OR/Prabhupada 1063 - ଆମକୁ ସବୁ କର୍ମ ଫଳ ରୁ ମୁକ୍ତି ଦିଅ



660219-20 - Lecture BG Introduction - New York

ଯେପରି ଏଇ ଜୀବନରେ ମଧ୍ୟ, ଆମେ ଆମର କାର୍ଯ୍ୟକଳାପ ଭୋଗ କରୁଛୁ, କର୍ମଫଳ କୁ ଭୋଗ କରୁଛୁ. ଉଦାହରଣ ସ୍ୱରୂପ ମୁଁ ଜଣେ ବ୍ୟପାରୀ, ଏବଂ ମୁଁ ବୁଦ୍ଧି ବଳରେ କଠୋର ଶ୍ରମ କରିଛି | ଏବେ ମୁଁ ଭୋକ୍ତା ଅଟେ | ଏହି ପରି, ମାନି ଚାଲ ମୁଁ ବହୁତ ପଇସା ଉପଯୁଗ କରିକି ବ୍ୟାପାର ଆରମ୍ଭ କରୁଛି, କିନ୍ତୁ ମୁଁ ତାକୁ ସଫଳ ବନେଇବାରେ ଅସଫଳ ରହିଲି | ମୋର ସବୁ ଧନ ନଷ୍ଟ ହେଇଗଲା | ତାହେଲେ ମୁଁ ଦୁଃଖର ଭୋକ୍ତା | ତ ଏହିପରି, ଜୀବନର ପ୍ରତି କ୍ଷେତ୍ରରେ ଆମେ ଭୋକ୍ତା, ଆମେ କର୍ମଫଳ ଭୋଗ କରୁ | ଏହାକୁ କର୍ମ କୁହା ଯାଏ |

ତ ଏଇ କଥା, ଈଶ୍ବର, ଯିବ, ପ୍ରକୃତି, ବା ଭଗବାନ, ଜୀଵ, ଭୌତିକ ପ୍ରକୃତି, କାଳ ଏବଂ ଆମର କର୍ମ, ଏଇ ସବୁ କିଛି ଭଗବଦ ଗୀତାରେ କୁହାଯାଇଛି | ଏବେ ଏଇ ପାଁଚଟି ରୁ ଈଶ୍ବର, ଜୀବ, ପ୍ରକୃତି, ତଥା କାଳ, ଏଇ ଚାରୋଟି ଶାଶ୍ୱତ ଅଟେ | ଏବେ ପ୍ରକୃତିର ଅଭିବ୍ୟକ୍ତି ଅସ୍ଥାୟୀ ହେଇ ପାରେ, କିନ୍ତୁ ମିଥ୍ୟା ନୁହେଁ | କେତେ ଜଣ ଦାର୍ଶନିକ କହନ୍ତି ଏଇ ଭୌତିକ ପ୍ରକୃତି ମିଥ୍ୟା, ପରନ୍ତୁ ଭଗବଦ ଗୀତା ବା ବୈଷ୍ଣବଙ୍କ ଦର୍ଶନ ଅନୁସାରେ, ସେମାନେ ଜଗତର ଅଭିବ୍ୟକ୍ତିକୁ ମିଥ୍ୟା ସ୍ୱୀକାର କରନ୍ତି ନାହିଁ | ସେମାନେ ଏଇ ଅଭିବ୍ୟକ୍ତି କୁ ବାସ୍ତବିକ କିନ୍ତୁ ଅସ୍ଥାୟୀ ମାନନ୍ତି | ଏଇ ସେ ବାଦଲ ସଦୃଶ୍ୟ ଯିଏ ଆକାଶ ରେ ବୁଲୁ ତାହେ, ଏବଂ ବର୍ଷା ୠତୁ ଆରମ୍ଭ ହୁଏ, ଏବଂ ବର୍ଷା ୠତୁ ପରେ, ଘାସ, ଫସଳ ସବୁ ଆଡେ ଆସି ଯାଏ, ଆମେ ଏହା ଦେଖି ପାରୁ | ଏବଂ ଯେବେ ବର୍ଷା ୠତୁ ଶେଷ ହେଇଯାଏ, ତେବେ ବାଦଲ ଭି ପଳେଈ ଯାଏ | ସାମ୍ୟନତା, ଧୀରେ ଧୀରେ ସବୁ ଫସଲ ସୁଖୀ ଯାଏ ଏବଂ ଭୂମି ସବୁ ବଂଜ୍ଜର ହେଇ ଯାଏ | ସେଇ ପ୍ରକାର, ଏଇ ଭୌତିକ ଅଭିବ୍ୟକ୍ତି ନିଶ୍ଚିନ୍ତ ସମୟରେ ହୁଏ | ଆମେ ଭଗବଦ ଗୀତାରୁ ଜାଣି ପରିବା, ବୁଝି ପରିବା | ଭୁତବା ଭୁତବା ପ୍ରଲିଏତେ (BG 8.19) | ଏଇ ଅଭିବ୍ୟକ୍ତି ଏକ ନିଶ୍ଚିନ୍ତ ଅନ୍ତରାଳରେ ଆସେ, ଏବଂ ପୁଣି ଲୁପ୍ତ ହେଇଯାଏ | ପ୍ରକୃତି ଏଇ ରୂପରେ କାର୍ଯ୍ୟଶାଳୀ ହୁଏ | କିନ୍ତୁ ଏହା ନିରନ୍ତର ଚାଲେ, ତେଣୁ ପ୍ରକୃତି ଶାଶ୍ୱତ ଅଟେ | ସେ ମିଥ୍ୟା ନୁହେଁ | କାରଣ ଭଗବାନ ସ୍ୱୀକାର କରିଛନ୍ତି, ମମ ପ୍ରକୃତି, "ମୋର ପ୍ରକୃତି |" ଅପେରାୟଂ ଇତସ ତୁ ବିଧି ମେ ପ୍ରକୃତିମ ପରାମ (BG 7.5) |ଭିନ୍ନ ପ୍ରକୃତି, ଭିନ୍ନ ପ୍ରକୃତି, ଅପରା ପ୍ରକୃତି | ଏହି ଭୌତିକ ପ୍ରକୃତି ପରମେଶ୍ୱରଙ୍କ ଭିନ୍ନ ଶକ୍ତି ଅଟେ, ଏବଂ ଜୀବ, ସେ ଭି ପରମେଶ୍ୱରଙ୍କ ଶକ୍ତି ହିଁ, ପରନ୍ତୁ ସେ ଭିନ୍ନ ହେଇ ନାହାଁନ୍ତି | ସେ ନିତ୍ୟ ସମ୍ବନ୍ଧିତ ଅଟନ୍ତି | ତ ଭଗବାନ, ଜୀବ, ପ୍ରକୃତି, ଭୌତିକ ପ୍ରକୃତି, ଏବଂ କାଳ ସେ ସବୁ ଶାଶ୍ୱତ ଅଟେ | କିନ୍ତୁ କର୍ମ ଶାଶ୍ୱତ ନୁହେଁ | କର୍ମ ବା କାର୍ଯ୍ୟକଳାପ ର ଫଳ ପୁରାତନ ହେଇପାରେ | ଆମେ ଅନାଦି କାଳରୁ ଆମର ଶୁଭ ଓ ଅଶୁଭ କର୍ମଫଳ ଭୋଗଛୁ, ଫେର ଭି, ଆମେ ନିଜ କର୍ମର ଫଳକୁ ବଦଳେଇ ପାରିବା | ଏଇ ପରିବର୍ତନ ଆମର ଜ୍ଞାନର ପୁରୁଣତା ଉପରେ ନିର୍ଭର | ଆମେ ନିଃସନ୍ଦେହ ଭିବିନ୍ନ ପ୍ରକାରର କର୍ମରେ ବ୍ୟସ୍ତ ରହୁ, ପରନ୍ତୁ ଆମେ ଏହା ଜାଣି ନାହୁଁ କି ପ୍ରକାର କର୍ମ କରିବା ଦରକାର ଯାହା ଦ୍ୱାରା ଆମେ କର୍ମଫଳରୁ ମୁକ୍ତି ପାଇପାରିବା | ତାହାର ବର୍ଣନା ଭଗବଦ ଗୀତାରେ ଅଛି |

