯେତେବେଳେ ତୁମେ କୃଷ୍ଣଙ୍କୁ ପ୍ରେମ କରିବାର ପ୍ଲାଟଫର୍ମକୁ ଆସିବ ତାହା ସମାପ୍ତ ହେବ ।