OR/Prabhupada 0331 - ପ୍ରକୃତ ଖୁସି ହେଉଛି ଘରକୁ ଫେରିବା, ଭଗବଦ୍ ଧାମକୁ ଫେରିବା: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0331 - in all Languages Category:OR-Quotes - 1975 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in India, Vrndavana]]
[[Category:OR-Quotes - in India, Vrndavana]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0330 - ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ ନିଜର ଯତ୍ନ ନେବାକୁ ହେବ|0330|OR/Prabhupada 0332 - ସମଗ୍ର ଦୁନିଆରେ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ସ୍ଥିତି ହୋଇପାରିବ|0332}}
{{1080 videos navigation - All Languages|Oriya|OR/Prabhupada 0330 - ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ ନିଜର ଯତ୍ନ ନେବାକୁ ହେବ|0330|OR/Prabhupada 0332 - ସମଗ୍ର ଦୁନିଆରେ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ସ୍ଥିତି ହୋଇପାରିବ|0332}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|77aLu6i8l-s|ପ୍ରକୃତ ଖୁସି ହେଉଛି ଘରକୁ ଫେରିବା, ଭଗବଦ୍ ଧାମକୁ ଫେରିବା<br />- Prabhupāda 0331 }}
{{youtube_right|4lEqB_FwRtY|ପ୍ରକୃତ ଖୁସି ହେଉଛି ଘରକୁ ଫେରିବା, ଭଗବଦ୍ ଧାମକୁ ଫେରିବା<br />- Prabhupāda 0331 }}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:40, 1 October 2020



Lecture on SB 6.2.16 -- Vrndavana, September 19, 1975

ସବୁ ମିଶେଇ, ଉପସଂହାର ହେଉଛି ଯେ କେହି ଏହି ଭୌତିକ ଦୁନିଆରେ ଅଛି, ସେ ହେଉଛି ଏକ ପାପୀ ମନୁଷ୍ୟ । ଯେ କେହି । ଅନ୍ୟଥା ସେ ଏହି ଭୌତିକ ଶରୀର ପାଇ ନ ଥାନ୍ତା । ଠିକ୍ ଯେପରି ଯେ କେହି ଏହି କାରାଗାରରେ ଅଛନ୍ତି, ତୁମେ ଉପସଂହାର କରି ପାରିବ ଯେ ସେ ହେଉଛି ଏକ ପାପୀ, ଅପରାଧୀ । ତୁମେ ଗୋଟିଏ ପରେ ଗୋଟିଏ ଅଧ୍ୟୟନ କରିବା ଦରକାର ନାହିଁ । କାରଣ ସେ କାରାଗାରରେ ଅଛି ତୁମେ ଉପସଂହାର କରିପା‍ରିବ ଯେ "ଏଠାରେ ଏକ ଅପରାଧୀ ଅଛି ।" ସେହିପରି, ଯେ କେହି ଏହି ଭୌତିକ ଦୁନିଆରେ ଅଛି, ସେ ହେଉଛି ଏକ ଅପରାଧୀ । କିନ୍ତୁ କାରାଗାରର ନିରୀକ୍ଷକ ନୁହେଁ । ତୁମେ ଉପସଂହାର କରିପାରିବ ନାହିଁ, "କାରଣ ସମସ୍ତେ କାରାଗାରରେ ଅଛନ୍ତି, ଅପର‍ାଧୀ, ସେଥିପାଇଁ କାରାଗାରର ନିରୀକ୍ଷକ, ସେ ମଧ୍ୟ ଅପରାଧୀ ।" ତେବେ ତୁମେ ଭୁଲ୍ ଭାବୁଛ । ଯେଉଁମାନେ ଏହି ପାପୀ ବ୍ୟକ୍ତିମାନଙ୍କୁ ଘରକୁ, ଭଗବଦ୍ ଧାମକୁ ଫେରେଇ ନେବା ପାଇଁ ପରିଚାଳନ କରୁଛନ୍ତି, ସେ ଅପରାଧୀ ନୁହେଁ । ତାର କାମ ହେଉଛି କିପରି ଏହି ଦୁର୍ଜନକୁ କାରଗାରରୁ ମୁକ୍ତ କରିବ ଏବଂ ତାକୁ ଘରକୁ ଫେରେଇ ନେବ, ଭଗବଦ୍ ଧାମକୁ ।

