OR/Prabhupada 0098 - କୃଷ୍ଣଙ୍କର ସୁନ୍ଦରତା ପ୍ରତି ଆକର୍ଷିତ ହେବା: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0098 - in all Languages Category:OR-Quotes - 1972 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:OR-Quotes - in India, Vrndavana]]
[[Category:OR-Quotes - in India, Vrndavana]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0097 - ମୁଁ କେବଳ ଏକ ଡାକ ପିଅନ|0097|OR/Prabhupada 0099 - କିପରି କୃଷ୍ଣଙ୍କ ଦ୍ଵାରା ଚିହ୍ନଟ ହେବା|0099}}
{{1080 videos navigation - All Languages|Oriya|OR/Prabhupada 0097 - ମୁଁ କେବଳ ଏକ ଡାକ ପିଅନ|0097|OR/Prabhupada 0099 - କିପରି କୃଷ୍ଣଙ୍କ ଦ୍ଵାରା ଚିହ୍ନଟ ହେବା|0099}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|9ccFczRrcY8|କୃଷ୍ଣଙ୍କର ସୁନ୍ଦରତା ପ୍ରତି ଆକର୍ଷିତ ହେବା<br />- Prabhupāda 0098}}
{{youtube_right|tIJlQiV60Jw|କୃଷ୍ଣଙ୍କର ସୁନ୍ଦରତା ପ୍ରତି ଆକର୍ଷିତ ହେବା<br />- Prabhupāda 0098}}
<!-- END VIDEO LINK -->
<!-- END VIDEO LINK -->



Latest revision as of 15:52, 16 October 2018



The Nectar of Devotion -- Vrndavana, November 11, 1972

ମଦନ-ମୋହନ । ମଦନ ଅର୍ଥାତ୍ ଯୌନ ଆକର୍ଷଣ । ମଦନ, ଯୌନ ଆକର୍ଷଣ, କାମଦେବ, ଏବଂ କୃଷ୍ଣଙ୍କୁ ମଦନ-ମୋହନ କୁହାଯାଏ । ଜଣେ, ମୋର କହିବାର ଅର୍ଥ, ଯଦି ଜଣେ କୃଷ୍ଣଙ୍କ ପ୍ରତି ଆକର୍ଷିତ ତେବେ ସେ ଯୌନ ଅାକର୍ଷଣକୁ ତୀରସ୍କାର କରିପାରିବ । ତାହା ହେଉଛି ପରୀକ୍ଷା । ଏହି ଭୌତିକ ଜଗତ ମଦନ ଦ୍ଵାରା ଆକର୍ଷିତ । ସମସ୍ତେ ଯୌନ ଜୀବନ ପ୍ରତି ଆକର୍ଷିତ । ସଂପୂର୍ଣ୍ଣ ଭୌତିକ ଜଗତ ଯୌନ ଜୀବନ ଉପରେ ଆଧାରିତ । ଏହା ହେଉଛି ତଥ୍ୟ । ଯନ ମିଥୁନାଦି-ଗ୍ରହେମେଧି-ସୁଖମଂ ହି ତୁଚ୍ଛମ (SB 7.9.45) ଏଠାରେ, ଖୁସୀ, ତଥା କଥିତ ଖୁସୀ ହେଉଛି ମୈଥୁନ, ମୈଥୁନାଦି । ମୈଥୁନାଦି ଅର୍ଥାତ୍ ଏଠାରେ ଖୁସୀ ମୈଥୁନରୁ ଆରମ୍ଭ ହୁଏ, ଯୌନ କ୍ରିୟା । ସାଧାରଣତ, ଲୋକମାନେ..., ଜଣେ ପୁରୁଷ ବିବାହ କରେ । ଉଦ୍ଦେଶ୍ୟ ହେଉଛି ଯୌନ ଇଛାକୁ ସନ୍ତୁଷ୍ଟ କରିବା । ତାପରେ ସେ ପିଲା ଜନ୍ମ କରେ । ତାପରେ ପୁଣି, ଯେତେବେଳେ ପିଲା ବଡ଼ ହୋଇଯାଆନ୍ତି, ସେମାନେ, ଝିଅ ଅନ୍ୟ ଏକ ପୁଅ ସହିତ ବିବାହ କରେ ଏବଂ ପୁଅ ଅନ୍ୟ ଏକ ଝିଅ ସହିତ ବିବାହ କରେ । ତାହା ମଧ୍ୟ ଏକା ଉଦ୍ଦେଶ୍ୟ: ଯୌନ । ତାପରେ ପୁଣି, ନାତି । ଏହିପାରି ଭାବରେ, ଭୌତିକ ଖୁସୀ - ଶ୍ରୀଯୈଶ୍ଵର୍ଯ ପ୍ରଜେପ୍ସବଃ ଅନ୍ୟ ଏକ ଦିନ ଆମେ ଆଲୋଚନା କରୁଥିଲୁ । ଶ୍ରୀ ଅର୍ଥାତ୍ ସୁନ୍ଦରତା, ଐଶ୍ଵରୀୟ ଅର୍ଥାତ୍ ଧନ, ଏବଂ ପ୍ରଜା ଅର୍ଥାତ୍ ପୀଢ଼ୀ । ତେଣୁ ସାଧାରଣତ, ଲୋକମାନେ, ସେମାନେ ଏହା ପସନ୍ଦ କରନ୍ତି - ଭଲ ପରିବାର, ଭଲ ଧନ ସମ୍ପତି, ଏବଂ ଭଲ ସ୍ତ୍ରୀ, ଭଲ ଝିଅ, ବୋହୁ । ଯଦି ଏକ ପରିବାର ସୁନ୍ଦର ମହିଳା ଏବଂ ଧନ ସମ୍ପତିରେ ପୂର୍ଣ୍ଣ ଅଟେ, ଏବଂ ଅନେକ ପିଲାରେ, ତାକୁ ସମୃଦ୍ଧ ଧରାଯାଏ । ସେ ଅତ୍ୟନ୍ତ ସଫଳ ବ୍ୟକ୍ତି ଅଟେ । ତେଣୁ ଶାସ୍ତ୍ର କୁହେ, " ସଫଳତା କ'ଣ?" ଏହି ସଫଳତା ଯୌନ କ୍ରିୟାରୁ ଆରମ୍ଭ ହୁଏ । ବାସ୍ । ଏବଂ ସେମାନଙ୍କର ପୋଷଣ କରିବା । ତେଣୁ ଯନ ମୈଥୁନାଦି-ଗ୍ରହମେଧି-ସୁଖମଂ ହି ତୁଚ୍ଛମ (SB 7.9.45) । ଏଠାରେ ଖୁସୀ ଆରମ୍ଭ ହୁଏ ଯୌନ ଜୀବନରୁ, ମୈଥୁନାଦି । ଆମେ ଏହାକୁ ଭିନ୍ନ ଉପାୟରେ ମସୃଣ କରିପାରୁ, କିନ୍ତୁ ଏହା ହେଉଛି ମୈଥୁନ, ଯୌନ ଜୀବନ ଖୁସୀ, ଘୁସୁରିରେ ମଧ୍ୟ ଅଛି । ଘୁସୁରି ମଧ୍ୟ, ସେମାନେ ଦିନ ସାରା ଏଠାରେ ସେଠାରେ ଖାଆନ୍ତି: "କେଉଁଠାରେ ମଳ ଅଛି? କେଉଁଠାରେ ମଳ ଅଛି?" ଏବଂ କୌଣସି ଭେଦ ଭାବ ବିନା ଯୌନ ଜୀବନ କରିପାରିବେ । ଘୁସୁରି ମା, ଭଉଣୀ, ଏବଂ ଝିଅ ମଧ୍ୟରେ କୌଣସି ଭେଦ ଭାବ କରେ ନାହିଁ । ତେଣୁ ସେଥିପାଇଁ ଶାସ୍ତ୍ର କହେ, "ଏଠାରେ, ଏହି ଭୌତିକ ଜଗତରେ, ଆମେମାନେ ଫଶି ଯାଇଛୁ, ଆମେମାନେ କେବଳ ଏହି ଯୌନ ଜୀବନ ଯୋଗୁଁ ଏହି ଭୌତିକ ଦୁନିଆରେ ବାନ୍ଧି ହୋଇ ରହିଛୁ ।" ତାହା ହେଉଛି କାମଦେବ । କାମଦେବ ଯୌନ ଜୀବନର ଦେବତା ଅଟନ୍ତି, ମଦନ । ଯେ ପର୍ଯ୍ୟନ୍ତ ଜଣକୁ ମଦନ, କାମଦେବ ଦ୍ଵାରା ପ୍ରେରିତ ନ କରାଯାଏ, ସେ ହୋଇପାରିବନି, ମୋ କହିବାର ଅର୍ଥ ହେଲା, ଯୌନ ଜୀବନରେ ଫଶିବ ନାହିଁ । ଏବଂ କୃଷ୍ଣଙ୍କର ନାମ ହେଉଛି ମଦନ-ମୋହନ । ମଦନ-ମୋହନ ଅର୍ଥାତ୍ ଯିଏ କୃଷ୍ଣଙ୍କ ପ୍ରତି ଆକର୍ଷିତ, ସେ ଯୌନ ଜୀବନରୁ ପାଉଥିବା ଖୁସୀ ଭୁଲିଯିବ । ଏହା ହେଉଛି ପରୀକ୍ଷା । ସେଥିପାଇଁ ତାଙ୍କର ନାମ ହେଉଛି ମଦନ-ମୋହନ । ଏଠାରେ ମଦନ-ମୋହନ ଅଛନ୍ତି । ସନାତନ ଗୋସ୍ଵାମୀ ମଦନ-ମୋହନଙ୍କୁ ପୂଜା କରୁଥିଲେ । ମଦନ କିମ୍ଵା ମାଦନ । ମାଦନ ଅର୍ଥାତ୍ ପାଗଳ ହୋଇଯିବା । ଏବଂ ମଦନ, କାମଦେବ ।

ତେଣୁ ସମସ୍ତେ ଯୌନ ଜୀବନର ବଳ ଦ୍ଵାରା ବ୍ୟଥିତ । ଅନେକ ସ୍ଥାନ ଅଛି... ଭାଗବତମ୍ ରେ ଏହା କୁହାଯାଇଛି, ପୁମ୍ସଃ ସ୍ତ୍ରୀୟ ମିଥୁନି-ଭାବମ ଏତତ ତଯୋର ମିଥୋ ହୃଦୟ-ଗ୍ରନ୍ଥିମ ଆହୁର । ସଂପୂର୍ଣ୍ଣ ଭୌତିକ ଜଗତ ଚାଲିଛି: ପୁରୁଷ ନାରୀ ଦ୍ଵାରା ଆକର୍ଷିତ, ନାରୀ ପୁରୁଷ ଦ୍ଵାରା ଆକର୍ଷିତ । ଏବଂ ଏହି ଆକର୍ଷଣ ଅନ୍ଵେଷଣରେ, ସେମାନେ ଯେତେବେଳେ ଏକଜୁଟ ହୁଅନ୍ତି, ସେମାନଙ୍କର ଭୌତିକ ଜଗତ ପ୍ରତି ଆକର୍ଷଣ ଅଧିକରୁ ଅଧିକ ହୋଇଯାଏ । ଏବଂ ଏହିପରି ଭାବରେ, ଏକଜୁଟ ହେବା ପରେ, କିମ୍ବା ବିବାହିତ ହେବା ପରେ, ଜଣେ ନାରୀ ଏବଂ ପୁରୁଷ, ସେମାନେ ଭଲ ଘର ଅନ୍ଵେଷଣ କରନ୍ତି, ଗୃହ; କ୍ଷେତ୍ର, କାର୍ଯ୍ୟ, ବ୍ୟାପାର, କାରଖାନା, କିମ୍ଵା କୃଷି କ୍ଷେତ୍ର । କାରଣ ଜଣକୁ ଟଙ୍କା ରୋଜଗାର କରିବାକୁ ପଡ଼େ । ତେଣୁ ଖାଦ୍ୟ ପାଇବା ପାଇଁ । ଗ୍ରହ-କ୍ଷେତ୍ର; ସୂତ, ପିଲା; ଏବଂ ଆପ୍ତ, ସାଙ୍ଗ; ବିତ୍ତ, ଧନ । ଅତଃ ଗ୍ରହ-କ୍ଷେତ୍ର-ସୂତାପ୍ତ-ବିତ୍ତେର ଜନସ୍ୟ ମୋହୋ ଅୟମ (SB 5.5.8) । ଏହି ଭୌତିକ ଜଗତ ପ୍ରତି ଆକର୍ଷଣ ଅଧିକରୁ ଅଧିକ ଦୃଢ଼ ହୋଇଯାଏ । ଏହାକୁ ମଦନ କୁହାଯାଏ, ମଦନ ଦ୍ଵାରା ଆକର୍ଷଣ । କିନ୍ତୁ ଆମର କର୍ତ୍ତବ୍ୟ ହେଉଛି ଭୌତିକ ଜଗତର ଚାକ ଚକ୍ୟ ଦ୍ଵାରା ଆକର୍ଷିତ ନ ହେବା । କିନ୍ତୁ କୃଷ୍ଣଙ୍କ ଦ୍ଵାରା ଆକର୍ଷିତ ହେବା । ତାହା ହେଉଛି କୃଷ୍ଣ ଚେତାନା ଆନ୍ଦୋଳନ । ଯେ ପର୍ଯ୍ୟନ୍ତ ତୁମେ କୃଷ୍ଣଙ୍କ ସୁନ୍ଦରତା ପ୍ରତି ଆକର୍ଷିତ ହୋଇନାହଁ, ସେ ପର୍ଯ୍ୟନ୍ତ ଆମକୁ ଏହି ଭୌତିକ ଜଗତର ମିଥ୍ୟା ସୁନ୍ଦରାତା ପ୍ରତି ଅକର୍ଷିତ ହେବାକୁ ପଡ଼ିବ । ସେଥିପାଇଁ ଶ୍ରୀ ୟମୁନାଚାର୍ଯ୍ୟ କହିଛନ୍ତି ଯେ: ଯଦାବଧି ମମ ଚେତଃ କୃଷ୍ଣ-ପଦାରବିନ୍ଦୟୋର ନବ-ନବ-ଧାମ ରନ୍ତୁମ ଆସୀତ: "ଯେତେ ପର୍ଯ୍ୟନ୍ତ ମୁଁ କୃଷ୍ଣଙ୍କର ସୁନ୍ଦରତା ପ୍ରତି ଆକର୍ଷିତ ଏବଂ ମୁଁ ତାଙ୍କର ଚରଣ କମଳର ସେବା ଆରମ୍ଭ କରିଛି, ଏବଂ ମୋତେ ସେବେ ଠାରୁ ନୂଆ ନୂଆ ଶକ୍ତି ମିଳୁଛି, ଯଥା ଶିଘ୍ର ମୁଁ ଯୌନ କ୍ରିୟା ବିଷୟରେ ଭାବୁଛି, ମୁଁ ଏହା ଉପରେ ଛେପ ପକାଇବାକୁ ଚାହୁଁଛି ।" ତାହା ହେଉଛି ବିତୃଷ୍ଣା, ଅଉ କୌଣସି ଅକର୍ଷଣ ନାହିଁ... ଏହି ଭୌତିକ ଦୁନିଆରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେଉଛି ଯୌନ ଜୀବନ, ଏବଂ ଜଣେ ଯେତେବେଳେ ଏହି ଯୌନ ଜୀବନରୁ ପୃଥକ ହୋଇଯାଏ... ତଦବଧି ମମ ଚେତଃ...

ଯଦାବଧି ମମ ଚେତଃ କୃଷ୍ଣ-ପଦାରବିନ୍ଦୟୋର
ନବ-ନବ-ଧାମ ରନ୍ତୁମ ଆସୀତ
ତଦବଧି ବତ ନାରୀ ସଂଗମେ ସ୍ମର୍ଯମାନେ
ଭବତି ମୁଖ ବିକାରଃ ସୁଶ୍ଟୁ ନିଶ୍ଥୀବନମ ଚ

"ଯଥା ଶୀଘ୍ର ମୁଁ ଯୌନ କ୍ରିୟା ବିଷୟରେ ଭାବେ, ତୂରନ୍ତ ମୋର ମୁହଁ ଅନ୍ୟ ପାର୍ଶ୍ଵକୁ ବୁଲିଯାଏ ଏବଂ ମୁଁ ଏହା ଉପରେ ଛେପ ପକେଇବାକୁ ଚାହେଁ ।" ତେଣୁ କୃଷ୍ଣ ହେଉଛନ୍ତି ମଦନ-ମୋହନ । ମଦନ ସମସ୍ତଙ୍କୁ ଆକର୍ଷଣ କରେ, ଯୌନ ଜୀବନ, ଏବଂ କୃଷ୍ଣ, ଯେତେବେଳେ ଜଣେ କୃଷ୍ଣଙ୍କ ପ୍ରତି ଆକର୍ଷିତ, ତେବେ ମଦନ ମଧ୍ୟ ପରାଜିତ ହୁଏ । ତେଣୁ ଯେତେବେଳେ ମଦନ ପରାଜିତ ହୁଏ, ଆମେ ଏହି ଭୌତିକ ଜଗତ ଉପରେ ବିଜୟ ଲାଭ କରୁ । ଅନ୍ୟଥା ଏହା ଅତ୍ୟନ୍ତ କଷ୍ଟକର ଅଟେ ।