OR/Prabhupada 0447 - ଅଭକ୍ତ ଯେଉଁମାନେ ଭଗବାନଙ୍କ ବିଷୟରେ କଳ୍ପନା କରନ୍ତି ସେମାନଙ୍କ ସହିତ ନ ମିଶିବା ପାଇଁ ସତର୍କ ରୁହ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0447 - in all Languages Category:OR-Quotes - 1977 Category:OR-Quotes - Lec...")
 
No edit summary
 
Line 7: Line 7:
[[Category:OR-Quotes - in India, Mayapur]]
[[Category:OR-Quotes - in India, Mayapur]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0446 - ଲକ୍ଷ୍ମୀଙ୍କୁ ନାରାୟଣଙ୍କ ଠାରୁ ଅଲଗା କରିବା ପାଇଁ ଚେଷ୍ଟା କର ନାହିଁ|0446|OR/Prabhupada 0458 - ହରେ କୃଷ୍ଣ ଜପ କରିବା - କୃଷ୍ଣଙ୍କୁ ତୁମ ଜିଭରେ ସ୍ପର୍ଶ କରିବା|0458}}
{{1080 videos navigation - All Languages|Oriya|OR/Prabhupada 0446 - ଲକ୍ଷ୍ମୀଙ୍କୁ ନାରାୟଣଙ୍କ ଠାରୁ ଅଲଗା କରିବା ପାଇଁ ଚେଷ୍ଟା କର ନାହିଁ|0446|OR/Prabhupada 0448 - ଆମେ ଶାସ୍ତ୍ରରୁ ଭଗବାନଙ୍କ ବିଷୟରେ ଶିକ୍ଷା ନେବା ଉଚିତ୍, ଗୁରୁଙ୍କ ଠାରୁ ଏବଂ ସାଧୁ ଠାରୁ|0448}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->

Latest revision as of 12:35, 29 June 2021



Lecture on SB 7.9.2 -- Mayapur, February 12, 1977

ପ୍ରଭୁପାଦ: ତେଣୁ ଯଦି ଆମେ ଲକ୍ଷ୍ମୀ ନାରାୟଣଙ୍କର ଚରିତ୍ରର ଅଧ୍ୟୟନ କରିବା, ତେବେ ଆମେ ଦରିଦ୍ର ନାରାୟଣ କିମ୍ଵା ଏହା କିମ୍ଵା ତାହା ପରି ଶଦ୍ଦର ନିର୍ମାଣ କରିବା ବନ୍ଦ କରିଦେବା । ନା । ସେଥିପାଇଁ ଆମେ ଏହି ପାଷଣ୍ଡିକୁ ଅନୁସରଣ କରିବା ଉଚିତ୍ ନୁହେଁ ।

ଯସ ତୁନ ନାରାୟଣମ ଦେବମ୍
ବ୍ରହ୍ମାମାରୁଦ୍ରାଦି-ଦୈବତୈଃ
ସମତ୍ଵେନ ବିକ୍ଷେତ
ସ ପାଷଣ୍ଡି ଭବେଦ ଧୃବମ
(CC Madhya 18.116)

