OR/Prabhupada 0453 - ଏହାକୁ ବିଶ୍ଵାସ କର ! କୃଷ୍ଣଙ୍କ ଠାରୁ ଅଧିକ ଶ୍ରେଷ୍ଠ ଆଉ କେହି ଅଧିକାରୀ ନାହାଁନ୍ତି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0453 - in all Languages Category:OR-Quotes - 1977 Category:OR-Quotes - Lec...")
 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 7: Line 7:
[[Category:OR-Quotes - in India, Mayapur]]
[[Category:OR-Quotes - in India, Mayapur]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0452 - କୃଷ୍ଣ ବ୍ରହ୍ମାଙ୍କର ଏକ ଦିନରେ ଥରେ ପୃଥିବୀକୁ ଆସନ୍ତି|0452|OR/Prabhupada 0454 - ବହୁତ ବିପଦପୂର୍ଣ୍ଣ ଜୀବନ ଯଦି ଆମେ ଆମର ଦିବ୍ୟ-ଜ୍ଞାନକୁ ଜାଗୃତ ନ କରିବା |0454}}
{{1080 videos navigation - All Languages|Oriya|OR/Prabhupada 0452 - କୃଷ୍ଣ ବ୍ରହ୍ମାଙ୍କର ଏକ ଦିନରେ ଥରେ ପୃଥିବୀକୁ ଆସନ୍ତି|0452|OR/Prabhupada 0454 - ବହୁତ ବିପଦପୂର୍ଣ୍ଣ ଜୀବନ ଯଦି ଆମେ ଆମର ଦିବ୍ୟ-ଜ୍ଞାନକୁ ଜାଗୃତ ନ କରିବା|0454}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->

Latest revision as of 07:14, 4 July 2021



Lecture on SB 7.9.5 -- Mayapur, February 25, 1977

ଭାବ ନାହିଁ ଯେ ଭଗବାନ ଅନୁଭବ କରୁ ନାହାଁନ୍ତି, ଚିନ୍ତା କରିବା, ଅନୁଭବ କରିବା । ନାଁ । ସବୁକିଛି ଅଛି । ଯଦି ସେ ସହାନୁଭୂତି ଅନୁଭବ କରୁ ନାହାଁନ୍ତି, ଆମେ ଏହା କେଉଁଠାରୁ ପାଇଲୁ? କାରଣ ସବୁକିଛି ଭଗବାନଙ୍କ ଠାରୁ ଆସିଛି । ଜନ୍ମାଦି ଅସ୍ୟ ଯତଃ (SB 1.1.1) । ଅଥାତୋ ବ୍ରହ୍ମ ଜିଜ୍ଞାସା । ବ୍ରହ୍ମର ଅର୍ଥ କ'ଣ? ବ୍ରହ୍ମ ଅର୍ଥାତ୍ ସବୁକିଛିର ମୂଳ ସ୍ରୋତ । ତାହା ହେଉଛି ବ୍ରହ୍ମ । ବୃହତ୍ଵାତ ବୃହନତ୍ଵାତ ।

ତେଣୁ ଯଦି ଏହି ଅନୁଭୂତି ଭଗବାନଙ୍କ ଠାରେ ନାହିଁ, ତେବେ ସେ କିପରି ଭଗବାନ ହୋଇ ପାରିବେ, ଏହି ଅନୁଭୂତି? ଠିକ୍ ଯେପରି ଏକ ନୀରିହ ପିଲା ଆସେ ଏବଂ ଆମକୁ କିଛି ସମ୍ମାନ ଦିଏ, ତୁରନ୍ତ ଆମେ ଦୟା ଅନୁଭବ କରୁ: "ଓ, ଏଠାରେ ଏକ ଭଲ ପିଲା ଅଛି । ତେବେ ଭଗବାନ କୃଷ୍ଣ, ନୃସିଂହ-ଦେବ, ସେ ପରିପ୍ଲୁତଃ ହୋଇଗଲେ, ଦୟା ଅନୁଭବ କରିଲେ, ସାଧାରଣ ଦୟା ନୁହେଁ, ଭାବିଲେ ଯେ "ଏହି ବାଳକ କେତେ ନୀରିହ ।" ତେଣୁ ଦୟା ସହିତ, ଉଥପ୍ୟ, ତାକୁ ତୁରନ୍ତ ଉଠେଇଲେ: "ମୋର ପ୍ରିୟ ବାଳକ, ଉଠ ।" ଏବଂ ତୁରନ୍ତ ତାଙ୍କର ହାତ ମୁଣ୍ଡ ଉପରେ ରଖିଲେ । ଉଥାପ୍ୟ ତଚ-ଶୀର୍ଶ୍ର ଅଦଧାତ କରମଭୂଜମ । କରମଭୁଜ, କର କମଳ, କମଳ ପାପୁଲି । ତେବେ ଏହି ଭାବନା ଅଛି । ଏବଂ ସେ ଚାହୁଁଥିଲେ... କାରଣ ଏହି ବାଳକ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଯେ ଏତେ ବଡ ମୂର୍ତ୍ତୀ ସ୍ତମ୍ଭରୁ ବାହାରିଛି, ଏବଂ ପିତା, ବିଶାଳ ପିତା, ମୃତ୍ୟୁବରଣ କରି ସାରିଛନ୍ତି, ସ୍ଵଭାବିକ ଭାବରେ ତାଙ୍କର ମନ ଟିକିଏ ଅଶାନ୍ତ ଥିଲା । ତେଣୁ ସେଥିପାଇଁ ବିତ୍ରସ୍ତ-ଧିୟାମ୍ କୃତାଭୟମଃ: "ମୋର ପ୍ରିୟ ବାଳକ, ଡର ନାହିଁ ।" ସବୁକିଛି ଠିକ୍ ଅଛି । ମୁଁ ଅଛି, ଏବଂ ଭୟ କର ନାହିଁ । ଶାନ୍ତ ରୁହ । ମୁଁ ତୁମର ରକ୍ଷା କରିବି ।" ତେବେ ଏହା ହେଉଛି ଆଦାନ ପ୍ରଦାନ । ତେବେ ଜରୁରୀ ନାହିଁ ବହୁତ..., ବହୁତ ବିଦ୍ଵାନ ଲୋକ ହେବା, ବେଦାନ୍ତି ଏବଂ... କେବଳ ଏହି ଜିନିଷଗୁଡିକର ଆବଶ୍ୟକତା ଅଛି: ତୁମେ ନୀରିହ ହୋଇଯାଅ, ପରମ ପୁରୁଷ ଭଗବାନଙ୍କୁ ସ୍ଵୀକାର କର, ଏବଂ ତାଙ୍କର ପାଦ ପଦ୍ମରେ ପତିତ ହୁଅ - ସବୁକିଛି ପୂର୍ଣ୍ଣ । ଏହା ଆବଶ୍ୟକ: ସରଳତା । ସରଳତା । କୃଷ୍ଣଙ୍କ ଉପରେ ବିଶ୍ଵାସ ରଖ । ଯେପରି କୃଷ୍ଣ କହିଛନ୍ତି, ମତ୍ତଃ ପରତରଂ ନାନ୍ୟତ୍ କିଞ୍ଚୀଦସ୍ତି ଧନଞ୍ଜୟ (BG 7.7) । ଏହାକୁ ବିଶ୍ଵାସ କର ! କୃଷ୍ଣଙ୍କ ଠାରୁ ଅଧିକ ଶ୍ରେଷ୍ଠ ଆଉ କେହି ଅଧିକାରୀ ନାହାଁନ୍ତି ।

ଏବଂ ସେ କହିଛନ୍ତି, ମନ୍ମନା ଭବ ମଦଭକ୍ତୋ ମଦଯାଜୀ ମାଂ ନମସ୍କୁରୁ (BG 18.65) । ଏହା ହେଉଛି ନିର୍ଦ୍ଦେଶ । ସମସ୍ତ ନିର୍ଦ୍ଦେଶର ଏହା ହେଉଛ ସାର । କୃଷ୍ଣଙ୍କ ଉପରେ ବିଶ୍ଵାସ କର, ପରମ ପୁରୁଷ । ଏଠାରେ କୃଷ୍ଣ ଅଛନ୍ତି । ବିଶ୍ଵାସ କର ଯେ ଏଠାରେ କୃଷ୍ଣ ଅଛନ୍ତି । ନୀରିହ ବାଳକ ମାନିବ, କିନ୍ତୁ ଆମର ମସ୍ତିଷ୍କ ଏତେ ମୂଢ, ଆମେ ଅନୁସନ୍ଧାନ କରିବୁ, "ବିଗ୍ରହ ପଥର କିମ୍ଵା ପିତ୍ତଳ କିମ୍ଵା କାଠରେ ବନା ହୋଇଛି କି ନାହିଁ?" କାରଣ ଆମେ ନୀରିହ ନାହୁଁ । ଆମେ ଭାବୁ ଯେ ଏହି ବିଗ୍ରହ ପିତ୍ତଳରେ ବନା ହୋଇଛି । ଏହା ପିତ୍ତଳ ହେଲେ ମଧ୍ୟ, ଏକ ପିତ୍ତଳ ଭଗବାନ ହୋଇପରିବେ ନାହିଁ? ପିତ୍ତଳ ମଧ୍ୟ ଭଗବାନ । କାରଣ କୃଷ୍ଣ କୁହଁନ୍ତି, ଭୂମିରାପୋଽନଳୋ ବାୟୁଃ ଖଂ ମନୋ ବୁଦ୍ଧିର..., ଅପରେୟମ..., ଭିନ୍ନା ପ୍ରକୃତିରଷ୍ଟଧା (BG 7.4) । କୃଷ୍ଣ ହେଉଛନ୍ତି କୃଷ୍ଣ । କୃଷ୍ଣଙ୍କ ବିନା କୌଣସି ଅସ୍ତିତ୍ଵ ନାହିଁ । ତେବେ କୃଷ୍ଣ କାହିଁକି ତାଙ୍କ ଇଛା ଅନୁସାରେ ଅବତରିତ ହୋଇ ପାରିବେ ନାହିଁ? ସେ ପିତ୍ତଳରେ ପ୍ରକଟ ହୋଇ ପାରିବେ । ସେ ପଥରରେ ପ୍ରକଟ ହୋଇ ପାରିବେ । ସେ କାଠରେ ପ୍ରକଟ ହୋଇ ପାରିବେ । ସେ ଅଳଙ୍କାରରେ ପ୍ରକଟ ହୋଇ ପାରିବେ । ସେ ଚିତ୍ରରେ ପ୍ରକଟ ହୋଇ ପାରିବେ । ଯେ କୌଣସି ଭାବରେ ସେ କରି ପାରିବେ... ତାହା ସର୍ବ ଶକ୍ତିଶାଳୀ ଅଟେ । କିନ୍ତୁ ଆମକୁ ଗ୍ରହଣ କରିବାକୁ ହେବ ଯେ "ଏଠାରେ କୃଷ୍ଣ ଅଛନ୍ତି ।" ଏହା ଭାବ ନାହିଁ ଯେ "କୃଷ୍ଣ ଏହି ବିଗ୍ରହଠାରୁ ଭିନ୍ନ, ଏବଂ ଏଠାରେ ଏକ ପିତ୍ତଳର ବିଗ୍ରହ ଅଛି ।" ନା । ଅଦ୍ଵୈତମ ଅଚ୍ୟୁତମ ଅନାଦିମ ଅନନ୍ତ-ରୂପମ Bs. 5.33) । ଅଦ୍ଵୈତ । ତାଙ୍କର ଅନେକ ରୂପ ଅଛି, କିନ୍ତୁ ସେ ସବୁ ହେଉଛି ଏକ ।

ତେବେ ସେହିପରି, ତାଙ୍କର ନାମ ତାଙ୍କର ପ୍ରତିନିଧି ଅଟେ । ଅଭିନ୍ନତ୍ଵାନ ନାମ - ନାମିନୋଃ (CC Madhya 17.133) । ଯେତେବେଳେ ତୁମେ କୃଷ୍ଣଙ୍କର ପବିତ୍ର ନାମର ଜପ କର, ଭାବ ନାହିଁ ଯେ ଏହା ଧ୍ଵନି କମ୍ପନ ଏବଂ କୃଷ୍ଣ ହେଉଛନ୍ତି ଭିନ୍ନ । ନା । ଅଭିନ୍ନତ୍ଵାନ । ନାମ - ଚିନ୍ତାମଣି - କୃଷ୍ଣଃ । ଯେପରି କୃଷ୍ଣ ହେଉଛନ୍ତି ଚିନ୍ତାମଣି, ସେହିପରି, ତାଙ୍କର ପବିତ୍ର ନାମ ମଧ୍ୟ ଚିନ୍ତାମଣି ଅଟେ । ନାମ ଚିନ୍ତାମଣିଃ କୃଷ୍ଣଶ୍ ଚୈତନ୍ୟ - ରସ - ବିଗ୍ରହଃ । ଚୈତନ୍ୟ, ପୂର୍ଣ୍ଣ ଚେତନା, ନାମ - ଚିନ୍ତାମଣି - କୃଷ୍ଣଃ । ଯଦି ଆମେ ନାମ ସହିତ ସଂଯୁକ୍ତ ହେବା, ତେବେ ତୁମେ ଜାଣିବା ଉଚିତ୍, ଯେ କୃଷ୍ଣ ତୁମ ସେବା ସହିତ ସଂପୂର୍ଣ୍ଣ ସଚେତ । ତୁମେ ସମ୍ଵୋଧନ କରୁଛ, "ହେ କୃଷ୍ଣ! ହେ ରାଧାରାଣୀ! ଦୟାକରି ମୋତେ ଆପଣଙ୍କର ସେବାରେ ନିୟୋଜିତ କରନ୍ତୁ ।" ହରେ କୃଷ୍ଣ ମନ୍ତ୍ର ଅର୍ଥାତ୍, ହରେ କୃଷ୍ଣ, "ହେ କୃଷ୍ଣ, ହେ ରାଧାରାଣୀ, ହେ ଶକ୍ତି, ଦୟାକରି ମୋତେ ଆପଣଙ୍କର ସେବାରେ ନିୟୋଜିତ କରନ୍ତୁ ।" ଅଇ ନନ୍ଦ-ତନୁଜା ପତିତମ କିନ୍କରମ ମାମ ବିଶମେ ଭାବାମ୍ଵୁଧୋ । ଏହା ହେଉଛି ଚୈତନ୍ୟ ମାହାପ୍ରଭୁଙ୍କର ଶିକ୍ଷା । "ହେ ମୋର ଭଗବାନ, ନନ୍ଦ-ତନୁଜ..." କୃଷ୍ଣ ବହୁତ ପ୍ରସନ୍ନ ହେବେ ଯେତେବେଳେ ତୁମେ ତାଙ୍କର ନାମ, ତାଙ୍କର କାର୍ଯ୍ୟକଳାପ, କିଛି ଭକ୍ତମାନଙ୍କ ସହିତ ସହିତ ସଂଯୁକ୍ତ ହେବ । ସେ ଅବ୍ୟକ୍ତିକ ନୁହଁନ୍ତି । କୃଷ୍ଣଙ୍କର କୌଣସି ନାମ ନାହିଁ, କିନ୍ତୁ ଯେତେବେଳେ ସେ ତାଙ୍କର ଭକ୍ତମାନଙ୍କ ସହିତ ସମ୍ଵନ୍ଧ ରଖନ୍ତି, ତେବେ ନାମ ଅଛି । ଠିକ୍ ଯେପରି କୃଷ୍ଣଙ୍କର ନନ୍ଦ ମାହାର‍ାଜଙ୍କ ସହିତ ସମ୍ଵନ୍ଧ ଅଛି, ଯେ ନନ୍ଦ ମାହାରାଜଙ୍କର କାଠର ପାଦୁକା... ଯଶୋଦା ମାତା ବାଳକ କୃଷ୍ଣଙ୍କୁ କୁହଁନ୍ତି - ତୁମେ ଚିତ୍ର ଦେଖିଥିବ - "ତୁମେ ପିତାଙ୍କର ପାଦୁକା ଆଣି ପାରିବ କି?" "ହଁ!" ତୁରନ୍ତ ମସ୍ତକରେ ରଖିଲେ । ତୁମେ ଦେଖୁଛ? ସେ ହେଉଛନ୍ତି କୃଷ୍ଣ । ତେବେ ନନ୍ଦ ମାହାରାଜ ବହୁତ ପ୍ରସନ୍ନ ହେଲେ: "ଓ, ତୁମର ପୁତ୍ର ବହୁତ ଭଲ । ସେ ଏପରି ଏକ ଭାର ଉଠେଇ ପାରୁଛି ।" ତେବେ ଏହା ହେଉଛି ସମ୍ଵନ୍ଧ ।

ସେଥିପାଇଁ ଚୈତନ୍ୟ ମହାପ୍ରଭୁ କୃଷ୍ଣଙ୍କୁ ସମ୍ଵୋଧିତ କରୁଛନ୍ତି: ଅଇ ନନ୍ଦ-ତନୁଜ: "ଓ କୃଷ୍ଣ: ଯିଏ ନନ୍ଦ ମାହାରାଜଙ୍କ ଶରୀରରୁ ଜନ୍ମ ନେଇଛନ୍ତି..." ଠିକ୍ ଯେପରି ପିତା ହେଉଛନ୍ତି ଶରୀର ଦେଇଥିବା ବ୍ୟକ୍ତି, ବୀଜ, ବୀଜ ଦେଇଥିବା ପିତା, ସେହିପରି, କୃଷ୍ଣ, ଅବଶ୍ୟ ସେ ହେଉଛନ୍ତି ସବୁକିଛିର ମୂଳ, କିନ୍ତୁ ତଥାପି, ସେ ନନ୍ଦ ମାହାରାଜଙ୍କର ବୀଜରୁ ଜନ୍ମ ହୁଅନ୍ତି । ଏହା ହେଉଛି କୃଷ୍ଣ ଲୀଳା । ଅଇ ନନ୍ଦ-ତନୁଜ ପତିତମ କିକରମ ମାମ ବିଶମେ ଭବାମ୍ଵୁଧୌ (CC Antya 20.32, Śikṣāṣṭaka 5) । ଚୈତନ୍ୟ ମାହାପ୍ରଭୁ କଦାପି କୃଷ୍ଣଙ୍କୁ ସମ୍ଵୋଧନ କରି ନାହାଁନ୍ତି, "ଓ ସର୍ବଶକ୍ତିମାନ ।" ଏହା ଅବ୍ୟକ୍ତିକ ଅଟେ । ସେ କୁହଁନ୍ତି, ଅଇ ନନ୍ଦ-ତନୁଜ, ସୀମିତ, "ନନ୍ଦ ମାହାରାଜଙ୍କର ପୁତ୍ର ।" ନନ୍ଦ ମାହାରାଜଙ୍କର ପୁତ୍ର । ଏହା ହେଉଛି ଭକ୍ତି । ସେ ଅସୀମିତ । ଠିକ୍ ଯେପରି କୁନ୍ତି ଦେବୀ ଆଶ୍ଚର୍ଯ୍ୟ ହେଲେ ଯେ, ଯେତେବେଳେ ସେ ଭାବୁ ଥିଲେ, କୃଷ୍ଣ ଯଶୋଦା ମାତାଙ୍କୁ ଭୟ କରୁଥିଲେ । ସେହି ଶ୍ଲୋକ ତୁମେ ଜାଣିଛ । ତେବେ ସେ... ସେ ଆଶ୍ଚର୍ଯ୍ୟହେଲେ କି "କୃଷ୍ଣ, ଯିଏ ଏତେ ଉନ୍ନତ ଏବଂ ମହାନ୍ ଯେ ସମସ୍ତେ ତାଙ୍କୁ ଭୟ କରନ୍ତି, କିନ୍ତୁ ସେ ଯଶୋଦା ମାତାଙ୍କୁ ଭୟ କରନ୍ତି ।"

