OR/Prabhupada 0360 - ଆମେ ସିଧାସଳଖ କୃଷ୍ଣଙ୍କ ପାଖକୁ ଯିବୁନାହିଁ । କୃଷ୍ଣଙ୍କର ଭକ୍ତଠାରୁ ଆମର ସେବା ଆରମ୍ଭ କରିବା ଦରକାର

Revision as of 19:00, 12 January 2019 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0360 - in all Languages Category:OR-Quotes - 1976 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on SB 7.9.42 -- Mayapur, March 22, 1976

ତେଣୁ ଏଠାରେ, କୋ ନୁ ଅତ୍ର ତେ ଅଖିଲ-ଗୁରୋ ଭଗବାନ୍ ପ୍ରୟାସ । ତେଣୁ ସମସ୍ତଙ୍କୁ କିଛି ଅଧିକ ଉଦ୍ୟମ କରିବାକୁ ହୁଏ ଆମକୁ ଅନୁଗ୍ରହ କରିବା ପାଇଁ, କିନ୍ତୁ କୃଷ୍ଣଙ୍କୁ କିଛି କରିବାକୁ ପଡେ ନାହିଁ । ସେ ହେଉଛନ୍ତି କୃଷ୍ଣ । ସେ ଯାହା ଇଛା ତାହା କରିପାରନ୍ତି । ସେ ଅନ୍ୟ କାହା ଉପରେ ନିର୍ଭରଶୀଳ ନୁହନ୍ତି । ଅନ୍ୟମାନେ କୃଷ୍ଣଙ୍କ ସ୍ଵୀକୃତି ଉପରେ ନିର୍ଭର କରନ୍ତି, କିନ୍ତୁ କୃଷ୍ଣଙ୍କୁ କାହାରି ସ୍ଵୀକୃତି ଦରକାର ନାହିଁ । ସେଥିପାଇଁ ପ୍ରହଲ୍ଲାଦ ମାହାରାଜା କହିଥିଲେ ଭଗବାନ୍ ପ୍ରୟାସା । ପ୍ରୟାସ, ନ ନେବା ପାଇଁ ପରାମର୍ଶ କରାଯାଇଛି, ବିଶେଷତଃ ଭକ୍ତମାନଙ୍କ ପାଇଁ । ଜଣକୁ ଏପରି କାମ କରିବା କଥା ନୁହେଁ ଯେଉଁଥିରେ ଅଧିକ ପରିଶ୍ରମ କରିବାକୁ ପଡେ, ନାଁ । ଆମେ କେବଳ ସହଜ କାମ କରିବା ଉଚିତ୍ ଯାହା ସମ୍ଭବ । ଅବଶ୍ୟ, ଏକ ଭକ୍ତ ଜୋଖମ ନିଏ । ଯେପରି ହନୁମାନ । ସେ ହେଉଛନ୍ତି ଭଗବାନ ରାମଚନ୍ଦ୍ରଙ୍କର ଭକ୍ତ । ତେବେ ଭଗବାନ ରାମଚନ୍ଦ୍ର ସୀତା ଦେବୀଙ୍କ ସମ୍ଵନ୍ଧରେ ବାର୍ତ୍ତା ଚାହୁଁଥିଲେ । ତେବେ ସେ ବିଚାର କରିଲେ ନାହିଁ, "ମୁଁ କିପରି ସମୁଦ୍ରର ଆର ପାରି, ଲଙ୍କାକୁ ଯିବି?" ସେ କେବଳ, ଭଗବାନ୍ ରାମଚନ୍ଦ୍ରଙ୍କ ଉପରେ ଥିବା ବିଶ୍ଵାସରେ, "ଜୟ ରାମ," ତା ଉପରକୁ ଡେଇଁ ପଡିଥିଲେ । ରାମଚନ୍ଦ୍ରଙ୍କୁ ସେତୁ ନିର୍ମାଣ କରିବାକୁ ପଡିଥିଲା । ନିଃସନ୍ଦେହ, ସେହି ସେତୁଟି ମଧ୍ୟ ଆଶ୍ଚର୍ଯ୍ୟଜନକ ଥିଲା, କାରଣ ଏହି ବାନର ମାନେ ପଥର ଆଣୁଥିଲେ, ଏବଂ ତାହାକୁ ସମୁଦ୍ରରେ ପକାଉଥିଲେ, କିନ୍ତୁ ସେ ପଥରଗୁଡିକ ଭାସୁଥିଲା । ତେଣୁ ତୁମର ମାଧ୍ୟାକର୍ଷଣ ଶକ୍ତିର ନିୟମ କୁଆଡେ ଗଲା? ଓଃ? ପଥର ପାଣିରେ ଭାସୁଛି । ଏହା ବୈଜ୍ଞାନିକ ମାନେ କରିପାରିବେ ନାହିଁ । କିନ୍ତୁ ପ୍ରଭୁ ରାମଚନ୍ଦ୍ର ଇଛାପ୍ରକାଶ କରିଥିଲେ; ପଥରଟି ଭାସିଥିଲା । ନହେଲେ କେତେ ପଥର ଆମେ ସମୁଦ୍ରରେ ଫିଙ୍ଗିପାରିବା ଯେ ଏହା ସେତୁର ସ୍ତର ପର୍ଯ୍ୟନ୍ତ ଆସିପାରିବ? ଓଃ, ଏହା ସମ୍ଭବ ନଥିଲା । ଏହା ସମ୍ଭବ ଥିଲା, ସବୁକିଛି ସମ୍ଭବ ଥିଲା, କିନ୍ତୁ ରାମଚନ୍ଦ୍ର, ପ୍ରଭୁ ରାମଚନ୍ଦ୍ର, ଚାହିଁଥିଲେ, "ଏହା ସରଳ ହେଇଯାଉ । ତ ସେମାନେ ପଥର ଆଣନ୍ତୁ ଏବଂ ଏହା ଭାସୁ । ତା'ପରେ ଆମେ ଯିବା ।" ତେଣୁ ବିନା ପଥରରେ ସେ ଯାଇପାରିଥାନ୍ତେ, କିନ୍ତୁ ସେ ବାନର ମାନଙ୍କଠାରୁ କିଛି ସେବା ପାଇବା ପାଇଁ ଇଛା କରିଥିଲେ । ସେଠାରେ ଅନେକ ବାନର ଥିଲେ । ବାରୋ ବାରୋ ବାଡାରେ, ବାରୋ ବାରୋ ପେଟ୍, ଲଙ୍କା ଦିଙ୍ଗକେ, ମତ କରେ ହେଟ୍ । ସେଠାରେ ଅନେକ ଅନ୍ୟ ବାନର ଥିଲେ, କିନ୍ତ ହନୁମାନଙ୍କ ଭଳି ସକ୍ଷମ ନଥିଲେ । ସେଥିପାଇଁ ସେମାନଙ୍କୁ ମଧ୍ୟ କିଛି ଅବକାସ ଦିଆଯାଇଥିଲା ଯେ, "ତୁମେ କିଛି ପଥର ଆଣ । ତୁମେ ହନୁମାନଙ୍କ ଭଳି ଡେଇଁପାରିବ ନାହିଁ, ତେଣୁ ତୁମେ ପଥର ଆଣ, ଏବଂ ମୁଁ ସେ ପଥର ଗୁଡିକୁ କହିବି ଭାସିବା ପାଇଁ ।"

ତେଣୁ କୃଷ୍ଣ କିଛି ମଧ୍ୟ କରିପାରନ୍ତି । ଅଙ୍ଗାନି ଯସ୍ୟ ସକଳେନ୍ଦ୍ରିୟ ବୃତ୍ତିମନ୍ତି । ସେ କିଛି ମଧ୍ୟ କରିପାରନ୍ତି । ଆମେ ତାଙ୍କ ଅନୁଗ୍ରହ ବିନା କରିପାରିବା ନାହିଁ । ତେଣୁ ପ୍ରହଲ୍ଲାଦ ମହାରାଜା ଅନୁରୋଧ କରୁଛନ୍ତି ଯେ "ଯଦି ଆପଣ ଦୟାକରି ଆମ ଉପରେ ଦୟାଶୀଳ ହୁଅନ୍ତି, ଏହା ଆପଣଙ୍କ ପାଇଁ ବଡ଼ କାମ ନୁହେଁ, କାରଣ ଆପଣ ଯାହା ଚାହିଁବେ କରି ପାରିବେ । କାରଣ ଆପଣ ହେଉଛନ୍ତି ସୃଷ୍ଟି, ପାଳନ ଏବଂ ବିନାଶର କାରଣ, ତେଣୁ ଏହା ଆପଣଙ୍କ ପାଇଁ କଷ୍ଟକର ନୁହେଁ । ତାହା ବ୍ୟତୀତ, ମୂଢ଼େଷୁ ବୈ ମହଦ-ଅନୁଗ୍ରହ ଆର୍ତ-ବଂନ୍ଧୌ । ସାଧାରଣତଃ, ଯେଉଁମାନେ ଆର୍ତ-ବନ୍ଧୁ, ପୀଡ଼ିତ ମାନବତାର ବନ୍ଧୁ, ସେମାନେ ବିଶେଷ କରି ମୂଢ଼, ଦୁର୍ଜନମାନଙ୍କ ଉପରେ କୃପା କରନ୍ତି । କୃଷ୍ଣ ସେହି ପ୍ରୟୋଜନରେ ଆସନ୍ତି କାରଣ ଆମମାନଙ୍କ ମଧ୍ୟରୁ ସମସ୍ତେ, ଆମେମାନେ ହେଉଛୁ ମୂଢ଼ । ଦୁଷ୍କୃତିନୋ । ନ ମାଂ ଦୁଷ୍କୃତିନୋ ମୂଢ଼ାଃ ପ୍ରପଦ୍ୟନ୍ତେ । ସାଧାରଣତଃ ଆମେ, କାରଣ ଆମେମାନେ ପାପୀ, କାରଣ ଆମେମାନେ ମୂଢ଼ା, ଆମେ କୃଷ୍ଣଙ୍କୁ ଆତ୍ମ ସମର୍ପଣ କରୁନାହୁଁ । ନ ମାଂ ପ୍ରପଦ୍ୟନ୍ତେ । ଯେ କେହି କୃଷ୍ଣଙ୍କୁ ଆତ୍ମ ସମର୍ପଣ କରେ ନାହିଁ, ସେ ଦୁଷ୍କୃତିନୋ, ମୂଢ଼ା, ନରାଧମା, ମୟୟାପହୃତ-ଜ୍ଞାନା ରୂପେ ବର୍ଗୀକୃତ କରାଯାଏ । କୃଷ୍ଣଙ୍କର ଇଛାରୁ ସ୍ୱତନ୍ତ୍ର ହୋଇ କିଛି କରିବା ଆଦୌ ସମ୍ଭବ ନୁହେଁ । ତାହା ସମ୍ଭବ ନହେଁ । ସେଥିପାଇଁ ଯେଉଁମାନେ କୃଷ୍ଣଙ୍କର କୃପା ବିନା ସ୍ଵତନ୍ତ୍ର ହୋଇ କାମ କରିବାକୁ ଚାହୁଁଛନ୍ତି, ସେମାନେ ହେଉଛନ୍ତି ମୂଢ଼, ସମସ୍ତେ ଦୁର୍ଜନ । ସେମାନେ କୃଷ୍ଣ କ'ଣ କୁହଁନ୍ତି ସ୍ଵୀକାର କରନ୍ତି ନାହିଁ, ଏବଂ ସେମାନେ କୃଷ୍ଣଙ୍କର ବିନା କିଛି ନିୟମ ସ୍ଥାପନ କରିବା ପାଇଁ ଚେଷ୍ଟା କରୁଛନ୍ତି । "ଭଗବାନଙ୍କର କୌଣସି ଆବଶ୍ୟକତା ନାହିଁ । "ଏହା ଅଧିକାଂଶ ବୈଜ୍ଞାନିକମାନେ, ସେମାନେ ସେପରି କୁହଁନ୍ତି । "ବର୍ତ୍ତମାନ ଆମ ପାଖରେ ବିଜ୍ଞାନ ଅଛି । ଆମେ କିଛି ବି କରି ପାରିବା ।" ସେମାନେ ହେଉଛନ୍ତି ମୂଢ଼ା । ଏହା ସମ୍ଭବ ନୁହେଁ । କୃଷ୍ଣଙ୍କର କୃପା ବିନା ତୁମେ ସ୍ଵତନ୍ତ୍ର ହୋଇ କିଛି କରି ପାରିବ ନାହିଁ ।

