OR/Prabhupada 0449 - ଭକ୍ତି ଦ୍ଵାରା, ତୁମେ ପରମ ପୁରୁଷ ଭଗବାନଙ୍କୁ ନିୟନ୍ତ୍ରଣ କରିପାରିବ । ତାହା ଏକ ମାତ୍ର ପନ୍ଥା

Revision as of 07:22, 1 July 2021 by Vanibot (talk | contribs) (Vanibot #0005: NavigationArranger - update old navigation bars (prev/next) to reflect new neighboring items)
(diff) ← Older revision | Latest revision (diff) | Newer revision → (diff)


Lecture on SB 7.9.3 -- Mayapur, February 17, 1977

ତେଣୁ ବ୍ରହ୍ମା, ବ୍ରହ୍ମଦେବ, ସେ ଏହି ବ୍ରହ୍ମାଣ୍ଡର ତଥାକଥିତ ପ୍ରଥମ ଜୀବ । ଲକ୍ଷ୍ମୀ ଭୟ କରିଥିଲେ; ଏବଂ ବ୍ରହ୍ମା ମଧ୍ୟ ଭୟ କରିଥିଲେ । ସେଥିପାଇଁ ସେ ପ୍ରହଲ୍ଲାଦ ମହାରାଜାଙ୍କୁ ଅନୁରୋଧ କରିଥିଲେ ଯେ "ତୁମେ ଆଗକୁ ଯାଅ, ମୋ ପ୍ରିୟ ପୁତ୍ର, ଏବଂ ଭଗବାନଙ୍କୁ ଶାନ୍ତ କରାଅ । ତୁମେ କରିପାରିବ, କାରଣ ତୁମ ପାଇଁ ସେ ଏହି ଭୟଙ୍କର ରୂପରେ ଆସିଛନ୍ତି । ତୁମର ପିତା ତୁମକୁ କଷ୍ଟ ଦେଇ ତାଙ୍କୁ ବହୁ ଅପମାନ କରିଛନ୍ତି, ତୁମକୁ ଦଣ୍ଡ ଦେଇ, ତୁମକୁ ଅନେକ ଅସୁବିଧାରେ ପକାଇ । ସେଥିପାଇଁ ସେ ଅତ୍ୟନ୍ତ କ୍ରୋଧହୋଇ ଆସିଛନ୍ତି । ତେଣୁ ତୁମେ ତାଙ୍କୁ ଶାନ୍ତ କରିପାରିବ । ଆମେ କରିପାରିବୁ ନାହିଁ । ଏହା ଅସମ୍ଭବ ।" ପ୍ରହଲ୍ଲାଦ ପ୍ରେଶ୍ୟାମ ଅସ ବ୍ରହ୍ମା ଅବସ୍ଥିତ ଅଂତିକେ | ତେଣୁ ପ୍ରହଲ୍ଲାଦ ମହାରାଜା, ଅତି ମହାନ ଭକ୍ତ ହେବା ଯୋଗୁଁ ସେ ଭଗବାନଙ୍କୁ ଶାନ୍ତ କରିପାରିବେ । ଭକ୍ତ୍ୟା, ଭକ୍ତି ଦ୍ଵାରା, ତୁମେ ପରମ ପୁରୁଷ ଭଗବାନଙ୍କୁ ନିୟନ୍ତ୍ରଣ କରିପାରିବ । ତାହା ଏକ ମାତ୍ର ପନ୍ଥା । ଭକ୍ତ୍ୟା ମାମ ଆଭିଜାନାତି (BG 18.55) । ଭକ୍ତିର ମାଧ୍ୟମରେ ବୁଝିପାରିବା, ଏବଂ ଭକ୍ତି ଦ୍ଵାରା ହିଁ ତୁମେ ଭଗବାନଙ୍କୁ ନିୟନ୍ତ୍ରଣ କରିପାରିବ । ବେଦେସୁ ଦୁର୍ଲଭଂ ଅଦୁର୍ଲଭ ଆତ୍ମ ଭକ୍ତୌ । ବେଦର ଅଧ୍ଯୟନ କରିକି ତୁମେ ଭଗବାନଙ୍କୁ ଜାଣି ପାରିବ ନାହିଁ । ବେଦେସୁ ଦୁର୍ଲଭଂ ଅଦୁର୍ଲଭ ଆତ୍ମ ଭକ୍ତୌ । କିନ୍ତୁ ନିଜ ଭକ୍ତଙ୍କୁ, ସେ ଅତି ଅତି ସହଜରେ ମିଳନ୍ତି । ସେଥିପାଇଁ ଭକ୍ତି ଏକ ମାତ୍ର ପନ୍ଥା । ଭକ୍ତ୍ୟାଂ ଏକ୍ୟା ଗ୍ରହ୍ୟଂ । କେବଳ ଭକ୍ତି ଦ୍ଵାରା ତୁମେ ନିକଟକୁ ଯାଇପାରିବ, ତୁମେ ଭଗବାନ ସହ ସମକକ୍ଷ ହୋଇ ମିତ୍ର ରୂପରେ କଥା ହୋଇପାରିବ । ଗାଈ ଚରାଇବା ବାଳକ ମାନେ, ସେମାନେ କୃଷ୍ଣଙ୍କୁ ସମାନ ସ୍ତରରେ ଦେଖୁଥିଲେ: "କୃଷ୍ଣ ଆମ ଭଳିଆ ।" କିନ୍ତୁ ସେମାନେ କୃଷ୍ଣଙ୍କୁ ଅତି ଗଭୀର ଭାବରେ ଭଲ ପାଉଥିଲେ । ତାହା ହେଉଛି ତାଙ୍କର ଯୋଗ୍ୟତା । ସେଥିପାଇଁ କୃଷ୍ଣ ବେଳେବେଳେ ଗାଈ ଚରାଉଥିବା ବାଳକ ମାନଙ୍କୁ ନିଜ କାନ୍ଧରେ ନେବା ପାଇଁ ରାଜି ହେଉଥିଲେ । ତେଣୁ ଏହା... କୃଷ୍ଣ ତାହା ଚାହାନ୍ତି, ଯେ, ଯେ "ମୋ ଭକ୍ତ... ମୋ ଭକ୍ତ ହୋଇ ରହୁ ଏବଂ ମୋତେ ନିୟନ୍ତ୍ରଣ କରୁ । ସମସ୍ତେ ମୋତେ ଆଦର ଆଉ ସତ୍କାରରେ ମୋତେ ପୂଜା କରନ୍ତୁ । ମୁଁ ଚାହେଁ ଯେ କେହି ଜଣେ ଆଗକୁ ଆସୁ ଆଉ ମୋତେ ନିୟନ୍ତ୍ରଣ କରୁ ।" ତାହା ସେ ଚାହାଁନ୍ତି । ସେଥିପାଇଁ ମାଁ ଯଶୋଦାଙ୍କୁ ସେ ଗ୍ରହଣ କରିଥିଲେ ନିଜକୁ ନିୟନ୍ତ୍ରଣ କରିବା ପାଇଁ । ଭଗବାନଙ୍କୁ ନିୟନ୍ତ୍ରଣ କିପରି କରାଯାଇପାରିବ? ଈଶ୍ଵରଃ ପରମଃ କୃଷ୍ଣହ (Bs 5.1) | ସେ ହେଉଛନ୍ତି ସର୍ବୋଚ୍ଚ ନିୟନ୍ତ୍ରକ । ତାଙ୍କୁ କିଏ ନିୟନ୍ତ୍ରଣ କରିପାରିବ? ଏହା ସମ୍ଭବ ନୁହେଁ । କିନ୍ତୁ ନିଜ ଶୁଦ୍ଧ ଭକ୍ତ ଦ୍ଵାରା ନିୟନ୍ତ୍ରଣ ହେବା ପାଇଁ ରାଜି ହୁଅନ୍ତି । ସେ ରାଜି ହୁଅନ୍ତି, "ହଁ, ମାଁ, ତୁମେ ମୋତେ ନିୟନ୍ତ୍ରଣ କର | ତୁମେ ମୋତେ ବାନ୍ଧିଦିଅ | ତୁମେ ମୋତେ ବାଡ଼ି ଦେଖାଅ ତାହାଲେ ମୁଁ ଭୟ କରିବି |"

ତେଣୁ ସବୁ କିଛି ଅଛି | ତୁମେ ଭାବିବନି ଯେ ଭଗବାନ ହେଉଛନ୍ତି ଶୂନ୍ୟ, ଶୂନ୍ୟଵାଦୀ ନୁହେଁ | ସେ ହେଉଛନ୍ତି ସବୁକିଛି | ଜନ୍ମଦ୍ୟ ଅସ୍ୟ ୟତଃ (SB 1.1.1) | ଅଥତୋ ବ୍ରହ୍ମ ଜିଜ୍ଞାସା | ତୁମେ ବ୍ରହ୍ମ ବିଷୟରେ ଅନୁସନ୍ଧାନ କରୁଛ | ପରମ ବ୍ରହ୍ମ ପରମ ଧାମ ପବିତ୍ର° ପରମଂ ଭାବ° (BG 10.12) ତେବେ କ୍ରୋଧ ରହିବା ଉଚିତ, ଏହା ନୁହେଁ ଯେ ଭଗବାନ ସର୍ବଦା ଶାନ୍ତ ହୋଇ ରହିବେ | କିନ୍ତୁ ଅନ୍ତର ହେଉଛି ତାଙ୍କର କ୍ରୋଧ ଏବଂ ତାଙ୍କର ଶାନ୍ତ ସ୍ଵଭାବ ସମାନ ପରିଣାମ ଦେବ | ପ୍ରହଲ୍ଲାଦ ମହାରାଜ, ଏକ ଭକ୍ତ... ସେ ପ୍ରହଲ୍ଲାଦ ମହାରାଜଙ୍କ ସହିତ ବହୁତ ସନ୍ତୁଷ୍ଟ ଅଛନ୍ତି, ଏବଂ ସେ ତାଙ୍କର ପିତାଙ୍କ ସହିତ ବହୁତ ଅସନ୍ତୁଷ୍ଟ ଅଛନ୍ତି, କିନ୍ତୁ ପରିଣାମ ହେଉଛି ସମାନ: ଉଭୟେ ମୁକ୍ତି ପାଇଲେ | ଯଦିଓ ଏକ ଭକ୍ତ ସହଯୋଗୀ ହୋଇଯାଏ, କିନ୍ତୁ ଏକ ଅସୁର ଯିଏ ଭଗବାନଙ୍କ ହାତରେ ମୃତ୍ୟୁବରଣ କରିଛି, ସେ ସହଯୋଗୀ ହୋଇପାରେ ନାହିଁ - ସେ ଯୋଗ୍ୟ ନୁହେଁ - କିନ୍ତୁ ସେ ଆଧ୍ୟାତ୍ମିକ ଜଗତକୁ ପ୍ରବେଶ କରେ | ସେ ଏହି ସାଂସାରିକ ବନ୍ଧନରୁ ମୁକ୍ତ ହୋଇଯାଏ | ତେଣୁ କାହିଁକି ଏକ ଭକ୍ତ ସମାନ ସ୍ଥାନ ପାଇବ? ସେଥିପାଇଁ, ମାଂ ଏତି | ତତୋ ମାଂ ତତ୍ତ୍ଵାତ ଜ୍ଞାନତ୍ବା ବିସତେ ତଦ - ଅନନ୍ତରମ (BG 18.55) | ସେମାନେ ବିସତେ, ଆଧ୍ୟାତ୍ମିକ ଜଗତକୁ ପ୍ରବେଶ କରନ୍ତି | ଯିଏକେହି ମୁକ୍ତି ପାଇଛି, ସେ ପ୍ରବେଶ କରିଛି |

