OR/Prabhupada 1027 - ମୋର ପତ୍ନୀ, ଶିଶୁ ଏବଂ ସମାଜ ମୋର ସୈନିକ । ଯଦି ମୁଁ ବିପଦରେ ଅଛି, ସେମାନେ ମୋତେ ସାହାଯ୍ୟ କରିବେ



731129 - Lecture SB 01.15.01 - New York

ତେଣୁ ତୁମେ କୃଷ୍ଣଙ୍କର ନିୟମ କିମ୍ବା ପ୍ରକୃତିର ନିୟମ ଉଲ୍ଲଂଘନ କରିପାରିବ ନାହିଁ, ତାହା ସମ୍ଭବ ନୁହେଁ । ତୁମେ ଆଦୌ ସ୍ୱାଧୀନ ନୁହଁ । କାରଣ ଏହି ମୂର୍ଖମାନେ, ସେମାନେ ଏହା ବୁଝିବେ ନାହିଁ । ସେମାନେ ସର୍ବଦା ଚିନ୍ତା କରନ୍ତି, ଆମେ ସ୍ୱାଧୀନ । ତାହା ହେଉଛି ସମସ୍ତ ଦୁଃଖର କାରଣ । କେହି ସ୍ୱାଧୀନ ନୁହଁନ୍ତି । ଆପଣ କିପରି ସ୍ୱାଧୀନ ହୋଇପାରିବେ? କେହି ସ୍ୱାଧୀନ ନୁହଁନ୍ତି, କିମ୍ବା ଆପଣ ସ୍ୱାଧୀନ ହୋଇପାରିବେ ନାହିଁ, କିମ୍ବା କେହି ସ୍ୱାଧୀନ ନୁହଁନ୍ତି । ତାହା ବାସ୍ତବିକ, କିଏ ସ୍ୱାଧୀନ? ଏଠାରେ ତୁମେ ବସିଛ, ଏତେ ପୁଅ ଓ ଝିଅ, କିଏ କହିପାରିବ "ମୁଁ ସବୁଥିରୁ ସ୍ୱାଧୀନ ଅଟେ"? ନା, କେହି କହିପାରିବେ ନାହିଁ । ତେଣୁ ଏହା ଆମର ଭୁଲ, ଏବଂ ଆମର ସ୍ୱାଧୀନତାର ଅପବ୍ୟବହାର କରି ଆମେ ଏହି ଭୌତିକ ଜଗତରେ ଅନେକ ଉପାୟରେ ଯନ୍ତ୍ରଣା ଭୋଗୁଛୁ । ଏହାକୁ ସଂସ୍କାର କରିବାକୁ ପଡିବ । ତାହା ଅଟକ କରିବାକୁ ପଡିବ । ତାହା ହେଉଛି କୃଷ୍ଣ ଭାବନାମୃତ ଆନ୍ଦୋଳନ । ଚୈତନ୍ୟ ମହାପ୍ରଭୁ ପ୍ରଚାର କରିଛନ୍ତି, ଜୀବେର ସ୍ୱରୂପ ହୟ ନିତ୍ୟ କୃଷ୍ଣ ଦାସ (ଚ.ଚ. ମଧ୍ୟ ୨୦.୧୦୮) । ଆମେ ଜୀବତ୍ମା, ଆମେ କୃଷ୍ଣଙ୍କ ଚିରନ୍ତନ ସେବକ । ତାହା ହେଉଛି ଆମର ସ୍ଥିତି । କିନ୍ତୁ ଯଦି ଆମେ ଏହି ପଦବୀକୁ ଅସ୍ୱୀକାର କରୁ, "ବର୍ତ୍ତମାନ ମୁଁ କୃଷ୍ଣଙ୍କର ଦାସ ହେବି କାହିଁକି? ମୁଁ ସ୍ୱାଧୀନ", ତତକ୍ଷଣାତ୍ ଯନ୍ତ୍ରଣା ଆରମ୍ଭ ହୁଏ । କୃଷ୍ଣ ଭୂଲିୟ ଜୀବ ଭୋଗ ବାଞ୍ଛ କରେ... ଯେତେ ଶୀଘ୍ର ତୁମେ ସ୍ୱାଧୀନ ଭାବରେ ଉପଭୋଗ କରିବାକୁ ଇଚ୍ଛା କର, ତୁରନ୍ତ... ଏହାର ଅର୍ଥ ତୁରନ୍ତ ସେ ମାୟାର କବଳରେ ପଡିଗଲା ।

କୃଷ୍ଣ ଭୁଲିୟ ଜୀବ ଭୋଗ ବାଞ୍ଛା କରେ
ପାଶତେ ମାୟା ତାରେ ଝପଟିୟା ଧରେ।

ଏହା ବୁଝିବା ବହୁତ ସହଜ । ଯେପରି ତୁମେ ଯଦି ସରକାରୀ ନିୟମଗୁଡ଼ିକର ଯତ୍ନ ନେଉନାହଁ, ଯଦି ତୁମେ ସ୍ୱାଧୀନ ଭାବରେ ବଞ୍ଚିବାକୁ ଚାହୁଁଛ, ଏହାର ଅର୍ଥ ତୁରନ୍ତ ତୁମେ ପୋଲିସ୍ ସିକଞ୍ଜରେ ଅଛ। ତୁମକୁ ସୃଷ୍ଟି କରିବାକୁ ପଡିବ ନାହିଁ, ଏହା ପୂର୍ବରୁ ଅଛି । ତେଣୁ ଆମର ସ୍ଥିତି ସର୍ବଦା ଭଗବାନଙ୍କ ଉପରେ ନିର୍ଭରଶୀଳ । ଆମେ ଏହାକୁ ବୁଝିବା ଉଚିତ୍ । ଏହା ହେଉଛି କୃଷ୍ଣ ଭାବନାମୃତ । ତେଣୁ, ଭକ୍ତିବିନୋଦ ଠାକୁରଙ୍କ ଏକ ଗୀତ ଅଛି,

