OR/Prabhupada 0163 - ଧର୍ମ ଅର୍ଥାତ୍ ଭଗବାନଙ୍କ ଦ୍ଵାରା ଦିଆଯାଇଥିବା ନିୟମ ଏବଂ କାନୁନ୍: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0163 - in all Languages Category:OR-Quotes - 1974 Category:OR-Quotes - Lec...")
(No difference)

Revision as of 09:09, 4 December 2017



Lecture on BG 4.3 -- Bombay, March 23, 1974

ଜୀବନର ଲକ୍ଷ୍ୟ ହେଉଛି ଘରକୁ, ଭଗବତ ଧାମକୁ ଫେରିବା । ତାହା ହେଉଛି ଜୀବନର ଲକ୍ଷ୍ୟ । ଆମେ ଭୌତିକ ନିୟମବଦ୍ଧ ଜୀବନରେ ପଡିଛୁ । ଆମେମାନେ ପୀଡ଼ିତ ଅଟୁ । କିନ୍ତୁ ଆମେ ଜାଣିନୁ । ଆମେମାନେ ଏତେ ମୂର୍ଖ । ପଶୁମାନଙ୍କ ପରି । ଆମେ ଜାଣି ନାହୁଁ ଜୀବନର ଲକ୍ଷ୍ୟ କ'ଣ । ଜୀବନର ଲକ୍ଷ୍ୟ, ତାହା ମଧ୍ୟ ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି: ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି-ଦୁଃଖ-ଦୋଷାନୁଦର୍ଶନମ୍ (BG 13.9) । ଯେତେବେଳେ ଆମେ ତାହା ବୁଝିପାରିବା ଯେ "ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧିର ଏହି ପୁନରାବୃତ୍ତି ପ୍ରକ୍ରିୟା, ମୁଁ ଚାହୁଁନାହିଁ ..." କେହି ମରିବାକୁ ଚାହୁଁନାହାଁନ୍ତି, କିନ୍ତୁ ମୃତ୍ୟୁ ତାଙ୍କ ଉପରେ ଥୋପି ଦିଆଯାଇଛି । ସେ ଭାବେ ନାହିଁ କି ଯେ "ଏହା ମୋର ସମସ୍ୟା । ମୁଁ ମରିବାକୁ ଚାହୁଁନାହିଁ, କିନ୍ତୁ ମୃତ୍ୟୁ ସୁନିଶ୍ଚିତ ।" ତେଣୁ ଏହା ହେଉଛି ସମସ୍ୟା । କେହି ଧ୍ୟାନ ଦେଉ ନାହାଁନ୍ତି କି କିପରି ଏହି ସମସ୍ୟାର ସମାଧାନ କରାଯିବ । ସେମାନେ କେବଳ ବ୍ୟସ୍ତ, ମୋ କହିବାର ଅର୍ଥ, ଅସ୍ଥାୟୀ ସମସ୍ୟାରେ । ଅସ୍ଥାୟୀ ସମସ୍ୟା,ସମସ୍ୟା ନୁହେଁ । ପ୍ରକୃତ ସମାସ୍ୟା ହେଉଛି କିପରି ମୃତ୍ୟୁକୁ ରୋକିବା, କିପରି ଜନ୍ମକୁ ରୋକିବା, କିପରି ବୃଦ୍ଧାବସ୍ଥାକୁ ରୋକିବା ଏବଂ କିପରି ରୋଗକୁ ରୋକିବା । ତାହା ହେଉଛି ପ୍ରକୃତ ସମାସ୍ୟା । ତାହା ସମ୍ଭବ ହୋଇପାରିବ ଯେତେବେଳେ ତୁମେ ଏହି ଭୌତିକ ଦୁନିଆରୁ ମୁକ୍ତ ହୋଇଯିବ । ତାହା ହେଉଛି ଆମର ସମସ୍ୟା ।

ତେଣୁ କୃଷ୍ଣ ଏଠାକୁ ପୁଣି ଆସନ୍ତି... ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ (BG 4.7) । ଧର୍ମସ୍ୟ ଗ୍ଲାନି ଗ୍ଲାନି ଅର୍ଥାତ୍ ଯେତେବେଳେ ଏହା ବିକୃତ ହୋଇଯାଏ । ତେଣୁ ଲୋକମାନେ ତଥା କଥିତ ଧର୍ମ ନାମରେ, ନିର୍ମାଣ କରୁଛନ୍ତି, "ଏହା ଆମର ଧର୍ମ ।" "ଏହା ହିନ୍ଦୁ ଧର୍ମ ।" "ଏହା ମୁସଲମାନ ଧର୍ମ ।" "ଏହା ଖ୍ରୀଷ୍ଟିୟାନ ଧର୍ମ ।" କିମ୍ଵା "ଏହା ବୌଧ ଧର୍ମ ।" ଏବଂ "ଏହା ଶିଖ୍ ଧର୍ମ ।" "ଏହା ସେହି ଧର୍ମ, ସେହି ଧର୍ମ..." ସେମାନେ ଏତେ ସାରା ଧର୍ମ ନିର୍ମାଣ କରିଛନ୍ତି । କିନ୍ତୁ ପ୍ରକୃତ ଧର୍ମ ହେଉଛି ଧର୍ମମ୍ ତୁ ସାକାଶାଦ୍ ଭାଗବତ-ପ୍ରଣିତମ୍ (SB 6.3.19) । ଧର୍ମ ଅର୍ଥାତ୍ ଭଗବାନଙ୍କ ଦ୍ଵାରା ଦିଆଯାଇଥିବା ନିୟମ ଏବଂ କାନୁନ୍ । ତାହା ହେଉଛି ଧର୍ମ । ଧର୍ମର ସରଳ ପରିଭାଷା ହେଉଛି: ଧର୍ମମ୍ ତୁ ସାକାଶାଦ୍ ଭାଗବତ-ପ୍ରଣିତମ୍ (SB 6.3.19) । ଯେପରି ରାଜ୍ୟ ଦ୍ଵାରା, ସରକାରଙ୍କର ଦ୍ଵାରା ଦିଆଯାଇଥିବା କାନୁନ୍ । ତୁମେ କାନୁନ୍ ନିର୍ମାଣ କରିପାରିବ ନାହିଁ । ମୁଁ ବାରମ୍ଵାର କହିଛି । କାନୁନ୍ ସରକାରଙ୍କର ଦ୍ଵାରା ନିର୍ମାଣ କରାଯାଏ । ସେହିପରି, ଧର୍ମ ଭଗବାନଙ୍କ ଦ୍ଵାରା ନିର୍ମାଣ କରାଯାଇଛି । ଯଦି ତୁମେ ଭଗବାନଙ୍କର ଧର୍ମ ଗ୍ରହଣ କରିବ, ତେବେ ତାହା ହେଉଛି ଧର୍ମ । ଏବଂ ଭଗବାନଙ୍କର ଧର୍ମ କ'ଣ? ଯଦି ତୁମେ ଛିଡ଼ା ହୋଇଛ, ତେବେ ତୁମେ ଏଠାରେ ଛିଡ଼ା ହୁଅ । ଅନ୍ୟ ଲୋକ ଦେଖୁଛନ୍ତି । ଭଗବାନଙ୍କର ଧର୍ମ ହେଉଛି...ତୁମେ ଭଗବଦ୍ ଗୀତାରେ ପାଇବ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66) । ଏହା ହେଉଛି ଭଗବାନଙ୍କର ଧର୍ମ । "ତୁମେ ଏହି ସମସ୍ତ ନିରର୍ଥକ ଧର୍ମ ତ୍ୟାଗ କର । ତୁମେ ଏକ ଭକ୍ତ, ମୋ ପ୍ରତି ଆତ୍ମସମର୍ପିତ ଆତ୍ମା ହୁଅ ।" ତାହା ହେଉଛି ଧର୍ମ ।