OR/Prabhupada 1061 - ଏହି ଭଗବଦ ଗୀତା ରେ ପାଞ୍ଚଟି ଭିନ ବିଷୟ ବସ୍ତୁ ଅଛି

Revision as of 16:08, 17 October 2018 by Vanibot (talk | contribs) (Vanibot #0023: VideoLocalizer - changed YouTube player to show hard-coded subtitles version)
(diff) ← Older revision | Latest revision (diff) | Newer revision → (diff)


660219-20 - Lecture BG Introduction - New York

ତ ଭଗବାନ କୃଷ୍ଣ, ଅବତାର ନିୟନ୍ତି, ଯଦା ଯଦା ହିଁ ଧର୍ମସ୍ୟ ଗ୍ଲାନିର ଭବତୀ (BG 4.7), ମନୁଷ୍ୟ ଜୀବନ ର ବାସ୍ତବିକ ପ୍ରୟୋଜନ କୁ ସ୍ଥାପନା କରିବା ପାଇଁ | ଯେବେ ମନୁଷ୍ୟ ବାସ୍ତବିକ ପ୍ରୟୋଜନ କୁ ଭୁଲି ଯାଏ, ମଣିଷ ଶରୀର ର କର୍ତ୍ତବ୍ୟ କୁ ଭୁଲି ଯାଏ, ତେବେ କୁହା ଯାଏ ଧର୍ମସୟ ଗ୍ଳାନି:, ମନୁଷ୍ୟ ର ଉପଜୀଵିକା ରେ ବାଧା | ତ ସେଇ ପରିସ୍ଥିଥି ରେ, ଅସଂଖ୍ୟ ଲୋକ ଭିତରେ, ଯିଏ ଜାଗୃତ, ଯିଏ ନିଜ ଏହି ପରିସ୍ଥିତି କୁ ଜାଣି ପରେ, ତାହା ପାଇଁ ଭଗବଦ ଗୀତା କୁହା ଯାଇଛି | ବସ୍ତୁତ୍ୱରେ ଆମେମାନେ ସମସ୍ତେ ଅଜ୍ଞାନ ର ବାଘୁଣୀ ଦ୍ୱାରା ଗିଳା ହେଇଅଛୁ, ଏବଂ ଭଗବାନ ଯିଏକି ଅକାରଣ ବସତ ଏହି ଯିବ ମାନଙ୍କ ଉପରେ କୃପାଳୁ, ବିଶେଷତଃ ମଣିଷମାନଙ୍କ ଉପରେ, ସେ ଭଗବଦ ଗୀତା ର ଶିକ୍ଷା ଦେଇଥିଲେ, ନିଜ ମିତ୍ର ଅର୍ଜୁନ କୁ ଶିଷ୍ୟ କରିକି |

ଅର୍ଜୁନ ନିଶ୍ଚିତ ରୂପରେ... ଭଗବାନଙ୍କ ପାର୍ଷଦ ହେବା ଯୋଗୁଁ, ଅର୍ଜୁନ ସମସ୍ତ ଅଜ୍ଞାନରୁ ମୁକ୍ତ ଥିଲା | ଫେର ଭି ଅର୍ଜୁନକୁ କୁରୁକ୍ଷେତ୍ରର ଯୁଦ୍ଧସ୍ଥଳରେ ଅଜ୍ଞାନୀ ରୂପରେ ରଖାଯାଇଥିଲା କେବଳ ଭଗବାନଙ୍କଠୁ ଜୀବନର ଅସୁବିଧାର ସମାଧାନ ଜାଣିବା ପାଇଁ, କାରଣ ଭଗବାନ କହିପାରିବେ ଆସନ୍ତା ପିଢ଼ିର ମନୁଷ୍ୟର ଲାଭ ପାଇଁ, ଆଉ ତା ଅନୁସାରେ ଯୋଜନା ଓ କାର୍ଯ୍ୟ କରିପାରିବ, ତାକି ତା ଜୀବନ, ମନୁଷ୍ୟର ଜୀବନ, ସାର୍ଥକ ହେଇପାରିବ |

