OR/Prabhupada 0435 - ଆମେ ଏଇ ସମସ୍ତ ସାଂସାରିକ ସମସ୍ୟା ନେଇ ବିଭ୍ରାନ୍ତ ହୋଇ ପଡ଼ିଛୁ

Revision as of 22:58, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.8-12 -- Los Angeles, November 27, 1968

ଭକ୍ତ: "ଏ ଯେଉଁ ଦୁଃଖ ମୋର ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରି ଦେଉଛି, ତାହା ଦୂର କରିବାର କୌଣସି ଉପାୟ ମୁଁ ଦେଖିପାରୁ ନାହିଁ | ସ୍ୱର୍ଗର ଦେବତାମାନଙ୍କ ପରି ଏକ ଅପ୍ରତିଦ୍ଵନ୍ଦୀ ସାମ୍ରାଜ୍ୟ ଯଦି ମୁଁ ଲାଭ କରେ, ତଥାପି ମୋର ଏ ଶୋକ ଯେ, ଦୂର ହେବ, ତାହା ମୁଁ ଦେଖିପାରୁ ନାହିଁ | (ଭ.ଗୀ. ୨.୮)| ସଞ୍ଜୟ କହିଲେ: ଏହିପରି ଭାବରେ ଶତ୍ରୁ ଦମନକାରୀ ଅର୍ଜୁନ କୃଷ୍ଣଙ୍କୁ କହିଲେ, 'ହେ ଗୋବିନ୍ଦ! ମୁଁ ଯୁଦ୍ଧ କରିବି ନାହିଁ |' ଏହା କହି ସେ ନୀରବ ହେଲେ |(ଭ.ଗୀ. ୨.୯)| ହେ ଭାରତବଂଶଜ! ସେ ସମୟରେ କୃଷ୍ଣ ହସି ହସି ଦୁଃଖାଭିଭୂତ ଅର୍ଜୁନଙ୍କୁ ଉଭୟ ସେନା ମଧ୍ୟରେ ନିମ୍ନମତେ କହିଲେ | (ଭ.ଗୀ. ୨.୧୦) | ଶ୍ରୀ ଭଗବାନ କହିଲେ... "

ପ୍ରଭୁପାଦ: ଯେତେବେଳେ ଆମେ କୌଣସି ବିପଦଜନକ ସ୍ଥିତିରେ ବହୁତ ଗମ୍ଭୀର ହୋଇଯାଉ, ଯେପରିକି ଆମେ ରାସ୍ତା ପାଉନେ, କିନ୍ତୁ କୃଷ୍ଣ ହସନ୍ତି | ଦେଖି ପାରୁଛ? ବେଳେବେଳେ ଆମେ ଭାବୁ... ଏହାକୁ ବିଭ୍ରମ କୁହାଯାଏ | ସେଇ ଏକା ଉଦାହରଣ, ଜଣେ ମନୁଷ୍ୟ ସ୍ଵପ୍ନ ଦେଖୁଛି, "ସେଠାରେ ଗୋଟେ ବାଘ ଅଛି, ସେଠାରେ ଗୋଟେ ବାଘ ଅଛି | ସେ ମୋତେ ଖାଇ ଯାଉଛି", ଆଉ ଯେଉଁ ମନୁଷ୍ୟ ଯେ ଜାଗ୍ରତ ଅବସ୍ଥାରେ ଅଛି, ସେ ହସୁଛି "ବାଘ କେଉଁଠି ଅଛି? କେଉଁଠି ଅଛି ବାଘ?" ଆଉ ଏଇ ମନୁଷ୍ୟ କାନ୍ଦୁଛି "ବାଘ, ବାଘ, ବାଘ" | ଠିକ ସେହିପରି ଯେତେବେଳେ ଆମେ ବହୁତ ବିକଳ ହୋଇପଡୁଛେ... ରାଜନେତା ମାନଙ୍କ ପରି, ସେମାନେ ବେଳେବେଳ ରାଜନୀତିକ ପରିସ୍ଥିତିରେ କିଂକର୍ତ୍ତବ୍ୟମୂଢ ହୋଇ ଦାବି କରନ୍ତି "ଏହା ଆମର ଜମି, ଆମ ଦେଶ", ଅନ୍ୟ ପକ୍ଷ ମଧ୍ୟ ଦାବି କରେ "ଏହା ଆମର ଜମି, ଆମ ଦେଶ", ଆଉ ବହୁତ ଗମ୍ଭୀରତା ସହ ଯୁଦ୍ଧ କରନ୍ତି | କୃଷ୍ଣ ହସନ୍ତି | "ଏ କି ନିରର୍ଥକ ଦାବି 'ମୋ ଦେଶ, ମୋ ଜମି'? ଏହା ମୋର ଜମି ଆଉ ସେମାନେ ଦାବି କରୁଛନ୍ତି 'ମୋ ଜମି' ଆଉ ଯୁଦ୍ଧ କରୁଛନ୍ତି" | ପ୍ରକୃତରେ ଏ ଭୂମି କୃଷ୍ଣଙ୍କର ଅଟେ, କିନ୍ତୁ ଏହି ଲୋକ ମାନେ ବିଭ୍ରାନ୍ତିରେ ପଡ଼ି ଦାବି କରୁଛନ୍ତି "ଏହା ମୋ ଜମି, ଏହା ମୋ ଦେଶ", ଭୁଲିଯାଇଛନ୍ତି କେତେଦିନ ସେମାନେ ଏହି ଦେଶ ବା ଜାତି ସହ ଅଛନ୍ତି | ଏହାକୁ ମାୟା କହାଯାଏ |

