OR/Prabhupada 0421 - ମହାମନ୍ତ୍ର ଜପ କରିବା ସମୟରେ ଦଶଟି ଅପରାଧ ପରିହାର କର - ୧ ରୁ ୫: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0421 - in all Languages Category:OR-Quotes - 1968 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Seattle]]
[[Category:OR-Quotes - in USA, Seattle]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0419 - ଦୀକ୍ଷା ସଂସ୍କାର ହେଉଛି କୃଷ୍ଣ ଚେତନାର ତୃତୀୟ ସ୍ତର|0419|OR/Prabhupada 0423 - ମୁଁ ତୁମ ମାନଙ୍କ ପାଇଁ ଏତେ କଠିନ ପରିଶ୍ରମ କରୁଛି, କିନ୍ତୁ ତୁମେ ଳାଭ ନେଉ ନାହଁ|0423}}
{{1080 videos navigation - All Languages|Oriya|OR/Prabhupada 0420 - ଭାବ ନାହିଁ ଯେ ତୁମେ ଦୁନିଆର ଦାସୀ - ୧ ରୁ ୫|0420|OR/Prabhupada 0422 - ମହାମନ୍ତ୍ର ଜପ କରିବା ସମୟରେ ଦଶଟି ଅପରାଧ ପରିହାର କର - ୬ ରୁ ୧୦|0422}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|ZH_lJ88w2Mk|ମହାମନ୍ତ୍ର ଜପ କରିବା ସମୟରେ ଦଶଟି ଅପରାଧ ପରିହାର କର - ୧ ରୁ ୫<br />- Prabhupāda 0421}}
{{youtube_right|C4S4OBLJSGA|ମହାମନ୍ତ୍ର ଜପ କରିବା ସମୟରେ ଦଶଟି ଅପରାଧ ପରିହାର କର - ୧ ରୁ ୫<br />- Prabhupāda 0421}}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:41, 1 October 2020



Lecture & Initiation -- Seattle, October 20, 1968

ମଧୁଦ୍ଵିଶ: ଶ୍ରୀଲା ପ୍ରଭୁପାଦ? ମୁଁ ଦଶଟି ଅପରାଧଗୁଡ଼ିକୁ ପଢ଼ିବି କି?

ପ୍ରଭୁପାଦ: ହଁ ।

ମଧୁଦ୍ଵିଶ: ତାହା ଆମ ପାଖରେ ଅଛି ।

ପ୍ରଭୁପାଦ: ଦେଖ । ପଢ଼ି ଚାଲ । ହଁ, ତୁମେ ପଢ଼ ।

ମଧୁଦ୍ଵିଶ: "ମହାମନ୍ତ୍ର ଜପ କରିବା ସମୟରେ ଦଶଟି ଅପରାଧ ପରିହାର କର । ପ୍ରଥମ: ଭଗବାନଙ୍କର ଭକ୍ତକୁ ନିନ୍ଦା କର ନାହିଁ ।"

ପ୍ରଭୁପାଦ: ବର୍ତ୍ତମାନ ତୁମେ ବୁଝିବାକୁ ଚେଷ୍ଟା କର । ଭଗବାଙ୍କର କୌଣସି ଭକ୍ତକୁ ନିନ୍ଦା କରିବା ଉଚିତ୍ ନୁହେଁ । ଏହା ଫରକ ପାକାଏ ନାହଁ କୌଣସି ଦେଶରେ ମଧ୍ୟ । ଠିକ୍ ଯେପରି ପ୍ରଭୁ ଜୀଶୁ ଖ୍ରୀଷ୍ଟ, ସେ ହେଉଛନ୍ତି ମହାନ୍ ଭକ୍ତ । ଏବଂ ଏପରିକି ମହମ୍ମଦ, ସେ ମଧ୍ୟ ଏକ ଭକ୍ତ । ଏହା ନୁହେଁ ଯେ କାରଣ ଆମେ ଭକ୍ତ ଏବଂ ସେମାନେ ଭକ୍ତ ନୁହଁନ୍ତି । ସେପରି ଚିନ୍ତା କର ନାହିଁ । ଯେ କେହି ମଧ୍ୟ ଭଗବାନଙ୍କର ଖ୍ୟାତିକୁ ପ୍ରଚାର କରେ, ସେ ହେଉଛି ଭକ୍ତ । ତାର ନିନ୍ଦା କରିବା ଉଚିତ୍ ନୁହେଁ । ତୁମେ ସାବଧାନର ସହ ରହିବା ଉଚିତ୍ । ତାପରେ?

