OR/Prabhupada 1040 - ମାନବ ଜୀବନର ଆମର ଲକ୍ଷ ସମଗ୍ର ଦୁନିଆରେ ଅସଫଳ



751001 - Arrival Reception - Mauritius

ଭାରତୀୟ ଅଧିକାରୀ: ...ଆମେ ଅତ୍ୟନ୍ତ ପ୍ରସନ୍ନ ଅଛୁ ଆପଣଙ୍କୁ ଆମ ମଧ୍ୟରେ ପାଇକି । ଏବଂ ଆମେ ଏହି ମରିସିୟସ ଦ୍ଵୀପର ଲୋକମାନଙ୍କ ତରଫରୁ ଆପଣଙ୍କୁ ସ୍ଵାଗତ ଜଣାଉଛୁ, ଏବଂ ବିଶ୍ଵାସ କରୁଛୁ ଯେ ଆପଣ ଏଠି ଆପଣଙ୍କର ଛୋଟ ପ୍ରବାସର ଆନନ୍ଦ ନେବେ.. ଏବଂ ସ୍ଵାମୀଜୀ, ଆପଣ କେତେ ଦିନ ଏଠି ରହିବେ?

ପ୍ରଭୁପାଦ: କାର୍ଯ୍ୟକ୍ରମ ଏକ ସପ୍ତାହର ଅଛି ।

ଭାରତୀୟ ଅଧିକାରୀ: ଏକ ସପ୍ତାହ । କ'ଣ ଆପଣଙ୍କର କିଛି ବିଶେଷ କାର୍ଯ୍ୟକ୍ରମ ଅଛି? ଆପଣ ପ୍ରଚାର କରିବାକୁ ଯାଉଛନ୍ତି କିମ୍ଵା...

ପ୍ରଭୁପାଦ: ମୁଁ ଜାଣିନାହିଁ ସେମାନେ କ'ଣ ବ୍ୟବସ୍ଥା କରିଛନ୍ତି, କିନ୍ତୁ ମୋ ସଚିବ କହୁଥିଲା ଏହା ଏକ ସପ୍ତାହ ପାଇଁ ହେବ ।

ଭାରତୀୟ ଅଧିକାରୀ: ଆପଣ ଏଠି ଆସିବା ପୂର୍ବରୁ ମରିଶସ ବିଷୟରେ କିଛି ଧାରଣା ଥିଲା କି? ଆପଣ କିଛି ଜାଣିଛନ୍ତି...

ପ୍ରଭୁପାଦ: (ହାସ୍ୟ) ମୋର ଉଦ୍ଦେଶ୍ୟ କୃଷ୍ଣ ଚେତନାକୁ ପ୍ରଚାର କରିବା । ଏହି ଜ୍ଞାନର ଅଭାବର କାରଣରୁ, ମାନବ ଜୀବନର ଆମର ଲକ୍ଷ ସମଗ୍ର ଦୁନିଆରେ ଅସଫଳ । ସେଥିପାଇଁ, ମୁଁ ଏହି କୃଷ୍ଣ ଚେତନା ସମଗ୍ର ବିଶ୍ଵରେ ଆରମ୍ଭ କରିବାକୁ ଚାହୁଁଛି, ଜାତି, ଧର୍ମ, ରଙ୍ଗର କୌଣସି ଭେଦଭାବ ବିନା । ଭଗବାନ ହେଉଛନ୍ତି ସମସ୍ତଙ୍କ ପାଇଁ, ଏବଂ ଆମେ ଆମର ଭଗବାନଙ୍କ ସହ ସମ୍ପର୍କକୁ ଭୁଲିଯାଇଛୁ । ସେଥିପାଇଁ, ତୁମେ ଅନେକ ସମସ୍ୟାରେ ପିଡିତ । ଏବଂ ତାର ଶିକ୍ଷା ଭଗବଦ୍ ଗୀତାରେ ଅଛି । ଯଦି ଆମେ ଅନୁସରଣ କରିବା, ତେବେ ଆମେ ସୁଖୀ ହୋଇଯିବା, ଆମର ଜୀବନ ସଫଳ ହୋଇଯିବ । ଏହା ହେଉଛି ଆମର ଲକ୍ଷ । ଭାରତୀୟ ଅଧିକାରୀ: ଆଛା । ସଂକ୍ଷେପରେ ଆପଣ ଆପଣଙ୍କ ଯାତ୍ରାର ଉଦ୍ଦେଶ୍ୟ ବିଷୟରେ କହିଲେ । ପ୍ରଭୁପାଦ: ହଁ । ଭାରତୀୟ ଅଧିକାରୀ: ଏବଂ, ଅବଶ୍ୟ, ଯେପରି ଆପଣ ଜାଣିଛନ୍ତି, ଆମର... ବର୍ତ୍ତମାନ ଆମେ ଜାଣିଛୁ ଯେ ଏହା ଏକ ବିଶ୍ଵବ୍ୟାପି ଆନ୍ଦୋଳନ, ଏବଂ ଆମେ ଅତ୍ୟନ୍ତ ଖୁସି ଯେ ଏହା ପରିଶେଷରେ ମରିଶସରେ ଆସିଛି । ଏବଂ ଆମକୁ ବିଶ୍ଵାସ ଅଛି ଯେ ଏହି ଆନ୍ଦୋଳନ ବିସ୍ତାର ହେବ, ଏବଂ ଆପଣଙ୍କର ଆଶୀର୍ବାଦର ସହିତ ।

