OR/Prabhupada 0381 - ଦଶଅବତାର ସ୍ରୋତର ଭାବାର୍ଥ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0381 - in all Languages Category:OR-Quotes - 1970 Category:OR-Quotes - Pur...")
(No difference)

Revision as of 11:31, 21 October 2019



Purport to Sri Dasavatara Stotra -- Los Angeles, February 18, 1970

ପ୍ରଳୟ-ପୟୋଧି-ଜଳେ-ଧୃତ-ବାନସି ବେଦମ୍, ବିହିତ-ବହିତ୍ର-ଚରିତ୍ରଂଖେଦମ୍ । ଆଜି ଭଗବାନ କୃଷ୍ଣଙ୍କ ବରାହ ରୂପ ଅବତାର ନେଇଥିବା ଦିନ ଅଟେ । ସେ ପୃଥିବୀ କୁ ସେତେବେଳେ ବାହାର କରିଥିଲେ ଯେବେ ସେ ଗର୍ଭଦକ ମହାସାଗର ପାଣି ଭିତରେ ବୁଡିକି ଥିଲା ବ୍ରହ୍ମାଣ୍ଡ ଯାହା ଆମେ ଦେଖୁଛେ, ତାହା କେବେଳ ଅଧା ଅନ୍ୟ ଅଧା ଭାଗ ପାଣିରେ ବୁଡିକି ଅଛି, ଆଉ ସେହି ପାଣିରେ ଗର୍ଭୋଦକସାଇ ବିଷ୍ଣୁ ଶୋଇ ରହିଛନ୍ତି । ଗୋଟିଏ ଦାନବ ହିରଣାକ୍ଷ, ସିଏ ଏଇ ପୃଥିବୀ ଗ୍ରହକୁ ପାଣି ଭିତରକୁ ଧକା ଦେଇ ବୁଡାଇଥିଲା, ଏବଂ ଭଗବାନ କୃଷ୍ଣ ଏଇ ପୃଥିବୀ ଗ୍ରହକୁ ଜଳରୁ ବରାହ ରୂପରେ ଉଦ୍ଧାର କରିଥିଲେ । ତ ସେହି ଶୁଭଦିନ ହେଉଛି ଆଜି, ବରାହ ଦ୍ୱାଦଶୀ । ୟାହାକୁ ବରାହ ଦ୍ୱାଦଶୀ କୁହା ଯାଏ । ତ ଏହି ଦିନରେ, ଭଗବାନଙ୍କ ଏଇ ବ୍ରହ୍ମାଣ୍ଡ ରେ ନେଇଥିବା ବିଭିନ୍ନ ଅବତାରର ଗୁଣ ଗାନ କରିବା ଉତ୍ତମଜନକ । ପ୍ରଥମ ଅବତାର ମାଛର ରୂପ ନେଇଥିଲେ ।

ଏଇ ପ୍ରାର୍ଥନା ଗୁଡିକ ଜୟଦେବ ଗୋସ୍ଵାମୀଙ୍କ ଦ୍ୱାରା ଅର୍ପଣ କରାଯାଇଛି । ଜଣେ ବୈଷ୍ଣବ କବି, ଭଗବାନ ଚୈତନ୍ୟଙ୍କ ଆବିର୍ଭାବ ର ୭ ଶହ ବର୍ଷ ପୂର୍ବେ ଆଗମନ ହୋଇଥିଲା । ସେ ଜଣେ ମହାନ ଭକ୍ତ ଥିଲେ, ଆଉ ତାଙ୍କର ବିଶିଷ୍ଠ କବିତା ଗୀତଗୋବିନ୍ଦ, ପୁରା ଦୁନିଆରେ ବହୁତ ପ୍ରସିଦ୍ଧ | ଗୀତଗୋବିନ୍ଦ। ଗୀତଗୋବିନ୍ଦର ବିଷୟ ହେଉଛି କୃଷ୍ଣ ରାଧାରାଣୀଙ୍କ ପାଇଁ ବଂଶୀ ବଜାଇବା । ଗୀତଗୋବିନ୍ଦର ଏୟା ହେଉଛି ବିଷୟବସ୍ତୁ । ସେଇ କବି ଜୟଦେବ ଗୋସ୍ୱାମୀ, ଏଇ ପ୍ରାଥନାକୁ ଅର୍ପଣ କରିଛନ୍ତି, ପ୍ରଳୟ-ପୟୋଧି-ଜଳେ-ଧୃତ ବାନସି ବେଦମ୍ । ସେ କହୁଛନ୍ତି, "ମୋର ପ୍ରିୟ ପ୍ରଭୁ, ଯେତେବେଳେ ଏଇ ବ୍ରହ୍ମାଣ୍ଡରେ ପ୍ରଳୟ ଆସିଥିଲା, ସବୁ କିଛି ପାଣିରେ ବୁଡି ଯାଇଥିଲା । ସେହି ସମୟରେ ଆପଣ ଗୋଟିଏ ନୌକାରେ ରଖି ବେଦ କୁ ବଞ୍ଚାଇ ଥିଲେ । ଆଉ ଆପଣ ଏକ ବଡ ମାଛର ଆକାର ନେଇ ସେଇ ନୌକା କୁ ଧରି ପାଣିରେ ବୁଡ଼ିବାରୁ ବଞ୍ଚାଇ ଥିଲେ ।" ଏଇ ମାଛଟି ପ୍ରଥମେ ଏକ ଛୋଟ ମାଛ ରୂପରେ ଗୋଟିଏ ଜଳ ପାତ୍ରରେ ରଖା ଯାଇଥିଲା । ପରେ ଏୟା ବଢି ଗଲା, ଏବଂ ମାଛକୁ ଗୋଟେ ବଡ ଜଳାଶୟ ରେ ରଖା ଗଲା । ଏଇ ପରି ଭାବରେ ମାଛଟି ବଡ ହୋଇ ଗଲା । ତା ପରେ ସେହି ମାଛଟି ଜଣାଇଲା କି "ପ୍ରଳୟ ଆସୁଛି । ତୁମେ କେବଳ ସବୁ ବେଦକୁ ବଞ୍ଚାଇ ରଖ, ମୁଁ ତାକୁ ରକ୍ଷା କରିବି ।" ତେଣୁ ଜୟଦେବ ଗୋସ୍ୱାମୀ ତାଙ୍କ ପ୍ରାଥନାରେ କହୁଛନ୍ତି "ମୋ ଭଗବାନ, ତୁମେ ବେଦକୁ ରକ୍ଷା କଲ, ଯେତେବେଳେ ପ୍ରଳୟ ହେଉଥିଲା, ଏକ ମାଛ ରୂପରେ ।"

