OR/Prabhupada 1071 - ଜଦି ଆମେ ଭଗବାନଙ୍କ ସଙ୍ଗ ଲାଭ କରିବା, ତାଙ୍କ ସହିତ ସହଯୋଗ କରିବା, ତେବେ ଆମେ ମଧ୍ୟ ସୁଖୀ ହେବା
660219-20 - Lecture BG Introduction - New York
ଆମେ ମଧ୍ୟ ଏହା ମନେ ରଖିବା ଉଚିତ୍ ଯେ ଆମେ ଯେତେବେଳେ 'କୃଷ୍ଣଙ୍କ' କଥା କହୁ ଏହା ଏକ ସାମ୍ପ୍ରଦାୟିକ ନାମ ନୁହେଁ । 'କୃଷ୍ଣଙ୍କ' ନାମର ଅର୍ଥ ହେଉଛି ସର୍ବୋଚ୍ଚ ଆନନ୍ଦ । ଏହା ସ୍ଵୀକୃତ ହୋଇଅଛି ଯେ ପରମେଶ୍ଵର ସମସ୍ତ ଆନନ୍ଦର ସରୋବର ବା ଗନ୍ତାଘର ଅଟନ୍ତି । ଆମ୍ଭେମାନେ ସମସ୍ତେ ଆନନ୍ଦ ପଛରେ ଧାବମାନ। "ଆନନ୍ଦମୟୋଽଭ୍ୟାସାତ୍" (ବେଦାନ୍ତ-ସୂତ୍ର ୧.୧.୧୨)। ଜୀବ ବା ଭଗବାନ୍, କାରଣ ଆମେମାନେ ଚେତନାରେ ପରିପୂର୍ଣ୍ଣ, ତେଣୁ ଆମର ଚେତନା ସୁଖ ପଛରେ ଧାବମାନ । ସୁଖ । ଭଗବାନ୍ ମଧ୍ୟ ଶାଶ୍ଵତଭାବେ ସୁଖୀ, ଏବଂ ଯଦି ଆମେ ଭଗବାନଙ୍କ ସଙ୍ଗଲାଭ କରିବା, ତାଙ୍କ ସହ ସହଯୋଗ କରବା, ତାଙ୍କ ଲୀଳାରେ ଅଂଶ ଗ୍ରହଣ କରବା, ତାହାହେଲେ ଆମେ ମଧ୍ୟ ସୁଖୀ ହେବା । ଭଗବାନ୍ ଏହି ମୃତ୍ୟୁସଂସାରରେ ତାଙ୍କର ଆନନ୍ଦମୟ ଲୀଳା ବୃନ୍ଦାବନରେ ପ୍ରଦର୍ଶନ କରିବା ପାଇଁ ଅବତୀର୍ଣ୍ଣ ହୁଅନ୍ତି । ଯେତେବେଳେ ଭଗବାନ୍ ଶ୍ରୀକୃଷ୍ଣ ବୃନ୍ଦାବନରେ ଥିଲେ, ତାଙ୍କର ଲୀଳା ତାଙ୍କର ଗୋପାଳ ସାଥିମାନଙ୍କ ସହିତ, ତାଙ୍କର ଗୋପୀ, ଗୋପାଳ, ଗୋ-ଗୋବାତ୍ସା ଆଦିଙ୍କ ସହ, ଏବଂ ବୃନ୍ଦାବନବାସୀଙ୍କ ସହିତ ଏବଂ ତାଙ୍କର ବାଲ୍ୟ ଗୋଚାରଣ ବୃତ୍ତି, ଏବଂ କୃଷ୍ଣଙ୍କର ଏହି ସମସ୍ତ ଲୀଳା ସମ୍ପୂର୍ଣ୍ଣ ଆନନ୍ଦରେ ପରିପୁର୍ଣ୍ଣ ଥିଲା । ସମଗ୍ର ବୃନ୍ଦାବନ, ବୃନ୍ଦାବନର ସମସ୍ତ ଅଧିବାସୀ, ତାଙ୍କୁ ହିଁ ଜାଣିଥିଲେ । ସେମାନେ କୃଷ୍ଣଙ୍କ ବ୍ୟତୀତ ଆଉ କିଛି ଜାଣୁ ନଥିଲେ। ଏପରିକି ଭଗବାନ୍ କୃଷ୍ଣ ତାଙ୍କ ପିତାଙ୍କୁ ମନାକରିଦେଲେ, ନନ୍ଦମହାରାଜଙ୍କୁ ଇନ୍ଦ୍ରଦେବତାଙ୍କର ପୂଜା କରିବାକୁ, କାରଣ ସେ ଏହି ବିଧି ପ୍ରଚଳନ କରିବାକୁ ଇଚ୍ଚ୍ଥା କଲେ ଯେ,ଲୋକମାନେ ପରମେଶ୍ଵରଙ୍କ ବ୍ୟତିତ ଅନ୍ୟ କୈାଣସି ଦେବତାଙ୍କୁ ପୂଜା କାରିବାର ଆବଶ୍ୟକତା ନାହିଁ । କାରଣ ଜୀବନର ପରମ ଲକ୍ଷ୍ୟ ହେଉଛି ଭଗବାନଙ୍କର ପରମ ଧାମକୁ ଫେରିଯିବା । ଭଗବଦ୍ ଗୀତାରେ ପଞ୍ଚଦଶ ଅଧ୍ୟାୟ ଷଷ୍ଠ ଶ୍ଳୋକରେ ଭଗବାନ୍ ଶ୍ରୀକୃଷ୍ଣଙ୍କର ପରମଧାମ କଥା କୁହାଯାଇଅଛି ।
- ନ ତଦ୍ ଭାସୟତେ ସୂର୍ଯ୍ୟୋ
- ନ ଶଶାଙ୍କୋ ନ ପାବକଃ
- ଯଦ୍ ଗତ୍ଵା ନ ନିବର୍ତନ୍ତେ
- ତଦ୍ ଧାମ ପରମଂ ମମ
- (BG 15.6)
ବର୍ତ୍ତମାନ ସେହି ଶାଶ୍ଵତ ପରବ୍ୟୋମର ବର୍ଣ୍ଣନା... ଆମେ ଯେତେବେଳେ ଆକାଶ କହୁ,କାରଣ ଆମର ଆକାଶ ସମ୍ଵନ୍ଧରେ ଏକ ଭୈାତିକ ଧାରଣା ଅଛି, ତେଣୁ ଆମେମାନେ ଆକାଶ ସମ୍ଵନ୍ଧରେ ଭାବିଲେ ସୂର୍ଯ୍ୟ, ଚନ୍ଦ୍ର, ତାରା, ଆଦି କଥା ଭାବୁ । କିନ୍ତୁ ଭଗବାନ କହିଛନ୍ତି ଯେ ପରବ୍ୟୋମରେ,ସୂର୍ଯ୍ୟର ଆବଶ୍ୟକତା ନାହିଁ । ନ ତଦ୍ ଭାସୟତେ ସୂର୍ଯ୍ୟୋ ନ ଶଶାଙ୍କୋ ନ ପାବକଃ (ଭ.ଗୀ. ୧୫.୬) । ନା ସେହି ପରବ୍ୟୋମରେ ଚନ୍ଦ୍ରର ଆବଶ୍ୟକତା ଅଛି । ନ ପାବକଃ ଅର୍ଥାତ୍ ସେଠାରେ ନା ବିଦ୍ୟୁତ୍ କିମ୍ଵା ଅଗ୍ନିର ଆବଶ୍ୟକତା ଅଛି ଉଜ୍ଵଳତା ପାଇଁ କାରଣ ପରବ୍ୟୋମ ବ୍ରହ୍ମଜ୍ୟୋତିଦ୍ଵାରା ଆଲୋକିତ । ବ୍ରହ୍ମଜ୍ୟୋତି, ୟଶ୍ୟ ପ୍ରଭା(ବ୍ର.ସ. ୫.୪୦),ପରମଧାମରୁ ନିର୍ଗତ ଜ୍ୟୋତି । ବର୍ତ୍ତମାନ ଯୁଗରେ ଯେତେବେଳେ ଲୋକମାନେ ଅନ୍ୟ ଗ୍ରହରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି, ଭଗବାନଙ୍କର ପାରମଧାମ କଥା ବୁଝିବା କଷ୍ଟକର ନୁହେଁ । ଭଗବାନଙ୍କର ପରମଧାମ ପରବ୍ୟୋମରେ ଅବସ୍ଥିତ,ଏବଂ ଏହାକୁ ଗୋଲକ କୁହାଯାଏ । ବ୍ରହ୍ମ-ସଂହିତା ରେ ଏହା ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଅଛି, ଗୋଲକ ଏବ ନିବସତି ଅଖିଳାତ୍ମ-ଭୂତଃ(ବ୍ର.ସ. ୫.୩୭) । ଭଗବାନ୍ ତାଙ୍କର ପରମଧାମ ଗୋଲକ ବୃନ୍ଦାବନରେ ଶାଶ୍ଵତଭାବେ ରହନ୍ତି , ତଥାପି ସେ ଅଖିଳାତ୍ମ-ଭୂତଃ ଅଟନ୍ତି,ତାଙ୍କପାଖରେ ଏହି ପୃଥିବୀରୁ ମଧ୍ୟ ପହଞ୍ଚିପାରିବା । ଏବଂ ଭଗବାନ୍ ତାଙ୍କର ପ୍ରକୃତ ରୂପ, ସଚ୍ଚିଦାନନ୍ଦ ବିଗ୍ରହ ପ୍ରଦର୍ଶନ କରିବା ନିମିତ୍ତ ଆସନ୍ତି (ବ୍ର.ସ. ୫.୧), ଯେପରି ଅାମକୁ କଳ୍ପନା କରିବାର ଅବକାଶ ନ ମିଳୁ । କଳ୍ପନାର ପ୍ରଶ୍ନ ହିଁ ନାହିଁ ।