OR/Prabhupada 0255 - ଭଗବାନଙ୍କର ସରକାରରେ ଅନେକ ନିର୍ଦ୍ଦେଶକ ରହିବା ଉଚିତ୍, ସେମାନଙ୍କୁ ଦେବତା କୁହାଯାଏ

Revision as of 17:32, 23 December 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0255 - in all Languages Category:OR-Quotes - 1973 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.8 -- London, August 8, 1973

ତେଣୁ ବର୍ତ୍ତମାନ କୃଷ୍ଣ କହି ପାରନ୍ତି: "ଅଛି, ଠିକ୍ ଅଛି । ତୁମେ ଅସ୍ଥାୟୀ... ତୁମେ ଯୁଦ୍ଧ କରିବାକୁ ଯାଅ । ଏବଂ ଯେତେବେଳେ ତୁମେ ସାମ୍ରାଜ୍ୟ ପାଇ ଯାଅ, ତୁମେ ଖୁସୀ ହୁଅ । ମୋତେ ଗୁରୁ କରିବାର ଆବଶ୍ୟକତା ନାହିଁ । ନା କି ଏହା..". ଯେପରି ସାଧାରଣ ବ୍ୟକ୍ତି, ସେମାନେ ଭାବୁଛନ୍ତି ଯେ: "ଆମେମାନେ ବହୁତ ଟଙ୍କା ରୋଜଗାର କରୁଛୁ ।" ଗୁରୁ କରିବାର ଲାଭ କ'ଣ? ମୁଁ ସବୁ କିଛି ମୋ ହିସାବରେ ବୁଝି ପାରିବି ।" ଏବଂ ଅନ୍ୟ ଦୁର୍ଜନ ହେଉଛି: "ହଁ, ଯତ ମତ ତତ ପଥ । ଯାହା କିଛି ସେମାନଙ୍କର ମତ, ତାହା ଠିକ୍ ଅଛି । ତୁମେ ତୁମର ମତ ବନେଇ ପାରିବ ।" ତାହା ଚାଲିଛି । ତୁମେ ଭଗବାନଙ୍କୁ ବୁଝିବା ପାଇଁ ନିଜର ମତ ବନେଇ ପାରିବ । ତେଣୁ ସମସ୍ତ ମୂର୍ଖ ଦୁର୍ଜନ, ସେମାନେ ସେମାନଙ୍କର ନିଜର ମତ ପ୍ରସ୍ତୁତ କରୁଛନ୍ତି । ନା । ତାହା ସମ୍ଭବ ନୁହେଁ । ସେଥିପାଇଁ ଅର୍ଜୁନ କୁହଁନ୍ତି: ଅବାପ୍ୟ ଭୂମାବସପତ୍ନମୃଦ୍ଧଂ (BG 2.8) । ଏହା ଏକ ବହୁତ ମହତ୍ଵପୂର୍ଣ୍ଣ ଶଦ୍ଦ । ସପତ୍ନି । ସପତ୍ନି ଅର୍ଥାତ୍ "ପ୍ରତିଦ୍ଵନ୍ଦୀ ସ୍ତ୍ରୀ, ସହ ପତ୍ନି ।" ଯଦି ଏକ ବ୍ୟକ୍ତିର ଦୁଇ, ତିନି ସ୍ତ୍ରୀ ଅଛନ୍ତି...