OR/Prabhupada 0340 - ତୁମେ ମରିବା ପାଇଁ ହୋଇନାହଁ, କିନ୍ତୁ ପ୍ରକୃତି ତୁମକୁ ବାଧ୍ୟ କରୁଛି

Revision as of 13:48, 15 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0340 - in all Languages Category:OR-Quotes - 1974 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 9.1 -- Melbourne, June 29, 1974

ନମୋ ମାହା ବଦନ୍ୟାୟ
କୃଷ୍ଣ ପ୍ରେମ ପ୍ରଦାୟ ତେ
କୃଷ୍ଣାୟ କୃଷ୍ଣ ଚୈତନ୍ୟ
ନାମନେ ଗୌର ତ୍ଵିଶୋ ନମଃ
(CC Madhya 19.53)

ଶ୍ରୀଲା ରୂପ ଗୋସ୍ଵାମୀ, ଯେତେବେଳେ ସେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସହିତ ପ୍ରୟାଗ ଠାରେ ମିଶିଲେ... ଏକ ସ୍ଥାନ ଅଛି, ପବିତ୍ର ସ୍ଥାନ ଭାରତରେ, ଯାହାକୁ ପ୍ରୟାଗ କୁହାଯାଏ । ତେବେ ଶ୍ରୀ ଚୈତନ୍ୟ ମହାପ୍ରଭୁ, ସନ୍ୟାସ ଗ୍ରହଣ କରି ସାରିବା ପରେ, ସେ ପ୍ରୟାଗ ଏବଂ ଅନ୍ୟ ପବିତ୍ର ସ୍ଥାନମାନଙ୍କୁ ଯାଇଥିଲେ । ତେବେ ଶ୍ରୀଲା ରୂପ ଗୋସ୍ଵାମୀ, ସେ ସରକାରଙ୍କର ମନ୍ତ୍ରୀ ଥିଲେ, କିନ୍ତୁ ସେ ସବୁକିଛି ତ୍ୟାଗ କରିଦେଲେ, ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସହିତ ଏହି ହରେ କୃଷ୍ଣ ଆନ୍ଦୋଳନରେ ଯୋଗ ଦେଲେ । ତେବେ ଯେତେବେଳେ ସେ ପ୍ରଥମେ ମିଶିଥିଲେ, ଏବଂ ସେ ଏହି ଶ୍ଳୋକ କହିଥିଲେ, ନମୋ ମାହା ବଦନ୍ୟାୟ । ବଦନ୍ୟାୟ ଅର୍ଥାତ୍ "ସବୁଠାରୁ ଉଦାର ।" ଭଗବାନଙ୍କର ଅନେକ ଅବତାର ଅଛି, କିନ୍ତୁ ରୂପ ଗୋସ୍ଵାମୀ କହିଲେ, "ବର୍ତ୍ତମାନ ଭଗବାନଙ୍କର ଏହି ଅବତାର, ଶ୍ରୀ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ସବୁଠାରୁ ଉଦାର ।" ନମୋ ମାହା ବଦାନ୍ୟାୟ । ଉଦାର କାହିଁକି? କୃଷ୍ଣ ପ୍ରେମ ପ୍ରଦାୟ ତେ: "ଆପଣ କୃଷ୍ଣଙ୍କୁ ତୂରନ୍ତ ବିତରଣ କରୁଛନ୍ତି ଆପଣଙ୍କର ଏହି ସଂକୀର୍ତ୍ତନ ଆନ୍ଦୋଳନ ଦ୍ଵାରା ।"

କୃଷ୍ଣଙ୍କୁ ବୁଝିବା ଅତ୍ୟନ୍ତ କଷ୍ଟକର । କୃଷ୍ଣ ବ୍ୟକ୍ତିଗତ ଭାବରେ ଭଗବଦ୍ ଗୀତାରେ କହିଛନ୍ତି,

ମନୁଷ୍ୟାଣାଂ ସହସ୍ରେଷୁ
କଶ୍ଚିଦ୍ ଯତିତ ସିଦ୍ଧୟେ
(BG 7.3)

"ଅନେକ ଲକ୍ଷ ଲକ୍ଷ ବ୍ୟକ୍ତିମାନଙ୍କ ମଧ୍ୟରୁ," କେବଳ ଏହି ଯୁଗରେ ନୁହଁ, ଅତୀତରେ ମଧ୍ୟ । ମନୁଷ୍ୟାଣାଂ ସହସ୍ରେଷୁ, "ଅନେକ ଲକ୍ଷ ଲକ୍ଷ ବ୍ୟକ୍ତିମାନଙ୍କ ମଧ୍ୟରୁ,"କଶ୍ଚିଦ୍ ଯତିତ ସିଦ୍ଧୟେ, "ଜଣେ ପୂର୍ଣ୍ଣ ହେବା ପାଇଁ ଚେଷ୍ଟା କରେ ।" ସାଧାରଣତଃ, ସେମାନେ ଜାଣି ନାହାଁନ୍ତି ପୂର୍ଣ୍ଣତା କ'ଣ । ପୂର୍ଣ୍ଣତା ସେମାନେ ଜାଣି ନାହାଁନ୍ତି । ପୂର୍ଣ୍ଣତା ଅର୍ଥାତ୍ ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧିର ଏହି ପ୍ରକ୍ରିୟାକୁ ରୋକିବା । ତାହାକୁ ପୂର୍ଣ୍ଣତା କୁହାଯାଏ । ସମସ୍ତେ ପୂର୍ଣ୍ଣ ହେବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନେ ଜାଣି ନାହାଁନ୍ତି ପୂର୍ଣ୍ଣତା କ'ଣ । ପୂର୍ଣ୍ଣତା ଅର୍ଥାତ୍ ଏହା: ଯେ ଯେତେବେଳେ ତୁମେ ଏହି ଚାରୋଟି ଅପୂର୍ଣ୍ଣତାରୁ ମୁକ୍ତ ହୋଇଯାଅ । ତାହା କ'ଣ? ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧି । ସମସ୍ତେ । କେହି ମରିବାକୁ ଚାହାଁନ୍ତି ନାହିଁ, କିନ୍ତୁ ବାଧ୍ୟ ହୁଅନ୍ତି: ତୁମକୁ ମରିବାକୁ ହେବ । ତାହା ହେଉଛି ଅପୂର୍ଣ୍ଣତା । କିନ୍ତୁ ଏହି ଦୁର୍ଜନମାନେ, ସେମାନେ ଜାଣି ନାହାଁନ୍ତି । ସେମାନେ ଭାବୁଛନ୍ତି ଯେ ଆମକୁ ମରିବାକୁ ହିଁ ପଡ଼ିବ । କିନ୍ତୁ ନା । କାରଣ ତୁମେ ଶାଶ୍ଵତ, ତୁମେ ମରିବା ପାଇଁ ହୋଇନାହଁ, କିନ୍ତୁ ପ୍ରକୃତି ତୁମକୁ ବାଧ୍ୟ କରୁଛି, ମରିବାକୁ ହେବ ।