OR/Prabhupada 0012 - ଜ୍ଞାନ ର ସ୍ରୋତ ଶ୍ରବଣ ଅଟେ

Revision as of 15:07, 16 October 2018 by Vanibot (talk | contribs) (Vanibot #0023: VideoLocalizer - changed YouTube player to show hard-coded subtitles version)
(diff) ← Older revision | Latest revision (diff) | Newer revision → (diff)


Lecture on BG 16.7 -- Hawaii, February 3, 1975

ଆମ ଭିତରୁ ଜଣେ ଜଣେ କରି, ଆମେ ସମସ୍ତେ ଅପୂର୍ଣ୍ଣ । ଆମେ ଆମ ଆଖି ପାଇଁ ବହୁତ ଗର୍ବିତ : "ଦେଖେଇ ପାରିବ କି ?" ତୁମ ଆଖିର ଯୋଗ୍ୟତା କଣ ଅଛି ଯେ ତୁମେ ଦେଖି ପାରିବ ? ସିଏ ଭାବେନି ଯେ, ମୋ ପାଖରେ କିଛି ଯୋଗ୍ୟତା ନାହିଁ ; ତେବେ ମଧ୍ୟ, ମୁଁ ଦେଖିବାକୁ ଚାହୁଁଛି ।" ଏହି ଆଖି ଗୁଡିକ, ଆହା !, ସେଗୁଡିକ କେତେ ଗୁଡିଏ ଅବସ୍ଥା ଉପରେ ନିର୍ଭରଶୀଳ । ଏବେ ବିଦ୍ୟୁତ ଶକ୍ତି ଅଛି, ତୁମେ ଦେଖି ପାରୁଛ । ଯଥାଶୀଘ୍ର ବିଦ୍ୟୁତ ଶକ୍ତି ବନ୍ଦ ହେବ, ତୁମେ ଦେଖି ପାରିବ ନାହିଁ । ତାହେଲେ ତୁମ ଆଖି ର ମୂଲ୍ୟ କଣ ? ତୁମେ ଦେଖି ପାରୁନ ଏଇ କାନ୍ଥ ର ଆରା ପାଖରେ କଣ ଚାଲିଛି ।

ତେଣୁ ତୁମ ଇନ୍ଦ୍ରିୟ ଗୁଡିକୁ ଜ୍ଞାନ ର ଉତ୍ପତ୍ତି ସ୍ଥଳ ବୋଲି ବିଶ୍ବାସ କର ନାହିଁ । ନାଁ । ଜ୍ଞାନ ର ଉତ୍ପତ୍ତି ଶ୍ରବଣ ଦ୍ଵାରା ହେବ ଦରକାର । ତାହାକୁ ସ୍ରୁତି କୁହାଯାଏ । ସେଥିପାଇଁ, ବେଦ ମାନଙ୍କ ନାମ ହେଲା ସ୍ରୁତି । ସ୍ରୁତି-ପ୍ରମାଣ, ସ୍ରୁତି ପ୍ରମାଣ । ଠିକ୍ ଯେପରି ଗୋଟେ ଛୋଟ ପିଲା ଜାଣିବାକୁ ଚାହୁଁଛି କିଏ ତାର ପିତା ବୋଲି । ତେଣୁ ପ୍ରମାଣ କଣ ଅଛି ? ସେହି ପ୍ରମାଣ ହେଉଛି ସ୍ରୁତି, ତାର ମାତା ପାଖରୁ ଶୁଣିବା । ମାତା କହୁଛନ୍ତି, "ସିଏ ତୁମ ପିତା । "ତେଣୁ ସିଏ ଶୁଣେ; ତାକୁ ଜଣା ନାହିଁ ସିଏ କେମିତି ତାର ପିତା ହେଲେ । କାରଣ ତାର ଶରୀର ତିଆରି ହେବା ପୂର୍ବରୁ, ପିତା ତ ଥିଲେ, କେମିତି ଦେଖିଥାନ୍ତା ସିଏ ? ତେଣୁ ଦେଖିକି, ତୁମେ ନିର୍ଣ୍ଣୟ କରି ପାରିବ ନାହିଁ କିଏ ତୁମର ପିତା । ତୁମକୁ ଜ୍ଞାନୀ ବ୍ୟକ୍ତି ପାଖରୁ ଶୁଣିବାକୁ ପଡିବ । ମାତା ହେଉଛନ୍ତି ସେଇ ଜ୍ଞାନୀ । ସେଥିପାଇଁ ସ୍ରୁତି ପ୍ରମାଣ : ପ୍ରମାଣ ହେଲା ଶ୍ରବଣ, ଦେଖିବା ନୁହେଁ । ଦେଖିବା... ଆମ ଅପୂର୍ଣ୍ଣ ଆଖି... ସେଠି ବହୁତ ସାରା ବାଧା ଅଛି । ତେଣୁ ସେହିପରି, ପ୍ରତ୍ୟକ୍ଷ ଅନୁଭୂତି ଦ୍ଵାରା, ତୁମେ ସତ୍ୟ କୁ ପାଇ ପାରିବ ନାହିଁ ।

