OR/Prabhupada 1028 - ଏହି ସମସ୍ତ ରାଜନେତା, ସେମାନେ ପରିସ୍ଥିତିକୁ ଖରାପ କରୁଛନ୍ତି



731129 - Lecture SB 01.15.01 - New York

ଏହି ସମସ୍ତ ରାଜନେତା, ସେମାନେ ପରିସ୍ଥିତିକୁ ଖରାପ କରୁଛନ୍ତି | ପ୍ରଭୁପାଦ: ସମସ୍ତେ ଭ୍ରମରେ ଭାବନ୍ତି ସେମାନେ ସ୍ୱାଧୀନ, କିନ୍ତୁ ସେମାନେ ନିର୍ଭରଶୀଳ | କିନ୍ତୁ ସେ ମିଥ୍ୟା ପ୍ଲାଟଫର୍ମ ଉପରେ ନିର୍ଭର କରୁଛନ୍ତି | ତାହା ହେଉଛି ଏହି ଭୌତିକ ସଭ୍ୟତାର ଭୁଲ | ସେମାନେ ଏକ ଝୁଲନ୍ତା ପ୍ଲାଟଫର୍ମରେ ସୁରକ୍ଷା ବିଷୟରେ ଚିନ୍ତା କରୁଛନ୍ତି , ଭୌତିକ ଜଗତରୁ | ତେଣୁ ଆମକୁ କୃଷ୍ଣଙ୍କର ଆଶ୍ରୟ ନେବାକୁ ପଡିବ | କୃଷ୍ଣ ଆମ ସମସ୍ତଙ୍କ ପାଇଁ ବହୁତ ବନ୍ଧୁତ୍ୱପୂର୍ଣ୍ଣ | ତେଣୁ ସେ ଏହା ଜଣାଇବା ପାଇଁ ବୈକୁଣ୍ଠରୁ ଓହ୍ଲାଇ ଆସନ୍ତି; ଏହା ହେଉଛି ଭଗବଦ୍-ଗୀତା | ଏବଂ ତାହା ଶ୍ରୀମଦଦ୍-ଭାଗବତମ୍ ରେ ବିସ୍ତୃତ ଭାବରେ ବ୍ୟାଖ୍ୟା କରାଯାଇଛି | ଏହା ହେଉଛି ଏକମାତ୍ର ଜିନିଷ | ତେଣୁ ସଙ୍କଟ, ଲୋକମାନେ ଅନେକ ସଙ୍କଟ, ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଯାହା ମୁଁ ବିମାନବନ୍ଦରରେ କହିଥିଲି | ସାମ୍ବାଦିକ ମୋତେ ପଚାରିଲେ "ଏହି ସଙ୍କଟର ସମାଧାନ କ’ଣ?" ସମାଧାନ ହେଉଛି କୃଷ୍ଣ ଭାବନାମୃତ, ଏହା ପୂର୍ବରୁ ଅଛି, କିନ୍ତୁ ତୁମେ ମୂର୍ଖ, ତୁମେ ଏହାକୁ ଗ୍ରହଣ କରିବ ନାହିଁ | ସମାଧାନ ପୂର୍ବରୁ ଅଛି | ଯଦି ଆରବୀୟମାନେ ଭାବନ୍ତି ଯେ ଏହି ତେଲ ହେଉଛି କୃଷ୍ଣଙ୍କର ସମ୍ପତ୍ତି | ଏବଂ ଅନ୍ୟମାନେ, କ୍ରେତା, ସେମାନେ ମଧ୍ୟ ଭାବନ୍ତି, କୃଷ୍ଣଙ୍କର ସମ୍ପତ୍ତି, ତା’ପରେ ସେମାନେ ମଧ୍ୟ ସହମତ ହେବା ଆବଶ୍ୟକ | ଆମେରିକା ମଧ୍ୟ ସହମତ ହେବା ଉଚିତ ଯେ ଆମେରିକାର ଏହି ଭୂମି ମଧ୍ୟ କୃଷ୍ଣଙ୍କର ସମ୍ପତ୍ତି ଅଟେ। ଯଦି ତୁମେ ଭାବୁଛ ଯେ ଆରବୀୟ ତେଲ ହେଉଛି କୃଷ୍ଣଙ୍କ ସମ୍ପତ୍ତି, ଭଗବାନଙ୍କ ସମ୍ପତ୍ତି, ଆମେ ଏହାକୁ ବଳପୂର୍ବକ ନେଇ ଯିବୁ | ତେବେ କାହିଁକି ଆରବୀୟମାନଙ୍କୁ ମରୁଭୂମିରୁ ଆସି ଆମେରିକାରେ ରହିବାକୁ ଦିଆଯାଉ ନାହିଁ? କିନ୍ତୁ ସେମାନେ (ମୂର୍ଖ), ସେମାନେ ଆସିବେ ନାହିଁ, ସେମାନେ ମିଳିତ ଜାତିସଂଘ ପାଇଛନ୍ତି | କିନ୍ତୁ ମିଳିତ ଜାତିସଂଘର ଅର୍ଥ କେବଳ ଭୁଲ, ଭୁଲ, ଭୁଲ, ଭୁଲ କରିବା | ଖାଲି ଏତିକି। ତାହା ହେଉଛି ସେମାନଙ୍କର ବ୍ୟବସାୟ | ତୁମେ କାହିଁକି ମିଳିତ ହେଉନାହଁ? ହଁ, ଏହି ଆରବୀୟ ତେଲ ହେଉଛି କୃଷ୍ଣଙ୍କର ସମ୍ପତ୍ତି | ସେହିଭଳି ଅଷ୍ଟ୍ରେଲୀୟ ଭୂମି, କିମ୍ବା ଆଫ୍ରିକୀୟ ଭୂମି, କିମ୍ବା ଏହି ଆମେରିକୀୟ ଭୂମି, ଏତେ ବିସ୍ତୃତ ଜମି, କିନ୍ତୁ "ନା, ତୁମେ ଏଠାକୁ ଆସିପାରିବ ନାହିଁ | ୟୋ ୟୋ।" ସେମାନେ କୁହନ୍ତି, ଇମିଗ୍ରେସନ ବିଭାଗ | ତୁମେ ଦେଖ | 'ୟୋ ୟୋ ବିଭାଗ' |

