OR/Prabhupada 0035 - ଏହି ଶରୀର ମଧ୍ୟରେ ଦୁଇଟି ଜୀବ ଅଛନ୍ତି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0035 - in all Languages Category:OR-Quotes - 1975 Category:OR-Quotes - Lec...")
(No difference)

Revision as of 18:22, 12 October 2017



Lecture on BG 2.1-11 -- Johannesburg, October 17, 1975

ବର୍ତ୍ତମାନ, କୃଷ୍ଣ ଗୁରୂଙ୍କ ସ୍ଥାନ ନେଇଛନ୍ତି, ଏବଂ ସେ ଶିକ୍ଷା ଦେଉଛନ୍ତି । ତମୁବାଚ ହୃଷୀକେଶଃ । ହୃଷୀକେଶ..., କୃଷ୍ଣଙ୍କ ଅନ୍ୟ ନାମ ହେଉଛି ହୃଷୀକେଶ । ହୃଷୀକେଶ ଅର୍ଥାତ୍ ହୃଷୀକ ଇଶ । ହୃଷୀକ ଅର୍ଥାତ୍ ଇନ୍ଦ୍ରିୟ, ଏବଂ ଇଶ ଅର୍ଥାତ୍ ସ୍ଵାମୀ । ସେଥିପାଇଁ କୃଷ୍ଣ ହେଉଛନ୍ତି ଆମ ଇନ୍ଦ୍ରିୟ ମାନଙ୍କ ସ୍ଵାମୀ, ସମସ୍ତଙ୍କର ଇନ୍ଦ୍ରିୟମାନଙ୍କ ସ୍ଵାମୀ । ଏହା ତ୍ରୟୋଦଶ ଅଧ୍ୟାୟରେ ବର୍ଣନା କରାଯିବ ଯେ, କ୍ଷେତ୍ରଜ୍ଞଂ ଚାପି ମାଂ ବିଦ୍ଧି ସର୍ବକ୍ଷେତ୍ରେଷୁ ଭାରତ (BG 13.3) ।

ଏହି ଶରୀର ମଧ୍ୟରେ ଦୁଇଟି ଜୀବ ଅଛନ୍ତି । ଗୋଟିଏ ମୁଁ, ଜୀବାତ୍ମା, ଆତ୍ମା, ଏବଂ ଅନ୍ୟ ଗୋଟିଏ ପରମାତ୍ମା ଶ୍ରୀ କୃଷ୍ଣ ଅଟନ୍ତି । ଇଶ୍ଵରଃ ସର୍ଭବୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି (BG 18.61) । ତେଣୁ ବାସ୍ତବରେ ମାଲିକ ହେଉଛନ୍ତି ପରମାତ୍ମା । ମୋତେ ଏହାକୁ ଉପଭୋଗ କରିବା ପାଇଁ ସୁଯୋଗ ଦିଆଯାଇଛି, ତେଣୁ ମୋର ଇନ୍ଦ୍ରିୟଗୁଡିକ, ମୋର ତଥାକଥିତ ଇନ୍ଦ୍ରିୟଗୁଡିକ, ସେଗୁଡିକ ମୋର ଇନ୍ଦ୍ରିୟ ନୁହନ୍ତି । ମୁଁ ମୋର ହାତ ତିଆରି କରିନାହିଁ । ଏହି ହାତଗୁଡ଼ିକ ପରମାତ୍ମାଙ୍କ ଦ୍ଵାରା ତିଆରି ହୋଇଛି, ବା ଶ୍ରୀ କୃଷ୍ଣଙ୍କ ଦ୍ଵାରା, ଭୌତିକ ପ୍ରକୃତି ମାଧ୍ୟମରେ, ଏବଂ ଏହି ହାତଗୁଡିକ ମୋର ଉଦ୍ଦେଶ୍ୟର ଉପଯୋଗ ନିମିତ୍ତ ଦିଆଯାଇଛି, ମୋ ଖାଇବା ପାଇଁ, ସଂଗ୍ରହ କରିବା ପାଇଁ । ମାତ୍ର ପ୍ରକୃତରେ ଏହା ମୋର ହାତ ନୁହେଁ । ଅନ୍ୟଥା ଯେତେବେଳେ ଏ ହାତ ପକ୍ଷାଘାତଗ୍ରସ୍ତ ହୁଏ, ମୁଁ ଦାବିକରେ, "ମୋର ହାତ"- ମୁଁ ଏହାକୁ ଉପଯୋଗ କରିପାରେ ନାହିଁ କାରଣ ମାଲିକ ହାତର ଶକ୍ତି ପ୍ରତ୍ୟାହୃତ କରିନେଇଛନ୍ତି । ଯେପରିକି ଏକ ଘରେ, ଭଡାଟିଆ ଘରେ, ତୁମେ ରହୁଛ । ଯଦି ଘର ମାଲିକ, ଘରୁ ବିତ୍ତାଡିତ କରନ୍ତି, ତେବେ ତୁମେ ସେଠାରେ ରହିପାରିବ ନାହିଁ । ତୁମେ ତାହାକୁ ଉପଯୋଗ କରିପାରିବ ନାହିଁ । ସେହିପରି, ଆମେ ଏହି ଶରୀର ଉପଭୋଗ କରିପାରିବା ଯେବେ ପର୍ଯ୍ୟନ୍ତ ଏହି ଶରୀରର ପ୍ରକୃତ ମାଲିକ, ହୃଷୀକେଶ, ଅନୁମତି ଦିଅନ୍ତି ।

