OR/Prabhupada 0804 - ଆମେ ଆମ ଗୁରୁ ମହାରାଜଙ୍କ ଠାରୁ ଶିଖିଛୁ ଯେ ପ୍ରଚାର କରିବା ହେଉଛି ଅତ୍ୟନ୍ତ ମହତ୍ଵପୂର୍ଣ୍ଣ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0804 - in all Languages Category:OR-Quotes - 1976 Category:OR-Quotes - Lec...")
(No difference)

Revision as of 16:05, 16 January 2018



Lecture on SB 1.7.19 -- Vrndavana, September 16, 1976

ପ୍ରଭୁପାଦ: ତୋ ମନ ତୁମି କିଶେର ବୈଷ୍ଣବ । ସେ କହୁଛନ୍ତି, "କେଉଁ ପ୍ରକାରର ବୈଷ୍ଣବ, ଦୁର୍ଜନ, ତୁମେ ଜଣେ?" ନିର୍ଜନେର ଘରେ ପ୍ରତିଷ୍ଠାର ତାରେ : "କେବଳ ଏକ ଶସ୍ତା ପୂଜା କରିବା ପାଇଁ ତୁମେ ଏକ ଏକାନ୍ତ ସ୍ଥାନରେ ରହୁଛ ।" ତବ ହରି ନାମ କେବଳ କୈତବ: "ତୁମର ହରେ କୃଷ୍ଣ ଜପ କରିବା କେବଳ ଠକାମି ।" ସେ ତାହା କହିଥିଲେ ଯେ । ଜଣେ ଫୁର୍ତିର ସହିତ ପ୍ରସ୍ତୁତ ରହିବା ଦରକାର । ଏବଂ ତାହା ମଧ୍ୟ ହେଉଛି ଚୈତନ୍ୟ ମହା ପ୍ରଭୁଙ୍କର ଆଦେଶ । ଚୈତନ୍ୟ ମହାପ୍ରଭୁ କେବେ କହି ନଥିଲେ ଯେ "ତୁମେ ଜପ କର ।" ସେ ନିଶ୍ଚିତରେ ଜପ କରିବାକୁ କହିଥିଲେ, କିନ୍ତୁ ଯେପର୍ଯ୍ୟନ୍ତ ତାଙ୍କର ଲକ୍ଷ୍ୟ ସହିତ ସମ୍ଵନ୍ଧିତ, ସେ କହିଥିଲେ ଯେ "ତୁମମାନଙ୍କ ମଧ୍ୟରୁ ସମସ୍ତେ ଗୁରୁ ହୁଅ ।" ଆମର ଅଜ୍ଞାୟ ଗୁରୁ ହନା ତାର ଏଇ ଦେଶ (CC Madhya 7.128) । ଏବଂ ଯୋଗାଇଦିଅ, ପ୍ରଚାର କର, ଯେପରି ଲୋକମାନେ ବୁଝିପାରିବେ କୃଷ୍ଣ କିଏ ।

ଆମର ଅଜ୍ଞାୟ ଗୁରୁ ହନା ତାର ଏଇ ଦେଶ
ଯାରେ ଦେଖ, ତାରେ କହ 'କୃଷ୍ଣ' ଉପଦେଶ
(CC Madhya 7.128) ।

ପୃଥିବୀତେ ଆଛେ ଯାତେ ନଗରାଦି (CB Antya-khaṇḍa 4.126) । ତାହା ହେଉଛି ତାଙ୍କର ଲକ୍ଷ । ଏହା ନୁହେଁ ଯେ "ଏକ ବୈଷ୍ଣବ ହେବ,ଏବଂ ବସିବା ଏବଂ ନକଲ କରିବା ।" ଏହି ସବୁ ହେଉଛି ଠକାମି । ତେଣୁ ଏସବୁ ଅନୁସରଣ କରନାହିଁ । ତେବେ ଅତିକମରେ ଆମେ ତୁମକୁ ସେହିପରି ଭାବରେ ଉପଦେଶ ଦେବୁନାହିଁ । ଆମେ ଆମ ଗୁରୁ ମହାରାଜଙ୍କ ଠାରୁ ଶିଖିଛୁ ଯେ ପ୍ରଚାର କରିବା ହେଉଛି ଅତ୍ୟନ୍ତ ମହତ୍ଵପୂର୍ଣ୍ଣ, ଏବଂ ଯେତେବେଳେ ଜଣେ ଏକ ଅନୁଭବୀ ପ୍ରଚାରକ ହେବ, ତେବେ ସେ ବିନା ଅପରାଧରେ ହରେ କୃଷ୍ଣ ମନ୍ତ୍ର ଜପ କରିପାରିବ । ତାହା ପୂର୍ବରୁ, ଏହି ତଥାକଥିତ ହରେ କୃଷ୍ଣ ମନ୍ତ୍ର ଜପ କରିବା, ତୁମେ ବିନା ଅପରାଧରେ ଜପ କରିପାରିବ... ଏବଂ ତୁମର ସମସ୍ତ କର୍ତ୍ତବ୍ୟ ଛାଡି ଏକ ବଡ ବୈଷ୍ଣବ ହେବାର ପ୍ରଦର୍ଶନ କରିବା, ତାହା ଦରକାର ନାହିଁ ।

ବହୁତ ବହୁତ ଧନ୍ୟବାଦ । 

ଭକ୍ତଗଣ: ଜୟ ଶ୍ରୀଲା ପ୍ରଭୁପାଦ ।