ତେଣୁ ଏହି ନିର୍ବୋଧତା, ଏହି ମୂର୍ଖ, ଏହି ସମସ୍ତ ରାଜନେତା, ସେମାନେ ପରିସ୍ଥିତିକୁ ନଷ୍ଟ କରୁଛନ୍ତି, କିନ୍ତୁ ସେମାନେ ଏତେ ବଡ ମୂର୍ଖ, ସେମାନେ ସମାଧାନ ଗ୍ରହଣ କରିବେ ନାହିଁ | କୃଷ୍ଣ ଭାବନାମୃତ ନିଅ, ଏବଂ ସବୁକିଛି ସମାଧାନ ହେବ | ତାହା ଏକ ସତ୍ୟ | ମୂଢା, କିନ୍ତୁ ସେମାନେ ଏତେ ମୂର୍ଖ, ଦୁଷ୍କୃତିନ, ଏବଂ ପାପପୂର୍ଣ୍ଣ କାର୍ଯ୍ୟକଳାପରେ ପରିପୂର୍ଣ୍ଣ | ନ ମାଂ ଦୁଷ୍କୃତିନୋ ମୂଢାଃ ପ୍ରପଦ୍ୟନ୍ତେ ନରାଧମାଃ, ଏବଂ ମାନବଜାତିର ସର୍ବନିମ୍ନ | ତେଣୁ ସର୍ବଦା ମନେରଖନ୍ତୁ ଯେ ଆମର ପ୍ରଚାର କାର୍ଯ୍ୟରେ ଏହି ପ୍ରକାରର ଲୋକମାନଙ୍କ ସହିତ କାରବାର କରୁଛେ | ଦୁଷ୍କୃତିନ ଅର୍ଥ ପାପପୂର୍ଣ୍ଣ କାର୍ଯ୍ୟକଳାପରେ ପରିପୂର୍ଣ୍ଣ | ମୂଢା, ମୂର୍ଖ, ନରାଧମାଃ, ମାନବଜାତିର ସର୍ବନିମ୍ନ | ଏବଂ ମାୟୟାପହୃତ-ଜ୍ଞାନା, ଏବଂ ସେମାନେ ଶିକ୍ଷା କ୍ଷେତ୍ରରେ ବହୁତ ଉନ୍ନତ ବୋଲି ଚିନ୍ତା କରୁଛନ୍ତି, କିନ୍ତୁ ଏକ ନମ୍ବର ମୂର୍ଖ: ମାୟା ସେମାନଙ୍କଠାରୁ ନେଇଯାଇଛି, ପ୍ରକୃତ ଜ୍ଞାନ, ମାୟୟାପହୃତ-ଜ୍ଞାନା। ଆସୁରଂ ଭାବମାଶ୍ରିତାଃ। ଏହି ସବୁ ଜିନିଷ କାହିଁକି? କାରଣ ସେମାନେ ଭଗବାନହୀନ, କେବଳ ଦୋଷ ଭଗବାନହୀନ | ଆସୁରଂ ଭାବମାଶ୍ରିତାଃ। କାରଣ ସେମାନେ ଏହି ସ୍ଥାନ ଗ୍ରହଣ କରିଛନ୍ତି, “ଭଗବାନ ନାହାଁନ୍ତି” | ଏହି ବଡ, ବଡ ବୈଜ୍ଞାନିକମାନେ, ସେମାନେ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି ଯେ ଭଗବାନ ନାହାଁନ୍ତି, "ଏହି ସୃଷ୍ଟି ଭୌତିକ ପଦାର୍ଥରୁ, ରାସାୟନିକ ପଦାର୍ଥରୁ, ଜଳ ରାସାୟନିକ ମିଶ୍ରଣ, ହାଇଡ୍ରୋଜେନ, ଅମ୍ଳଜାନରୁ ଆସିଛି | ଏଗୁଡ଼ିକ ହେଉଛି ... "ସମସ୍ତ ମୂର୍ଖ ସିଦ୍ଧାନ୍ତ, ଏବଂ ସେମାନେ ନୋବେଲ ପୁରସ୍କାର ପାଇଛନ୍ତି | ସେମାନେ ନୋବେଲ ପୁରସ୍କାର ପାଇଛନ୍ତି | ଏହା ହେଉଛି ଅବସ୍ଥା |