ତ ଏହା ଆମର ସ୍ଥିତି | ଆମର ପ୍ରକୃତ ସ୍ଥିତିକୁ ନ ବୁଝି ଆମେ ଦୁନିଆର ସମସ୍ୟା ନେଇ ଚିନ୍ତିତ ଅଛେ, ଯାହା ସବୁ ମିଥ୍ୟା ଅଟେ | ଜନଶ୍ୟ ମୋହୋ ଽୟଂ ଅହଂ ମମେତି (ଭା.୫.୫.୮) | ମୋହ, ମୋହ ଅର୍ଥ ମାୟା | ଏହା ଭ୍ରମ ଅଟେ | ତ ସମସ୍ତେ ଏଇ ଭ୍ରମରେ ଅଛନ୍ତି | ତ ଯିଏ ବୁଦ୍ଧିମାନ, ଯଦି ସେ ବୁଝିପାରେ ଯେ ଏହି ପାର୍ଥିବ ଅବସ୍ଥାନ କେବଳ ଭ୍ରମ... "ମୁଁ" ଆଉ "ମୋର" ନୀତିରେ ଭିତି କରି ଯାହା ବି ମୁଁ ବିଚାର କରୁଛି ସେ ସବୁ ଗୁଡିକ ଭ୍ରମ ଅଟେ | ତ ଜଣେ, ଯେତେବେଳେ ଜଣେ ଏଇ ଭ୍ରମରୁ ବାହାରିବା ପାଇଁ ବୁଦ୍ଧିମାନ ହୁଏ, ସେହି ସମୟରେ ସେ ଆଧ୍ୟାତ୍ମିକ ଗୁରୁଙ୍କ ଶରଣ ଗ୍ରହଣ କରେ | ସେଇ ଉଦାହରଣଟି ଅର୍ଜୁନ ଦେଇଛନ୍ତି | ସେ ଯେତେବେଳେ ବହୁତ ଅଧିକ ବିଚଳିତ ହୋଇ ପଡିଲେ... ସେ ବନ୍ଧୁ ଭାବରେ କୃଷ୍ଣଙ୍କ ସହ କଥା ହେଉଥିଲେ କିନ୍ତୁ ସେ ଦେଖିଲେ "ଏହି ବନ୍ଧୁତ୍ୱପୂର୍ଣ୍ଣ କଥାବାର୍ତ୍ତା ମୋର ପ୍ରଶ୍ନର ସମାଧାନ କରିବ ନାହିଁ " | ଆଉ ସେ କୃଷ୍ଣଙ୍କୁ ମନୋନୀତ କଲେ, କାରଣ ସେ କୃଷ୍ଣଙ୍କ ମୂଲ୍ୟ ଜାଣିଥିଲେ | ଅନ୍ତତଃ, ସେ ଜାଣିବା ଉଚ୍ଚିତ | ସେ ବନ୍ଧୁ | ଆଉ ସେ ଜାଣିଥିଲେ କି କୃଷ୍ଣଙ୍କୁ ଗ୍ରହଣ କରାଯାଇଅଛନ୍ତି... "ଯଦିଓ ସେ ମୋର ବନ୍ଧୁରୂପରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ମହାନ ଅଧିକାରୀମାନଙ୍କ ଦ୍ୱାରା କୃଷ୍ଣଙ୍କୁ ପରମପୁରୁଷ ରୂପରେ ଗ୍ରହଣ କରାଯାଇଅଛି | ତାହା ଅର୍ଜୁନ ଜାଣିଥିଲେ | ତ ସେ କହିଲେ "ମୁଁ ଏତେ ଦ୍ଵିଧାରେ ଅଛିଯେ ମୁଁ କିଛି ବୁଝିପାରୁନାହିଁ | ଯଦିଓ ମୁଁ ଗ୍ରହଣ କରୁଛି ଯେ ଏ ଯୁଦ୍ଧରେ ବିଜୟ ହେବି, ତଥାପି ମୁଁ ଖୁସି ହୋଇ ପାରୁନାହିଁ | ଏଇ ଗ୍ରହରେ ବିଜୟୀ ହେବା କଥା କଣ କହିବି, ଯଦି ମୁଁ ଅନ୍ୟ ସବୁ ଗ୍ରହର ରାଜା ହୋଇଯାଏ କିମ୍ବା ମୁଁ ଉଚ୍ଚତ୍ତମ ଗ୍ରହରେ ଜଣେ ଦେବତା ହୋଇଯାଏ, ତଥାପି ଏହି ଦୁଃଖ ଦୂର ହୋଇ ପାରିବ ନାହିଁ" | ତୁମେ ଦେଖି ପାରୁଛ?