OR/Prabhupada 0525 - ମାୟା ଅତ୍ୟନ୍ତ ପ୍ରଭାବଶାଳୀ, ଯଥାଶିଘ୍ର ତୁମେ ଟିକିଏ ଆତ୍ମବିଶ୍ଵାସୀ ହେବ, ତୂରନ୍ତ ଆକ୍ରମଣ ହେବ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0525 - in all Languages Category:OR-Quotes - 1968 Category:OR-Quotes - Lec...")
(No difference)

Revision as of 11:16, 16 January 2018



Lecture on BG 7.1 -- Los Angeles, December 2, 1968

ତମାଳ କୃଷ୍ଣ: ପ୍ରଭୁପାଦ, ଯେତେବେଳେ ମୁଁ ଆପଣଙ୍କର ସେବା କରେ ବେଳେ ବେଳେ ମୋତେ ଭାରି ଭଲ ଲାଗେ, କିନ୍ତୁ ଯେତେବେଳେ ମୁଁ ଭାବେ ଏହି ସେବା କେତେ ଖରାପ ଏବଂ ଅପୂର୍ଣ୍ଣ, ତେବେ ମୋତେ ଭାରୀ ଖରାପ ଲାଗେ । କେଉଁଟା ଅନୁଭବ କରିବା ଠିକ୍?

ପ୍ରଭୁପାଦ: (ମନେ ମନେ ହସି) ତୁମକୁ ଖରାପ ଲାଗେ?

ତମାଳ କୃଷ୍ଣ: ହଁ ।

ପ୍ରଭୁପାଦ: କାହିଁକି? କେତେବେଳେ ତୁମକୁ ଖରାପ ଲାଗେ?

ତମାଳ କୃଷ୍ଣ: ମୁଁ ଯେତେବେଳେ ମୋର ସମସ୍ତ ଦୋଷଗୁଡ଼ିକୁ ଦେଖେ, ସମସ୍ତ ଭୁଲ ।

ପ୍ରଭୁପାଦ: ବେଳେ ବେଳେ... ଏହା ଭଲ । ନିଜ ଦୋଷକୁ ମାନିବା... ଏପରିକି କୌଣସି ଦୋଷ ନ ଥିଲେ ମଧ୍ୟ । ଏହା ହେଉଛି ନିଷ୍ଠାପୂର୍ଣ୍ଣ ସେବାର ଲକ୍ଷଣ । ଯେପରି ଏକ ପିତା ନିଜ ପୁତ୍ରର ଅତି ପ୍ରିୟ, କିମ୍ଵା ପୁତ୍ର ପିତାଙ୍କର ଅତି ପ୍ରିୟ । ପୁତ୍ରର ଏକ ଛୋଟ ପୀଡ଼ାରେ, ପିତା ଭାବନ୍ତି, "ଓ, ମୋର ପୁତ୍ର ମରି ଯାଇ ପାରେ । ମୁଁ ତା ଠାରୁ ଦୂର ହୋଇଯିବି ।" ଏହା ହେଉଛି ଗଭୀର ପ୍ରେମର ଲକ୍ଷଣ । ଏହା ନୁହେଁ ଯେ ପୁତ୍ର ସର୍ବଦା ତୂରନ୍ତ ମରିଯାଏ, ତୁମେ ଦେଖ, କିନ୍ତୁ ସେ ସେପରି ଭାବନ୍ତି । ବିଛେଦ । ତୁମେ ଦେଖ । ତେବେ ତାହା ହେଉଛି ଭଲ ଲକ୍ଷଣ । ଆମେ ଭାବିବା କଥା ନୁହେଁ ଯେ ଆମେ ବହୁତ ଭଲ ଭାବରେ କରୁଛୁ । ଆମେ ସର୍ବଦା ଭାବିବା କଥା ଯେ "ମୁଁ ଅସମର୍ଥ ।" ଏହା ଖରାପ ନୁହେଁ । ଆମେ ଭାବିବା କଥା ନୁହେଁ ଯେ "ମୁଁ ହେଉଛି ଠିକ୍ ।" କାରଣ ମାୟା ଅତ୍ୟନ୍ତ ପ୍ରଭାବଶାଳୀ, ଯଥାଶିଘ୍ର ତୁମେ ଟିକିଏ ଆତ୍ମବିଶ୍ଵାସୀ ହେବ, ତୂରନ୍ତ ଆକ୍ରମଣ ହେବ । ତୁମେ ଦେଖ? ରୋଗ ଅବସ୍ଥାରେ... ଯେପରି ଜଣେ ଯତ୍ନର ସହିତ କାର୍ଯ୍ୟ କରେ, ସେଥିରେ ପତନ ହେବାର ଅଳ୍ପ ସମ୍ଭାବନା ଅଛି । ତେଣୁ ଏହା ଖରାପ ନୁହେଁ । ଆମେ ସର୍ବଦା ସେପରି ଭାବିବା ଉଚିତ୍, ଯେ "ହୋଇପାରେ ମୁଁ ଭଲରେ କରି ପାରୁ ନାହିଁ ।" କିନ୍ତୁ ଯେ ପର୍ଯ୍ୟନ୍ତ ଆମ ହାତରେ ଅଛି, ଆମେ ଆମର କର୍ତ୍ତବ୍ୟ ଭଲ ଭାବରେ କରିବା, କିନ୍ତୁ ଆମେ କଦାପି ଭାବିବା ନାହିଁ ଯେ ଏହା ହେଉଛି ଠିକ୍ । ତାହା ଭଲ ।