ମାନସୋ ଦେହୋ ଗେହୋ, ୟୋ କିଛୁ ମୋର,
ଆର୍ପିଲୁନ ତୁୟା ପଦେ ନନ୍ଦ-କିଶୋର ।

ଏହି ଭୁଲ ଚାଲିଛି, ଯେ ମୁଁ ସ୍ୱାଧୀନ, ରାଜା, ଏବଂ ମୋର ସୈନିକ କିମ୍ବା ମୋ ସମାଜ, ସମ୍ପ୍ରଦାୟ, ପରିବାର କିମ୍ବା - ଆମେ ଅନେକ ଉତ୍ପାଦନ କରିଛୁ - କିନ୍ତୁ

ଦେହାପତ୍ୟ-କଲତ୍ରାଦିଷ୍ଵ
ଆତ୍ମ-ସୈନ୍ୟେଷ୍ଵ ଆସତ୍ସ ଅପି
ତେସାଂ ନିଧନଂ ପ୍ରମତ୍ତଃ
ପଶ୍ୟନ୍ନ ଅପି ନ ପଶ୍ୟତି
(ଭା. ୨.୧.୪)

ଯେପରି ଜଣେ ବ୍ୟକ୍ତି ଝଗଡା କରନ୍ତି, ଠିକ୍ ଯେପରି ହିଟଲର ଯୁଦ୍ଧ ଘୋଷଣା କରିଥିଲେ କିମ୍ବା ଅନେକ ଯୁଦ୍ଧ ଘୋଷିତ ହୋଇଥିଲା । ଏହି ବ୍ୟକ୍ତି ଘୋଷଣା କରୁଛନ୍ତି, ସମସ୍ତେ ଭାବୁଛନ୍ତି, "ମୁଁ ସ୍ୱାଧୀନ ଅଟେ"। ତେଣୁ, ଏବଂ ଆମେ ଭାବୁଛୁ ଯେ ଆମର ଏତେ ସଂଖ୍ୟକ ସୈନିକ, ଅନେକ ପରମାଣୁ ବୋମା, ଏବଂ ଅନେକ ବିମାନ, ଆମେ ବିଜୟୀ ହେବା । ସେହିଭଳି, ଆମ ସମସ୍ତେ, ଆମେ ଭାବୁଛୁ, “ମୁଁ ସ୍ୱାଧୀନ, ଏବଂ ମୋ ପତ୍ନୀ, ମୋ ପିଲାମାନେ, ମୋ ସମାଜ, ସେମାନେ ମୋର ସୈନିକ । ଯଦି ମୁଁ ବିପଦରେ ପଡେ, ସେମାନେ ମୋତେ ସାହାଯ୍ୟ କରିବେ। ” ଏହା ଚାଲିଛି । ଏହାକୁ ମାୟା କୁହାଯାଏ । ପ୍ରମତ୍ତଃ ତେସାଂ ନିଧନଂ ପଶ୍ୟନ୍ନ ଅପି ନ ପଶ୍ୟତି । କାରଣ ଆମେ ଏହି ତଥାକଥିତ ସ୍ୱାଧୀନତା ପଛରେ ପାଗଳ ହୋଇଗଲୁ, ଭଗବାନଙ୍କ ଠାରୁ ସ୍ୱାଧୀନତା, ଆମେ ଭାବୁଛୁ ଏହି ଜିନିଷଗୁଡିକ ଆମକୁ ସାହାଯ୍ୟ କରିବ, ଆମକୁ ସୁରକ୍ଷା ଦେବ, କିନ୍ତୁ ତାହା ହେଉଛି ମାୟା । ତେସାଂ ନିଧନଂ, ସମସ୍ତେ ନଷ୍ଟ ହୋଇଯିବେ । ଆମକୁ ସୁରକ୍ଷା ଦେବାକୁ କେହି ସମର୍ଥ ହେବେ ନାହିଁ । ଯଦି ପ୍ରକୃତ ସୁରକ୍ଷା ଚାହୁଁଛ, ତେବେ ତାଙ୍କୁ କୃଷ୍ଣଙ୍କର ସୁରକ୍ଷା ନେବାକୁ ପଡିବ । ତାହା ହେଉଛି ଭଗବଦ୍-ଗୀତାର ନିର୍ଦ୍ଦେଶ, ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (ଭ.ଗୀ. ୧୮.୬୬)। ତୁମେ ମୂର୍ଖ, ତୁମେ ଭାବୁଛ ଯେ ଅନେକ ଜିନିଷ ତୁମକୁ ସୁରକ୍ଷା ଦେବ । ତାହା ସମ୍ଭବ ହେବ ନାହିଁ । ତୁମେ ସମାପ୍ତ ହେବ, ଏବଂ ତୁମର ତଥାକଥିତ ରକ୍ଷକ, ଏବଂ ବନ୍ଧୁ, ଏବଂ ସୈନିକମାନେ, ସେମାନେ ସମାପ୍ତ ହେବେ । ତୁମେ ସେମାନଙ୍କ ଉପରେ ନିର୍ଭର କର ନାହିଁ । ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (ଭ.ଗୀ. ୧୮.୬୬)... ତୁମେ କେବଳ ମୋ ନିକଟରେ ସମର୍ପଣ କର, ମୁଁ ତୁମକୁ ସୁରକ୍ଷା ଦେବି । ଅହଂ ତ୍ୱା ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ । ଏହା ହେଉଛି ପ୍ରକୃତ ସୁରକ୍ଷା ।