ପ୍ରଭୁପାଦ: ଯଦି ଆପଣ ଦୟାକରି ମୋତେ ଅବକାଶ ଦେଲେ, ତେବେ ମୁଁ ତୁମକୁ ବୁଝାଇପାରିବି, କେତେ ମହତ୍ତ୍ଵପୂର୍ଣ୍ଣ ଏହି ଆନ୍ଦୋଳନ ଏବଂ ସମସ୍ତେ କିପରି ଏହାକୁ ଗ୍ରହଣ କରିପାରିବେ । ଯଦିଓ ଏହା ଅତ୍ୟନ୍ତ ସରଳ, କିନ୍ତୁ ଲୋକମାନେ ପ୍ରଶିକ୍ଷିତ ନୁହଁନ୍ତି । ତେଣୁ ଆମେ ମିଶିକି ଚେଷ୍ଟା କରିବା । ଲୋକମାନେ ଏହାକୁ ଗ୍ରହଣ କରନ୍ତୁ ଏବଂ ସୁଖୀ ରୁହନ୍ତୁ ।

ଭାରତୀୟ ଅଧିକାରୀ: ତ ବହୁତ ବହୁତ ଧନ୍ୟବାଦ ସ୍ଵାମୀଜି, ଏବଂ ବିଶ୍ଵାସ କରୁ ଯେ ଆପଣଙ୍କର ପ୍ରବାସ ଲାଭଦାୟକ ହେବ ଦୁନିଆ ସାରା ଆପଣଙ୍କର ଲମ୍ଵା ଏବଂ କଠିନ ପରିଶ୍ରମ ପରେ ଆମେ ଆଶା କରୁଛୁ ଯେ ଆପଣ...

ପ୍ରଭୁପାଦ: ମୁଁ ଏହି ଜାଗାର ଅଗ୍ରଣୀ ପୁରୁଷମାନଙ୍କୁ ମିଶିବାକୁ ଚାହେଁ ।

ଭାରତୀୟ ଅଧିକାରୀ: ହଁ । ନିଶ୍ଚୟ । ପ୍ରଭୁପାଦ: କାରଣ ଯଦି ସେମାନେ ଏହି ଆନ୍ଦୋଳନର ମହତ୍ତ୍ଵପୂର୍ଣ୍ଣକୁ ବୁଝିପାରିବେ ତେବେ ମୋର କାର୍ଯ୍ୟ ସଫଳ ହେବ ।

ଭାରତୀୟ ଅଧିକାରୀ: ଆମକୁ ମିଶିବାର ଅବସର ମିଳିବ ।

ପ୍ରଭୁପାଦ: ହଁ । ଯଦ ଯଦ ଆଚରତି ଶ୍ରିଶ୍ଠାଃ ତଦ୍ ତଦ୍ ଏବତରୋ ଜନଃ । (BG 3.21) ଭଗବଦ୍ ଗୀତାରେ କୁହାଯାଇଛି: ନେତାମାନେ, ସେମାନେ ଯାହକିଛି କରନ୍ତି, ସାଧାରଣ ଲୋକ ତାହା ଅନୁସରଣ କରନ୍ତି ।

ଭାରତୀୟ ଅଧିକାରୀ: ଅନୁସରଣ । ତାହା ଭଲ । ହଁ ।

ପ୍ରଭୁପାଦ: ତ ମରିଶସର ଅଗ୍ରଣୀ ପୁରୁଷ, ଯଦି ସେମାନେ ଏହି ଆନ୍ଦୋଳନର ମହତ୍ତ୍ଵକୁ ଜାଣିପାରିବେ, ତେବେ ମୁଁ ନିଶ୍ଚିତ ଯେ ଏହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ।

ଭାରତୀୟ ଅଧିକାରୀ: ସମସ୍ତଙ୍କ ପାଇଁ । ହଁ । ତ ବହୁତ ବହୁତ ଧନ୍ୟବାଦ ସ୍ଵମୀଜୀ, ମରିଶସର ଲୋକଙ୍କ ତରଫରୁ ଏବଂ ଆମର ସମସ୍ତ ବନ୍ଧୁଙ୍କ ତରଫରୁ, ଏବଂ ଏନ.ବି.ସି ଟିଭି ତରଫରୁ ଯିଏ ଅତ୍ୟନ୍ତ ଦୟବାନ ଅଛନ୍ତି । ଏଠାରେ ଅଧ୍ୟକ୍ଷ ଅଛନ୍ତି । ଆମେ ଆପଣଙ୍କ ପ୍ରତି ଅତ୍ୟନ୍ତ କୃତଜ୍ଞ ।

ପ୍ରଭୁପାଦ: ଧନ୍ୟବାଦ ।