ତେଣୁ, ଏହି ଶ୍ଳୋକରୁ, ତୁମେ ଜାଣିବା ଉଚିତ୍ ... ଏବଂ କୃଷ୍ଣ-ସଖଃ କୃଷ୍ଣୋ ଭ୍ରାତ୍ରା ରାଜ୍ଞା ବିକଳ୍ପିତଃ, ନାନା ଶଙ୍କା... ଏହି ମୁର୍ଖମାନେ... ଆମର, ଧର ଆମ ବଡ ଭାଇ, ଆଗକୁ ବଢିଛନ୍ତି, ସେମାନେ ପରାମର୍ଶ ଦେଉଛନ୍ତି, "ଏହା ହେଉଛି କାରଣ" "ଏହା ହେଉଛି କାରଣ," "ଏହା ହେଉଛି କାରଣ," "ଏହା ହେଉଛି କାରଣ।" କିନ୍ତୁ ଏକମାତ୍ର କାରଣ ହେଉଛି କୃଷ୍ଣ, କୃଷ୍ଣଙ୍କୁ ଭୁଲିଯିବା ଯୋଗୁଁ, ଯାହା ସେମାନେ ଜାଣନ୍ତି ନାହିଁ | ଏକମାତ୍ର କାରଣ |

କୃଷ୍ଣ ଭୁଲିୟ ଜୀବ ଭୋଗ ବାଞ୍ଛା କରେ
ପାଶତେ ମାୟା ତାରେ ଝପଟିୟା ଧରେ...

ଏହା ହେଉଛି କାରଣ | ତେଣୁ ଏହି ସଂସ୍କୃତି ପ୍ରଚାର କରିବାକୁ ଚେଷ୍ଟା କର | କିନ୍ତୁ ଏହା ନୁହେଁ ଯେ ସମସ୍ତେ ଗ୍ରହଣ କରିବେ, କିନ୍ତୁ ଅଳ୍ପ କିଛି ପ୍ରତିଶତ, ସମଗ୍ର ଜନସଂଖ୍ୟାର ଏକ ପ୍ରତିଶତ ଗ୍ରହଣ କରନ୍ତି | ଯେପରି ଆକାଶରେ, କେବଳ ଗୋଟିଏ ଚନ୍ଦ୍ର ଅଛି ଏବଂ ସେଠାରେ ଲକ୍ଷ ଲକ୍ଷ ତାରା ଅଛନ୍ତି | ସେମାନେ ଅଦରକାରୀ | ଲକ୍ଷ ଲକ୍ଷ ତାରାର ମୂଲ୍ୟ କ’ଣ? କିନ୍ତୁ ଗୋଟିଏ ଚନ୍ଦ୍ର, ଓହ, ରାତିର ଅନ୍ଧକାରକୁ ଦୁରେଇ ଦିଏ | ସେହିଭଳି, ଅନ୍ତତଃ ପକ୍ଷେ ଯେଉଁମାନେ କୃଷ୍ଣ ଭାବନାମୃତକୁ ନେଇଛନ୍ତି, ତୁମେ ହୁଅ, ତୁମ୍ଭେମାନେ ପ୍ରତ୍ୟେକେ ଚନ୍ଦ୍ର ହୋଇ ଜଗତକୁ ଆଲୋକିତ କର। ଏହି ତଥାକଥିତ ଜୁଳୁଜୁଳିଆ-ପୋକ, ସେମାନେ କିଛି କରିବାକୁ ସମର୍ଥ ହେବେ ନାହିଁ | ତାହା ଏକ ସତ୍ୟ | ଏକ ଜୁଳୁଜୁଳିଆ-ପୋକ ହୋଇ ରୁହ ନାହିଁ | କେବଳ ସୂର୍ଯ୍ୟ ଏବଂ ଚନ୍ଦ୍ର ହୁଅ | ତା’ପରେ ତୁମେ ... ଲୋକମାନେ ଖୁସି ହେବେ, ତୁମେ ଖୁସି ହେବ |

ଆପଣଙ୍କୁ ଅନେକ ଧନ୍ୟବାଦ।

ଭକ୍ତ: ଜୟା ପ୍ରଭୁପାଦ !