OR/Prabhupada 0445 - ଏହା ଏକ ପ୍ରଥା ହୋଇଯାଇଛି, ନାରାୟଣଙ୍କୁ ସମସ୍ତଙ୍କ ସହ ସମାନ ଭାବରେ ଦେଖିବା: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0445 - in all Languages Category:OR-Quotes - 1977 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in India, Mayapur]]
[[Category:OR-Quotes - in India, Mayapur]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0444 - ଗୋପୀମାନେ ବଦ୍ଧଜୀବି ନୁହଁନ୍ତି । ସେମାନେ ମୁକ୍ତ ଆତ୍ମା|0444|OR/Prabhupada 0446 - ଲକ୍ଷ୍ମୀଙ୍କୁ ନାରାୟଣଙ୍କ ଠାରୁ ଅଲଗା କରିବା ପାଇଁ ଚେଷ୍ଟା କର ନାହିଁ |0446}}
{{1080 videos navigation - All Languages|Oriya|OR/Prabhupada 0444 - ଗୋପୀମାନେ ବଦ୍ଧଜୀବି ନୁହଁନ୍ତି । ସେମାନେ ମୁକ୍ତ ଆତ୍ମା|0444|OR/Prabhupada 0446 - ଲକ୍ଷ୍ମୀଙ୍କୁ ନାରାୟଣଙ୍କ ଠାରୁ ଅଲଗା କରିବା ପାଇଁ ଚେଷ୍ଟା କର ନାହିଁ|0446}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->

Latest revision as of 22:40, 1 October 2020



Lecture on SB 7.9.2 -- Mayapur, February 12, 1977

ପ୍ରଦ୍ୟୁମ୍ନ: ଅନୁବାଦ -"ଭାଗ୍ୟଙ୍କ ଦେବି, ଲକ୍ଷ୍ମୀ, ତାଙ୍କୁ ସମସ୍ତ ଉପସ୍ଥିତ ଦେବତା ଗଣ ଅନୁରୋଧ କରିଥିଲେ ଭଗବାନଙ୍କ ନିକଟକୁ ଯିବା ପାଇଁ, ଯିଏ ଭୟ ଯୋଗୁଁ ଯାଇପାରି ନଥିଲେ | କିନ୍ତୁ ସେ (ଲକ୍ଷ୍ମୀ) ମଧ୍ୟ ଭଗବାନଙ୍କର ଏତେ ସୁନ୍ଦର ଏବଂ ଅଦ୍ଭୁତ ରୂପ କେବେ ଦେଖି ନ ଥିଲେ, ଏବଂ ସେଥିପାଇଁ ସେ ତାଙ୍କ ନିକଟକୁ ଯାଇ ପାରି ନ ଥିଲେ |"

ପ୍ରଭୁପାଦ:

ସାକ୍ଷ୍ୟାତ ଶ୍ରୀଃ ପ୍ରେଷିତ
ଦେଵୈର ଦୃଷ୍ଟବା ତାଂ ମହଦ
ଅଦ୍ଭୁତମ ଅଦୃଷ୍ଟଶୃତ-ପୂର୍ବତବତ
ସ ନପିଇଯାଆ ଶଙ୍କିତ
(SB 7.9.2)