ତେଣୁ ଭଲ କଥା ହେଉଛି ଯେ ସର୍ବଦା କୃଷ୍ଣଙ୍କର କୃପା ପାଇବା ପାଇଁ ଚେଷ୍ଟା କର । ଏବଂ ତୁମେ କୃଷ୍ଣଙ୍କର କୃପା ପ୍ରତ୍ୟକ୍ଷ ଭାବରେ ପାଇ ପାରିବ ନାହିଁ । ତାହା ମଧ୍ୟ ଅନ୍ୟ ଏକ କଥା । କିମ ତେନ ତେ ପ୍ରିୟ-ଜନାନ ଅନୁସେବତାମ୍ ନଃ ତୁମେ କୃଷ୍ଣଙ୍କ ପାଖରେ ତାଙ୍କ ଭକ୍ତଙ୍କର କୃପା ବିନା ପହଞ୍ଚି ପାରି ନାହିଁ । ଯସ୍ୟ ପ୍ରସାଦଦ୍ ଭଗବତ ପ୍ରସାଦଃ । ତୁମେ ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କର କୃପା ପାଇ ପାରିବ ନାହିଁ । ତହା ଅନ୍ୟ ଏକ ମୂର୍ଖତା । ତୁମେ କୃଷ୍ଣଙ୍କର ସେବକ ମାଧ୍ୟମରେ ଯିବା ଉଚିତ୍ । ଗୋପୀ ଭର୍ତୁର୍ ପଦ-କମଳଯୋର୍ ଦାସ-ଦାସ-ଦାସାନୁଦାସଃ । ଏହା ହେଉଛି ଆମର ପ୍ରକ୍ରିୟା । ଆମେ ପ୍ରତ୍ୟକ୍ଷ ଭାବରେ କୃଷ୍ଣଙ୍କ ପାଖରେ ପହଞ୍ଚି ପାରିବା ନାହିଁ । ଆମେ କୃଷ୍ଣଙ୍କର ଭକ୍ତଠାରୁ ଆମର ସେବା ଆରମ୍ଭ କରିବା ଉଚିତ୍ । ଏବଂ କୃଷ୍ଣଙ୍କର ଭକ୍ତ କିଏ? ଯିଏ କୃଷ୍ଣଙ୍କର ଅନ୍ୟ ଏକ ଦାସର ଦାସ ହୋଇଯାଇଛି । ଏହାକୁ ଦାସ-ଦାସାନୁଦାସ କୁହାଯାଏ । କେହି ସ୍ଵତନ୍ତ୍ର ଭାବରେ କୃଷ୍ଣଙ୍କର ଦାସ ହୋଇ ପାରିବେ ନାହିଁ । ତାହା ହେଉଛି ଅନ୍ୟ ଏକ ମୂର୍ଖାମି । କୃଷ୍ଣ କାହାର ସେବା ପ୍ରତ୍ୟକ୍ଷ ଭାବରେ ଗ୍ରହଣ କରନ୍ତି ନାହିଁ । ନା । ତାହା ସମ୍ଭବ ନୁହେଁ । ତୁମେ ଦାସଙ୍କର ଦାସ ମାଧ୍ୟମରେ ଆସିବା ଉଚିତ୍ (CC Madhya 13.80) । ଏହାକୁ ପରମ୍ପରା ପ୍ରଣାଳୀ କୁହାଯାଏ । ଯେପରି ତୁମେ ପରମ୍ପରା ପ୍ରଣାଳୀରେ ଜ୍ଞାନ ପ୍ରାପ୍ତ କର... କୃଷ୍ଣ ବ୍ରହ୍ମାଙ୍କ ସହିତ କଥା ହେଲେ, ବ୍ରହ୍ମା ନାରଦଙ୍କ ସହିତ କଥା ହେଲେ, ନାରଦ ବ୍ୟାସ ଦେବଙ୍କ ସହିତ କଥା ହେଲେ, ଏବଂ ଆମେ ଏହି ଜ୍ଞାନ ପାଇଲୁ । ଠିକ୍ ଯେପରି କୃଷ୍ଣ...ଭଗବଦ୍ ଗୀତା କୃଷ୍ଣଙ୍କ ଦ୍ଵାରା ଅର୍ଜୁନଙ୍କୁ କୁହାଯାଇ ଥିଲା ।

ତେବେ ଆମେ ଯଦି ଅର୍ଜୁନଙ୍କ ପରି ଏହି ପ୍ରକ୍ରିୟାକୁ ବୁଝିବା ଛାଡି ଦେବା, ତେବେ ତୁମେ କଦାପି କୃଷ୍ଣଙ୍କୁ, କିମ୍ଵା ଭଗବାନଙ୍କୁ ବୁଝି ପାରିବ ନାହିଁ । ତାହା ସମ୍ଭବ ନୁହେଁ । ତୁମକୁ ଅର୍ଜୁନ ଗ୍ରହଣ କରିଥିବା ପ୍ରକ୍ରିୟା ସ୍ଵୀକାର କରିବାକୁ ହେବ । ଅର୍ଜୁନ ମଧ୍ୟ କହିଥିଲେ ଯେ, "ମୁଁ ଆପଣଙ୍କୁ ସ୍ଵୀକାର କରୁଛି, ପରମ ପୁରୁଷ ଭଗବାନ, କାରଣ ବ୍ୟାସଦେବ ସ୍ଵୀକାର କରିଥିଲେ, ଅସୀତ ସ୍ଵୀକାର କରିଥିଲେ, ନାରଦ ସ୍ଵୀକାର କରିଥିଲେ ।" ସମାନ କଥା । ଆମକୁ କୃଷ୍ଣଙ୍କୁ ବୁଝିବାକୁ ହେବ । ଆମେ ପ୍ରତ୍ୟକ୍ଷ ଭାବରେ ବୁଝି ପାରିବା ନାହିଁ । ସେଥିପାଇଁ ଏହି ଦୁର୍ଜନମାନେ ଯେଉଁମାନେ ପ୍ରତ୍ୟକ୍ଷ ଭାବରେ ବ୍ୟାଖ୍ୟା ଦ୍ଵାରା କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କରୁଛନ୍ତି, ସେମାନେ ସମସ୍ତେ ହେଉଛନ୍ତି ଦୁର୍ଜନ । ସେମାନେ କୃଷ୍ଣଙ୍କୁ ବୁଝିପାରିବେ ନାହିଁ । ସେ ତଥାକଥିତ ବଡ଼ ଲୋକ ହୋଇପାରେ । କେହି ବଡ଼ ଲୋକ ନୁହଁନ୍ତି । ସେମାନେ ମଧ୍ୟ ସ ବୈ... ଶ୍ଵ-ବିଦ-ବରାହୋଷ୍ଟ୍ର-ଖରୈଃ ସଂସ୍ତୁତଃ ପୁରୁଷଃ ପଶୁଃ (SB 2.3.19) । ପୁରୁଷଃ ପଶୁଃ । ଏହି ବଡ଼, ବଡ଼ ବ୍ୟକ୍ତିମାନେ ଯେଉଁମାନେ କିଛି ଦୁର୍ଜନମାନଙ୍କ ଦ୍ଵାରା ପ୍ରଶଂସିତ ହେଉଛନ୍ତି, ଏହି ବଡ଼, ବଡ଼ ନେତାମାନେ, ସେମାନେ କ'ଣ? ସେମାନେ କୃଷ୍ଣଙ୍କର ଭକ୍ତ ନୁହଁନ୍ତି, ସେମାନେ ନେତୃତ୍ଵ ନେଇ ପାରିବେ ନାହିଁ । ସେମାନେ କେବଳ ପଥଭ୍ରଷ୍ଟ କରନ୍ତି । ସେଥିପାଇଁ ଆମେ ସେମାନଙ୍କୁ ଦୁର୍ଜନ ରୂପେ ନେଉ । ଏହା ହେଉଛି ମାନଦଣ୍ଡ । ଏହି ମାନଦଣ୍ଡକୁ ସ୍ଵୀକାର କର । ଯାହା ତୁମେ ଜଣଙ୍କ ଠାରୁ ଶିଖିବାକୁ ଚାହୁଁଛ, ପ୍ରଥମେ ଦେଖ ସେହି ବ୍ୟକ୍ତି କୃଷ୍ଣଙ୍କର ଭକ୍ତ କି ନୁହେଁ । ଅନ୍ୟଥା କୌଣସି ଶିକ୍ଷା ନିଅ ନାହିଁ । ଆମେ ଏପରି ବ୍ୟକ୍ତିଠାରୁ କୌଣସି ଶିକ୍ଷା ନେଉ ନାହୁଁ, "ସମ୍ଭବତଃ," "ହୋଇପାରେ," ଏହିପରି । ନା । ଆମେ ଏପରି ବୈଜ୍ଞାନିକ କିମ୍ଵା ଗଣିତଜ୍ଞ ଚାହୁଁ ନାହୁଁ । ନା । ଜଣେ ଯିଏ କୃଷ୍ଣଙ୍କୁ ଜାଣିଛି, ଜଣେ ଯିଏ କୃଷ୍ଣଙ୍କର ଭକ୍ତ, ଜଣେ ଯିଏ କେବଳ କୃଷ୍ଣଙ୍କର ନାମ ଶୁଣି ପରମାନନ୍ଦରେ ଅଭିଭୂତ ହୋଇଯାଏ, ତୁମେ ସେମାନଙ୍କ ଠାରୁ ଶିକ୍ଷା ଗ୍ରହଣ କର । ଅନ୍ୟଥା ସମସ୍ତେ ଦୁର୍ଜନ ଅଟନ୍ତି ।

ବହୁତ ବହୁତ ଧନ୍ୟବାଦ ।