ଏବେ, ଈଶ୍ୱର ପରମ ଚେତନାସ୍ୱରୂପ ଅଟନ୍ତି | ଈଶ୍ୱରଙ୍କ ସ୍ଥିତି, ପରମେଶ୍ୱର ଭଗବାନ ପରମ ଚେତନା ସ୍ୱରୂପ ଅଟନ୍ତି | ଏବଂ ଜୀବ, ଭଗବାନଙ୍କ ଅଂଶ ହେବା ଯଗୁଁ, ସେଭି ଚେତନ ଅଟେ | ଏକ ଜୀବ ଭି ଚେତନ ଅଟେ | ଜୀବ ତଥା ଭୌତିକ ପ୍ରକୃତି, ଦୁଇଟା ଯାକକୁ ପ୍ରକୃତି କୁହାଯାଇଛି, କିନ୍ତୁ ଏଇ ଦୁଇଟି ମଧ୍ୟରୁ, ଗୋଟେ ପ୍ରକୃତି, ଜୀବ, ସେ ଚେତନ ଅଟେ | ଆଉ ଗୋଟେ ପ୍ରକୃତି ସେ ଚେତନ ନୁହେଁ | ଏଇ ଅନ୍ତର ଅଛି | ତେଣୁ ଜୀବ ପ୍ରକୃତି ପରା ଏବଂ ଉତ୍କୃଷ୍ଟ କୁହାଯାଏ, କାରଣ ଜୀବରେ ଭଗବାନ ପରି ଚେତନା ଅଛି | ଭଗବାନଙ୍କ ଚେତନା ପରମ ଅଟେ | ଏବଂ କାହାକୁ ବାଦକରିବା ଉଚିତ ନୁହେଁ ଯେ ଜୀବ ଭି ପରମଚେତନା | ନା | ଜୀବ କେବେମଧ୍ୟ ପରମ ଚେତନା ହେଇପାରିବ ନାହିଁ | ଏହା ଭୁଲ ଧାରଣା ପ୍ରକଟ କରେ |ଏହା ଭୁଲ ଧାରଣା ପ୍ରକଟ କରେ | ପରନ୍ତୁ ସେ ଚେତନ | ପରନ୍ତୁ ପରମ ଚେତନ ନୁହେଁ |