ତେଣୁ ଶ୍ରୀ, ଲକ୍ଷ୍ମୀ, ସେ ସବୁବେଳେ ଭଗବାନ, ନାରାୟଣଙ୍କ ପାଖରେ ରୁହଁନ୍ତି | ଲକ୍ଷ୍ମୀ-ନାରାୟଣ | ଯେଉଁଠି ନାରାୟଣ ସେଠି ଲକ୍ଷ୍ମୀ ରୁହଁନ୍ତି | ଐଶ୍ଵର୍ଯ୍ୟସ୍ୟ ସମଗ୍ରସ୍ୟା ବୀର୍ଯ୍ୟସ୍ୟ ୟସସହ ସ୍ରିୟଃ (Vishnou Purana 6.5.47) | ସ୍ରିୟଃ | ତେଣୁ ଭଗବାନ, ପରମ ପୁରୁଷ ଭଗବାନ, ସେ ସର୍ବଦା ଛଅଟି ଐଶ୍ଵର୍ଯ୍ୟରେ ପରିପୂର୍ଣ୍ଣ: ଐଶ୍ଵର୍ଯ୍ୟ, ଧନ; ସମଗ୍ରସ୍ୟା, ସମସ୍ତ ଧନ... କେହି ମଧ୍ୟ ତାଙ୍କ ସହ ପ୍ରତିଯୋଗିତା କରି ପାରିବେ ନାହିଁ | ଏହି ଭୌତିକ ଜଗତରେ ପ୍ରତିଯୋଗିତା ହୁଏ | ତୁମ ପାଖରେ ଏକ ହଜାର ଅଛି; ମୋ ପାଖରେ ଦୁଇ ହଜାର ଅଛି; ଅନ୍ୟ ଏକ ଲୋକ ପାଖରେ ତିନି ହଜାର ଅଛି ବା ତିରିଶି ଲକ୍ଷ୍ୟ ଅଛି | କେହି ମଧ୍ୟ କହି ପାରିବେ ନାହିଁ, "ଏହି ପ୍ରତିଯୋଗିତା ଶେଷ ହୋଇଗଲା 'ମୋ ପାଖରେ ସବୁ ଟଙ୍କା ଅଛି | " ନାଁ | ତାହା ସମ୍ଭବ ନୁହେଁ | ପ୍ରତିଯୋଗିତା ନିଶ୍ଚିତ ହେବ | ସମ ଉର୍ଦ୍ଧ୍ୱ | ସମ ମାନେ "ସମାନ," ଏବଂ ଉର୍ଦ୍ଧ୍ୱ ମାନେ "ମହାନତମ |" ତେଣୁ କେହି ମଧ୍ୟ ନାରାୟଣଙ୍କ ସହ ସମାନ ନୁହଁନ୍ତି, ଏବଂ କେହି ମଧ୍ୟ ନାରାୟଣଙ୍କ ଠାରୁ ମହାନ ନୁହଁନ୍ତି | ଆଜିକାଲି ଏହା ଏକ ପ୍ରଚଳିତ ଢଙ୍ଗ ହୋଇଯାଇଛି, ଯେ ଦରିଦ୍ର-ନାରାୟଣ | ନାଁ | ଦରିଦ୍ର କେବେ ମଧ୍ୟ ନାରାୟଣ ହୋଇପାରିବ ନାହିଁ, କି ନାରାୟଣ କେବେ ଦରିଦ୍ର ହୋଇପାରିବେ ନାହିଁ, କାରଣ ନାରାୟଣ ସବୁବେଳେ ଶ୍ରୀ ଲକ୍ଷ୍ମୀ ଦେବୀଙ୍କ ସହ ରୁହଁନ୍ତି | ସେ କିପରି ଦରିଦ୍ର ହୋଇପାରିବେ? ଏହା ସବୁ କୃତ୍ରିମ ରୂପେ ବିବେକ ହୀନ ମନଗଢ଼ା, ଅପରାଧ |

ୟସ ତୁ ନାରାୟଣ° ଦେବଂ
ବ୍ରହ୍ମା-ରୁଦ୍ରାଦି-ଦୈଵାତିଃ
ସମତ୍ବେନା ବିକ୍ଷେତ
ଶ ପାଷଣ୍ଡି ଭଵେଦ ଧ୍ରୁଵମ
(CC Madhya 18.116)

ଶାସ୍ତ୍ର କହୁଛି, ୟସ ତୁ ନାରାୟଣ° ଦେବଂ | ନାରାୟଣ, ପରମ ପୁରୁଷ ଭଗବାନ... ବ୍ରହ୍ମା-ରୁଦ୍ରାଦି ଦୈଵାତିଃ | ଦରିଦ୍ରର କଥା କଣ କହିବା, ଯଦି ତୁମେ ନାରାୟଣଙ୍କୁ ବଡ଼ ବଡ଼ ଦେବତା ମାନଙ୍କ ସହ ସମାନ ସ୍ତରରେ ଦେଖିବା ଯେପରି ବ୍ରହ୍ମା ବା ଭଗବାନ ଶିବଙ୍କ ସହ, ଯଦି ତୁମେ ସେପିର ଦେଖିବ ଯେ "ନାରାୟଣ ହେଉଛନ୍ତି ଭଗବାନ ବ୍ରହ୍ମା ବା ଭଗବାନ ଶିବଙ୍କ ସମାନ ସ୍ତରରେ, " ସମତ୍ବେନ ବିକ୍ଷେତ ଶ ପାଷଣ୍ଡି ଭଵେଦ ଧ୍ରୁଵମ, ସେହି କ୍ଷଣରେ ସେ ଏକ ପାଶାଣ୍ଡି | ପାଷଣ୍ଡି ମାନେ ଅତ୍ୟନ୍ତ ନିନ୍ଦନୀୟ | ଏହା ହେଉଛି ଶାସ୍ତ୍ରର ଆଦେଶ | ୟସ ତୁ ନାରାୟଣ° ଦେବଂ ବ୍ରହ୍ମା-ରୁଦ୍ରାଦି-ଦୈଵାତିଃ ସମାତ୍ଵେନ |