ତାହା ପରେ କୂର୍ମ ଅବତାର | ସେତେ ବେଳେ ସାଗର ମନ୍ଥନ ଚାଲିଥିଲା । ଗୋଟିଏ ପଟେ ସବୁ ଦେବତା ମାନେ ଆଉ ଗୋଟିଏ ପଟେ ସବୁ ଅସୁର ମାନେ । ଆଉ ମନ୍ଥନ ଦଣ୍ଡ ଏକ ମହାନ ପର୍ବତ ଥିଲା ଯାହାର ନାଁ ମନ୍ଦାର ପର୍ବତ । ଏବଂ ଏହା ପ୍ରଭୁଙ୍କର ପିଠି ଉପରେ ଥିଲା, ଯିଏ ଏକ କଇଁଛ ରୂପରେ ପ୍ରକଟ ହୋଇ ଥିଲେ । ତ ସେ ନିଜ ପ୍ରାର୍ଥନାରେ କହୁଛନ୍ତି ଯେ "ତୁମେ ଏକ କଇଁଚ୍ଛ ରୂପରେ, ଧାରଣ ସ୍ଥଳ ହୋଇ ଗଲ । ଏବଂ ଏହା ଏଥିପାଇଁ ହୋଇଥିଲା କାରଣ ତୁମେ ତୁମ ପିଠିରେ କୁଣ୍ଡିଆ ଅନୁଭବ କରୁଥିଲ । ତ ତୁମେ ଏଇ ବଡ ଦଣ୍ଡ ମନ୍ଦାର ପର୍ବତକୁ ପିଠି କୁଣ୍ଡାଇବା ଯନ୍ତ୍ର ରୂପରେ ଗ୍ରହଣ କଲେ ।

ଏହା ପର ଅବତାର ଏଇ ବରାହ, ବରାହ ବା ବଣ ଘୁଷୁରୀ । ସେ ପୃଥୀବି ଗ୍ରହକୁ ଦାନ୍ତରେ ଉଦ୍ଧାର କଲେ, ଆଉ ସେ ପୁରା ପୃଥିବୀ କୁ ନିଜ ଦାନ୍ତ ଉପରେ ରଖିଲେ । ଆମେ କଳ୍ପନା କରି ପାରିବା ସେ କେତେ ବଡ ଦେଖା ଯାଉଥିବେ । ଆଉ ସେହି ସମୟରେ ପୃଥିବୀ, କିଛି ଚିହ୍ନ ସହ ଚନ୍ଦ୍ର ପରି ଦେଖା ଯାଉଥିଲା । ତ କେଶବ-ଧୃତ-ବରାହ-ଶରୀର । ସେ କହୁଛନ୍ତି, "ମୋର ପ୍ରିୟ ପ୍ରଭୁ, ତୁମେ ମହାନ ବରାହ ରୂପରେ ଅବତାର ନେଲ। ତ ମୁ ଆପଣଙ୍କୁ ଆଦର ପୂର୍ବକ ପ୍ରଣାମ କରୁଛି ।"

