OR/Prabhupada 0178 - ସେଥିପାଇଁ କୃଷ୍ଣଙ୍କ ଦ୍ଵାରା ଦିଆଯାଇଥିବା ଆଦେଶ ହେଉଛି ଧର୍ମ

Revision as of 22:41, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture on SB 1.10.1 -- Mayapura, June 16, 1973

ଧର୍ମ ଅର୍ଥାତ୍ ଯାହା ପରମ ପୁରୁଷ ଭଗବାନଙ୍କ ଦ୍ଵାରା ଦିଆଯାଇଛି । ତାହା ହେଉଛି ଧର୍ମ । ତୁମେ ଧର୍ମ ନିର୍ମାଣ କରିପାରିବ ନାହିଁ । ଯେପରି ଆଜିକାଲି ଏତେ ସାରା ଧର୍ମମାନ ନିର୍ମାଣ କରାଯାଇଛି । ସେଗୁଡ଼ିକ ଧର୍ମ ନୁହେଁ । ଧର୍ମ ଅର୍ଥାତ୍ ଯେଉଁ ଆଦେଶ ଭଗବାନଙ୍କ ଦ୍ଵାରା ଦିଆଯାଏ । ତାହା ହେଉଛି ଧର୍ମ । ଯେପରି କୃଷ୍ଣ କହିଛନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66) । ଆମେ ଏତେ ସାରା ଧର୍ମ ନିର୍ମାଣ କରିଛୁ: ହିନ୍ଦୁ ଧର୍ମ, ମୁସଲମାନ ଧର୍ମ, ଖ୍ରୀଷ୍ଟିୟାନ୍ ଧର୍ମ, ପାର୍ସୀ ଧର୍ମ, ବୁଦ୍ଧ ଧର୍ମ, ଏହି ଧର୍ମ, ସେହି ଧର୍ମ । ସେଗୁଡ଼ିକ ଧର୍ମ ନୁହେଁ । ସେଗୁଡ଼ିକ ମାନସିକ ମନଗଢ଼ଣ, ମାନସିକ ମନଗଢ଼ଣ । ଅନ୍ୟଥା, ବିରୋଧାଭାସ ହେବ । ଉଦାହରଣ ସ୍ଵରୂପ: ହିନ୍ଦୁମାନେ ଭାବୁଛନ୍ତି ଗୋ ହତ୍ୟା ଅଧର୍ମ ଅଟେ, ଏବଂ ମୁସଲମାନମାନେ ଭାବୁଛନ୍ତି ଗୋ ହତ୍ୟା ତାଙ୍କର ଧର୍ମ ଅଟେ । ତେଣୁ ଠିକ କ'ଣ? ଗୋ ହତ୍ୟା ଅଧର୍ମ ନା ଧର୍ମ?

ତେଣୁ ଏଗୁଡ଼ିକ ହେଉଛି ମାନସିକ ମନଗଢ଼ଣ । ଚୈତନ୍ୟ ଚରିତାମୃତ କୁହେ, ଏଈ ଭଲ ଏଈ ମନ୍ଦ ସବ ମନୋଧର୍ମ, "ମାନସିକ ମନଗଢ଼ନ ।" ପ୍ରକୃତ ଧର୍ମ ହେଉଛି ଯାହା ପରମ ପୁରୁଷ ଭଗବାନଙ୍କ ଦ୍ଵାରା ଆଦେଶ ଦିଆଯାଇଛି । ତାହା ହେଉଛି ଧର୍ମ । ସେଥିପାଇଁ କୃଷ୍ଣ କୁହନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66) । "ତୁମର ସମସ୍ତ ନିର୍ମିତ ଧର୍ମକୁ ତ୍ୟାଗ କର । ଏଠାରେ ପ୍ରକୃତ ଧର୍ମ ଅଛି ।" ଶରଣଂ ବ୍ରଜ । "କେବଳ ମୋତେ ଆତ୍ମସମର୍ପଣ କର, ଏବଂ ତାହା ହେଉଛି ପ୍ରକୃତ ଧର୍ମ ।" ଧର୍ମ ତୁ ସାକ୍ଶାଦ୍ ଭଗବତ-ପ୍ରନିତମ (SB 6.3.19) । ଯେପରି ନିୟମ । ନିୟମ ନିର୍ମାଣ କରାଯାଇପାରେ କିମ୍ଵା ସରକାରଙ୍କ ଦ୍ଵାରା ଦିଆଯାଇ ପାରେ । ତୁମେ କୌଣସି ନିୟମ ତୁମ ଘରେ ନିର୍ମାଣ କରିପାରିବ ନାହିଁ । ତାହା ନିୟମ ନୁହେଁ । ନିୟମ ଅର୍ଥାତ୍ ସରକାରଙ୍କର ଦ୍ଵାରା ଦିଆଯାଇଥିବା ଆଦେଶ । ସର୍ବୋଚ୍ଚ ସରକାର ହେଉଛନ୍ତି ପରମ ପୁରୁଷ ଭଗବାନ । ଅହଂ ସର୍ବସ୍ୟ ପ୍ରଭବୋ (BG 10.8) ମତ୍ତଃ ପରତରଂ ନାନ୍ୟତ୍ (BG 7.7) । କୃଷ୍ଣଙ୍କ ଠାରୁ ବଡ଼ କେହି ନାହାଁନ୍ତି । ସେଥିପାଇଁ କୃଷ୍ଣଙ୍କ ଦ୍ଵାରା ଦିଆଯାଇଥିବା ଆଦେଶ ହେଉଛି ଧର୍ମ । ଆମର କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ସେହି ଧର୍ମ । କୃଷ୍ଣ କୁହନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66) । "ତୁମେ ଅନ୍ୟ ସମସ୍ତ ତଥା କଥିତ ଧର୍ମ ତ୍ୟାଗ କର, ଏହି ଧର୍ମ, ସେହି ଧର୍ମ, ଏତେ ସାରା ଧର୍ମ । କେବଳ ମୋତେ ଆତ୍ମସମର୍ପଣ କର ।"