ତେଣୁ ଏହା ଏକ ପ୍ରଥା ହୋଇଯାଇଛି, ନାରାୟଣଙ୍କୁ ସମସ୍ତଙ୍କ ସହ ସମାନ ଭାବରେ ଦେଖିବାର | ତେଣୁ ଏହିପରି ଭାବରେ ଭାରତର ସଂସ୍କୃତି ବିଲୁପ୍ତ ହୋଇଯାଉଛି | ନାରାୟଣ କେବେ ମଧ୍ୟ ସମାନ ନୁହଁନ୍ତି | ନାରାୟଣ ସ୍ଵୟଂ ଭଗବତ ଗୀତାରେ କହୁଛନ୍ତି, ମତ୍ତଃ ପରତରଂ ନାନ୍ୟତ୍ କିଞ୍ଚିଦସ୍ତି ଧନଞ୍ଜୟ (BG 7.7)| ଅନ୍ୟ ଏକ ଶବ୍ଦର ପ୍ରୟୋଗ କରାଯାଇଛି: ଅସମୁର୍ଧ୍ଵ | କେହି ମଧ୍ୟ ନାରାୟଣଙ୍କ ସହ ସମାନ ନୁହଁନ୍ତି, ବିଷ୍ନୁ-ତତ୍ତ୍ଵ | ନାଁ | ଓଁ ତଦ ବିଷ୍ନୁଃ ପରମଂ ପଦଂ ସଦା ପଶ୍ୟନ୍ତି ସୁରାୟଃ (RG Veda 1.22.20)| ଏହା ହେଉଛି ଋକ ବେଦର ମନ୍ତ୍ର | ବିଷ୍ନୁଃ ପଦଂ ପରମଂ ପଦଂ | ଅର୍ଜୁନ ଭଗବାନ ବୋଲି ସମ୍ବୋଧନ କରୁଛନ୍ତି, ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ୍ (BG 10.12) | ପରମଂ ଭବାନ୍ | ତେଣୁ ଏହି ପାଷାଣ୍ଡି ଚିନ୍ତାଧାରା ଜଣଙ୍କର ଆଧ୍ୟାତ୍ମିକ ପ୍ରଗତିକୁ ନଷ୍ଟ କରିଦିଏ । ମାୟାବାଦ । ମାୟାବାଦ । ତେଣୁ ସେଥିପାଇଁ ଚୈତନ୍ୟ ମହାପ୍ରଭୁ ମାୟାବାଦୀ ମାନଙ୍କ ସହ ସମ୍ବନ୍ଧ ରଖିବାକୁ କଠୋରତାପୂର୍ବକ ମନା କରିଦେଇଛନ୍ତି । ମାୟାବାଦୀ ଭାସ୍ୟ ଶୁଣିଲେ ହୟେ ସର୍ବ-ନାଶ (CC Madhya 6.169) । "ଯିଏ କେହି ମଧ୍ୟ ମାୟାବାଦୀଙ୍କ ସହ ମିଶିବ, ତାର ଆଧ୍ୟାତ୍ମିକ ଜୀବନ ନାଶ ହୋଇଯିବ ।" ସର୍ବ-ନାଶ । ମାୟାବାଦୀ ହୁଏ କୃଷ୍ଣ ଅପରାଧୀ । ତୁମକୁ ଏହି ମାୟାବାଦୀ ଦୁର୍ଜନ ମାନଙ୍କଠୁ ଦୁରରେ ରହିବା ପାଇଁ ଅଧିକରୁ ଅଧିକ ସତର୍କ ହେବାକୁ ପଡିବ । ସେମିତି କିଛି ନାହିଁ ଯେ "ନାରାୟଣ ଦରିଦ୍ର ହୋଇଯିବେ ।" ଏହା ସମ୍ଭବ ନୁହେଁ ।

ତେଣୁ ନାରାୟଣ ସବୁବେଳେ ସାକ୍ଷାତ ଶ୍ରୀଙ୍କ ସଙ୍ଗେ ରୁହନ୍ତି । ଶ୍ରୀ, ବିଶେଷ ରୂପରେ ଏଠି ଅଛନ୍ତି, ଶ୍ରୀ ଲକ୍ଷ୍ମୀଦେବୀ, ବର୍ଣ୍ଣନା କରାଯାଇଛି, ଯେ ସେ ନିରନ୍ତର ନାରାୟଣଙ୍କ ସହ ରହନ୍ତି । ସେହି ଶ୍ରୀଙ୍କର ବିସ୍ତାର ରୂପ ବୈକୁଣ୍ଠଲୋକରେ ଅଛନ୍ତି । ଲକ୍ଷ୍ମୀ-ସହସ୍ର ଶତ ସାମଭ୍ରମ ସେବାୟମାନଂ ।

