OR/Prabhupada 1068 - ବିଭିନ୍ନ ପ୍ରକାରର ଗୁଣ ଅନୁସାରେ ତିନି ପ୍ରକାର ର କର୍ମ ଅଛି
660219-20 - Lecture BG Introduction - New York
ଭଗବାନ, ପୁର୍ଣ ଅଟନ୍ତି, ଭୂତ ପ୍ରକୃତି ଦ୍ଵାରା ପ୍ରଭାବିତ ହେବାର ସମ୍ଭାବନା ଭଗବାନଙ୍କଠାରେ ନାହିଁ । ଅତେଇବ ମନୁଷ୍ୟ କୁ ଏତିକି ବୁଝିବା ର ବୁଦ୍ଧି ଥିବା ଦରକାର ଯେ ଭଗବାନଙ୍କୁ ଛାଡିକି, କୌଣସି ବ୍ୟକ୍ତି ବ୍ରହ୍ମାଣ୍ତରେ ଥିବା କୌଣସି ବସ୍ତୁର ମାଲିକ ନୁହେଁ । ଏହାର ଉଲ୍ଲେଖ ଭଗବଦ୍ ଗୀତାରେ କରାଯାଇଅଛି:
- ଅହଂ ସର୍ବସ୍ୟ ପ୍ରଭବୋ
- ମତଃ ସର୍ବଂ ପ୍ରବର୍ତତେ
- ଇତି ମତ୍ଵା ଭଜନ୍ତେ ମାଂ
- ବୁଧା ଭାବସମନ୍ଵିତାଃ
- (BG 10.8)
ଭଗବାନ ମୌଳିକ ସ୍ରଷ୍ଟା ଅଟନ୍ତି | ସେ ବ୍ରହ୍ମାଙ୍କର ସ୍ରଷ୍ଟା ଅଟନ୍ତି, ସେ ସ୍ରଷ୍ଟା ଅଟନ୍ତି... ଏହା ମଧ୍ୟ ବର୍ଣ୍ଣନା କରାଯାଇଅଛି । ସେ ବ୍ରହ୍ମାଙ୍କର ସ୍ରଷ୍ଟା ଅଟନ୍ତି । ଏକାଦଶ ଅଧ୍ୟାୟରେ ଭଗବାନଙ୍କୁ ପ୍ରପିତାମହ ବୋଲି ସମ୍ଵୋଧନ କରାଯାଇଅଛି (BG 11.39) । କାରଣ ବ୍ରହ୍ମାଙ୍କୁ ପିତାମହ ବୋଲି ସମ୍ଵୋଧନ କରାଯାଇଅଛି, ପିତାମହ, କିନ୍ତୁ ସେ ହେଉଛନ୍ତି ପିତାମହଙ୍କର(ବ୍ରହ୍ମା) ମଧ୍ୟ ସ୍ରଷ୍ଟା । ତେଣୁ କେହି ଏ ବ୍ରହ୍ମାଣ୍ତର କୌଣସି ପଦାର୍ଥର ମାଲିକ ବୋଲି ଦାବି କରିବା ଉଚିତ୍ ନୁହେଁ । କିନ୍ତୁ ଭଗବାନ୍ ବ୍ୟକ୍ତିର ଜୀବନଧାରଣ ନିମିତ୍ତ ଆବଶ୍ୟକ ପଦାର୍ଥର ଯେଉଁ ଭାଗନିର୍ଦ୍ଦିଷ୍ଟ କରି ଦେଇଛନ୍ତି ବ୍ୟକ୍ତି ସେତିକି ଗ୍ରହଣ କରିବା ଉଚିତ୍ । ବର୍ତ୍ତମାନ ଭଗବାନ ଆମମାନଙ୍କ ପାଇଁ ଯେତିକି ବ୍ୟବସ୍ଥା କରିଛନ୍ତି ତାହାକୁ ଆମେ କିପରି ବ୍ୟବହାର କରିବା ତାହାର ଅନେକ ଉଦାହରଣ ଅଛି । ତାହା ମଧ୍ୟ ଭଗବଦ୍ ଗୀତାରେ ବର୍ଣ୍ଣନା କାରାଯାଇଅଛି । ପ୍ରଥମେ ଅର୍ଜୁନ ନିଷ୍ପତ୍ତି ନେଲେ ଯେ ସେ ଯୁଦ୍ଧ କରିବେ ନାହିଁ । ଏହା ତାଙ୍କର ନିଜ ନିଷ୍ପତ୍ତି ଥିଲା । ଅର୍ଜୁନ ଭଗବାନଙ୍କୁ କହିଲେ ଯେ ସେ ତାଙ୍କର ଆତ୍ମୀୟ ସ୍ଵଜନମାନଙ୍କୁ ମାରି ରାଜ୍ୟଭୋଗ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ଏବଂ ତାଙ୍କର ଏ ନିଷ୍ପତ୍ତି ଏ ଶରୀର ଉପରେ ଆଧାରିତ ହୋଇଥିଲା । କାରଣ ସେ ନିଜକୁ ଏ ଶରୀର ବୋଲି ଭାବୁଥିଲେ, ଏବଂ ଶାରୀରିକ ସମ୍ଵନ୍ଧଯୁକ୍ତ ବ୍ୟକ୍ତିଗଣ ତାଙ୍କର ଭାଇ, ଭଣଜା, ଶଶୂର ବା ପିତାମହ, ସେମାନେ ତାଙ୍କ ଶରୀରର ପ୍ରସାରଣ ଅଟନ୍ତି । ଏବଂ ସେ ଏହି ପ୍ରକାରରେ ତାଙ୍କର ଶାରୀରିକ ଦାବିକୁ ପୂରଣ କରିବାକୁ ଭାବୁଥିଲେ । ଏବଂ ଏହି ଦୃଷ୍ଟିକୋଣକୁ ବଦଳେଇବା ନିମିତ୍ତ ଭଗବାନ ସମଗ୍ର ଭଗବଦ୍ ଗୀତା କହିଛନ୍ତି । ଏବଂ ସେ ଭଗବାନଙ୍କର ନିର୍ଦ୍ଦେଶ ଅନୁସାରେ କର୍ମ କରିବାକୁ ରାଜି ହେଲେ । ଏବଂ ସେ କହିଲେ, କରିଷ୍ୟେ ବଚନଂ ତବ (BG 18.73) ।
ତେଣୁ ଏ ଜଗତରେ ମାନବ କୁକୁର ଏବଂ ବିଲେଇ ପରି କଳି ଲରିବାକୁ ଆସିନାହିଁ । ସେମାନେ ଏତିକି ବୁଦ୍ଧିମାନ ହେବା ଉଚିତ୍ ଯା ଦ୍ଵାରା ସେମାନେ ମନୁଷ୍ୟ ଜୀବନର ବିଶେଷତ୍ଵ ବୁଝିପାରିବେ । ଏବଂ ସାଧାରଣ ପ୍ରାଣୀ ଭଳି କର୍ମ କରିବାକୁ ପ୍ରତ୍ୟାଖ୍ୟାନ କରିବେ । ମାନବ ତାର ଜୀବନର ଲକ୍ଷ୍ୟ କ'ଣ ଜାଣିବା ଉଚିତ୍ । ପ୍ରତ୍ୟେକ ବୈଦିକ ସାହିତ୍ୟରେ ଏହି ଦିଗ୍ ଦର୍ଶନ ଦିଆଯାଇଅଛି, ଏବଂ ସେ ସମସ୍ତର ସାରକଥା ଭଗବଦ୍ ଗୀତାରେ କୁହାଯାଇଅଛି । ବୈଦିକ ସାହିତ୍ୟ ମାନବ ନିମିତ୍ତ ଉଦ୍ଦିଷ୍ଟ ଏବଂ କୁକୁର ଓ ବିଲେଇ ନିମିତ୍ତ ନିହେଁ । ବିଲେଇ ଓ କୁକୁର ତାଙ୍କର