OR/Prabhupada 0996 - ମୋ ପଛରେ ଆସିବାକୁ ତୁମେ ଆମେରିକୀୟ ବାଳକ ଏବଂ ବାଳିକାମାନଙ୍କୁ ମୁଁ ଲାଞ୍ଚ ଦେଇ ନାହିଁ

Revision as of 08:17, 13 December 2021 by Vanibot (talk | contribs) (Vanibot #0005: NavigationArranger - update old navigation bars (prev/next) to reflect new neighboring items)
(diff) ← Older revision | Latest revision (diff) | Newer revision → (diff)


730406 - Lecture SB 02.01.01-2 - New York

ପ୍ରଭୁପାଦ: ତେଣୁ ପରୀକ୍ଷିତ ମହାରାଜ ଶୁକଦେବ ଗୋସ୍ଵାମୀଙ୍କ ପ୍ରଶ୍ନ କରିଥିଲେ... "ମୋର କର୍ତ୍ତବ୍ୟ କ’ଣ? ବର୍ତ୍ତମାନ ମୁଁ ସାତ ଦିନ ମଧ୍ୟରେ ମରିବାକୁ ଯାଉଛି, ମୋର କର୍ତ୍ତବ୍ୟ କ’ଣ?" ତେଣୁ ସେ କୃଷ୍ଣଙ୍କ ବିଷୟରେ ପଚାରିଲେ କାରଣ ପରୀକ୍ଷିତ ମହାରାଜ, ଏକ ବୈଷ୍ଣବ ପରିବାରରେ ଜନ୍ମ, ଅର୍ଜୁନଙ୍କ ନାତି... ପାଣ୍ଡବ, ସେମାନେ ବୈଷ୍ଣବ ଏବଂ କୃଷ୍ଣଙ୍କର ଭକ୍ତ, ତେଣୁ ପିଲାଦିନରୁ ତାଙ୍କୁ କୃଷ୍ଣଙ୍କୁ ପୂଜା କରିବାର ସୁଯୋଗ ମିଳିଥିଲା ​​। ସେ କୃଷ୍ଣଙ୍କ ବିଗ୍ରହ ସହିତ ଖେଳୁଥିଲେ, ତେଣୁ ସ୍ୱାଭାବିକ ଭାବରେ ସେ କୃଷ୍ଣଙ୍କ ବିଷୟରେ ଶୁଣିବାକୁ ଆଗ୍ରହୀ ଥିଲେ । ତେଣୁ ସେ ପଚାରିଲେ, "ମୋର କର୍ତ୍ତବ୍ୟ କ’ଣ"? ମୁଁ କେବଳ କୃଷ୍ନଙ୍କ ବିଷୟରେ ଶୁଣିବି ନା ଅନ୍ୟ କିଛି? " ତେଣୁ ଏହି ପ୍ରଶ୍ନ ଶୁଣିବା ପରେ, ଶୁକଦେବ ଗୋସ୍ୱାମୀ ଅଭିନନ୍ଦନ କଲେ, ବରୀୟାନ ଏଶ ତେ ପ୍ରଶ୍ନଃ (ଭା ୨.୧.୧) "ଓଃ, ତୁମର ପ୍ରଶ୍ନ ଅତ୍ୟନ୍ତ ଚମତ୍କାର, ବହୁତ ସ୍ୱାଗତଯୋଗ୍ୟ, ବରୀୟାନ ।" ବରୀୟାନର ଅର୍ଥ ହେଉଛି "ବହୁତ ସ୍ୱାଗତଯୋଗ୍ୟ", କଣ ମୁଁ ଦେଇଛି, ବରୀୟାନ । ଗୌରବମୟ, ହଁ । "ଗୌରବମୟ ପ୍ରଶଂସା, କାରଣ ଆପଣ କୃଷ୍ଣଙ୍କ ବିଷୟରେ ପଚାରିଛନ୍ତି।"


ତ, ବରୀୟାନ ଏଶ ତେ ପ୍ରଶ୍ନଃ କୃତୋ ଲୋକ-ହିତଂ ନୃପଃ: (ଭା ୨.୧.୧) "ମୋର ପ୍ରିୟ ରାଜା, ଏହି ପ୍ରଶ୍ନ ଜଗତର ସମସ୍ତ ଲୋକଙ୍କ ପାଇଁ ଶୁଭ ଅଟେ।" ଯଦି ଆପଣ କେବଳ କୃଷ୍ଣଙ୍କ ବିଷୟରେ ପଚାରନ୍ତି କିମ୍ବା କୃଷ୍ଣଙ୍କ ବିଷୟରେ ଶୁଣନ୍ତି, ଯଦିଓ ଆମେ ବୁଝିପାରୁନାହୁଁ, କିନ୍ତୁ କୃଷ୍ଣଙ୍କର ସେହି ତରଙ୍ଗ... ଯେପରି ଆମେ “ହରେ କୃଷ୍ଣ” ଜପ କରୁଛୁ, ଆମେ ହୁଏତ ହରେ କୃଷ୍ଣର ଅର୍ଥ କ’ଣ ବୁଝିପାରୁନାହୁଁ, କିନ୍ତୁ ତଥାପି, କାରଣ ଏହା ଦିବ୍ୟ ଧ୍ୱନି, ଏହା ଶୁଭ ଅଟେ । ଯେଉଁଠାରେ ଆପଣ ହରେ କୃଷ୍ଣ ଜପ କରନ୍ତି, ସେମାନେ ଶୁଣିପାରନ୍ତି କିମ୍ବା ଶୁଣି ନ ପାରନ୍ତି, ଏହା ସେମାନଙ୍କ ପାଇଁ ଶୁଭ ଅଟେ । ତେଣୁ ଆମେ ଆମର ଲୋକମାନଙ୍କୁ ରାସ୍ତାରେ ସଙ୍କୀର୍ତ୍ତନ ପାଇଁ ପଠାଉଛୁ । ଲୋକମାନେ ଏହା ଶୁଣିବାକୁ ଆଗ୍ରହୀ କି ନୁହେଁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଏହା ଶୁଭ ଅଟେ । ଏହା ଏକ ବାତାବରଣ ସୃଷ୍ଟି କରିବ ଯାହା ମାନବ ସମାଜ ପାଇଁ ଅତ୍ୟନ୍ତ ଅନୁକୂଳ । ତାହା ଆମର ନୀତି ହେବା ଉଚିତ୍ । ତାହା ନୁହେଁ କାରଣ ଆମେ ଜପ କରୁଛୁ, କେହି ଯତ୍ନ ନେଉନାହାଁନ୍ତି, ଆମେ ନିରାଶ ହେବୁ ନାହିଁ । ଆମର, ଏହି ସଂକୀର୍ତ୍ତନ ଆନ୍ଦୋଳନ ଏତେ ସୁନ୍ଦର ଯେ କେବଳ ଜପ କରି, ଏ ତରଙ୍ଗ ଏକ ଶୁଭ ପରିବେଶ ସୃଷ୍ଟି କରିବ, ବରୀୟାନ ଏଶ ତେ ପ୍ରଶ୍ନଃ (ଭା ୨.୧.୧) । ବର୍ତ୍ତମାନ ଆପଣ ପ୍ରାୟତଃ ଦେଖିପାରିବେ, ଯେଉଁମାନେ ପୁରୁଣା ସଦସ୍ୟ ଅଟନ୍ତି... ତ, ମୁଁ ଏହି ନ୍ୟୁୟର୍କରେ ସେହି ଷ୍ଟୋରଫ୍ରଣ୍ଟରେ କେବଳ ଜପ କରି ଆରମ୍ଭ କଲି । ମୋ ପଛରେ ଆସିବାକୁ ତୁମେ ଆମେରିକୀୟ ବାଳକ ଏବଂ ବାଳିକାମାନଙ୍କୁ ମୁଁ ଲାଞ୍ଚ ଦେଇ ନାହିଁ । ଏହା ହେଉଛି ଏକମାତ୍ର ସମ୍ପତ୍ତି, ଜପ କରିବା । ତାହା ଟମ୍ପକିନସନ ପାର୍କରେ, ଏହି ବ୍ରହ୍ମାନନ୍ଦ ସ୍ଵାମୀ, ସେ ପ୍ରଥମେ ମୋ ଜପରେ ନାଚିବାକୁ ଆସିଥିଲେ । (ହସ) ସେ ଏବଂ ଅଚ୍ୟୁତାନନ୍ଦ, ଯାହା ଆମର କୃଷ୍ଣ ଭାବନାମୃତ ଆନ୍ଦୋଳନର ପ୍ରଥମ ନୃତ୍ୟ ଥିଲା । (ହସ) ହଁ ଏବଂ ମୋର କୌଣସି ମୃଦଙ୍ଗ ନଥିଲା । ତାହା ଥିଲା, ତାହା କ’ଣ?