ଚତୁର୍ଥ ଅବତାର ନୃସିଂହ ଦେବ ଅଟନ୍ତି । ନୃସିଂହ ଦେବ ଅବତରିତ ହେଲେ ପ୍ରହ୍ଲାଦ ମହାରାଜଙ୍କୁ ବଞ୍ଚାଇବା ପାଇଁ, ଯିଏ ପାଞ୍ଚ ବର୍ଷର ବାଳକ ଥିଲେ ଆଉ ତାଙ୍କ ଉପରେ ତାଙ୍କ ନାସ୍ତିକ ପିତା ଅତ୍ୟାଚାର କରୁଥିଲେ । ତ, ସିଏ ମହଲ ର ଗୋଟିଏ ଖମ୍ବରୁ ଅବତରିତ ହେଲେ, ଅଧା ମନୁଷ୍ୟ, ଅଧା ସିଂହ ରୂପ ରେ । କାରଣ ଏଇ ହିରଣ୍ୟକଶ୍ୟପୁ, ବ୍ରହ୍ମାଙ୍କ ଠାରୁ ଆଶୀର୍ବାଦ ନେଇ ଥିଲା କି ସିଏ କୌଣସି ମନୁଷ୍ୟ କିମ୍ବା କୌଣସି ପଶୁ ଦ୍ୱାରା ମରିବ ନାହିଁ । ତ ଭଗବାନ ନା ମନୁଷ୍ୟ ନା ପଶୁ ରୂପରେ ଅବତରିତ ହୋଇଥିଲେ । ଏହା ଅନ୍ତର ଭଗବାନଙ୍କ ବୁଦ୍ଧିମତ୍ତା ଆଉ ଆମ ବୁଦ୍ଧିମତ୍ତା ଭିତରେ | ଆମେ ଭାବୁଛୁ କି, ଆମେ ଆମର ବୁଦ୍ଧି ଦ୍ୱାରା ଭଗବାନଙ୍କୁ ଧୋକା ଦେଇ ପାରିବା, କିନ୍ତୁ ଭଗବାନ ଆମଠୁ ଅଧିକ ବୁଦ୍ଧିମାନ ଅଟନ୍ତି । ଏଇ ହିରଣ୍ୟକଶ୍ୟପୁ, ବଙ୍କା ଭାଷାରେ ବ୍ରହ୍ମାଙ୍କୁ ଧୋକା ଦେବାକୁ ଚାହିଁ ଥିଲା । ପ୍ରଥମରେ ସିଏ ଅମର ହେବାକୁ ଚାହିଁ ଥିଲା । ବ୍ରହ୍ମାଜୀ କହିଲେ, "ତାହା ସମ୍ଭବ ନୁହଁ, କାରଣ ମୁଁ ମଧ୍ୟ ଅମର ନୁହଁ"। କେହି ଭି ଏଇ ଭୌତିକ ସଂସାରରେ ଅମର ନୁହଁନ୍ତି । ତାହା ସମ୍ଭବ ନୁହଁ ।" ତ ହିରଣ୍ୟକଶ୍ୟପୁ, ରାକ୍ଷସ... ରାକ୍ଷସ ମାନେ ବହୁତ ବୁଦ୍ଧିମାନ । ସେ ଭାବିଲା କି "ବୁଲେଇ ବଙ୍କେଇ ମୁଁ ଅମର ହୋଇ ଯିବି।" ସିଏ ବ୍ରହ୍ମଜୀଙ୍କୁ ପ୍ରାଥନା କଲା କି, "ଦୟା କରି ମୋତେ ଆଶୀର୍ବାଦ ଦିଅନ୍ତୁ, ଯେ ମୁଁ କୌଣସି ମନୁଷ୍ୟ କିମ୍ବା କୌଣସି ପଶୁ ଦ୍ୱାରା ମରା ଯାଇ ପାରିବି ନାହିଁ । ବ୍ରହ୍ମାଜୀ କହିଲେ "ଠିକ ଅଛି ।" "ମୋତେ ଆକାଶ ରେ, ଜଳରେ, ସ୍ଥଳରେ ମାରି ପାରିବେ ନାହିଁ | " ବ୍ରହ୍ମାଜୀ କହିଲେ, "ଠିକ ଅଛି ।" "ମୋତେ କୌଣସି ମନୁଷ୍ୟ କୃତ ଶସ୍ତ୍ର ରେ ମାରି ପାରିବେ ନାହିଁ ।|" "ଠିକ ଅଛି ।" ଏଇ ପରି ଭାବରେ ସେ ତାର ବୁଦ୍ଧିମତ୍ତା ବିଭିନ୍ନ ପ୍ରକାରରେ ଉପଯୋଗ କରି ଅମରତ୍ୱ ର ପାଖା ପାଖି ହେବାକୁ ଚେଷ୍ଟା କଲା । କିନ୍ତୁ ଭଗବାନ ଏତେ ଚାଲାକ ଯେ, ସେ ବ୍ରହ୍ମାଙ୍କ ଦ୍ୱାରା ଦିଆ ଯାଇଥିବା ସବୁ ଆଶୀର୍ବାଦ ଯଥାରୂପ ରଖିଲେ, ତଥାପି ସିଏ ମରିଲା | ସିଏ କହିଲା ଯେ, "ମୁଁ ଦିନରେ କିମ୍ବା ରାତିରେ ମରିବି ନାହିଁ ।" ବ୍ରହ୍ମାଜୀ କହିଲେ "ହଉ ।" ତ ତାକୁ ମରା ଗଲା ସନ୍ଧ୍ୟା ସମୟରେ, ଦିନ ଆଉ ରାତିର ସଙ୍ଗମ ସମୟରେ । ତୁମେ କହି ପାରିବ ନାହିଁ ଇଏ ଦିନ ଅବା ରାତି । ସିଏ ଆଶୀର୍ବାଦ ନେଇଥିଲା ଯେ "ମୁଁ ଆକାଶରେ, ଜଳରେ, ଭୂମୀ ଉପରେ ମରିବି ନାହିଁ ।" ତ ସିଏ ତାକୁ ତାଙ୍କ ଜଙ୍ଘ ଉପରେ ମାରିଲେ | ସିଏ ଆଶୀର୍ବାଦ ନେଇଥିଲା ଯେ "ମୁଁ କୌଣସି ମନୁଷ୍ୟ ବା ଦେବତା କୃତ ଶସ୍ତ୍ର ରେ ମରିବି ନାହିଁ ।" ତାକୁ ଦିଆ ଯାଇଥିଲା, "ଠିକ ଅଛି ।" ତ ସିଏ ନଖ ଦ୍ୱାରା ମରା ଗଲା | ଏହି ପରି ଭାବରେ, ସବୁ ବରଦାନ ଅଖଣ୍ଡ ରଖି ମଧ୍ୟ, ତାକୁ ମରା ଗଲା । ସେମିତି, ଆମେ ଅନେକ ଯୋଜନା କରି ପାରୁ, ଆମେ ବୈଜ୍ଞାନିକ ଜ୍ଞାନରେ ବହୁତ ଉନ୍ନତି କରି ପାରୁ, କିନ୍ତୁ ପ୍ରକୃତିର ହତ୍ୟା ପ୍ରକ୍ରିୟା ଜାରି ରହିବ । କେହି ବଞ୍ଚି ପାରିବେ ନାହିଁ । ଆମ ବୁଦ୍ଧି ଦ୍ୱାରା ଆମେ ବଞ୍ଚି ପାରିବା ନାହିଁ । ଭୌତିକ ଅସ୍ତିତ୍ଵର ଚାରୋଟି ସିଦ୍ଧାନ୍ତ ହେଲା ଜନ୍ମ , ମୃତ୍ୟୁ, ବୃଦ୍ଧାବସ୍ଥା ଓ ବ୍ୟାଧି । ଆମେ ବହୁତ ପ୍ରକାର ଔଷଧ, ବହୁତ ଶସ୍ତ୍ର, ବହୁତ ପ୍ରକାର ସାଧନା, ଅନେକ ପ୍ରଣାଳୀ ନିର୍ମାଣ କରିପାରୁ, କିନ୍ତୁ ତୁମେ, ଭୌତିକ ଅସ୍ତିତ୍ଵର ଚାରୋଟି ସିଦ୍ଧାନ୍ତରୁ ନିସ୍ତାର ପାଇ ପାରିବ ନାହିଁ, କେତେ ବି ମହାନ ତୁମେ ହୋଇ ଥାଅ ନା କାହିଁକି । ଏହା ହିରଣ୍ୟକଶ୍ୟପୁ, ପ୍ରମାଣ କରିଦେଲା । ହିରଣ୍ୟକଶ୍ୟପୁ, ଏକ ନିଷ୍ଠାବାନ ଭୌତିକବାଦୀ ଥିଲା, ଓ ସବୁବେଳ ପାଇଁ ବଞ୍ଚିକି ରହିବାକୁ ଚାହୁଁ ଥିଲା, ଆନନ୍ଦ, କିନ୍ତୁ ସେ ମଧ୍ୟ ବଞ୍ଚି ପାରିଲା ନାହିଁ । ସବୁକିଛି ସମାପ୍ତ ହୋଇଯାଇଥିଲା ।