OR/Prabhupada 0024 - କୃଷ୍ଣ ଏତେ ଦୟାଳୁ

Revision as of 18:14, 11 October 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0024 - in all Languages Category:OR-Quotes - 1974 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on SB 3.25.26 -- Bombay, November 26, 1974

ଯେତେବେଳେ ଅର୍ଜୁନ କୃଷ୍ଣଙ୍କୁ ସାମ୍ନା ସାମ୍ନି ଦେଖିଲେ- କୃଷ୍ଣ ଭଗବଦ୍ ଗୀତା ଉପଦେଶ ଦେଉଥିଲେ ସେହି କୃଷ୍ଣଙ୍କୁ ଦେଖିବା ଏବଂ ଯେବେ ତୁମେ ଭଗବଦ୍ ଗୀତା ପଡ଼ିବ । ଏହା ଏକା କଥା । ସେଥିରେ କୌଣସି ଅନ୍ତର ନାହିଁ । କେହି କେହି କୁହନ୍ତି ଯେ, "ଅର୍ଜୁନ ଭାରି ଭାଗ୍ୟବାନ ଥିଲେ କୃଷ୍ଣଙ୍କୁ ସାମ୍ନା ସାମ୍ନି ଦେଖିବା ପାଇଁ ଏବଂ ତାଙ୍କଠାରୁ ଉପଦେଶ ଗ୍ରହଣ କରିବା ପାଇଁ ।" ତାହା ଠିକ୍ ନୁହେଁ । କୃଷ୍ଣ, ତାଙ୍କୁ ତୂରନ୍ତ ଦେଖିହେବ, ଯଦି ତୁମ ପାଖରେ ତାଙ୍କୁ ଦେଖିବା ପାଇଁ ଚକ୍ଷୁ ଅଛି । ସେଥିପାଇଁ କୁହାଯାଇଛି, ପ୍ରେମାନ୍ଜନ ଛୁରିତ....ପ୍ରେମ ଓ ଭକ୍ତି, ଏକା କାଥା । ପ୍ରେମାନ୍ଜନ ଛୁରିତ ଭକ୍ତି ବିଲୋଚନେନ ସଂତଃ ସଦେବ ହୃଦୟେଶୁ ବିଲୋକୟଂତି [Bs. 5.38] ।