ଭକ୍ତ: (ଅସ୍ପଷ୍ଟ) ଡ୍ରମ୍ ।


ପ୍ରଭୁପାଦ: ଡ୍ରମ୍, ଛୋଟ ଡ୍ରମ୍ । ତେଣୁ ମୁଁ ଦୁଇରୁ ପାଞ୍ଚ, ତିନି ଘଣ୍ଟା ପାଇଁ ହରେ କୃଷ୍ଣ ଜପ କରୁଥିଲି, ଏବଂ ବହୁତ ପୁଅ ଏବଂ ଝିଅ ଆସୁଥିଲେ ଏବଂ ଯୋଗ ଦେଉଥିଲେ, ଏବଂ ଟାଇମ୍ସରେ ପ୍ରଥମେ ଫଟୋଗ୍ରାଫ୍ ଥିଲା । ନ୍ୟୁୟର୍କ ଟାଇମ୍ସ, ସେମାନେ ପ୍ରଶଂସା କଲେ ଏବଂ ଲୋକମାନେ ମଧ୍ୟ ପ୍ରଶଂସା କଲେ । ତେଣୁ ଏହି ଜପ, ଆରମ୍ଭ କେବଳ ଜପ ଥିଲା । ସେଠାରେ କିଛି ନଥିଲା, ଆଉ କିଛି ନାହିଁ । ସେହି ସମୟରେ ପ୍ରସାଦ ବିତରଣର କୌଣସି କାର୍ଯ୍ୟକ୍ରମ ନଥିଲା । ତାହା ପରେ, ଏହା ଆସିଲା । ତେଣୁ ଆମେ ସର୍ବଦା ନିଶ୍ଚିତ ହେବା ଉଚିତ ଯେ ଏହି ଜପ ଏହି ଭୌତିକ ଜଗତର ତରଙ୍ଗ ନୁହେଁ । ଏହା ଭୌତିକ ଜଗତର ତରଙ୍ଗ ନୁହେଁ । ନରୋତ୍ତମ ଦାସ ଠାକୁର କୁହନ୍ତି, ଗୋଲୋକେର ପ୍ରେମ-ଧନ ହରି-ନମା-ସଙ୍କୀର୍ତ୍ତନ । ଏହା ଆଧ୍ୟାତ୍ମିକ ଜଗତରୁ ଆମଦାନୀ ହୋଇଛି । ଏହା ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ଅଟେ । ଅନ୍ୟଥା ଏହା କିପରି ସମ୍ଭବ? ବେଳେବେଳେ ତଥାକଥିତ ଯୋଗୀମାନେ, ସେମାନେ କୁହନ୍ତି ଯେ ଜପ... ବମ୍ବେରେ ଏକ ତଥାକଥିତ ଧୂର୍ତ୍ତ ବ୍ୟକ୍ତି ଅଛି, ସେ କୁହନ୍ତି, "ହରେ କୃଷ୍ଣ ମନ୍ତ୍ର ଜପ କରିବା ଏବଂ କୋକା-କୋଲା ଜପ କରିବା ସମାନ ବୋଲି"। ସେ ଏପରି ମୂର୍ଖ । ସେ ଜାଣନ୍ତି ନାହିଁ ଯେ ଏହା ଏହି ଭୌତିକ ଜଗତର ତରଙ୍ଗ ନୁହେଁ । କିନ୍ତୁ ଯାହାର କୌଣସି ଜ୍ଞାନ ନାହିଁ, ସେମାନେ ଭାବନ୍ତି ଯେ 'ହରେ କୃଷ୍ଣ, ହରେ କୃଷ୍ଣ' ଏହି ଜପ କରିବାର ଅର୍ଥ କ’ଣ? କିନ୍ତୁ ସେମାନେ ପ୍ରାୟତଃ ଦେଖିପାରିବେ ଯେ ଆମେ ଦିନରାତି ଜପ କରି ପାରୁ, ତଥାପି ଆମେ କ୍ଳାନ୍ତ ହେବୁ ନାହିଁ, କିନ୍ତୁ ଅନ୍ୟ କୌଣସି ଭୌତିକ ନାମ ନିଅ, ତିନିଥର ଜପ କରିବା ପରେ ତୁମେ କ୍ଳାନ୍ତ ଅନୁଭବ କରିବ । ତାହା ହେଉଛି ପ୍ରମାଣ । ଆପଣ ଦିନରାତି ଜପ ନିରନ୍ତର କରି ପାରିବେ, ଆପଣ କଦାପି କ୍ଳାନ୍ତ ଅନୁଭବ କରିବେ ନାହିଁ । ତେଣୁ ଏହି ଲୋକ, ଗରିବ ଲୋକ, ସେମାନଙ୍କର ବୁଝିବାକୁ ମସ୍ତିଷ୍କ ନାହିଁ ।