ସେଥିପାଇଁ କୃଷ୍ଣଙ୍କ ନାମ ହୃଷୀକେଶ ଅଟେ । ଏବଂ ଏହି କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ଆମେମାନେ କୃଷ୍ଣଙ୍କଠାରୁ ଇନ୍ଦ୍ରିୟଗୁଡ଼ିକୁ ସ୍ଵୀକାର କରିଛୁ । ଏହା କୃଷ୍ଣଙ୍କ ପାଇଁ ବ୍ୟବହାର ହେବା ଉଚିତ୍ । ଏହାକୁ କୃଷ୍ଣଙ୍କ ପାଇଁ ବ୍ୟବହାର କରିବା ପରିବର୍ତ୍ତେ, ଆମେମାନେ ଏହାକୁ ଆମର ଇନ୍ଦ୍ରିୟ ଉପଭୋଗ ପାଇଁ ବ୍ୟବହାର କରୁଛୁ । ଏହା ଆମ ଜୀବନର ଦୟନୀୟ ଅବସ୍ଥା ଅଟେ । ଯେପରିକି ତୁମେ ଏକ ସ୍ଥାନରେ ରହୁଛ ଯାହାପାଇଁ ତୁମକୁ ଭଡ଼ା ଦେବାକୁ ପଡ଼ୁଛି, କିନ୍ତୁ ତୁମେ ଯଦି ଭଡ଼ା ଦେବନାହିଁ-ତାହାକୁ ନିଜର ସମ୍ପତ୍ତି ଭାବିବ-ତେବେ ଅସୁବିଧା ହେବ । ସେହିପରି, ହୃଷୀକେଶ ଅର୍ଥାତ୍ ପ୍ରକୃତ ମାଲିକ ହେଉଛନ୍ତି କୃଷ୍ଣ । ମୋତେ ଏହି ସମ୍ପତ୍ତି ଦିଆଯାଇଛି । ଭଗବଦ୍ ଗୀତାରେ ତାହା କୁହାଯାଇଛି ।

ଈଶ୍ଵର ସର୍ବଭୂତାନାଂ
ହୃଦ୍ଦେଶେଽର୍ଜୁନ ତିଷ୍ଠତି
ଭ୍ରାମୟନ୍ ସର୍ବଭୂତାନି
ଯନ୍ତ୍ରାରୂଢ଼ାନି ମାୟୟା
(BG 18.61)

