OR/Prabhupada 0100 - ଆମେ କୃଷ୍ଣଙ୍କ ସହିତ ଶାଶ୍ଵତ ଭାବରେ ଜଡ଼ିତ

Revision as of 09:31, 5 November 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0100 - in all Languages Category:OR-Quotes - 1971 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on SB 6.1.8 -- New York, July 22, 1971

ସୁତରାଂ ଆମେ କୃଷ୍ଣଙ୍କ ସହିତ ଶାଶ୍ଵତ ଭାବରେ ଜଡ଼ିତ । ବର୍ତ୍ତମାନ ମୂହୁର୍ତ୍ତରେ ଏହାକୁ ଭୁଲାଇ ଦିଆଯାଇଛି । ସେଥିପାଇଁ ଆମେ ଭାବୁଛୁ ଯେ ଆମର କୃଷ୍ଣଙ୍କ ସହିତ କୌଣସି ସମ୍ପର୍କ ନାହିଁ । କିନ୍ତୁ ତାହା ତଥ୍ୟ ନୁହେଁ । କାରଣ ଆମେ କୃଷ୍ଣଙ୍କର ଅଂଶ ବିଶେଷ ଅଟୁ, ତେଣୁ ସମ୍ପର୍କ ନିତ୍ୟ ଅଟେ । କେବଳ ଆମେ ଏହାକୁ ପୁନରୁଜ୍ଜୀବିତ କରିବାକୁ ହେବ । ତାହା ହେଉଛି କୃଷ୍ଣ ଚେତନା । କୃଷ୍ଣ ଚେତନା ଅର୍ଥାତ୍...ବର୍ତ୍ତମାନ ଆମେ ଭିନ୍ନ ଚେତନାରେ ଅଛୁ । ମୁଁ ଭାବୁଛି ଯେ ମୁଁ ଭାରତୀୟ ଅଟେ । କେହି ଭାବୁଛି ଯେ, "ମୁଁ ଆମେରିକୀୟ ଅଟେ ।" କେହି ଭାବୁଛି, "ମୁଁ ଏହା, ମୁଁ ତାହା ।" କିନ୍ତୁ ବାସ୍ତବରେ "ମୁଁ କୃଷ୍ଣଙ୍କର" ଏହି ଭାବନା ହେବା ଉଚିତ୍ । ତାହା କୃଷ୍ଣ ଚେତନା ଅଟେ । "ମୁଁ କୃଷ୍ଣଙ୍କର ।" ଏବଂ କୃଷ୍ଣ ଚେତନା ସମ୍ପର୍କରେ, କାରଣ କୃଷ୍ଣ ସମସ୍ତଙ୍କ ପାଇଁ ଅଛନ୍ତି, ସେଥିପାଇଁ ମୁଁ ମଧ୍ୟ ସମସ୍ତଙ୍କ ପାଇଁ ହୋଇଯିବି । ବୁଝିବାକୁ ଚେଷ୍ଟା କର । ଭାରତରେ, ପ୍ରଣାଳୀ ଏହିକି ଯେ ଯେତେବେଳେ ଏକ ନାରୀର ବିବାହ ଏକ ପୁରୁଷ ସହିତ ହୁଏ, ତେଣୁ, ତୁମ ଦେଶରେ ମଧ୍ୟ, ସବୁଜାଗାରେ, ପ୍ରଣାଳୀ । ଯେପରିକି ପୁଅର ଭଣଜା ଝିଅକୁ "ଖୁଡ଼ୀ" ଡ଼ାକେ । ବର୍ତ୍ତମାନ ସେ କିପରି ଖୁଡ଼ୀ ହେଲା? କାରଣ, ତା ସ୍ଵମୀ ସହିତ ସମ୍ପର୍କ ଯୋଗୁଁ । ବିବାହ ପୂର୍ବରୁ, ସେ ଖୁଡ଼ୀ ନ ଥିଲା, କିନ୍ତୁ ଯଥା ଶୀଘ୍ର ସେ ତାର ସ୍ଵାମୀ ସହିତ ସମ୍ପର୍କିତ ହେଲା, ସ୍ଵାମୀର ଭଣଜା ଝିଅର ମଧ୍ୟ ଭଣଜା ହୋଇଗଲା । ଏହି ଉଦାହରଣ ବୁଝିବାକୁ ଚେଷ୍ଟା କର । ସେହିପରି, ଯଦି ଆମେ ଆମର ସମ୍ପର୍କ, କିମ୍ଵା ପ୍ରକୃତ ସମ୍ପର୍କ କୃଷ୍ଣଙ୍କ ସହିତ ପୁନଃ ସ୍ଥାପିତ କରିବା, ଏବଂ କୃଷ୍ଣ ସମସ୍ତଙ୍କ ପାଇଁ ଅଛନ୍ତି, ସେଥିପାଇଁ ମୁଁ ମଧ୍ୟ ସମସ୍ତଙ୍କ ପାଇଁ ହୋଇଯିବି । ତାହା ବିଶ୍ଵବ୍ୟାପୀ ପ୍ରେମ ଅଟେ । ଅପ୍ରାକୃତିକ, ତଥା କଥିତ ବିଶ୍ଵବ୍ୟାପି ପ୍ରେମ ସ୍ଥାପନ କରାଯାଇ ପାରିବ ନାହିଁ ଯେ ପର୍ଯ୍ୟନ୍ତ ତୁମେ କେନ୍ଦ୍ର ବିନ୍ଦୁ ସହିତ ତୁମର ସମ୍ପର୍କ ସ୍ଥାପନ କରିନାହଁ । ଯେପରିକି ତୁମେ ଆମେରିକୀୟ । କାହିଁକି? କାରଣ ତୁମେ ଏହି ଭୂମିରେ ଜନ୍ମ ଗ୍ରହଣ କରିଛ । ତେଣୁ ଅନ୍ୟ ଏକ ଆମେରିକୀୟ ତୁମ ଦେଶର ସଦସ୍ୟ ଅଟେ, କିନ୍ତୁ ତୁମେ ଯଦି ଆଉ କିଛି ହୋଇଯିବ, ତେବେ ଅନ୍ୟ ଆମେରିକୀୟ ସହିତ ତୁମର କୌଣସି ସମ୍ପର୍କ ରହିବ ନାହିଁ । ତେଣୁ ଆମକୁ କୃଷ୍ଣଙ୍କ ସହିତ ପୁନଃ ସମ୍ପର୍କ ସ୍ଥାପନ କରିବାକୁ ହେବ । ତାପରେ ବିଶ୍ଵବ୍ୟାପି ଭାତୃଭାବ, ନ୍ୟାୟ, ଶାନ୍ତି, ସମୃଦ୍ଧି ସମ୍ଭବ ହୋଇପାରିବ । ଅନ୍ୟଥା, କୌଣସି ସମ୍ଭାବନା ନାହିଁ । ମୁଖ୍ୟ ବିଷୟ ଅନୁପସ୍ଥିତ । ନ୍ୟାୟ ଏବଂ ଶାନ୍ତି କିପରି ସମ୍ଭବ ହୋଇପାରିବ? ଏହା ସମ୍ଭବ ନୁହେଁ ।

ସେଥିପାଇଁ ଭଗବଦ୍ ଗୀତାରେ ଶାନ୍ତିର ସୂତ୍ର ଦିଆଯାଇଛି । ସୂତ୍ର ହେଉଛି ଯେ ଜଣକୁ ଏହା ବୁଝିବାକୁ ପଡ଼ିବ କେବଳ କୃଷ୍ଣ ହେଉଛନ୍ତି ଉପଭୋକ୍ତା । ଯେପରିକି ଏହି ମନ୍ଦିରରେ, କୃଷ୍ଣ ହେଉଛନ୍ତି ଆମର କେନ୍ଦ୍ର ବିନ୍ଦୁ । ଯଦି ଆମେ ଭୋଜନ ପ୍ରସ୍ତୁତ କରୁଛୁ, ଏହା କୃଷ୍ଣଙ୍କ ପାଇଁ, ନା କି ଆମେ ଆମ ପାଇଁ ଭୋଜନ ପ୍ରସ୍ତୁତ କରୁଛୁ । ପରିଶେଷରେ, ଯଦିଓ ଆମେ ପ୍ରସାଦ ଗ୍ରହଣ କରୁଛୁ, କିନ୍ତୁ ଆମେ ଯେତେବେଳେ ଭୋଜନ ପ୍ରସ୍ତୁତ କରୁଛୁ, ଆମେ ଭାବୁନାହୁଁ ଯେ ଆମେ ଅାମ ପାଇଁ ଭୋଜନ ପ୍ରସ୍ତୁତ କରୁଛୁ । ଆମେ କୃଷ୍ଣଙ୍କ ପାଇଁ ଭୋଜନ ପ୍ରସ୍ତୁତ କରୁଛୁ । ଆମେ ଯେତେବେଳେ ବାହାରକୁ ଧନ ସଂଗ୍ରହ କରିବାକୁ ଯାଉ, ଏହା ନୁହେଁ ଯେ ଯେଉଁ ବ୍ୟକ୍ତି ସଂକୀର୍ତ୍ତନ ଦଳରେ ଅଛନ୍ତି, ସେମାନେ ନିଜ ସ୍ଵାର୍ଥ ପାଇଁ ବାହାରିଛନ୍ତି । ନା । ସେମାନେ ଧନ ସଂଗ୍ରହ କରୁଛନ୍ତି, କିମ୍ବା ସାହିତ୍ୟ ବିତରଣ କରୁଛନ୍ତି, କୃଷ୍ଣଙ୍କ ପାଇଁ, ଲୋକମାନଙ୍କୁ କୃଷ୍ଣ ଚେତନାଶୀଳ କରିବା ପାଇଁ । ଏବଂ ଯାହା କିଛି ସଂଗ୍ରହ ହୁଏ, ତାହା କୃଷ୍ଣଙ୍କ ପାଇଁ ଖର୍ଚ୍ଚ କରାଯାଏ । ତେଣୁ ଏହି ପରି ଭାବରେ, ଅମେ ଯେତେବେଳେ ଏହି ଜୀବନର ପ୍ରଣାଳୀ ଅଭ୍ୟାସ କରୁ, ସବୁକିଛି କୃଷ୍ଣଙ୍କ ପାଇଁ, ତାହା ହେଉଛି କୃଷ୍ଣ ଚେତନା । ଏକା କଥା, ଆମେ ଯାହା କରୁଛୁ, ତାହା ଆମକୁ କରିବାକୁ ହେବ । କେବଳ ଅମକୁ ଚେତନା ପରିବର୍ତ୍ତନ କରିବାକୁ ହେବ, ଯେ "ମୁଁ କୃଷ୍ଣଙ୍କ ପାଇଁ କରୁଛି, ମୋ ନିଜ ପାଇଁ ନୁହେଁ ।" ଏହି ପରି ଭାବରେ, ଯଦି ଆମେ କୃଷ୍ଣ ଚେତନା ବିକସିତ କରୁ, ତେବେ ଆମେ ଆମର ପ୍ରକୃତ ଚେତନାକୁ ଆସିପାରିବା । ତାପରେ ଆମେ ସୁଖୀ ହୋଇପାରିବା ।

ଯେ ପର୍ଯ୍ୟନ୍ତ ଆମେ ପ୍ରକୃତ ଚେତନାକୁ ଆସି ନାହୁଁ, ତେବେ ଆମେ ବିଭିନ୍ନ ମାତ୍ରାରେ ମୁର୍ଖ ଅଟୁ । ସମସ୍ତେ ଯିଏ କୃଷ୍ଣ ଚେତନାଶୀଳ ନୁହେଁ, ତାକୁ ମୁର୍ଖ ଭାବରେ ଧରାଯାଏ କାରଣ ସେ ଅସ୍ଥାୟୀ, କ୍ଷଣସ୍ଥାୟୀ ସ୍ତରରେ ଅଛି । ଏହା ସମାପ୍ତ ହୋଇଯିବ । କିନ୍ତୁ ଆମେ ଜୀବଗଣ ନିତ୍ୟ ଅଟୁ । ତେଣୁ କ୍ଷଣସ୍ଥାୟୀ କାମ ଆମର କାମ ନୁହେଁ । ଆମର କାମ ନିତ୍ୟ ହେବା ଉଚିତ୍ କାରଣ ଆମେ ନିତ୍ୟ ଅଟୁ । ଏବଂ ସେହି ନିତ୍ୟ କାମ ହେଉଛି କିପରି କୃଷ୍ଣଙ୍କୁ ସେବା କରିବା । ଯେପରି ଏହି ଆଙ୍ଗୁଳିମାନେ ମୋ ଶରୀର ର ଅଂଶ ବିଶେଷ ଅଟନ୍ତି, କିନ୍ତୁ ଅଙ୍ଗୁଳିମାନଙ୍କର କାମ ହେଉଛି କିପରି ଶରୀର ର ସେବା କରିବେ, ବାସ୍ । ଏଠାରେ ତାହାର ଅନ୍ୟ କୌଣସି କାମ ନାହିଁ । ଏବଂ ତାହା ହେଉଛି ଆଙ୍ଗୁଳିର ସୁସ୍ଥ ଅବସ୍ଥା । ଯଦି ଏହା ସଂପୂର୍ଣ୍ଣ ଶରୀର ର ସେବା ନ କରିପାରିବ, ତାହା ଆଙ୍ଗୁଳିର ରୋଗ ଗ୍ରସ୍ତ ଅବସ୍ଥା ଅଟେ । ସେହିପରି, କୃଷ୍ଣ ନିତ୍ୟ ଅଟନ୍ତି; ଆମେ ନିତ୍ୟ ଅଟୁ । ନିତ୍ୟୋ ନିତ୍ୟାନମ୍ ଚେତନାସ୍ ଚେତନାନମ (Kaṭha Upaniṣad 2.2.13) । ଏହା ହେଉଛି ବୈଦିକ ଉପଦେଶ । ଶ୍ରୀ କୃଷ୍ଣ ପରମ ନିତ୍ୟ ଅଟନ୍ତି, ଏବଂ ଆମେ ମଧ୍ୟ ନିତ୍ୟ ଅଟୁ । ଆମେ ସର୍ବୋଚ୍ଚ ନାହୁଁ; ଆମେ ଅଧୀନସ୍ଥ ଅଟୁ । ନିତ୍ୟୋ ନିତ୍ୟାନମ୍ ଚେତନାସ୍ ଚେତନାନମ । ସେ ହେଉଛନ୍ତି ସର୍ବୋଚ୍ଚ ଜୀବ, ଏବଂ ଆମେମାନେ ଅଧୀନସ୍ଥ ଜୀବ ଅଟୁ । ଏକୋ ବହୁନାମ ଯୋ ବିଦଧନ୍ତି କାମନ୍ । ସେହି ଏକମାତ୍ର ନିତ୍ୟ ଜୀବ ଅନ୍ୟ ସମସ୍ତ ଜୀବମାନଙ୍କୁ ଆବଶ୍ୟକ ସାମଗ୍ରୀ ପ୍ରଦାନ କରୁଛନ୍ତି । ଏକୋ ବହୁନାମ୍, ଅସଂଖ୍ୟ ଜୀବ । ତୁମେ ତାହା ଗଣି ପାରିବ ନାହିଁ । ବହୁନାମ୍ । ଏହା ଆମର ସମ୍ପର୍କ ଅଟେ । ତେଣୁ, ଅଂଶ ବିଶେଷ ପରି, ଆମକୁ କୃଷ୍ଣଙ୍କର ସେବା କରିବାକୁ ହେବ, ଏବଂ ଆମେ ଅଧୀନସ୍ଥ ଅଟୁ । ସେ ଅମର ଆବଶ୍ୟକତା ଯୋଗାଇ ଦେଉଛନ୍ତି । ସେ ପରମ ପିତା ଅଟନ୍ତି । ଏହା ଆଦର୍ଶ ଜୀବନ ଏବଂ ମୁକ୍ତ ଜୀବନ ଅଟେ । କୃଷ୍ଣ ଚେତନାଶୀଳ ଜୀବନ ବିନା ଅନ୍ୟ କୌଣସି ଜୀବନ ପାପ ପୂର୍ଣ୍ଣ ଜୀବନ ଅଟେ ।