ପାଷଣ୍ଡି ଅର୍ଥାତ୍ ବଦମାସ, କିମ୍ଵା ଅଭକ୍ତ । ଅଭକ୍ତ ହୀନ ଚର । ଅଭକ୍ତମାନଙ୍କ ସହିତ ନ ମିଶିବା ପାଇଁ ଜାଗ୍ରତ ରୁହ ଯେଉଁମାନେ ଭଗବାନଙ୍କ ବିଷୟରେ କଳ୍ପନା କରନ୍ତି । ବାସ୍ତବରେ ସେମାନେ ଭଗବାନଙ୍କ ଉପରେ ବିଶ୍ଵାସ କରନ୍ତି ନାହିଁ । ଏହି ପାଷଣ୍ଡିର ଅର୍ଥ ହେଉଛି ଯେଉଁମାନେ ଭଗବାନଙ୍କ ଉପରେ ବିଶ୍ଵାସ କରନ୍ତି ନାହିଁ । ସେମାନେ ଭାବନ୍ତି ଯେ ଭଗବାନ ନାହାଁନ୍ତି, କିନ୍ତୁ ସେମାନେ କେବଳ କୁହଁନ୍ତି, "ହଁ, ଭଗବାନ ଅଛନ୍ତି, କିନ୍ତୁ ଭଗବାନଙ୍କର ମୁଣ୍ଡ ନାହିଁ, ଲାଞ୍ଜ ନାହିଁ, ପାଟି ନାହିଁ, କିଛି ନାହିଁ ।" ଏବଂ ତେବେ ଭଗବାନ କ'ଣ? କିନ୍ତୁ ଏହି ଦୁର୍ଜନମାନେ କୁହଁନ୍ତି ନିରାକାର । ନିରାକାର ଅର୍ଥାତ୍ ଭଗବାନ ନାହାଁନ୍ତି । ସ୍ପଷ୍ଟ ଭାବରେ କୁହ ଯେ ଭଗବାନ ନାହାଁନ୍ତି । କାହିଁକି ତୁମେ କହୁଛ, "ହଁ ଭଗବାନ ଅଛନ୍ତି, କିନ୍ତୁ ତାଙ୍କର ମୁଣ୍ଡ ନାହିଁ, ଲାଞ୍ଜ ନାହିଁ, ଗୋଡ ନାହିଁ, ହାତ ନାହିଁ"? ତେବେ ସେଥିରେ କ'ଣ ଅଛି? ତେଣୁ ଏହା ହେଉଛି ଅନ୍ୟ ଏକ ଛଳ । ଯେଉଁମାନେ ନାସ୍ତିକ, ସେମାନେ ସ୍ପଷ୍ଟ ଭାବରେ କୁହଁନ୍ତି, "ମୁଁ ଭଗବାନଙ୍କ ଉପରେ ବିଶ୍ଵସ କରେ ନାହିଁ । ନାହିଁ..." ତାହା ଆମେ ବୁଝିପାରିବା । କିନ୍ତୁ ଏହି ଦୁର୍ଜନମାନେ, ସେମାନେ କୁହଁନ୍ତି, "ଭଗବାନ ଅଛନ୍ତି, କିନ୍ତୁ ନିରାକାର ।" ନିରାକାର ଅର୍ଥାତ୍ ଭଗବାନ ନାହାଁନ୍ତି, କିନ୍ତୁ ବେଳେ ବେଳେ ଏହି ଶଦ୍ଦ ବ୍ୟବହାର କରାଯାଏ ନିରାକାର । କିନ୍ତୁ ସେହି ନିରାକାରର ଅର୍ଥ ନାହିଁ ଭଗବାନଙ୍କର ଆକାର ନାହିଁ । ସେହି ନିରାକାରର ଅର୍ଥ ଏହି ଭୌତିକ ଆକାର ନୁହେଁ । ଈଶ୍ଵର ପରମ କୃଷ୍ଣ ସତ-ଚିତ-ଆନନ୍ଦ ବିଗ୍ରହ (Bs 5.1) । ତାଙ୍କର ଶରୀର ହେଉଛି ସତ-ଚିତ-ଆନନ୍ଦ । ଏହି ଭୌତିକ ଦୁନିଆର ଭିତର ଦେଖିବା ସଂପୂର୍ଣ୍ଣ ଅସମ୍ଭବ । ଆମର ଶରୀର ସତ୍ ନୁହେଁ; ଏହା ହେଉଛି ଅସତ୍ । ଏହି ଶରୀର ଯାହା ମୁଁ ବର୍ତ୍ତମାନ ପାଇଛି କିମ୍ଵା ତୁମେ ପାଇଛ, ଏହା ରହିବ ଜୀବନ ଯେ ପର୍ଯ୍ୟନ୍ତ ଅଛି... ଏବଂ ଯେତେବେଳେ ଏହା ସମାପ୍ତ ହୋଇଯିବ, ଏହା ସବୁ ଦିନ ପାଇଁ ସମାପ୍ତ ହୋଇ ଯିବ । ତୁମେ ଏହି ଶରୀର ପୁନଃ ପାଇବ ନାହିଁ । ସେଥିପାଇଁ ଅସତ୍ ।