ଖାଇବା ଯୋଗ୍ୟ ଅନ୍ୟ ପଶୁମାନଙ୍କର ବଧ କରିପାରନ୍ତ, ଏବଂ ଏଥିନିମିତ୍ତ ସେମାନଙ୍କୁ ପାପଭାଗୀ ହେବାକୁ ପଡ଼େ ନାହିଁ । କିନ୍ତୁ ଯଦି ଜଣେ ମଣିଷ ତା'ର ଅସଂଯତ ଜିହ୍ଵାର ଲାଳସା ମେଣ୍ଟାଇବା ନିମିତ୍ତ ଗୋଟିଏ ପ୍ରଣୀକୁ ବଧ କରେ, ସେ ପ୍ରକୃତିର ନିୟମ ଲଂଘନ କରିବା ନିମିତ୍ତ ଦାୟୀ ଅଟେ । ଏବଂ ଭଗବଦ୍ ଗୀତାରେ ତିନି ପ୍ରକାର କର୍ମ ଥିବାର ବର୍ଣ୍ଣନା କରାଯାଇଅଛି ପ୍ରକୃତିର ବିଭିନ୍ନ ଗୁଣ ଅନୁଯାୟୀ: ସାତ୍ତ୍ଵିକ କର୍ମ, ରାଜସିକ କର୍ମ, ତାମସିକ କର୍ମ । ଠିକ୍ ସେହିପରି ତିନିପ୍ରକାର ଖାଦ୍ୟ ମଧ୍ୟ ଅଛି: ସାତ୍ତ୍ଵିକ ଖାଦ୍ୟ, ରାଜସିକ ଖାଦ୍ୟ, ତାମସିକ ଖାଦ୍ୟ । ଏସବୁ କଥା ପରିଷ୍କାର ଭାବରେ ବର୍ଣ୍ଣନା କରାଯାଇଅଛି ଏବଂ ଯଦି ଆମେମାନେ ସମଗ୍ର ଭାଗବଦ୍ ଗୀତାର ଉପଦେଶକୁ ଯଥାର୍ଥରୂପେ ବ୍ୟବହାର କରିବା, ତାହାହେଲେ ଅମମାନଙ୍କର ସଂପୂର୍ଣ୍ଣ ଜୀବନ ବିଶୁଦ୍ଧ ହୋଇଯିବ ଏବଂ ଅଂତତଃ ଆମେମାନେ ଅମମାନଙ୍କର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ନିମିତ୍ତ ସକ୍ଷମ ହୋଇପାରିବା । ଯଦ୍ ଗତ୍ଵା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ (BG 15.6) ।
ସେହି ବାର୍ତ୍ତା ଭଗବଦ୍ ଗୀତାରେ ଦିଆଯାଇଅଛି, ଯେ ଏହି ଭୌତିକ ଆକାଶର ଉର୍ଦ୍ଧ୍ଵରେ, ଅନ୍ୟ ଏକ ପରବ୍ୟୋମ ଅଛି, ଯାହାକୁ ସନାତନ ଆକାଶ କୁହାଯାଏ । ଏହି ଆକାଶରେ, ଏହି ଆବୃତ ଆକାଶରେ ଆମେମାନେ ସବୁକିଛି ଅସ୍ଥାୟୀ ପାଇବା। ଏହା ପରିଦୃଷ୍ଟିତ ହୁଏ, କିଛି ସମୟ ରହେ, କିଛି ଉପୋତ୍ପାଦ ଦିଏ, ଏବଂ ତାପରେ ଏହା କ୍ଷୀଣ ହୋଇଯାଏ, ଏବଂ ତାପରେ ଅନ୍ତର୍ଦ୍ଧାନ ହୋଇଯାଏ । ତାହା ହେଉଛି ଭୌତିକ ଜଗତର ନିୟମ । ତୁମେ ଏହି ଶରୀର ନିଅ,ବା ଏକ ଫଳ, ବା କୌଣସି ପଦାର୍ଥ ଯାହାସବୁ ଏଠାରେ ସୃଷ୍ଟି ହୋଇଛି, ପରିଶେଷରେ ଏହା ବିନାଶ ହୋଇଯାଏ । ତେଣୁ ଏହି ଅସ୍ଥାୟୀ ଜଗତର ବହୁ ଉର୍ଦ୍ଧ୍ଵରେ ଆଉ ଗୋଟିଏ ଜଗତ ଅଛି ଯାହାର ଖବର ଆମପାଖରେ ଅଛି, ପରସ୍ତସ୍ମାତ୍ତୁ ଭାବୋଽନ୍ୟୋଽବ୍ୟକ୍ତୋଽବ୍ୟକ୍ତାତ୍ସନାତନଃ (BG 8.20) । ଆଉ ଏକ ପ୍ରକୃତି ଅଛି ଯାହା ଶାଶ୍ଵତ, ସନାତନ ଅଟେ । ଏବଂ ଜୀବ ମଧ୍ୟ ସନାତନ ବୋଲି ବର୍ଣ୍ଣନା କରାଯାଇଅଛି । ମମୈବାଂଶୋ ଜୀବଭୂତଃ ଜୀବଲୋକେ ସନାତନଃ (BG 15.7) । ସନାତନ, ସନାତନ ଅର୍ଥାତ୍ ଶାଶ୍ଵତ । ଏବଂ ଏକାଦଶ ଅଧ୍ୟାୟରେ ଭଗବାନଙ୍କୁ ମଧ୍ୟ ସନାତନ ରୂପେ ବର୍ଣ୍ଣନା କରାଯାଇଅଛି । କାରଣ ଆମମାନଙ୍କର ଭଗବାନଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ଅଛି, ଏବଂ ଆମେ ସମସ୍ତେ ଗୁଣାତ୍ମକ ଭାବରେ ସମାନ... ସନାତନ ଧାମ, ଏବଂ ସନାତନ ପରମପୁରୁଷ ଭଗବାନ, ଏବଂ ସନାତନ ଜୀବଗଣ, ସେମାନେ ସମାନ ଗୁଣାତ୍ମକ ସ୍ତରରେ ଅବସ୍ଥିତ । ତେଣୁ ସମଗ୍ର ଭଗବଦ୍ ଗୀତାର ଉଦ୍ଦେଶ୍ୟ ହେଲା ଆମମାନଙ୍କର ସନାତନ ବୃତ୍ତିକୁ ପୁନର୍ଜାଗରଣ କରିବା । କିମ୍ଵା ସନାତନ, ତାହାକୁ ସନାତନ ଧର୍ମ କୁହାଯାଏ, କିମ୍ଵା ଜୀବମାନଙ୍କର ଶାଶ୍ଵତ ବୃତ୍ତି । ଆମେମାନେ ଅସ୍ଥାୟୀଭାବେ ବିଭିନ୍ନ କର୍ମରେ ନିଯୁକ୍ତ ହୋଇଛୁ ଏବଂ ଏହି ସମସ୍ତ କର୍ମ ବିଶୁଦ୍ଧ ହୋଇଯିବ । ଯେତେବେଳେ ଆମେମାନେ ଏସମସ୍ତ ଅସ୍ଥାୟୀ କର୍ମକୁ ତ୍ୟାଗ କରିବା, ସର୍ବଧର୍ମାନ୍ ପରିତ୍ୟଜ୍ୟ (BG 18.66), ଏବଂ ଯେତେବେଳେ ଆମେମାନେ ପରମେଶ୍ଵର ଭଗବାନଙ୍କ ଦ୍ଵାରା ଅନୁମୋଦିତ କର୍ମକୁ ଗ୍ରହଣ କରିନେବା, ତାହାକୁ ଆମର ଶୁଦ୍ଧ ଜୀବନ କୁହାଯିବ ।