ଦୁଇ, ତିନି କାହିଁକି? ଆମର ଭଗବାନଙ୍କର ୧୬,୧୦୦ ଜଣ ଥିଲେ । ତେବେ ସେ ହେଉଛନ୍ତି ଭଗବାନ । ସପତ୍ନାୟ, କିନ୍ତୁ କୌଣସି ପ୍ରତିଦ୍ଵନ୍ଦିତା ନାହିଁ । ତୁମେ କୃଷ୍ଣ ପୁସ୍ତକରେ ସମସ୍ତ ରାଣୀଙ୍କର ବକ୍ତବ୍ୟରୁ ପାଇବ, ଯେତେବେଳେ ସେମାନେ ଦ୍ରୋପଦିଙ୍କ ସହିତ କଥା ହେଉଥିଲେ, ପ୍ରତ୍ୟେକ ସ୍ତ୍ରୀ ବିବରଣ ଦେଉଥିଲେ ଯେ ସେ କୃଷ୍ଣଙ୍କର ଦାସୀ ହେବା ପାଇଁ କେତେ ଉତ୍ସୁକ ଥିଲେ । କେହି ପ୍ରତିଦ୍ଵନ୍ଦି ନୁହଁନ୍ତି । ଭୌତିକ ଦୁନିଆରେ ଯଦି ଏକ ବ୍ୟକ୍ତି ଏକରୁ ଅଧିକ ସ୍ତ୍ରୀ ପାଏ, ପ୍ରତିଦ୍ଵନ୍ଦିତା ଅଛି । ପ୍ରତିଦ୍ଵନ୍ଦିତା । ଏହି ଉଦାହରଣ ଶ୍ରୀମଦ୍ ଭାଗବତରେ ଦିଆଯାଇଛି ଯେ ଯେପରି ଆମର ଇନ୍ଦ୍ରିୟମାନ ଅଛନ୍ତି, ସେହିପରି, ଯଦି ଜଣଙ୍କର ଭିନ୍ନ ସ୍ତ୍ରୀ ଅଛି, ତେବେ ଏକ ସ୍ତ୍ରୀ ତାକୁ ଛଡାଇ ନେଉଛି: "ତୁମେ ମୋ କକ୍ଷକୁ ଆସ," ଅନ୍ୟ ଏକ ସ୍ତ୍ରୀ ଛଡାଇନେଉଛି: "ତୁମେ ମୋ କକ୍ଷକୁ ଆସ ।" ତେବେ ସେ ଦ୍ଵନ୍ଦରେ ପଡୁଛି । ସେହିପାରି ଆମର ଏହି ସ୍ତ୍ରୀମାନେ ଅଛନ୍ତି, ଇନ୍ଦ୍ରିୟଗୁଡିକ । ଆଖି ଟାଣୁଛି: "ଦୟାକରି ସିନେମା ଦେଖିବାକୁ ଆସ ।" ଜିଭ ଟାଣୁଛି: "ଦୟାକରି ଭୋଜନାଳୟକୁ ଆସ ।" ହାତ ଅନ୍ୟ କେଉଁଆଡେ ଚାଲୁଛି । ଗୋଡ ଅନ୍ୟ କେଉଁଆଡେ ଚାଲୁଛି । ଆମର ସ୍ଥିତି ହେଉଛି ସେହିପରି । ସେହି ବ୍ୟକ୍ତି, ଯାହାର ବିଭିନ୍ନ ସ୍ତ୍ରୀ ଅଛନ୍ତି ଏବଂ ତାକୁ ବିଭିନ୍ନ କକ୍ଷକୁ ଟାଣି ନେଉଛନ୍ତି । ଏହା ହେଉଛି ଆମର ସ୍ଥିତି । ତେବେ କାହିଁକି ଏହି ସ୍ଥିତି? କାରଣ ଏହି ସ୍ତ୍ରୀମାନେ ପ୍ରତିଦ୍ଵନ୍ଦି ଅଟନ୍ତି । ଏଠାରେ: ସପତନ୍ୟାମ ଋଦ୍ଧମ । ଯଦି ଏକ ସମ୍ପତ୍ତି ଉପରେ ଦାବି କରିବା ପାଇଁ ଅନେକ ରାଜା ଅଛନ୍ତି, ତେବେ ଅସୁବିଧା ହୁଏ । ଏବଂ ଅର୍ଜୁନ କୁହଁନ୍ତି: ଅବାପ୍ୟ ଭୂମାବସପତ୍ନମୃଦ୍ଧଂ (BG 2.8) । "ଧନ ପ୍ରାପ୍ତ କରିବା ଯାହାର କେହି ଦାବିଦାର ନାହାଁନ୍ତି । ମୁଁ ହେଉଛି ଏକମାତ୍ର ମାଲିକ, ମୋତେ ଏପରି ଧନ ମିଳିଲେ ମଧ୍ୟ, ରାଜ୍ୟମ, ଏପରି ରାଜ୍ୟ, ସୁରଣାମ ଅପି ଚାଧିପତ୍ୟମ, ଏହି ଦୁନିଆର ସାମ୍ରାଜ୍ୟ ନୁହେଁ, କିନ୍ତୁ ଉଚ୍ଚତମ ଗ୍ରହର ସାମ୍ରାଜ୍ୟ ମଧ୍ୟ..." ଏହି ଲୋକମାନେ ଚନ୍ଦ୍ର ଗ୍ରହକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ସେଠାରେ, ତାହା ମଧ୍ୟ ଅନ୍ୟ ଏକ ସାମ୍ରାଜ୍ୟ, ଅନ୍ୟ ଏକ ସାମ୍ରାଜ୍ୟ । ତେଣୁ ସେହି ସାମ୍ରାଜ୍ୟ ଉଚ୍ଚତମ ଜୀବମାନଙ୍କର ଅନ୍ତର୍ଗତ ଆସୁଛି, ଯେଉଁମାନଙ୍କୁ ଦେବତା କୁହାଯାଏ । ସେମାନେ ଭାରୀ ଶକ୍ତିଶାଳୀ । ଯେପରି ଇନ୍ଦ୍ର । ଇନ୍ଦ୍ର ବର୍ଷାର ଅତି ଶକ୍ତିଶାଳୀ ନିୟନ୍ତ୍ରକ । ତାଙ୍କ ପାଖରେ ବଜ୍ରପାତ ଅଛି । କିନ୍ତୁ ଲୋକମାନେ ଏହା ବିଶ୍ଵାସ କରନ୍ତି ନାହିଁ, କିନ୍ତୁ ଆମେ ବିଶ୍ଵାସ କରୁ । ଯାହା ବୈଦିକ ସାହିତ୍ୟରେ ବର୍ଣ୍ଣନା କରାଯାଇଛି...ବିଶ୍ଵାସ ନୁହେଁ । ତୁମକୁ ବିଶ୍ଵାସ କରିବାକୁ ହେବ । ଏହା ହେଉଛି ତଥ୍ୟ । କେଉଁଠାରୁ ଏହି ବଜ୍ରପାତ ଆସୁଛି? କିଏ ବର୍ଷା ପାଇଁ ବ୍ୟବସ୍ଥା କରୁଛି? କେହି ନିର୍ଦ୍ଦେଶକ ରହିବା ଉଚିତ୍ । ଯେପରି ସରକାରୀ କାର୍ଯ୍ୟାଳୟରେ କିମ୍ଵା ରାଜ୍ୟରେ, ସେଠାରେ ଅନେକ ବିଭାଗୀୟ ବ୍ୟବସ୍ଥା ଅଛି, ସେହିପରି ଭଗବାନଙ୍କର ସରକାରରେ ବହୁତ ସାରା ନିର୍ଦ୍ଦେଶକ ରହିବା ଉଚିତ୍, ବହୁତ ସାରା ଅଧିକାରୀ । ସେମାନଙ୍କୁ ଦେବତା କୁହାଯାଏ । ଦେବର୍ଷି-ଭୂତାପ୍ତ-ନୃନାମ ପିତୃତାମ (SB 11.5.41) । ଦେବତାଃ, ଦେବତାମାନେ, ସେମାନେ ମଧ୍ୟ କୃଷ୍ଣଙ୍କର ଆଦେଶରେ ଅାମକୁ ଯୋଗାଇଦେଉଛନ୍ତି । ଯେପରି ଇନ୍ଦ୍ର । ଇନ୍ଦ୍ର ଆମକୁ ଯୋଗାଇ ଦିଅନ୍ତି । ସେଥିପାଇଁ ଇନ୍ଦ୍ର ଯଜ୍ଞ, ବିଭିନ୍ନ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯଜ୍ଞ କରାଯାଏ । କୃଷ୍ଣ ଏହି ଇନ୍ଦ୍ରଙ୍କର ଯଜ୍ଞ ବନ୍ଦ କରିଥିଲେ, ତୁମେ ଜାଣିଛ, ଗୋବର୍ଦ୍ଧନ । ଯେତେବେଳେ ନନ୍ଦ ମାହାରାଜା ଗୋବର୍ଦ୍ଧନ ଯଜ୍ଞ ପାଇଁ ବ୍ୟବସ୍ଥା କରୁଥିଲେ, କୃଷ୍ଣ କହିଲେ:: "ମୋର ପ୍ରିୟ ପିତା, ଇନ୍ଦ୍ରଙ୍କର ଯଜ୍ଞ କରିବାର କୌଣସି ଆବଶ୍ୟକତା ନାହିଁ ।" ତାହାର ଅର୍ଥ ହେଉଛି ଯେଉଁମାନେ କୃଷ୍ଣ ଚେତନାଶୀଳ, ତାଙ୍କ ପାଇଁ, କୌଣସି ଯଜ୍ଞର ଆବଶ୍ୟକତା ନାହିଁ । ବିଶେଷକରି ଏହି ଯୁଗରେ, କଳି ଯୁଗରେ, ବିଭିନ୍ନ ପ୍ରକାରର ଯଜ୍ଞ କରିବା ଅତ୍ୟନ୍ତ କଷ୍ଟକର । ତାହା ତ୍ରେତୟା ଯୁଗରେ ସମ୍ଭବ ଥିଲା । କୃତେ ଯଦ ଧ୍ୟାୟତୋ ବିଷ୍ଣୁମ ତ୍ରେତାୟାମ ୟଜତୋ ମଖୈଃ (SB 12.3.52) । ମଖୈଃ ଅର୍ଥାତ୍ ଏହି ଯଜ୍ଞ, ଯଜ୍ଞ କରିବା । ଯଜ୍ଞାର୍ଥାତ୍କର୍ମଣୋଽନ୍ୟତ୍ର ଲୋକୋଽୟଂ କର୍ମ ବନ୍ଧନଃ (BG 3.9) । ତେଣୁ ଏହି ସୂତ୍ରଗୁଡ଼ିକ, ଏହି ନିର୍ଦ୍ଦେଶଗୁଡ଼ିକ, କେହି ଅନୁସରଣ କରୁ ନାହାଁନ୍ତି । ଏହି ଯୁଗରେ ଏହା ସମ୍ଭବ ନୁହେଁ । ସେଥିପାଇଁ ଶାସ୍ତ୍ରର ନିଷେଧାଜ୍ଞ ହେଉଛି: ଯଜ୍ଞୈଃ ସଂକୀର୍ତ୍ତନୈର ପ୍ରାୟୈର ଯଜନ୍ତି ହି ସୁମେଧସଃ ଯେଉଁମାନଙ୍କୁ ଭଲ ମସ୍ତିଷ୍କ ମିଳିଛି, ଏତେ ସାରା ଜିନିଷରେ ବରକ୍ତ ହେବା ପରିବର୍ତ୍ତେ, ଜଣେ ସଂକୀର୍ତ୍ତନ ଯଜ୍ଞ କରିପାରିବ । ଏଗୁଡ଼ିକ ହେଉଛି ଶାସ୍ତ୍ରର ବକ୍ତବ୍ୟ ।