ବ୍ରହ୍ମ-ଭୂତଃ ପ୍ରସନ୍ନ-ଆତ୍ମା
ନା ସୋଚଟି ନା କଙ୍କସତି
ସମାହ ସର୍ବେଷୁ ଭୂତେଷୁ
ମଦ-ଭକ୍ତି° ଲଭତେ ...
(BG 18.54)

କିନ୍ତୁ ଯେଉଁମାନେ ଭକ୍ତ, ସେମାନଙ୍କୁ ଧାମକୁ ପ୍ରବେଶ କରିବାର ଅନୁମତି ମିଳିଛି, ବୈକୁଣ୍ଠ ଧାମ ବା ଗୋଲୋକ ବୃନ୍ଦାବନ ଧାମ | ଏହିପରି ଭାବରେ ଜଣେ ନିଜର ବାସ୍ତବ ସ୍ଥିତିକୁ ପ୍ରାପ୍ତ କରେ | କିନ୍ତୁ ଯଦି ଆମେ ଭକ୍ତି ମାର୍ଗକୁ ଗ୍ରହଣ ନ କରିବା, ତେବେ ବ୍ରହ୍ମ ଜ୍ୟୋତି ଭିତରକୁ ପ୍ରବେଶ କରିବା, କିନ୍ତୁ ସେଠି ତଳକୁ ଖସିଯିବାର ସମ୍ଭାବନା ଅଛ | ଆରୁହୟ କ୍ରଚରେଣ ପରମ ପାଦଂ ତତଃ ପଟନ୍ତି ଅଧୋ ନାଦ୍ରତା - ୟୁସ୍ମଦ - ଅଂଘ୍ରୟଃ (SB 10.2.32) | ତେଣୁ ଯେଉଁମାନେ ମାୟାବାଦକୁ ଅନୁସରଣ କରନ୍ତି, ସେମାନେ ଆଧ୍ୟାତ୍ମିକ ଜଗତକୁ ପ୍ରବେଶ କରିପାରନ୍ତି | ତାହାକୁ ପରମ ପାଦଂ କୁହାଯାଏ | ପାଦଂ ପାଦଂ ଯଦ ବିପାଦଂ ନାତେସାଂ (SB 10.14.58) | କିନ୍ତୁ ସେଥିରେ ମଧ୍ୟ ପତନ ହେବାର ସମ୍ଭାବନା ଅଛି | ଅରୁହ୍ୟା କ୍ରଛରେନ | ଅତ୍ୟଧିକ ତପସ୍ୟା ଏବଂ କଠୋର ସାଧନା ବଳରେ ଜଣେ ବ୍ରହ୍ମ ଜ୍ୟୋତି ଭିତରକୁ ପ୍ରବେଶ କରିପାରିବ | କିନ୍ତୁ ଯେପର୍ଯ୍ୟନ୍ତ ଜଣେ ପରମ ପାଦମ - ବିଷୟରେ ଜ୍ଞାନ ଲାଭ କରିନାହିଁ ସମଶ୍ରିତ ୟେ ପାଦ ପଲବଂ - ପତନ ହେବାର ସମ୍ଭାବନା ଅଛି | ଏହି ଭୌତିକ ଜଗତରେ ଭୂତ୍ବ ଭୂତ୍ବ ପ୍ରଲିୟତେ (BG 8.19) |