ପ୍ରତ୍ୟକ୍ଷ ଅନୁଭୂତି ହେଲା କଲ୍ପନା କରିବା । ଡା॰ ବେଙ୍ଗ ଡା॰ବେଙ୍ଗ କଲ୍ପନା କରୁଛି ଆଟ୍ଲାଣ୍ଟିକ ମହାସାଗର କଣ । ସିଏ କୂଅ ଭିତରେ ଅଛି, ତିନି ଫିଟ କୂଅ, ଏବଂ ଜଣେ ସାଙ୍ଗ ତାକୁ ଜଣାଇଲା "ଆହା ! ମୁଁ ବହୁତ ବିଶାଳ ଜଳ ଦେଖିଛି " "ସେହି ବିଶାଳ ଜଳ କଣ ?" "ଆଟ୍ଲାଣ୍ଟିକ ମହାସାଗର" "କେତେ ବଡ ସେଇଟା?" "ବହୁତ ବହୁତ ବଡ ।" ତେଣୁ ଡା॰ବେଙ୍ଗ ଭାବୁଛି, "ବୋଧେ ହୁଏ ୪ ଫୁଟ । ଏହି କୂଅ ଟି ୩ ଫୁଟ । ତାହା ୪ ଫୁଟ ହୋଇଥିବ। ହଉ ଠିକ୍ ଅଛି, ୫ ଫୁଟ । ଆଛା, ୧୦ ଫୁଟ । ତେଣୁ ଏହି ପ୍ରକାରେ କଲ୍ପନା କରିବା, କେମିତି ସେହି ବେଙ୍ଗ, ଡା॰ବେଙ୍ଗ ବୁଝିବ ଆଟ୍ଲାଣ୍ଟିକ ମହାସାଗର ବା ପାଶିଫିକ ମହାସାଗର ? ତୁମେ କଲ୍ପନା ଦ୍ଵାରା ଅନୁମାନ କରିପାରିବ କି ଆଟ୍ଲାଣ୍ଟିକ କିମ୍ବା ପାଶିଫିକ ମହାସାଗର ର ଲମ୍ବ ଏବଂ ଚୌଡା ? ତେଣୁ କଲ୍ପନା ଦ୍ଵାରା, ତୁମେ ପାଇ ପାରିବ ନାହିଁ । ସେମାନେ ବହୁତ ବର୍ଷ ହେଲାଣି ଏହି ସୃଷ୍ଟି ବିଷୟରେ କଲ୍ପନା କରୁଛନ୍ତି , କେତୋଟି ତାରା ଅଛି, ଲମ୍ବ କେତେ, ଚୌଡା କେତେ, କେଉଁଠି.... କାହାକୁ ଏହି ବସ୍ତୁବାଦ ଦୁନିଆ ବିଷୟରେ ମଧ୍ୟ କିଛି ଜଣା ନାହିଁ , ତାହେଲେ ଆଧ୍ୟାତ୍ମିକ ଦୁନିଆ ପାଇଁ କଣ କୁହା ଯିବ ? ତାହା ଆର ପାଖରେ, ଆର ପାଖରେ ଭି ବହୁତ ଦୂର ।