ତ ଏଇ ଭଗବଦ ଗୀତା ରେ ପାଞ୍ଚଟି ଭିନ ବିଷୟ ବସ୍ତୁ ଅଛି | ସର୍ବ ପ୍ରଥମ ଟି ଈଶ୍ବର କଣ | ଏହା ଭଗବାନଙ୍କ ବିଜ୍ଞାନର ପ୍ରାରମ୍ଭିକ ଅଧୟନ | ତ ସେଇ ଭଗବାନଙ୍କ ବିଜ୍ଞାନ ଏଠି ବୁଝା ଯାଇଛି | ତାପର, ଯିବ ର ସ୍ୱରୂପ ସ୍ତିଥି | ଈଶ୍ବର ଓ ଯିବ| ଭଗବାନ, ପରମ ପୁରୋଶତ୍ତମ ଭଗବାନ, ସିଏ ଈଶ୍ବର ଅଟନ୍ତି | ଈଶ୍ବର ର ଅର୍ଥ ନିୟନ୍ତା ଆଉ ଯିବ, ପ୍ରାଣୀ ... ଯିବ, ପ୍ରାଣୀ ଈଶ୍ୱର ବା ନିୟନ୍ତା ନୁହଁନ୍ତି | ସେମାନେ ନିୟନ୍ତ୍ରିତ | କୁତ୍ରିମ ରୂପରେ ଯଦି ଜଣେ କହେ "ମୁଁ ନିୟନ୍ତ୍ରିତ ନାହିଁ,ମୁଁ ସ୍ୱତନ୍ତ୍ର," ଏହା ଏକ ହୋଶିୟାର ମଣିଷ ର ଲକ୍ଷଣ ନୁହେଁ | ଜଣେ ଯିବ ସବୁ ପ୍ରକାରରେ ନିୟନ୍ତ୍ରିତ | କିଛି ନହେଲେ ନିଜ ବଦ୍ଧ ଅବସ୍ଥାରେ ସେ ନିୟନ୍ତ୍ରିତ | ଅତଏବ ଏଇ ଭଗବଦ ଗୀତାରେ ବିଷୟ ବସ୍ତୁ, ଈଶ୍ୱର ସର୍ବୋଚ୍ଚ ନିୟନ୍ତା, ଏବଂ ନିୟନ୍ତ୍ରିତ ଯିବ, ଏବଂ ପ୍ରକୃତି, ଭୌତିକ ପ୍ରକୃତି | ଆଉ ତାପରେ ସମୟ, ସମସ୍ତ ବ୍ରହ୍ମାଣ୍ଡ ର କାଳଵିଧି, ବା ପ୍ରକୃତିର ପ୍ରକଟୀୟ, ଏବଂ ସମୟର ଅବଧି, ବା ସନାତନ ସମୟ | ଏବଂ କର୍ମ | କର୍ମମାନେ କାର୍ଯ୍ୟକଳାପ | ସବୁ କିଛି, ସମ୍ପୂର୍ଣ ବିଶ୍ୱ, ସମୁର୍ଣ୍ଣ ବ୍ରହ୍ମାଣ୍ଡ , ବିଭିନ କାର୍ଯ୍ୟକଳାପରେ ଓତପ୍ରୋତ ଅଛି | ଯିବ, ବିଶେଷ ରୂପରେ, ଭିନ୍ନ ଭିନ୍ନ କାର୍ଯ୍ୟରେ ଲାଗିଛି | ତେଣୁ ଆମକୁ ଭଗବଦ ଗୀତାରୁ ଶିଖିବା ଦରକାର ଯେ, ଈଶ୍ବର କଣ, ଯିବ କଣ, ପ୍ରକୃତି କଣ, ବ୍ରହ୍ମାଣ୍ଡ କଣ ଏବଂ ଏହା କାଳ ଦ୍ୱାରା କେମିତି ନିୟନ୍ତ୍ରିତ ହେଉଛି, ଆଉ ଆର କାର୍ଯ୍ୟକଳାପ କଣ?

ଏବେ ଏଇ ପାଞ୍ଚ ମୁଲଭୁତ ବିଷୟ, ଏଇ ଭଗବଦ ଗୀତାରେ ସ୍ଥାପନା କରା ଯାଇଛି, ଯେ ପରମ ପୁରୁଷୋତ୍ତମ, ଅଥବା ଶ୍ରୀକୃଷ୍ଣ, ବା ବ୍ରହ୍ମଣ ବା ପରମାତ୍ମା ... ଆପଣ ଯାହା ଇଚ୍ଛା କୁହନ୍ତୁ | କିନ୍ତୁ ସର୍ବୋଚ୍ଚ ନିୟନ୍ତ୍ରକ | ଜଣେ ସର୍ବୋଚ୍ଚ ନିୟନ୍ତ୍ରକ ଅଛି | ତ ସର୍ବୋଚ୍ଚ ନିୟନ୍ତ୍ରକ ସମସ୍ତଙ୍କଠୁ ଶ୍ରେଷ୍ଠ | ଏବଂ ଯିବ ଗୁଣରେ ପରମ ନିୟନ୍ତା ସାଙ୍ଗେ ସମାନ | ଯେମିତି ସର୍ବୋଚ୍ଚ ନିୟନ୍ତା, ଭଗବାନ ସେ ଭୌତିକ ପ୍ରକୃତିର ସମସ୍ତ କାର୍ଯ୍ୟକୁ ନିୟନ୍ତ୍ରଣ ରଖନ୍ତି, କେମିତି... ଭଗବଦ ଗୀତାର ପୁର୍ବ ଅଧ୍ୟାୟରେ କୁହା ଯାଇଛି ଭୌତିକ ପ୍ରକୃତି ସ୍ଵଂତନ୍ତ୍ର ନାହିଁ | ସେ ଭଗବାନଙ୍କ ଅଧ୍ୟକ୍ୟତାରେ କାର୍ଯ୍ୟ କରୁଛି | ମୟାଧକ୍ଷେଣା ପପ୍ରକ୍ରିତିଃ: ଶୂୟତେ ସ ଚରାଚରମ (BG 9.10) | "ଭୌତିକ ପ୍ରକୃତି ମୋର ଅଧ୍ୟକ୍ଷତାରେ କାର୍ଯ୍ୟ କରୁଛି, " ମୟାଧକ୍ଷେଣ୍ଣା, ମୋର ଅଧ୍ୟକ୍ଷତାରେ |"