କିନ୍ତୁ ଆଧ୍ୟାତ୍ମିକ ଜଗତରେ ମଧ୍ୟ, ଯଦି ତୁମେ ଆଧ୍ୟାତ୍ମିକ ଜଗତରେ ପ୍ରବେଶ କର, ସେଠାରେ ମଧ୍ୟ, ବେଳେବେଳେ ଏହା ହୁଏ | ସମ୍ଭବତଃ, ତାହା ଭଗବାଙ୍କ ଇଛା | ଠିକ ଯେପରି ଜୟ - ବିଜୟ | ସେମାନେ ହେଉଛନ୍ତି ଆନ୍ତରିକ ବନ୍ଧୁ | କିନ୍ତୁ ଏହାର ଅର୍ଥ କୃଷ୍ଣ ଚାହାନ୍ତି ଯେ "ସେମାନେ ଯାଆନ୍ତୁ..., ହିରଣ୍ୟକଶିପୁ..., ଏହି ଦୁଈ ଜଣ, ଜୟ-ବିଜୟ, ସେମାନେ ଭୌତିକ ଜଗତକୁ ଯାଆନ୍ତୁ, ଏବଂ ମୁଁ ନିଶ୍ଚିତରେ ସେମାନଙ୍କ ସଙ୍ଗରେ ଯୁଦ୍ଧ କରିବି |" କାରଣ ଯୁଦ୍ଧ କରିବାର, କ୍ରୋଧ କରିବାର, ତାହାର ଇଛା ଅଛି | ତାହା କେଉଁଠି ପ୍ରଦର୍ଶନ କରିବେ? ବୈକୁଣ୍ଠରେ ଏହି କ୍ରୋଧ ଓ ଯୁଦ୍ଧ ପ୍ରଦର୍ଶନ କରିବାର ଅବକାଶ ନାହିଁ | ତାହା ସମ୍ଭବ ନୁହେଁ | ସେଥିପାଇଁ ସେ ନିଜ ଭକ୍ତଙ୍କୁ ସେ ପ୍ରେରିତ କରନ୍ତି "ଭୌତିକ ଜଗତକୁ ଯାଅ ଏବଂ ମୋ ଶତ୍ରୁ ହୁଅ, ଏବଂ ମୁଁ ତୁମ ସହ ଯୁଦ୍ଧ କରିବି | ମୁଁ କ୍ରୋଧ କରିବି, " କାରଣ ବୈକୁଣ୍ଠରେ, ଆଧ୍ୟାତ୍ମିକ ଜଗତରେ କ୍ରୋଧ କରିବାର ସୁଯୋଗ ନାହିଁ | ସମସ୍ତେ ସେବା କରୁଛନ୍ତି, ସମସ୍ତେ ବନ୍ଧୁତାର ସହ ରୁହନ୍ତି | କିଛି ସମ୍ପର୍କରେ ... ଯୁଦ୍ଧ କରିବାର ପ୍ରଶ୍ନ କାହିଁ? କିନ୍ତୁ ଯୁଦ୍ଧ କରିବାର ଆସକ୍ତି ଅଛି; କ୍ରୋଧ ମଧ୍ୟ ଅଛି | ସେ କେଉଁଠାରେ ପ୍ରଦର୍ଶନ କରିବେ? ଏବଂ ସେଥିପାଇଁ କୃଷ୍ଣ ଅବତରଣ କରନ୍ତି, ସେ କ୍ରୋଧ କରନ୍ତି, ଏବଂ ଏକ ଭକ୍ତ ତାଙ୍କର ଶତ୍ରୁ ହୁଏ, ଏବଂ ଏହା ହେଉଛି କୃଷ୍ଣ-ଲୀଳା, ନିତ୍ୟ-ଲୀଳା | ଏହା ଚାଲିଆସୁଛି | ବହୁତ ବହୁତ ଧନ୍ୟବାଦ |

ଭକ୍ତଗଣ: ଜୟ ! ହରିବୋଲ !