ତେବେ ମହଦ ବିଚଳନମ୍ ନ୍ରନାମ୍ ଗ୍ରହିନାମ୍ ଦୀନ-ଚେତସାମ୍ । ଗ୍ରହିନାମ୍ । ଗ୍ରହି ଅର୍ଥାତ୍ ଯେ କେହି ଏହି ଶରୀର ଭିତରେ ରହେ କିମ୍ଵା ଯେ କେହି ଏହି ଭୌତିକ ଦୁନିଆରେ ରହେ । ଏହା ଏକ ନିବିଡ଼ କଥା । ତେବେ ସେମାନେ ଅତି ଛୋଟ ବୁଦ୍ଧିର ଲୋକ । ସେମାନେ ଜାଣି ନାହାଁନ୍ତି ଜୀବନର ମୂଲ୍ୟ କ'ଣ । ନା ତେ ବିଦୂଃ ସ୍ଵାର୍ଥ ଗତିମ ହି ବିଷ୍ଣୁମ (SB 7.5.31) । ତେଣୁ ସେମାନଙ୍କୁ ଜ୍ଞାନ ପ୍ରଦାନ କରିବା ପରିବର୍ତ୍ତେ, ଯଦି ମହତ କିମ୍ଵା ମାହାତ୍ମା, ସେମାନେ ସେମାନଙ୍କୁ ଅନ୍ଧକାରରେ ରଖୁଛନ୍ତି, ତାହ ହେଉଛି ସବୁଠାରୁ ବଡ କ୍ଷତି । ସେମାନଙ୍କୁ ଜ୍ଞାନ ପ୍ରଦାନ କରିବା ଉଚିତ୍ । ସେମାନଙ୍କର କାମ ହେଉଛି ତାହା ପ୍ରଚାର କରିବା "ନିଜକୁ ଏହି ଭୌତିକ ଦୁନିଆରେ ରଖ ନାହିଁ । ଆଧ୍ୟାତ୍ମିକ ଜଗତକୁ ଆସ । ଏହା ମାହାତ୍ମାଙ୍କର କାମ । ମହଦ୍-ବିଚଳଂ ନ୍ରନାଂ ଗ୍ରହିଣାଂ ଦିନ ଚେତସାଂ । ସେମାନେ ଜ୍ଞାନରେ ଅତ୍ୟନ୍ତ ଗରିବ, ମୂଢା । ସେମାନଙ୍କୁ ମୂଢା, ଦୁଷ୍କୃତିନା ବୋଲି ବର୍ଣ୍ଣନା କରାଯାଇଛି । ଏହି ସମସ୍ତ ପୁରୁଷମାନେ ସେମାନଙ୍କର ଅଜ୍ଞାନତା ଯୋଗୁଁ ପାପ କର୍ମରେ ଲାଗି ରହିଛନ୍ତି । ଯଦି ତୁମେ କୁହ, "ନା, କିପରି ତୁମେ କହିପାରିବ ସେମାନେ ଅଜ୍ଞାନତାରେ ଅଛନ୍ତି? ଅନେକ ବିଶ୍ଵବିଦ୍ୟାଳୟ ଅଛି । ସେମାନେ ଏମ୍.ଏ.ସି, ଡି.ଏ.ସି, ଡାକ୍ତର, ପି.ଏଚ୍.ଡିରେ ଉର୍ତ୍ତୀନ୍ନ ହୁଅନ୍ତି, ଏବଂ ତଥାପି ସେମାନେ ଅଜ୍ଞାନୀ?" "ହଁ ।" "କିପରି?" ମାୟୟାପହ୍ରତ - ଜ୍ଞାନ: "ତଥାକଥିତ ଜ୍ଞାନ ମାୟା ଦ୍ଵାରା ଛଡେଇ ନିଆ ଯାଏ ।" ଅନ୍ୟଥା କାହିଁକି ସେମାନେ ଏହି ଭୌତିକ ଦୁନଆରେ ପଡି ରହିଛନ୍ତି? ଯଦି ତୁମେ ପ୍ରବୁଦ୍ଧ ହୋଇଯାଅ, ତେବେ ତୁମେ ଜାଣିବା ଉଚିତ୍, ଯେ ଏହି ଭୌତିକ ଦୁନିଆ ଆମର ନିବାସ ପାଇଁ ହୋଇ ନାହିଁ । ଆମେ ଘରକୁ ଫେରିବା ଉଚିତ୍, ଭଗବଦ୍ ଧାମକୁ ଫେରିବା । ସେଥିପାଇଁ ଏହି କୃଷ୍ଣ ଚେତନା ଆନ୍ଦୋଳନ ପ୍ରଚାର କରୁଛି ଯେ "ଏହା ତୁମର ଘର ନୁହେଁ । ଏଠାରେ ଖୁସି ହେବା ପାଇଁ ଚେଷ୍ଟା କର ନାହିଁ ।" ଦୁରାଶୟା ଯେ ବହିର ଅର୍ଥ ମାନିନଃ । ବହିର ଅର୍ଥ ମାନିନଃ । ବହିର, ବାହାର ଉର୍ଜା । ସେମାନେ ଭାବୁଛନ୍ତ ଯେ "ଭୌତିକ ଭାବରେ ଯଦି ତୁମେ କିଛି ବ୍ୟବସ୍ଥା କରିପାରିବ..." ସେମାନଙ୍କ ମଧ୍ୟରୁ କିଛି ବୈଜ୍ଞାନିକ ଉନ୍ନତି ଦ୍ଵାରା ଖୁସି ହେବା ପାଇଁ ଚେଷ୍ଟା କରୁଛନ୍ତି, କିମ୍ଵା ସେମାନଙ୍କ ମଧ୍ୟରୁ କିଛି ସ୍ଵର୍ଗୀୟ ଗ୍ରହକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି, ଏବଂ ସେମାନଙ୍କ ମଧ୍ୟରୁ କିଛି ଏହା ହେବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନେ ଜାଣି ନାହାଁନ୍ତି ଯେ ପ୍ରକୃତ ଖୁସି ହେଉଛି ଘରକୁ ଫେରିବା, ଭଗବଦ୍ ଧାମକୁ ଫେରିବା । ନ ତେ ବିଦୁଃ ସ୍ଵାର୍ଥ ଗତିମ ହି ବିଷ୍ଣୁମ (SB 7.5.31) । ସେମାନେ ତାହା ଜାଣି ନାହାଁନ୍ତି । ତେଣୁ ଏହା ଅତି ମହତ୍ତ୍ଵପୂର୍ଣ୍ଣ ଆନ୍ଦୋଳନ, ଯେ ଆମେ ସେମାନଙ୍କୁ ସଙ୍କେତ ଏବଂ ଶିକ୍ଷା ଦେଉଛୁ, କିପରି ଘରକୁ ଫେରିବ, ଭଗବଦ୍ ଧାମକୁ ଫେରିବ । ବହୁତ ବହୁତ ଧନ୍ୟବାଦ ।