ମୁଁ ଏହି ସମ୍ଵନ୍ଧରେ ଏକ କାହାଣୀ ଶୁଣଉଛି, ଯେ ଦକ୍ଷିଣ ଭାରତରେ ଏକ ବ୍ରାହ୍ମଣ ଥିଲେ, ରଙ୍ଗନାଥ ମନ୍ଦିରରେ, ସେ ଭଗବଦ୍ ଗୀତା ପାଠ କରୁଥିଲେ । ଏବଂ ସେ ଅଶିକ୍ଷିତ ଥିଲେ । ସେ ସଂସ୍କୃତ କିମ୍ଵା ଅନ୍ୟ କୌଣସି ଅକ୍ଷର ଜାଣିନଥିଲେ, ଅଶିକ୍ଷିତ । ତେଣୁ ପଡ଼ୋଶି ଲୋକମାନେ ତାହା ଜାଣିଥିଲେ, "ଏହି ଲୋକ ଅଶିକ୍ଷିତ, ଏବଂ ସେ ଭଗବଦ୍ ଗୀତା ପାଠ କରୁଛି ।" ସେ ଭଗବଦ୍ ଗୀତା ଖୋଲୁଥିଲେ, "ଉ,ଉ", ସେହିପରି ସେ ଥିଲେ । ତେଣୁ ଜଣେ ଥଟ୍ଟାକରି କହିଲା, "ହେ, ବ୍ରାହ୍ମଣ, ତୁମେ କିପରି ଭଗବଦ୍ ଗୀତା ପାଠ କରୁଛ?" ସେ ତାହା ବୁଝିପାରିଲା ଯେ, "ଏହି ବ୍ୟକ୍ତି ମୋ ସହିତ ଥଟ୍ଟା କରୁଛି କାରଣ ମୁଁ ଅଶିକ୍ଷିତ ।" ତେଣୁ ଏହିପରି, ଶ୍ରୀ ଚୈତନ୍ୟ ମହାପ୍ରଭୁ ମଧ୍ୟ ସେହିଦିନ ରଙ୍ଗନାଥ ମନ୍ଦିରରେ ଉପସ୍ଥିତ ଥିଲେ, ଏବଂ ସେ ବୁଝିପାରିଲେ ଯେ, " ଏଠାରେ ଏକ ଭକ୍ତ ଅଛି ।" ତେଣୁ ସେ ତା ପାଖକୁ ଗଲେ ଏବଂ ସେ ପଚାରିଲେ, "ପ୍ରିୟ ବ୍ରାହ୍ମଣ, ତୁମେ କ'ଣ ପାଠ କରୁଛ?" ତେଣୁ ସେ ମଧ୍ୟ ବୁଝିପାରିଲେ ଯେ "ଏହି ବ୍ୟକ୍ତି ଥଟ୍ଟା କରୁନାହିଁ ।" ତେଣୁ ସେ କହିଲେ, "ମହାଶୟ, ମୁଁ ଭଗବଦ୍ ଗୀତା ପାଠ କରୁଛି । ମୁଁ ଭଗବଦ୍ ଗୀତା ପାଠ କରିବାକୁ ଚେଷ୍ଟା କରୁଛି, କିନ୍ତୁ ମୁଁ ଅଶିକ୍ଷିତ । ତେଣୁ ମୋ ଗୁରୁ ମାହାରାଜ କହିଛନ୍ତି ଯେ 'ତୁମେ ପ୍ରତିଦିନ ଅଠରଟି ଅଧ୍ୟାୟ ପାଠ କରିବା ଉଚିତ୍ ।' ମୋର ଜ୍ଞାନ ନାହିଁ । ମୁଁ ପଢ଼ିପାରେ ନାହିଁ । ତଥାପି, ଗୁରୁ ମାହାରାଜ କହିଛନ୍ତି, ତେଣୁ ମୁଁ ତାଙ୍କର ଆଦେଶ ପାଳନ କରିବାକୁ ଚେଷ୍ଟା କରୁଛି ଏବଂ ପୃଷ୍ଠା ଖୋଲୁଛି, ଏବଂ ବାସ୍ ସେତିକି । ଏହାକୁ କେମିତି ପଢ଼ିବି ମୁଁ ଜାଣିନାହିଁ ।" ଶ୍ରୀ ଚୈତନ୍ୟ ମହାପ୍ରଭୁ କହିଲେ ଯେ "ତୁମକୁ ବେଳେ ବେଳେ କାନ୍ଦିବାର ମୁଁ ଦେଖିଛି ।" ତାପରେ, "ହଁ, ମୁଁ କାନ୍ଦେ ।" "ତୁମେ କିପରି କାନ୍ଦ ଯଦି ତୁମକୁ ପଢ଼ିବା ଜଣା ନାହିଁ ?" "ନା, କାରଣ ମୁଁ ଯେତେବେଳେ ଏହି ଭଗବଦ୍ ଗୀତା ପୁସ୍ତକ ନିଏ, ମୁଁ ଏକ ଛବି ଦେଖେ, ଯେ କୃଷ୍ଣ ଏତେ ଦୟାଳୁ ଯେ ସେ ଅର୍ଜୁନଙ୍କ ରଥର ସାରଥି ବନିଛନ୍ତି । ସେ ତାଙ୍କର ଭକ୍ତ । ତେଣୁ ଶ୍ରୀ କୃଷ୍ଣ ଏତେ ଦୟାଳୁ ଯେ ସେ ସେବକର ପଦବି ଗ୍ରହଣ କରିପାରନ୍ତି କାରଣ ଅର୍ଜୁନ ଆଦେଶ ଦିଅନ୍ତି, "ମୋ ରଥ ଏଠାରେ ରଖ, 'ଏବଂ କୃଷ୍ଣ ତାଙ୍କର ସେବା କରନ୍ତି । ତେଣୁ କୃଷ୍ଣ ଭାରି ଦୟାଳୁ । ତେଣୁ ଯେତେବେଳେ ଏହି ଛବି ମୁଁ ମୋ ମନ ଭିତରେ ଦେଖେ, ମୁଁ କାନ୍ଦେ ।" ତେଣୁ ତୁରନ୍ତ ଶ୍ରୀ ଚୈତନ୍ୟ ମହାପ୍ରଭୁ ତାଙ୍କୁ ଆଲିଙ୍ଗନ କରିଲେ, ଯେ "ତୁମେ ଭଗବଦ୍ ଗୀତା ପାଠ କରୁଛ । ବିନା ଶିକ୍ଷାରେ, ତୁମେ ଭଗବଦ୍ ଗୀତା ପାଠ କରୁଛ ।" ସେ ତାଙ୍କୁ ଆଲିଙ୍ଗନ କରିଲେ ।

ତେଣୁ ଏହା ହିଁ...ସେ କିପରି ଛବିକୁ ଦେଖୁଥିଲେ? କାରଣ ସେ ଜଣେ କୃଷ୍ଣ ପ୍ରେମି ଥିଲେ, ଏଥିରେ କିଛି ଫରକ ପଡ଼େ ନାହିଁ କି ସେ ଶ୍ଳୋକ ପଢ଼ି ପାରନ୍ତି କି ନାହିଁ । କିନ୍ତୁ ସେ କୃଷ୍ଣ ପ୍ରେମରେ ଲୀନ ଥିଲେ ଏବଂ ସେ ଦେଖୁଥିଲେ, କୃଷ୍ଣ ସେଠାରେ ବସିଛନ୍ତି, ଏବଂ ସେ ଅର୍ଜୁନଙ୍କର ରଥ ଚଲଉଛନ୍ତି । ଏହା ହିଁ ଆବଶ୍ୟକ ।