OR/Prabhupada 0364 - ଭଗବଦ୍ ଧାମକୁ, ଘରକୁ ଫେରିବା ପାଇଁ ଯୋଗ୍ୟ ହେବା, ଏହା ଏତେ ସହଜ ନୁହେଁ

Revision as of 22:52, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture on SB 5.5.23 -- Vrndavana, November 10, 1976

ଯେପର୍ଯ୍ୟନ୍ତ ଆମେ ମୂଳ ଗୁଣଗୁଡିକ ଉପରେ ନିୟନ୍ତ୍ରଣ କରିନାହୁଁ, ତମୋଗୁଣ, ଏବଂ ରଜୋଗୁଣ, ଆମେ ସୁଖୀ ହୋଇପାରିବା ନାହିଁ । ଏହା ସମ୍ଭବ ନୁହେଁ । ତତୋ ରାଜସ୍ ତମୋ ଭାବଃ । ତତୋ ରାଜସ୍ ତମୋ ଭାବଃ ମାନେ କାମ ଏବଂ ଲୋଭ । ଯେପର୍ଯ୍ୟନ୍ତ ମୋର କାମନା ମନୋବୃତ୍ତି ଅଛି, ଏବଂ ଯେପର୍ଯ୍ୟନ୍ତ ମୋର ଲୋଭ ଅଛି ଅଧିକରୁ ଅଧିକରୁ ଅଧିକ ଅର୍ଜନ କରିବା ପାଇଁ, ଅଧିକରୁ ଅଧିକ ଇନ୍ଦ୍ରିୟଗୁଡିକୁ ଉପଭୋଗ କରିବା... ତାହା ହେଉଛି ଲୋଭ । ଜଣକୁ ସନ୍ତୁଷ୍ଟ ହେବା ଦରକାର, ଯେତେ ସମ୍ଭବ ସେତିକି କମରେ ।

ଆହାର-ନିଦ୍ରା-ଭୟ-ମୈଥୁନଂ ଚ ସାମାନ୍ୟମ୍ ଏତତ୍ ପଶୁଭିର୍ ନରାଣାମ୍ । ଆହାର ମାନେ ଖାଇବା । ଆହାର, ନିଦ୍ରା, ଶୋଇବା, ଏବଂ ଡରିବା, ଏବଂ ଇନ୍ଦ୍ରିୟ ଉପଭୋଗ କରିବା । ଏହା ସବୁ ଆବଶ୍ୟକ, କିନ୍ତୁ ବଢାଇବା ପାଇଁ ନୁହେଁ, କମ କରିବା ପାଇଁ । ଠିକ୍ ଯେପରି ଏକ ବ୍ୟକ୍ତି ରୋଗଗ୍ରସ୍ତ ଥାଏ ତେବେ ସେ ତା ଇଛାନୁଯାୟୀ ଖାଇବା ଉଚିତ୍ ନୁହେଁ । କାରଣ ସେ ରୋଗଗ୍ରସ୍ତ, ଡାକ୍ତର ନିର୍ଦ୍ଦେଶ ଦିଅନ୍ତି ଯେ "ତୁମେ ଅଳ୍ପ ଯଅ(ବାର୍ଲି) ପାଣି ବା ଗ୍ଲୁକୋଜ୍ ଗ୍ରହଣ କର, ପୁଷ୍ଟିକର ଖାଦ୍ୟ ନୁହେଁ, ଯଦି ତୁମକୁ ଠିକ୍ ହେବାର ଅଛି ।" ସେହିପରି ସେହି ଜିନିଷ ଗୁଡିକ ଆବଶ୍ୟକ ଯେପର୍ଯ୍ୟନ୍ତ ଏହି ଶରୀର ଅଛି । ଆହାର-ନିଦ୍ରା-ଭୟ-ମୈଥୁନ । କିନ୍ତୁ ଏଗୁଡିକୁ କମ କରିବାର ଉଚିତ୍, ବଢେଇବାର ନୁହେଁ । ଏହା ହେଉଛି ମାନବ ସଭ୍ୟତା, ବଢେଇବାର ନାହିଁ । ଠିକ୍ ଯେପରି ବୃନ୍ଦାବନର ଗୋସ୍ଵାମୀ ମାନେ । ସେମାନେ ଏଠାକୁ ଆସିନଥିଲେ ଆହାର-ନିଦ୍ରା-ଭୟ-ମୈଥୁନ ବଢେଇବା ପାଇଁ ଆସି ନଥିଲେ । ନାଁ । ସେମାନେ ଆସିଥିଲେ କମ୍ କରିବା ପାଇଂ । ନିଦ୍ରାହାର-ବିହାରକାଦି-ବିଜିତୈ । ତାହା ଆବଶ୍ୟକ । ସେମାନେ ହେଉଛନ୍ତି ବୃନ୍ଦାବନ-ବାସୀ, ନାହିଁ ଯେ ଆମେ ବୃନ୍ଦାବନକୁ ଆସିକି ଅହାର-ନିଦ୍ରା-ଭୟ-ମୈଥୁନ ଗୁଡିକୁ ବଢାଇବା । ଏହା ବୃନ୍ଦାବନ-ବାସ ନୁହେଁ । ମାଙ୍କଡମାନେ ମଧ୍ୟ ବୃନ୍ଦାବନରେ ରୁହନ୍ତି, ଏବଂ କୁକୁରମାନେ ମଧ୍ୟ, ଏବଂ ଘୁସୁରିମାନେ ମଧ୍ୟ ବୃନ୍ଦାବନରେ ଅଛନ୍ତି । କିନ୍ତୁ ସେମାନେ ଜାଣିନାହାଁନ୍ତି କେମିତି ଆହାର-ନିଦ୍ରା-ଭୟ-ମୈଥୁନଗୁଡିକୁ କମ୍ କରିବା । ତୁମେ ମାଙ୍କଡମାନଙ୍କୁ ଦେଖ ।ସେମାନେ ମଧ୍ୟ ବୃନ୍ଦାବନରେ ଅଛନ୍ତି । କିନ୍ତୁ ତୁମେ ଦେଖିବାକୁ ପାଇବ ଏକ ଅଣ୍ଡିରା ମାଙ୍କଡ ପଛରେ ତିନି ଡଜନ ମାଇ ମାଙ୍କଡମାନେ ପଛେପଛେ ଯାଆନ୍ତି । ଏହା ବୃନଚଦାବନ-ବାସ ନୁହେଁ । ଆହାର-ନିଦ୍ରା । ଏହାର ଅର୍ଥ ହେଉଛି ବ୍ରାହ୍ମଣବାଦୀ ସଂସ୍କୃତି, ଦମୋ, ଶମୋର ଆବଶ୍ୟକତା ଅଛି । ଏହାର ଆବଶ୍ୟକତା ଅଛି । ଏହା ହେଉଛି ବ୍ରାହ୍ମଣବାଦୀ ସଂସ୍କୃତି । ଦୁର୍ଭାଗ୍ୟବଶତଃ ବର୍ତ୍ତମାନ ସଭ୍ୟତା, ସେମାନଙ୍କର ଉଦ୍ଦେଶ୍ୟ କମ୍ କରିବା ନୁହେଁ । ସେମାନେ ବଢେଇ ଚାଲିଛନ୍ତି । ଏହି ପାଶ୍ଚାତ୍ୟ ସଭ୍ୟତାର ଉଦ୍ଦେଶ୍ୟ ହେଉଛି ଇନ୍ଦ୍ରିୟଗୁଡିକର ସନ୍ତୁଷ୍ଟିର ସାଧନକୁ ବଢାଇବା, "ମେଶିନ୍, ମେଶିନ୍, ମେଶିନ୍, ମେଶିନ୍ ।" ତେଣୁ, ବ୍ରାହ୍ମଣବାଦୀ ସଂସ୍କୃତି ମାନେ ଶମୋ ଦମୋ ତିତିକ୍ଷା । ତିତିକ୍ଷା ମାନେ ବିନା କିଛି କାରଣରୁ ମୁଁ କଷ୍ଟ ପାଇପାରେ, କଷ୍ଟ ପାଇବା । ତେଣୁ ଜଣକୁ କଷ୍ଟ ପାଇବାର ଅଭ୍ୟାସ କରିବା ଦରକାର । କଷ୍ଟ ପାଇବା, ତାହା ଏକ ତପସ୍ୟା । ତପସା ବ୍ରହ୍ମଚର୍ଯ୍ୟେନ (SB 6.1.13) । ତପସ୍ୟା ବ୍ରହ୍ମଚର୍ଯ୍ୟରୁ ଆରମ୍ଭ ହୁଏ । ଆମେ ଯୌନ ଜୀବନ କିମ୍ଵା ଇନ୍ଦ୍ରିୟ ସନ୍ତୁଷ୍ଟିରେ ଅଭ୍ୟସ୍ତ । ତପସ୍ୟା ଅର୍ଥାତ୍ ପ୍ରଥମେ ଏହି ସବୁ ବନ୍ଦ କରିବା । ତପସା ବ୍ରହ୍ମଚର୍ଯ୍ୟେନ (SB 6.1.13) । ଏହା ହେଉଛି ଅଭ୍ୟାସ ।