ପରସ ତସ୍ମାତ ତୁ ଭାବୋ ନ୍ୟୋ ବ୍ୟକ୍ତୋ ବ୍ୟକ୍ତାତ ସନାତନଃ (BG 8.20) । ତୁମେ ଭଗବଦ୍ ଗୀତା ରେ ଏହାକୁ ପାଇବା । ତାହା ଅନ୍ୟ ଏକ ପ୍ରକୃତି । ଏହି ପ୍ରକୃତି, ତୁମେ ଯାହା ଦେଖୁଛ, ଆକାଶ, ଏକ ଗୋଲ ଗମ୍ବୁଜ, , ତାହା, ତା ଉପରେ, ପୁଣି ପଞ୍ଚ-ପଦାର୍ଥ ର ସ୍ତର । ଏହା ଢାଞ୍ଚା ଅଟେ । ଠିକ୍ ଯେପରି ତୁମେ ନଡିଆ ଦେଖିଥିବ । ଦୃଢ ଢାଞ୍ଚା ଅଛି, ଏବଂ ସେଇ ଢାଞ୍ଚା ଭିତରେ ପାଣି ଅଛି । ସେହିପରି, ଏହି ଢାଞ୍ଚା ଭିତରେ... ଏବଂ ବାହାରେ ପାଞ୍ଚଟି ସ୍ତର ଅଛି, ଗୋଟିଏ ଠାରୁ ଅନ୍ୟ ଗୋଟିଏ ହଜାର ଗୁଣ ବଡ : ଜଳ ସ୍ତର, ବାୟୁ ସ୍ତର, ଅଗ୍ନି ସ୍ତର । ତେଣୁ ତୁମକୁ ଏହି ସବୁ ସ୍ତର ଭିତରେ ପଶିବାକୁ ପଡିବ । ତାପରେ ତୁମେ ଆଧ୍ୟାତ୍ମିକ ଜଗତ କୁ ପାଇ ପାରିବ । ଏହି ସବୁ ଜଗତ, ଅସଂଖ୍ୟ ଅଛି, କୋଟି । ଯସ୍ୟ ପ୍ରଭା ପ୍ରଭବତୋ ଜଗଦ୍-ଅଣ୍ଡ-କୋଟି (Bs. 5.40) ଜଗଦ୍-ଅଣ୍ଡ ମାନେ ସୃଷ୍ଟି । କୋଟି ମାନେ ଲକ୍ଷ ଲକ୍ଷ ଏକତ୍ରିତ, ତାହା ହେଉଛି ବସ୍ତୁବାଦ ଜଗତ । ଆଉ ସେହି ବସ୍ତୁବାଦ ଜଗତ ଆର ପାଖରେ ଆଧ୍ୟାତ୍ମିକ ଜଗତ ଅଛି, ଅନ୍ୟ ଏକ ଆକାଶ । ତାହା ମଧ୍ୟ ଆକାଶ । ତାହାକୁ ପରବ୍ୟୋମ କୁହା ଯାଏ । ତେଣୁ ତୁମ ଇନ୍ଦ୍ରିୟ ମାନଙ୍କ ଅନୁଭୂତି ଦ୍ଵାରା ତୁମେ ଅନୁମାନ କରିପାରିବ ନାହିଁ ଯେ ଚନ୍ଦ୍ର ରେ କିମ୍ବା ସୂର୍ଯ୍ୟ ରେ କଣ ଅଛି ଏହି ଗ୍ରହ ରେ, ଏହି ଜଗତ ରେ । ତୁମେ କେମିତି ଆଧ୍ୟାତ୍ମିକ ଜଗତ କୁ କଲ୍ପନା ଦ୍ଵାରା ବୁଝି ପାରିବ ? ଏହା ନିର୍ବୋଧତା ।

ସେଥିପାଇଁ ଶାସ୍ତ୍ର କହୁଛି, ଅଚିନ୍ତ୍ୟଃ ଖଲୁ ୟେ ଭାବ ନ ତାମ୍ସ ତର୍କେଣ ଯୋଜଏତ । ଅଚିନ୍ତ୍ୟ, ଯାହା ହେଉଛି ଅଚିନ୍ତନୀୟ, ତୁମ ଇନ୍ଦ୍ରିୟ ଅନୁଭୂତି ବାହାରେ, ଯୁକ୍ତି,ବୁଝିବାକୁ,କଲ୍ପନା କରିବାକୁ ଚେଷ୍ଟା କର ନାହିଁ , ଏହା ନିର୍ବୋଧତା । ଏହା ସମ୍ଭବ ନୁହେଁ । ସେଥିପାଇଁ ଆମକୁ ଗୁରୁଙ୍କ ନିକଟ କୁ ଯିବାକୁ ପଡିବ । ତଦ୍ ବିଜ୍ଞାନର୍ଥମ୍ ସ ଗୁରୁମ୍ ଏବାଭିଗଚ୍ଛେତ୍ ଶ୍ରୋତ୍ରିୟମ୍ ବ୍ରହ୍ମ-ନିଷ୍ଠମ (MU 1.2.12) ଏହା ହେଉଛି ପ୍ରକ୍ରିୟା ।