ତେବେ ଏଥିରେ ଭକ୍ତମାନେ ଆନନ୍ଦିତ ହୁଅଁନ୍ତି, ନା କି... ନାସ୍ତିକ ବର୍ଗର ବ୍ୟକ୍ତିମାନେ କିମ୍ଵା ଅଭକ୍ତମାନେ ବୁଝିପାରିବେ ନାହିଁ । ସେଥିପାଇଁ କୃଷ୍ଣ କୁହଁନ୍ତି, ଭକ୍ତ୍ୟା ମାମଭିନାତି (BG 18.55) । କେବଳ ଭକ୍ତମାନେ, ଅନ୍ୟମାନେ ନୁହଁ । ଅନ୍ୟମାନେ, ସେମାନେ ବୁଝିବା ପାଇଁ, ଏହି ସାମ୍ରାଜ୍ୟ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ଯଦି ତୁମେ କୃଷ୍ଣଙ୍କୁ ବୁଝିବାକୁ ଚାହୁଁଛ ଏହା କେବଳ ଭକ୍ତି ଦ୍ଵାରା ହୋଇପାରିବ । ନା ଜ୍ଞାନ ନା ଯୋଗ ନା କର୍ମ ନା ଜ୍ଞାନ, କିଛି ନାହିଁ - କିଛି ବି ତୁମକୁ ସାହାର୍ଯ୍ୟ କରିବ ନାହିଁ । କେବଳ ଏକ ଭକ୍ତ । ଏବଂ ଭକ୍ତ କିପରି ହେବ? ଏହା କେତେ ସହଜ? ଏଠାରେ ଦେଖ ପ୍ରହଲ୍ଲାଦ ମାହାରାଜ, ନୀରିହ ବାଳକ, କେବଳ ଦଣ୍ଡବତ ପ୍ରଣାମ କରୁଛି । ଏବଂ କୃଷ୍ଣ ମଧ୍ୟ ତୁମକୁ କହୁଛନ୍ତି, ମନ୍ମନା ଭବ ମଦଭକ୍ତୋ ମଦଯାଜୀ ମାଂ ନମସ୍କୁରୁ (BG 18.65) । ତୁମେ ଯଦି ଏହି ଚାରୋଟି ଜିନିଷ ନିଷ୍ଠାର ସହ କର - ସର୍ବଦା କୃଷ୍ଣଙ୍କ ବିଷୟରେ ଚିନ୍ତା କର... ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ (ଭକ୍ତମାନେ ଜପ କରିବାରେ ଯୋଗ ଦେଲେ) ହରେ ରାମ, ହରେ ରାମ, ରାମ ରାମ, ହରେ ହରେ । ତେବେ ଏହା ହେଉଛି କୃଷ୍ଣଙ୍କ ବିଷୟରେ ଚିନ୍ତା କରିବା, ମନ - ମନା । ଏବଂ ତୁମେ ଏହି ହରେ କୃଷ୍ଣ ମନ୍ତ୍ରର ସିଦ୍ଧାନ୍ତ ସହିତ ଜଡିତ ହୋଇପାରିବ ଯଦି ତୁମେ ବିଶୁଦ୍ଧ ଭକ୍ତ ଅଟ । ବିଶୁଦ୍ଧ ଭକ୍ତ ହୋଇ ନ ଥିଲେ ଏହା ବହୁତ କଷ୍ଟକର । ତୁମେ ଥକିଯିବ । କିନ୍ତୁ ଆମେ ଅଭ୍ୟାସ କରିବା । ଅଭ୍ୟାସ ଯୋଗ ଯୁକ୍ତେନ (BG 8.8)।