ଚିନ୍ତାମଣି ପ୍ରକାର-ସଦ୍ମସୁ କଳ୍ପ ବୃକ୍ଷ
ଲକ୍ଷାବୃତେଶୁ ସୁରଭୀର ଅଭୀପାଲୟନ୍ତଂ
ଲକ୍ଷ୍ମୀ-ସହସ୍ର ଶତ ସାମଭ୍ରମ ସେବାୟମାନଂ
ଗୋବିନ୍ଦଂ ଆଦି ପୁରୁଷଂ ତମହଂ ଭଜାମି
(Bs. 5.29)

କେବଳ ଜଣେ ଶ୍ରୀ ଲକ୍ଷ୍ମୀ ନୁହଁନ୍ତି, କିନ୍ତୁ ଲକ୍ଷ୍ମୀ-ସହସ୍ର-ଶତ । ଏବଂ ସେମାନେ ଭଗବାନଙ୍କର ସେବା କରୁଛନ୍ତି, ସମବ୍ରହ୍ମା ସେବ୍ୟାମାନଂ । ଆମେ ସବୁ ସଂବ୍ରହ୍ମାର ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରୁଛୁ, "ମାଁ, ମୋତେ କିଛି ଟଙ୍କା ଦିଅ । ମୋ ପ୍ରତି ଟିକିଏ କୃପା କର, ମୁଁ ଖୁସି ହୋଇପାରେ ।"ଆମେ ସବୁ ପ୍ରାର୍ଥନା କରୁଛୁ ଶ୍ରୀଙ୍କୁ । ହେଲେ ମଧ୍ୟ, ସେ ରୁହଁନ୍ତି ନାହିଁ, ଶ୍ରୀ । ଶ୍ରୀଙ୍କର ଅନ୍ୟ ଏକ ନାମ ହେଉଛି ଚଞ୍ଚଳା । ଚଞ୍ଚଳା, ସେ ଏହି ଭୌତିକ ଜଗତରେ ଅଛନ୍ତି । ଆଜି ମୁଁ ଏକ ଲକ୍ଷ୍ୟାଧିପତି ଥାଇପାରେ, ,ମୁଁ କାଲି ରାସ୍ତାରେ ଏକ ଭିକାରୀ ହୋଇପାରେ । କାରଣ ସବୁ ଖ୍ୟାତି ଟଙ୍କା ଉପରେ ନିର୍ଭର କରେ । ତେଣୁ ଟଙ୍କା, ଏଠି କେହି ମଧ୍ୟ ସ୍ଥିର କରିପାରିବ ନାହିଁ । ତାହା ସମ୍ଭବ ନୁହେଁ । ସେହି ଶ୍ରୀ ଯିଏକି ଏତେ ଚଞ୍ଚଳ, ସେମାନେ ସଂବ୍ରହ୍ମାର ସହିତ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ଶ୍ରଦ୍ଧାର ସହିତ । ଏଠି ଆମେ ଭାବୁଛୁ, "ଲକ୍ଷ୍ମୀ କେବେ ମଧ୍ୟ ଛାଡିକି ଯିବେ ନାହିଁ," କିନ୍ତୁ ସେଠି ଲକ୍ଷ୍ମୀ ଭାବୁଛନ୍ତି, "କୃଷ୍ଣ କୁଆଡେ ନ ଯାଆନ୍ତୁ ।" ଏହା ହେଉଛି ଅନ୍ତର । ଏଠି ଆମେ ସବୁ ଭୟ କରୁଛୁ ଯେ ଲକ୍ଷ୍ମୀ ଯେକୌଣସି କ୍ଷଣରେ ଛାଡିକି ଚାଲିଯାଇ ପାରନ୍ତି, ଏବଂ ସେମାନେ ଭୟ କରୁଛନ୍ତି ଯେ କୃଷ୍ଣ ତାଙ୍କୁ ଛାଡି ଯାଇପାରନ୍ତି । ଏହା ହେଉଛି ଅନ୍ତର । ତେଣୁ ଏହି କୃଷ୍ଣ, ଏହି ନାରାୟଣ, କିପରି ସେ ଦରିଦ୍ର ହୋଇପାରିବେ? ଏସବୁ ହେଉଛି କଳ୍ପନା ।