ଯନ୍ତ୍ର:ଏହା ଏକ ଯନ୍ତ୍ର ଅଟେ । ଏହି ଯନ୍ତ୍ର କୃଷ୍ଣଙ୍କ ଦ୍ଵାରା ମୋତେ ଦିଆଯାଇଛି କାରଣ ମୁଁ ଏହା ଇଛା କରିଥିଲି ଯେ, "ଯଦି ମୋତେ ମନୁଷ୍ୟ ଶରୀର ସଦୃଷ ଏକ ଯନ୍ତ୍ର ମିଳେ, ତେବେ ମୁଁ ଏହିପରି ଉପଭୋଗ କରିପାରିବି । ତେଣୁ କୃଷ୍ଣ ତୁମର ଇଚ୍ଛା ପୂରଣ କରନ୍ତି:"ଠିକ୍ ଅଛି ।" ଏବଂ ଯଦି ମୁଁ ଭାବେ,"ଯଦି ମୋତେ ଗୋଟିଏ ଯନ୍ତ୍ର ମିଳନ୍ତା ଯାହା ଦ୍ଵାରା ମୁଁ ସିଧା ସଳଖ ଅନ୍ୟ ପଶୁମାନଙ୍କର ରକ୍ତ ଶୋଷିପାରିବି," କୃଷ୍ଣ କୁହନ୍ତି,"ଠିକ୍ ଅଛି","ତୁମେ ବାଘ ଶରୀର ରୂପକ ଯନ୍ତ୍ର ନିଅ ଏବଂ ଏହାକୁ ବ୍ୟବହାର କର ।"

ତେଣୁ ଏହା ଚାଲିଆସିଛି । ତେଣୁ ତାଙ୍କର ନାମ ହୃଷୀକେଶ ଅଟେ । ଏବଂ ଆମେ ଯେତେବେଳେ ଉପଯୁକ୍ତ ଭାବରେ ବୁଝିପାରୁ ଯେ "ମୁଁ ଏହି ଶରୀରର ମାଲିକ ନୁହେଁ । କୃଷ୍ଣ ଏହି ଶରୀରର ମାଲିକ ଅଟନ୍ତି ମୁଁ ମୋର ଇନ୍ଦ୍ରିୟ ଉପଭୋଗ କରିବା ପାଇଁ ଏକ ନିର୍ଦ୍ଧିଷ୍ଟ ପ୍ରକାରର ଶରୀର ବ୍ୟବହାର କରିବାକୁ ଚାହେଁ । ସେ ଏହା ଦେଇଛନ୍ତି ଏବଂ ମୁଁ ଖୁସୀ ନୁହେଁ । ସେଥିପାଇଁ ମୁଁ ଏହି ଯନ୍ତ୍ରକୁ ମାଲିକ ପାଇଁ କିପରି ବ୍ୟବହାର କରିପାରିବି ତାହା ଶିଖିବା ଉଚିତ୍," ଏହାକୁ ଭକ୍ତି କୁହାଯାଏ । ହୃଷୀକେନ ହୃଷୀକେଶ-ସେବନଂ ଭକ୍ତିର୍ ଉଚୟତେ((CC Madhya 19.170) । ଯେତେବେଳେ ଏହି ଇନ୍ଦ୍ରିୟଗୁଡ଼ିକ-କାରଣ କୃଷ୍ଣ ଇନ୍ଦ୍ରିୟମାନଙ୍କର ମାଲିକ ଅଟନ୍ତି- ସେ ଏହି ଶରୀରର ମାଲିକ ଅଟନ୍ତି-ତେଣୁ ଯେତେବେଳେ ଏହି ଶରୀରକୁ କୃଷ୍ଣଙ୍କ ସେବା ପାଇଁ ବ୍ୟବହାର କରାଯିବ, ତାହା ଆମ ଜୀବନର ପୂର୍ଣ୍ଣତା ।