ତେଣୁ ଭଗବଦ୍ ଧାମକୁ, ଘରକୁ ଫେରିବା ପାଇଁ ଯୋଗ୍ୟ ହେବା, ଏହା ଏତେ ସହଜ ନୁହେଁ । ଏହା ଏତେ ସହଜ ନୁହେଁ... ଆମକୁ ଆମର ଭୌତିକ ଜୀବନ ପ୍ରାୟତଃ ଶୂନ୍ୟ କରିବାକୁ ହେବ । ପ୍ରାୟତଃ ଶୂନ୍ୟ ନୁହେଁ - ବ୍ୟବହାରିକ ରୂପରେ ଶୂନ୍ୟ । ଅନ୍ୟାଭିଳାସିତା - (Brs. 1.1.11) । ତାହା ଆବଶ୍ୟକ, ଅଭ୍ୟାସ । ସେଥିପାଇଁ ଏହା, ଆମର କୃଷ୍ଣ ଚେତନାର କେନ୍ଦ୍ରର, ଲକ୍ଷ ହେଉଛି ଏହି ସମୋ ଦମୋ ତିକ୍ଷାକୁ ଅଭ୍ୟାସ କରିବା । ସେଥିପାଇଁ ଆମେ ଦେଖିବାକୁ ଚାହୁଁଛୁ ସମୋ ଦମୋ ତିକ୍ଷା ଅଭ୍ୟାସ କରିବାରେ କେତେ ଦୁର ସେ ଯୋଗ୍ୟ । ତ କିଛି ନୁଆଁ ଯୁବକ ଆସନ୍ତୁି, ଯେମିତି ହି ସେମାନଙ୍କୁ କିଛି କାମ ଦିଆଯାଉଛି, ଯାହା ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ ଅତି ଭଲ ନୁହେଁ, ସେମାନେ ଚାଲିଯାଆନ୍ତି । ତାହା ଅର୍ଥ ସେମାନେ ପ୍ରସ୍ତୁତ ନୁହଁନ୍ତି । ଭଲ ହେବ ଯଦି ସେମାନେ ଚାଲିଯାଆନ୍ତି । ବଙ୍ଗାଳୀରେ ଏହା କୁହାଯାଇଛି, ଦୁଷ୍ଟ ଗୋରୂତେ ଶୁନ୍ୟ ଗୋୟାଲୋଆ: "ଯଦି ଅସୁବିଧା କରିବା ଭଳି ଗାଈ ଅଛନ୍ତି, ତେବେ ଭଲହେବ ଯଦି ଗୁହାଳକୁ ଖାଲି ରଖିଦେବ, ଗାଈ ବିନା । ଛାଡ ନାହିଁ ।" ତ ଏହି କୃଷ୍ଣ ଚେତନା ଆନ୍ଦୋଳନର ଉଦ୍ଦେଶ୍ୟ ପଶୁ ଶ୍ରେଣୀର ଲୋକମାନଙ୍କୁ ବ୍ରାହ୍ମଣ ଶ୍ରେଣୀକୁ ଉନ୍ନତି କରାଇବା । ସେଥିପାଇଁ ପବିତ୍ର ବ୍ରତ ସମାରୋହ ଦ୍ଵିତୀୟ ଦିକ୍ଷା ରୂପେ ଦିଆଯାଉଛି, ଯେ "ସେ ବର୍ତ୍ତମାନ ସମୋ ଦମୋ ତିତିକ୍ଷା ଆଦି ଅଭ୍ୟାସ କରିସାରିଛି, ଏବଂ ସେ ଶିକ୍ଷା ପ୍ରାପ୍ତ କରିଛି କୃଷ୍ଣ କ'ଣ, ସେ କ'ଣ, ତା'ର କୃଷ୍ଣଙ୍କ ସହ ସମ୍ପର୍କ କ'ଣ, ବର୍ତ୍ତମାନ କୃଷ୍ଣଙ୍କ ସନ୍ତୁଷ୍ଟି ପାଇଁ କିପରି କାର୍ଯ୍ୟ କରିବା ।" ଏହା ହେଉଛି ବ୍ରାହ୍ମଣବାଦୀ ଯୋଗ୍ୟତା । ଯଦି ଜଣେ ଏହି ସ୍ତରକୁ ଉତ୍ତୀର୍ଣ୍ଣ ହୋଇଯାଏ... ଏହି ସ୍ତରକୁ ସତ୍ତ୍ଵଗୁଣ କୁହାଯାଏ ।