ମଧୁଦ୍ଵିଶ: "ଦ୍ଵିତୀୟ: ଭଗବାନ ଏବଂ ଅନ୍ୟ ଦେବତାମାନଙ୍କୁ ଏକା ସ୍ତରର ଭାବିବା କିମ୍ଵା ଅନେକ ଭଗବାନ ଅଛନ୍ତି ବୋଲି ଭାବିବା ।"

ପ୍ରଭୁପାଦ: ହଁ । ଠିକ୍ ଯେପରି ଅନେକ ଦୁର୍ଜନ ଅଛନ୍ତି, ସେମାନେ କୁହଁନ୍ତି ଯେ ଦେବତାମାନେ... ଅବଶ୍ୟ, ଦେବତାମାନଙ୍କ ସହିତ ତୁମର କୌଣସି ସମ୍ଵନ୍ଧ ନାହିଁ । ବୈଦିକ ଧର୍ମରେ ଶହେ ଏବଂ ହଜାରେ ଦେବତା ଅଛନ୍ତି । ବିଶେଷକରି ଏହା ଚାଲି ଆସିଛି ଯେ ତୁମେ କୃଷ୍ଣ କିମ୍ଵା ଶିବ କିମ୍ଵା କାଳୀଙ୍କୁ ପୂଜା କର, ସବୁ ଏକା କଥା । ଏହା ବାଜ୍ୟେ କଥା । ମୋର କହିବାର ଅର୍ଥ ହେଲା, ତୁମେ ପରମ ପୁରୁଷ ଭଗବାନଙ୍କୁ ଏକା ସ୍ତରରେ ରଖିବା ଉଚିତ୍ ନୁହେଁ । କେହି ମଧ୍ୟ ଭଗବାନଙ୍କ ଠାରୁ ବଡ଼ ନୁହଁନ୍ତି । କେହି ମଧ୍ୟ ଭଗବାନଙ୍କ ସହିତ ସମାନ ନହଁନ୍ତି । ତେଣୁ ଏହି ସମାନତାକୁ ପରିହାର କରିବା ଉଚିତ୍ । ତାପରେ?

ମଧୁଦ୍ଵିଶ: "ତୃତୀୟ: ଆଧ୍ୟାତ୍ମିକ ଗୁରୁଙ୍କର ଆଦେଶକୁ ଅବହେଳା କରିବା ।"

ପ୍ରଭୁପାଦ: ହଁ । ଆଧ୍ୟାତ୍ମିକ ଗୁରୁଙ୍କର ଆଦେଶ ତୁମର ଜୀବନ ଏବଂ ଆତ୍ମା ହେବା ଉଚିତ୍ । ତେବେ ସବୁକିଛି ସ୍ପଷ୍ଟ ହୋଇଯିବ । ତାପରେ?

ମଧୁଦ୍ଵିଶ: "ଚତୁର୍ଥ: ବେଦ ଗୁଡ଼ିକର ଅଧିକାରକୁ ହ୍ରାସ କର ନାହିଁ ।"

ପ୍ରଭୁପାଦ: ହଁ । ଅଧିକୃତ ଶାସ୍ତ୍ରର ମହତ୍ଵକୁ କେହି ମଧ୍ୟ କମ କର ନାହିଁ । ଏହା ମଧ୍ୟ ଅପରାଧ । ତାପରେ?

ମଧୁଦ୍ଵିଶ: "ପଞ୍ଚମ: ଭଗବାନଙ୍କର ପବିତ୍ର ନାମକୁ ଭାଷାନ୍ତରିତ କରିବା ।"

ପ୍ରଭୁପାଦ: ହଁ । ବର୍ତ୍ତମାନ ଯେପରି ଆମେ ହରେ କୃଷ୍ଣ ଜପ କରୁଛୁ, ଠିକ୍ ଯେପରି ଅନ୍ୟ ଏକ ଦିନ ଏକ ବାଳକ: "ଏକ ସାଙ୍କେତିକ ।" ଏହା ସାଙ୍କେତିକ ନୁହେଁ । କୃଷ୍ଣ, ଆମେମାନେ କୃଷ୍ଣଙ୍କର ନାମ ଜପ କରୁଛୁ," କୃଷ୍ଣଙ୍କୁ ସମ୍ଵୋଧିତ କରିବା । ହରେ ଅର୍ଥାତ୍ କୃଷ୍ଣଙ୍କର ଶକ୍ତିକୁ ସମ୍ଵୋଧିତ କରୁଛୁ, ଏବଂ ଆମେ ପ୍ରାର୍ଥନା କରୁଛୁ, ଯେ, "ଦୟାକରି ଆପଣଙ୍କର ସେବାରେ ମୋତେ ନିଯୁକ୍ତ କର ।" ତାହା ହେଉଛି ହରେ କୃଷ୍ଣ । ଅନ୍ୟ କୌଣସି ଭାଷାନ୍ତର କର ନାହିଁ । ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ / ହରେ ରାମ, ହରେ ରାମ, ରାମ ରାମ, ହରେ ହରେ । ଏକମାତ୍ର ପ୍ରାର୍ଥନା ହେଉଛି, "ହେ ଭଗବାନଙ୍କର ଶକ୍ତି, ହେ ଭଗବାନ କୃଷ୍ଣ, ଭଗବାନ ରାମ, ଦୟାକରି ଆପଣଙ୍କର ସେବାରେ ମୋତେ ନିଯୁକ୍ତ କରନ୍ତୁ ।" ବାସ୍ । ଅନ୍ୟ କୌଣସି, ଦ୍ଵିତୀୟ ଭାଷାନ୍ତର କର ନାହିଁ ।