କିନ୍ତୁ କୃଷ୍ଣଙ୍କର ଶରୀର ସେପରି ନୁହେଁ । କୃଷ୍ଣଙ୍କ ଶରୀର ସମାନ, ସତ୍; ସର୍ବଦା ସମାନ । କୃଷ୍ଣଙ୍କର ଅନ୍ୟ ନାମ ହେଉଛି ନରାକୃତି । ଆମର ଶରୀର କୃଷ୍ଣଙ୍କ ଶରୀରର ପ୍ରତିରୂପ ଅଟେ, ଏହା ନୁହେଁ ଯେ କୃଷ୍ଣଙ୍କ ଶରୀର ଆମ ଶରୀରର ପ୍ରତିରୂପ । ନା । କୃଷ୍ଣଙ୍କର ଶରୀର ଅଛି, ନରାକୃତି, ନର-ଭପୁ । ଏହି ଜିନିଷଗୁଡିକ ଅଛି । କିନ୍ତୁ ସେହି ଭପୁ ଏହି ଅସତ୍ ପରି ନିହେଁ । ଆମର ଶରୀର ଅସତ୍ ଅଟେ । ଏହା ରହିବ ନାହିଁ । ତାଙ୍କର ଶରୀର ହେଉଛି ସତ-ଚିତ-ଆନନ୍ଦ । ଆମର ଶରୀର ହେଉଛି ଅସତ୍ । ଅଚିତ ଏବଂ ନିରାନନ୍ଦ - ଠିକ୍ ବିପରୀତ । ଏହା ରହିବ ନାହିଁ, ଏବଂ ସେଥିରେ ଜ୍ଞାନ ନାହିଁ, ଅଚିତ, ଏବଂ ସେଥିରେ ଆନନ୍ଦ ନାହିଁ । ଆମେ ସର୍ବଦା ଦୁଃଖୀ । ତେଣୁ ନିରାକାର ଅର୍ଥାତ୍ ଏପରି ଏକ ଶରୀର ନୁହେଁ । ତାଙ୍କର ଶରୀର ହେଉଛି ଭିନ୍ନ । ଆନନ୍ଦ ଚିମ୍ଣୟ ରସ ପ୍ରତିଭାବିତଭିସ (Bs 5.37) । ଆନନ୍ଦ-ଚିନ୍ମୟ । ଅଙ୍ଗାନୀ ଯସ୍ୟ ସକଳେନ୍ଦ୍ରିୟ ବୃତ୍ତି-ମନ୍ତି ପଶ୍ୟନ୍ତି ପାନ୍ତି କଳୟନ୍ତି ଚିରମ୍ ଜଗାନ୍ତି (Bs 5.32) । ତାଙ୍କର ଅଙ୍ଗାନୀ, ଅଙ୍ଗାନୀ, ଶରୀରର ଅଙ୍ଗ, ବର୍ଣ୍ଣନା କରାଯାଇଛି, ସକଳେନ୍ଦ୍ରିୟ-ବୃତ୍ତି-ମନ୍ତି । ମୁଁ ମୋର ଆଖିରେ ଦେଖିପାରୁଛି । ମୋର, ମୋର ଏହି ବିଶେଷ କାର୍ଯ୍ୟ, ଶରୀରର ଏହି ଅଙ୍ଗ ହେଉଛି ଦେଖିବା ପାଇଁ । କିନ୍ତୁ କୃଷ୍ଣ: ସକଳେନ୍ଦ୍ରିୟ-ବୃତ୍ତି-ମନ୍ତି - ସେ କେବଳ ଦେଖିପାରନ୍ତି ନାହିଁ, ସେ ଖାଇବି ପାରନ୍ତି । ତାହା ହେଉଛି ତାତ୍ପର୍ଯ୍ୟ । ଦେଖିବା ଦ୍ଵାରା, ଆମେ ଖାଇ ପାରିବା ନାହିଁ, କିନ୍ତୁ ଯାହା କିଛି ଆମେ ଅର୍ପଣ କରୁ, ଯଦି କୃଷ୍ଣ ଦେଖନ୍ତି, ସେ ଖାଆନ୍ତି ମଧ୍ୟ । ଅଙ୍ଗାନୀ ଯସ୍ୟ ସକଳେନ୍ଦ୍ରିୟ-ବୃତ୍ତି-ମନ୍ତି । ତେବେ ଆମେ କିପରି କୃଷ୍ଣଙ୍କ ଶରୀର ସହିତ ଆମ ଶରୀରର ତୁଳନା କରି ପାରିବା? କିନ୍ତୁ ଅବଜାନନ୍ତି ମାଂ ମୂଢ଼ା (BG 9.11) । ଯେଉଁମାନେ ଦୁର୍ଜନ, ସେମାନେ ଭାବନ୍ତି ଯେ "କୃଷ୍ଣଙ୍କର ଦୁଇଟି ହାତ ଅଛ, ଦୁଇଟି ଗୋଡ଼ ଅଛି; ସେଥିପାଇଁ ମୁଁ ମଧ୍ୟ କୃଷ୍ଣ । ମୁଁ ମଧ୍ୟ ।" ତେଣୁ ଦୁର୍ଜନମାନଙ୍କ ଦ୍ଵାରା ପଥଭ୍ରଷ୍ଟ ହୁଅ ନାହିଁ, ପାଷଣ୍ଡି । ଶାସ୍ତ୍ରରେ ଯେପରି ଅଛି ସେପରି ନିଅ, ଅଧିକୃତ ସୂତ୍ରରୁ ଏହା ଜାଣ, ଏବଂ ଖୁସୀ ରୁହ ।

ପ୍ରଭୁପାଦ: ବହୁତ ବହୁତ ଧନ୍ୟବାଦ ।

ଭକ୍ତ: ଜୟ ଶ୍ରୀଲା ପ୍ରଭୁପାଦ!