ତେବେ ଆମେ ସେହି ସମାନ ସିଦ୍ଧାନ୍ତ ପ୍ରଚାର କରୁଛୁ, ଏବଂ ତାହା ଚୈତନ୍ୟ ମହାପ୍ରଭୁଙ୍କ ଦ୍ଵାରା ଦୃଢ଼ୀକୃତ କରାଯାଇଛି, ଶ୍ରୀ ଚୈତନ୍ୟ ମହା... ଆମାର ଆଜ୍ଞାୟ ଗୁରୁ ହନ ତାର ଏଈ ଦେଶ, ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ (CC Madhya 7.128) । ଏହି ଧର୍ମ । ଚୈତନ୍ୟ ମହାପ୍ରଭୁ ଧର୍ମର କୌଣସି ନୂତନ ପ୍ରଣାଳୀ ନିର୍ମାଣ କରି ନାହାଁନ୍ତି । ନା । ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ନିଜେ କୃଷ୍ଣ । ନମୋ ମାହା-ବଦନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟ ତେ, କୃଷ୍ଣାୟ କୃଷ୍ଣ-ଚୈତନ୍ୟ-ନାମିନେ (CC Madhya 19.53) । ତେଣୁ ଏକମାତ୍ର ଅନ୍ତର ହେଉଛି...ସେ ହେଉଛନ୍ତି ନିଜେ କୃଷ୍ଣ । ଏକମାତ୍ର ଅନ୍ତର ହେଉଛି ଯେ କୃଷ୍ଣ, ପୁରୁଷ ଭଗବାନଙ୍କ ପରି, ପ୍ରତ୍ୟକ୍ଷ ଭାବରେ ତାହା ଆଦେଶ ଦେଇଛନ୍ତି "ତୁମେ ସମସ୍ତ ନିରର୍ଥକ ତ୍ୟାଗ କର; କେବଳ ମୋତେ ଆତ୍ମସମର୍ପଣ କର ।" ସେ ହେଉଛନ୍ତି କୃଷ୍ଣ । କାରଣ ସେ ହେଉଛନ୍ତି ପରମ ପୁରୁଷ ଭଗବାନ, ସେ ପ୍ରତ୍ୟକ୍ଷ ଭାବରେ ଆଦେଶ ଦିଅନ୍ତି । ସେହି କୃଷ୍ଣ, କାରଣ ଲୋକମାନେ ତାଙ୍କୁ ଭୁଲ ବୁଝନ୍ତି... ଏପରିକି ବଡ଼, ବଡ଼ ବିଦ୍ଵାନମାନେ, ସେମାନେ କୁହନ୍ତି, "ଏହା ବହୁତ ବେଶୀ ହୋଇଗଲା ଯେ କୃଷ୍ଣ ଏପରି ଆଦେଶ ଦେଉଛନ୍ତି ।" କିନ୍ତୁ ସେମାନେ ହେଉଛନ୍ତି ଦୁର୍ଜନ । ସେମାନେ ଜାଣି ନାହାଁନ୍ତି । ସେମାନେ ବୁଝିପାରନ୍ତି ନାହିଁ କୃଷ୍ଣ କ'ଣ । ସେଥିପାଇଁ କାରଣ ଲୋକମାନେ ତାଙ୍କୁ ଭୁଲ ବୁଝନ୍ତି, କୃଷ୍ଣ ଭକ୍ତ ରୂପରେ ଆସିଥିଲେ ଏହା ଶିଖେଇବା ପାଇଁ ଯେ କିପରି କୃଷ୍ଣଙ୍କୁ ପୂର୍ଣ୍ଣ ଭାବରେ ଆତ୍ମସମର୍ପଣ କରିବ । କୃଷ୍ଣ ଆସନ୍ତି । ଯେପରିକି ମୋର ଚାକର ବେଳେ ବେଳେ ମୋର ମାଲିସ୍ କରେ । ମୁଁ ତାର ମୁଣ୍ଡ ମାଲିସ୍ କରିକି କୁହେ, "ଏପରି କରେ ।" ତେଣୁ ମୁଁ ତାର ଚାକର ନୁହେଁ, କିନ୍ତୁ ମୁଁ ତାକୁ ଶିଖାଏ । ସେହିପରି, ଶ୍ରୀ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ନିଜେ କୃଷ୍ଣ, କିନ୍ତୁ ସେ ଭଲ ଭାବରେ ଶିଖାନ୍ତି କି କିପରି କୃଷ୍ଣଙ୍କ ପାଖରେ ପହଞ୍ଚି ପାରିବା, କିପରି କୃଷ୍ଣଙ୍କର ସେବା କରିବା, ସେହି ସମାନ ସିଦ୍ଧାନ୍ତ । କୃଷ୍ଣ କୁହନ୍ତି, "ମୋତେ ଆତ୍ମସମର୍ପଣ କର," ଏବଂ ଚୈତନ୍ୟ ମହାପ୍ରଭୁ କୁହନ୍ତି, "ତୁମେ କୃଷ୍ଣଙ୍କୁ ଆତ୍ମସମର୍ପଣ କର ।" ତେଣୁ ସିଦ୍ଧାନ୍ତରେ କୌଣସି ପରିବର୍ତ୍ତନ ନାହିଁ ।